• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏଆର ମାର୍ଶାଲ ଭଦୌରିଆ ଆସନ୍ତା ୩୦ରେ ଅବସର ନେବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବାୟୁ ସେନାର ମଙ୍ଗ ଧରିବେ ଏୟାର୍ ମାର୍ଶାଲ ବିବେକ ରାମ ଚୌଧୁରୀ।
  2. କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇବେ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଓ ବର୍ଷା ଉପରେ ନିର୍ଭର କରାଯାଉଥିବା କୃଷି କ୍ଷେତ୍ରରେ ଦେଖା ଦେଇଥିବା ଚ୍ୟାଲେଞ୍ଜ ଗୁଡ଼ିକରସମ୍ମୁଖୀନ ହେବା ପାଇଁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସହାୟତା କରିବେ।
  3. ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୬ତମ ଜଳବାୟୁ ପରିବର୍ତ୍ତନ ଅଧିବେଶନକୁ ତୃଣମୂଳସ୍ତରରେ ଜଳବାୟୁ ପରିବର୍ତ୍ତନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ୧୭ଜଣ ଯୁବ ନେତୃତ୍ୱଙ୍କୁ ମନୋନୀତ କରାଯାଇଛି। ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର ୨୪ ବର୍ଷୀୟ ଯୁବ ପରିବେଶକର୍ମୀ ସୌମ୍ୟ ରଞ୍ଜନ ବିଶ୍ୱାଳ ମନୋନୀତ କରାଯାଇଛି ।
  4. ଓଡିଶା ଗସ୍ତରେ ପ୍ରଥମ ଥର ଆସିଥିବା ଭାରତର ଜାତିସଂଘ ମହିଳା ପ୍ରତିନିଧି ସୁସାନ ଜେନ ଫର୍ଗୁସନ୍ ଆଜି ରାଜ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁବ୍ରତୋ ବାଗଚିଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ଏହା କହିଛନ୍ତି। ଶ୍ରୀ ବାଗଚି ଦକ୍ଷତା ବିକାଶ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ପାଇଁ ଆମ ଭିତରେ ଥିବା ଲିଙ୍ଗଗତ ଭେଦଭାବ ଦୂର କରିବା ଆବଶ୍ୟକ ବୋଲି କହିଛନ୍ତି।
  1. ଆମେରିକା ଚାହେଁ ନାହି ଆଉ ଏକ ଶୀତଳ ଯୁଦ୍ଧ, କିନ୍ତୁ ସୈନ୍ୟ ଶକ୍ତି ଆମର ଅନ୍ତିମ ବିକଳ୍ପ: ୟୁଏନଜିଏ ମଞ୍ଚରେ କହିଲେ ବାଇଡେନ ।
  2. କୃଷକମାନେ ପ୍ରଶାସନିକ ସେବା ପାଇବାରୁ ଯଦି ବଞ୍ଚିତ ହୁଅନ୍ତି ତେବେ ପାଦତଳେ ମୁଣ୍ଡକାଟି ରଖିବି’: ଚରଣଜିତ ସିଂହ ଚନ୍ନୀ ।
  3. ଷ୍ଟିୱାର୍ଟ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ବନ୍ଦ ରହିଲା ସ୍କୁଲ୍‌, ପରୀକ୍ଷା ବାତିଲ, ତଦନ୍ତକଲା କଟକ ସାଇଣ୍ଟିଫିକ୍‌ ଟିମ୍ ।
  4. ଗୋଟିଏ ପଞ୍ଚାୟତରେ ହେବେ ଦୁଇ ସରପଞ୍ଚ । ଆନ୍ଧ୍ରର ନିର୍ବାଚନ ପରେ କୋଟିଆରେ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ।
  5. ୧ ଅକ୍ଟୋବରରୁ ବଦଳିଯିବ ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟର ପଦ୍ଧତୀ, ଏବେ ବିନା SMSରେ କଟିବନି ପଇସା ।
  6. ଖଣିଜ ଉତ୍ତୋଳନ ଯୋଗୁଁ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳର ହେବ ବିକାଶ । ଏଥିପାଇଁ ଓମ୍ବାଡସି ପାଣ୍ଠିରେ ୬୪୦.୫୫କୋଟିର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ସ୍କୁଲ, ପରିବେଶ ନିରୀକ୍ଷଣ ଓ କ୍ରୀଡ଼ାକ୍ଷେତ୍ରରେ ବିକାଶ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
  7. ଓମ୍ବାଡସି ପାଣ୍ଠିରେ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ସହରାଞ୍ଚଳରେ ବିକାଶ କାମରେ ଖର୍ଚ୍ଚ ହେବ ଟଙ୍କା । ୭ ଜିଲ୍ଲାର ୮୮୯ ହାଇସ୍କୁଲ ପାଇଁ ଖର୍ଚ୍ଚ ହେବ ୫୩୩.୪୦କୋଟି ।
