• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୪,୭୮,୪୧୯ ଓ ମୃତ୍ୟୁସଂଖ୍ୟା ୪,୪୫,୧୩୩ରେ ପହଞ୍ଚିଛି।
  2. ଗତ ୨୪ ଘଣ୍ଟାରେ ୫୧୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
  3. ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ । ୨୦୧୫ରୁ ୨୦୧୬ ମଧ୍ୟରେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ୨୦୦୭ରେ ବିଧାନସଭାର ସଦସ୍ୟ ଥିଲେ ଚରଣଜିତ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ ।ଚରଣଜିତ୍‌ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍‌ ରାୱତ ।
  4. ତାଲିବାନ ଆଫଗାନିସ୍ତାନରେ ମହିଳା ମନ୍ତ୍ରଣାଳୟକୁ ବନ୍ଦ କରିଛି । ଏହି ମନ୍ତ୍ରଣାଳୟ ସ୍ଥାନରେ ‘ପଦୋନ୍ନତି ଗୁଣ ଏବଂ ଉପାଧ୍ୟାୟ ମନ୍ତ୍ରଣାଳୟ’ ସକ୍ରିୟ ହୋଇଛି। ବର୍ତ୍ତମାନ ତାଲିବାନ ସରକାର ଏହି ମନ୍ତ୍ରଣାଳୟ ମାଧ୍ୟମରେ ନୈତିକ ପୋଲିସିଂର କାର୍ଯ୍ୟ କରିବେ ।
  5. ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ ସଫଳ ହୋଇଛି । ଏହି ମିଶନରେ ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ନାଗରିକ ଯାଇଥିଲେ । ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ତିନିଦିନ ପୃଥିବୀ ଚାରିପଟେ ଘୁରିଥିଲା । ଯାହାପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି । ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷକୁ ନେଇଯିବାରେ ଏହା ଥିଲା ପ୍ରଥମ ସ୍ପେସଫ୍ଲାଇଟ୍ ।
  6. ଓଡ଼ିଶାର କୋଟିଆରେ ଆନ୍ଧ୍ରର ରାଜ୍‌ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଛି ୱାଇଏସଆର କଂଗ୍ରେସ ଦଳ ।
  7. ନେଉଆ ଓ ଜାମରୁଲ୍‌ ଆମଦାନି ବନ୍ଦ କରିବାରୁ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ଅଭିଯୋଗ କରିବାକୁ ଚୀନ୍‌କୁ ଧମକ ଦେଲା ତାଇୱାନ୍ ।
  8. ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି । ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି ହେଉଥିବା ଜଣାପଡ଼ିଛି ।
  9. ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ‘ବିଜେପି’ର ବରିଷ୍ଠ ନେତା ରାଜିନ୍ଦର୍‌ ପାଲ୍‌ ସିଂହ ଭାଟିଆଙ୍କ ଶବ ଗୋଟାଏ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ପୁଲିସ ଟିମ୍‌, ରାଜିନ୍ଦର୍‌ଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି।
  10. ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ଗାଡି ଚଳାଇଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଭରିବାକୁ ପଡିପାରେ ୧୦ ହଜାର ଜରିମାନା ।
  11. କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସ୍ନାତକ(ୟୁଜି) ପାଠ୍ୟକ୍ରମ ନାମଲେଖା ପାଇଁ ଚଳିତ ମାସ ୨୮ ତାରିଖରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ।
  12. ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଲା ବଡ଼ ସମ୍ମାନ । ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି । 
  13. ଲୋକସଭା ଟିକେଟ୍‌ ପାଇଁ ୫ କ‌ୋଟି ଟଙ୍କା! ‘ଆର୍‌ଜେଡି’ର ତେଜସ୍ବୀ ଯାଦବ ଏବଂ ଅନ୍ୟ ୫ଜଣଙ୍କ ନାଁରେ ‘ଏଫ୍‌ଆଇଆର୍’ ଲାଗି ପାଟନା କୋର୍ଟଙ୍କ ଆଦେଶ ।
  14. ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
  15. ସାରା ଦେଶର ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ପଞ୍ଜୀକରଣ କରିସାରିଛନ୍ତି। ଓଡ଼ିଶାର ୨୧ ଲକ୍ଷ ୬୯ ହଜାର ୫୫୪ଜଣ ଶ୍ରମିକ ଏଥିରେ ପଞ୍ଜୀକରଣ କରିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି।ଅନଲାଇନ ପଞ୍ଜୀକରଣ ଲାଗି ଶ୍ରମିକମାନେ ଇ-ଶ୍ରମ ମୋବାଇଲ ଆପ୍ କିମ୍ବା ୱେବସାଇଟ୍‌ର ଉପଯୋଗ କରିପାରିବେ।
  16. କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ହେତୁ ଶୁକ୍ରବାର ଦିନ କେନ୍ଦ୍ର ସରକାର ‘ପର୍‌ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର’ (ପାନ୍‌) ସହ ‘ଆଧାର’ ସଂଯୋଗ ସମୟସୀମା ୨୦୨୨ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
  17. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ ।
  18. ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ରୁ ୨୨ ତାରିଖ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେଓଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।
  19. ମୋବାଇଲ ଅପରେଟିଂ ସିଷ୍ଟମ (ଓଏସ) ଓ ଏସମ୍ପର୍କିତ ବଜାରରେ ନିଜର ଆଧିପତ୍ୟର ଗୁଗଲ ଅନୁଚିତ ବ୍ୟବହାର କରୁଛନ୍ତି। ଏ ନେଇ ଅଭିଯୋଗ ପରେ ଏପ୍ରିଲ ୨୦୧୯ରେ ସିସିଆଇ ଗୁଗଲ ବିରୋଧରେ ଯାଞ୍ଚ ଆଦେଶ ଦିଆଯାଇଥିଲା। ମୋବାଇଲ ଫୋନ ଓଏସ୍ ବଜାରରେ ଗୁଗଲଙ୍କ ଏଣ୍ଡ୍ରଏଡର ପ୍ରଭୂତ୍ୱ ରହିଛି। ଏହି ବଜାରର ୯୮ ପ୍ରତିଶତ ଅଂଶ ଗୁଗଲ ନିୟନ୍ତ୍ରଣାଧୀନ।
  20. ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍ ରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଆଜି ଦୁବାଇରେ ବିସିସିଆଇ ଆପେକ୍ସ କାଉନ୍ ସିଲ ବୈଠକ ଥିବାରୁ ଏଥିରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ଲାଗିପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.