• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦିନିକିଆ ଟିକାକରଣରେ ରେକର୍ଡ କରାଯାଇଛି। ଦିନକରେ ଦିଆଗଲା ୪ଲକ୍ଷ ୧୬ହଜାର ୪୫୪ ଡୋଜ୍ ଭ୍ୟାକସିନ୍। ଯାହାକି ରାଜ୍ୟରେ ଟିକାକରଣରେ ସର୍ବକାଳୀନ ରେକର୍ଡ। ଏନେଇ ସ୍ୱାସ୍ଥ୍ୟ ବିଭାଗ  ତରଫରୁ  ଟୁଇଟ୍ କରି ସୂଚନା ଦିଆଯାଇଛି।
  2. ବିଜୁ ସ୍ୱାସ୍ଥ୍ୟ କାର୍ଡ ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ଼ । ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ର  ପ୍ରୟାସ କରୁଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି । ତେବେ ବିଏସକେଓ୍ବାଇ କାର୍ଡ ଭଳି କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା କାର୍ଡରେ ଏତେ ଚିକିତ୍ସା ସୁବିଧା ନାହିଁ  ।
  3. ଅଖିଳ ଭାରତୀୟ ଆଖଡ଼ା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପ୍ରୟାଗରାଜ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଆଜି ମିଳିଛି।
  4. ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ ।
  5. ୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା। ୧୨ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକା ବାହାର କରିସାରିଥିବା ଫାଇଜର ୫-୧୧ବର୍ଷୀୟ ପିଲାଙ୍କୁ ନେଇ   ଟିକା ପରୀକ୍ଷଣ କରିଥିଲା।
  6. ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଏ.ଆଇ.ସି.ଟି.ଇ. ପକ୍ଷରୁ ସୂଚନା ଦିଆଯାଇଛି । 
  7. ଗତକାଲି ରାତିସାରା ମୂଷଳଧାରାରେ ବର୍ଷା ହେବା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଆଜି ସକାଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଆଣ୍ଠୁଏ ପାଣି ଜମି ରହିବା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
  8. ପୁଣି ପଡୋଶୀ ତଥା ସହଯୋଗୀ ଦେଶମାନଙ୍କୁ ଭାରତ ଆସନ୍ତା ୩ ମାସ ମଧ୍ୟରେ କୋଭିଡ ଟିକା ପଠାଇବ | ପଡୋଶୀ ଦେଶକୁ ପ୍ରାଥମିକତା ଦେଇ ଭାରତ ଟିକା ରପ୍ତାନି ଆରମ୍ଭ କରିବ ବୋଲି ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି।
  9. ଦୁଇ ଜାପାନୀ ଜାଆଁଳା ଭଉଣୀଙ୍କୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ମିଳିଛି।  ବିଶ୍ବର ବୟୋଜ୍ୟୋଷ୍ଠ ଜୀବିତ ଜାଆଁଳା ଭଉଣୀ ଭାବେ ସେମାନଙ୍କୁ ଏହି ସମ୍ମାନ ଦିଆଯାଇଛି। ସେମାନଙ୍କ ବୟସ ୧୦୭ ବର୍ଷ ଏବଂ ୩୩୦ ଦିନ। ଏହି ଘୋଷଣା ବୁଦ୍ଧ ଦିବସ ଅବସରରେ ହୋଇଛି। ଏହି ଦିନକୁ ଜାପାନର ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଏ।
  10. ପଞ୍ଜିକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ ଲକ୍ଷ ଟଙ୍କାର ସ୍ଥାୟୀ ଅକ୍ଷମତା ବୀମା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।
  11. ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚରଣଜୀତ ସିଂହ ଚନ୍ନୀ ନିଜର ଆକ୍ସନ ଦେଖାଯାଇଛନ୍ତି । ରାଜ୍ୟ ବିଭାଗରୁ ବିଭାଗୀୟ ମୁଖ୍ୟ, ବିଭାଗୀୟ କମିଶନର, ଡେପୁଟି କମିଶନର ଏବଂ ଏସଡିଏମଙ୍କୁ ପର୍ସନାଲ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସକାଳ ୯ ଟାରେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଫିସ୍ ପର୍ଯ୍ୟନ୍ତ ଉପସ୍ଥିତ ରହିବେ ।
  12. ଆସନ୍ତା ୨୫ ତାରିଖରୁ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୨୬ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
  13. ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଏବେ ପାକିସ୍ତାନକୁ ଜୋରଦାର ଝଟକା ଦେଲା ଇଂଲଣ୍ଡ । ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ନ୍ୟୁଜିଲାଣ୍ଡ ପରି ପାକିସ୍ତାନ ଗସ୍ତ ବାତିଲ୍ କରିଛି । 
  14. ଅକ୍ଟୋବର ପହିଲାରୁ କଲେଜରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ, ସରକାର ଦେଲେ ନିର୍ଦ୍ଦେଶ ।
  15. ଏଣିକି ଏଟିଭିଏମ୍‌ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ରେଳ ଯାତ୍ରୀମାନେ ରିଚାର୍ଜ ପାଇଁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡ଼ିବ ନାହିଁ ।
  16. ଦେଶରେ ସେରୋଟାଇପ୍‍-୨ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନେଇ ଓଡ଼ିଶା ସମେତ ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ରହିବାକୁ ପରାମର୍ଶ ।
  17. ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଗୁଣ୍ଟୁର-ଗୁଣ୍ଟକଲ୍ ରେଲୱେ ସେକ୍ସନ୍‌ର ଦୋହରୀକରଣ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୬ ଓ ୨୭ରେ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ(୦୮୪୬୩/୦୮୪୬୪) ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ । 
  18. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ – ସି.ବି.ଏସ୍‍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ସେମିଷ୍ଟାର ପରୀକ୍ଷା ଆସନ୍ତା ନଭେମ୍ବରରେ ହେବା ନେଇ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷାରେ ପ୍ରତ୍ୟେକ ବିଷୟ ପାଇଁ ସମୟ ଅବଧି ୯୦ ମିନିଟ୍‍ ରହିବ । ଅତି ସଂକ୍ଷିପ୍ତମୂଳକ ପ୍ରଶ୍ନ ଆଧାରରେ ପରୀକ୍ଷା ହେବ ।
  19. ସ୍ପେନର ଲା ପାମା ଦ୍ବୀପରେ ଭୟଙ୍କର ଆଗ୍ନେୟ ଉଦଗୀରଣ। ତରଳ ଲାଭା ପ୍ରବାହ ଜାରି ରହିଥିବାରୁ ୫ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦଗୀରଣ ଯୋଗୁ କିଛି ଘର ବି ନଷ୍ଟ ହୋଇଥିବା ଜଣାପଡିଛି। କୁମ୍ବ୍ରେ ଭିଏଜା ଜାତୀୟ ଉଦ୍ୟାନସ୍ଥିତ କିଛି ଗ୍ରାମର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।
  20. କ୍ରମାଗତ ତାପମାତ୍ରା ବଢିବା ଯୋଗୁ କିଛି ବର୍ଷ ପରେ ଆସିପାରେ ଘୋର ବିପର୍ଯ୍ୟୟ । ଏନେଇ ସତର୍କ କରାଇଛି ଜାତିସଂଘ । ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ବରେ ତାପମାତ୍ରା ୨.୭ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.