  8. ୟୁକେ ସରକାର କୋଭିସିଲ୍ଡକୁ ମାନ୍ୟତା ନଦେବା ଭେଦଭାବପୂର୍ଣ୍ଣ । ଏହା ଭାରତର ପାରସ୍ପରିକ ଉପାୟ ଭିତରେ ଆସୁଛି । କୋଭିସିଲ୍ଡକୁ ମାନ୍ୟତା ନଦେବା ଏକ ଭେଦଭାବପୂର୍ଣ୍ଣ ନୀତି । ଭାରତରୁ ବ୍ରିଟେନ୍ ଯିବାକୁ ଥିବା ନାଗରିକ ଏହା ଦ୍ୱାରା ପ୍ରଭାବିତ ହେବେ।
  9. ବିଶ୍ବର ଦୁଇ ମହାଶକ୍ତି ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ଏବେ ତିକ୍ତ ହୋଇପଡ଼ିଛି। ବିଶ୍ବ ସମାଜ ଉପରେ ଏହି ଦୁଇଟି ରାଷ୍ଟ୍ରଙ୍କ ଯଥେଷ୍ଟ ପ୍ରଭାବ ରହିଥିଲେ ହେଁ ସେମାନଙ୍କ ସମ୍ପର୍କକୁ ନେଇ ଶୀତଳ ଯୁଦ୍ଧ ସୃଷ୍ଟି ହେବାର ସ୍ଥିତି ଉପୁଜିଛି।
  10. କଟକ-ଭୁବେନଶ୍ବର ସମେତ ରାଜ୍ୟର ସବୁ ଜିଲ୍ଲାରେ ମୁକୁଳା ପଡ଼ିଥିବା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ଏହାସହ ଡ୍ରେନଗୁଡ଼ିକର ଡିଜାଇନ ମଧ୍ୟ ବଦଳାଯିବ । ଏଥିଲାଗି ୩ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
  11. ନିୟମ ଅନୁଯାୟୀ ଭାରତରେ ଜଣେ ବ୍ୟକ୍ତିଙ୍କ ID କେବଳ ସର୍ବାଧିକ ନଅଟି ସିମ୍ କାର୍ଡ କିମ୍ବା ମୋବାଇଲ୍ ନମ୍ବର ନିଆଯାଇ ପାରିବ  | ଯଦି ୯ ଟିରୁ ଅଧିକ ସିମ୍ କାର୍ଡ ଆପଣଙ୍କ ID ରେ ପଞ୍ଜୀକୃତ ହୋଇଛି, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
  12. ଜୟପାଲନ ପିଆର୍ ନାମକ କେରଳର ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କାର କେରଳ ସରକାରଙ୍କ ଓନାମ ବମ୍ପର ଲଟେରି ଜିତିଛନ୍ତି। ସୂଚନା ଅନୁସାରେ ଏହି ଅଟୋରିକ୍ସା ଚାଳକ ଜଣକ କୋଚିରେ ନିଜ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇଥାନ୍ତି।
  13. ସଂକ୍ରମଣର ତୀବ୍ରତାକୁ ଦର୍ଶାଉଥିବା ଆର୍‌-ଭାଲ୍ୟୁ ଏବେ ସମଗ୍ର ଦେଶରେ ୧ ତଳେ ରହିବା ବଡ଼ ଆଶ୍ବସ୍ତିର କାରଣ ହୋଇଛି। 
  14. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଜାତିସଂଘ ସାଧାରଣ ପରିଷଦରେ ନିଜର ପ୍ରଥମ ଉଦ୍‌ବୋଧନ ରଖିଛନ୍ତି। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ବାଇଡେନ୍‌ ଯୁକ୍ତିଯୁକ୍ତି କହିଛନ୍ତି ଏବଂ ଆମେରିକୀୟଙ୍କ ସ୍ବାର୍ଥ ପାଇଁ ଏହା କରାଯାଇଛି ବୋଲି କହିଛନ୍ତି।
  15. ଏବେ ଡ୍ରାଇଭରଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରିବାକୁ ନେଇ ସରକାର ତତ୍କରତା ପ୍ରକାଶ କରିଥିବା ବେଳେ ସେମାନଙ୍କ ପାଇଁ କାର୍ଯ୍ୟ ସମୟ ଧାର୍ଯ୍ୟ କରାଯିବ । ଧାର୍ଯ୍ୟ ସମୟରୁ ଜଣେ ଡ୍ରାଇଭର ଅଧିକ ସମୟ ଗାଡ଼ି ଚଳାଇପାରିବେ ନାହିଁ। ଏହା ବ୍ୟତୀତ ମାଲବାହୀ ଗାଡ଼ିରେ ନିଦ ଚିହ୍ନିବା ସେନ୍ସର ଲାଗିବ ।
  16. ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖଡାର ସମ୍ପାଦକ ୭୦ବର୍ଷ ବୟସ୍କ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ଘନଉଛି ରହସ୍ୟ। ଏହି ଘଟଣାରେ  ଶିଷ୍ୟ ଆନନ୍ଦଗିରିଙ୍କୁ ପୋଲିସ ଗିରଫ କରିଛି । 
  17. ପାୟଲ ଘୋଷ  କିଛି ଦିନ ତଳେ ବଲିଉଡର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ମିଛ ବୋଲି କହିଥିଲେ । ହେଲେ ଏବେ ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.