• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) । କୋଭିଡରେ ମୃତ୍ୟୁବରଣ କରିଥିବା ପରିବାରର ସଦସ୍ୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ । ଏହି ସହାୟତା ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଦାନ କରାଯିବ । ଦରକାରୀ କାଗଜପତ୍ର ଦାଖଲ କରିବାର ୩୦ ଦିନ ଭିତରେ ଏହି ୫୦ ହଜାର ଟଙ୍କା ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
  2.  ଆଧାର ଡାଟାବେସରୁ ବ୍ୟାପକ ତଥ୍ୟ ଲିକ୍ । ଚୀନ ହ୍ୟାକରମାନେ ଭାରତର ଆଧାର ଡାଟାବେସକୁ ଟାର୍ଗେଟ କରିଥିବା ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି ।
  3. ଚଳିତ ବର୍ଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ । ଏନଡିଏରେ ମହିଳାଙ୍କୁ ପରୀକ୍ଷା ସୁଯୋଗ ଦେବା ପ୍ରକ୍ରିୟା ଚଳିତବର୍ଷ ସ୍ଥଗିତ ରଖିବା ଲାଗି କେନ୍ଦ୍ର କରିଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ ।
  4. ଆମେରିକାର ଏକ କ୍ରେଡିଟ୍ କାର୍ଡ ପ୍ରୋସେସିଂ କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କ ସର୍ବନିମ୍ନ ବେତନ ପ୍ରାୟ ୬ ବର୍ଷ ପୂର୍ବରୁ ବାର୍ଷିକ ପ୍ରାୟ ୫୧ ଲକ୍ଷ ଟଙ୍କା କରିଥଲା । ଗ୍ରାଭିଟି ପେମେଣ୍ଟସ୍ ନାମକ ଏକ କମ୍ପାନୀର ଏହି ନିଷ୍ପତ୍ତି ଉପରେ ବିଭିନ୍ନ ମତ ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ସିଇଓ ଡେନ ପ୍ରିସ୍ କହିଛନ୍ତି ଯେ ଦରମା ବୃଦ୍ଧି ନୀତି ତାଙ୍କର ସଫଳ ହୋଇଛି । ବିଶେଷ କଥା ହେଉଛି ସମସ୍ତ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୫୧ ଲକ୍ଷ କରିବା ପାଇଁ ସିଇଓ ଡେନ ପ୍ରିସଙ୍କୁ ନିଜ ବାର୍ଷିକ ଦରମା ୭ କୋଟି ହ୍ରାସ କରିବାକୁ ପଡିଥିଲା । ଏହି ନିଷ୍ପତ୍ତି ପରେ ଅନେକ ଲୋକ ପ୍ରିସଙ୍କୁ ହିରୋ ବୋଲି କହିଥିଲେ । ତେବେ କମ୍ପାନୀ ଦେବାଳିଆ ହୋଇଯିବ ବୋଲି କିଛି ଲୋକ ପୂର୍ବାନୁମାନ କରିଥିଲେ।
  5. ପାକିସ୍ତାନର ସବୁଠୁ କଠୋର ପରୀକ୍ଷାରେ ଇତିହାସରେ ପ୍ରଥମ ଥର ପାଇଁ ସଫଳ ହୋଇଛନ୍ତି ଜଣେ ହନ୍ଦୁ ଝିଅ । ୨୭ ବର୍ଷିଅ ଡକ୍ଟର ସନା ରାମଚନ୍ଦ୍ର ଗୁଲୱାନି ସେଣ୍ଟ୍ରାଲ୍ ସୁପିରିୟର ସର୍ଭିସେସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମେରେ କୃତକାର୍ଯ୍ୟ ହୋଇଥିବା ବେଳେ ସୋମବାର ତାଙ୍କ ନିଯୁକ୍ତ ପତ୍ରରେ ମୋହର ଲାଗିଛି । ପାକିସ୍ତାନରେ ସିଏସ୍ଏସ୍ ପରୀକ୍ଷାକୁ ସବୁଠୁ କଠିନ କୁହାଯାଏ । ଏହି ପରୀକ୍ଷା ଜରିଆରେ ପ୍ରଶାସନିକ ସେବାରେ ନିଯୁକ୍ତି ମିଳିଥାଏ । ଏହାକୁ ଆପଣ ଭାରତରେ ହେଉଥିବା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବୋଲି କହିପାରନ୍ତି ।
  6. କଳିଙ୍ଗ ଷ୍ଟାଡିୟମରେ ଖୋଲିବ ଖୋଖୋ ଏକାଡେମୀ। ଏଥିସହ ବହୁମୁଖି ଇନଡୋର ଷ୍ଟାଡିୟମର ନିର୍ମାଣ କରାଯିବ । ଇନଡୋର ଷ୍ଟାଡିୟମରେ ସିନ୍ଥେଟିକ ମ୍ୟାଟର ବ୍ୟବସ୍ଥା ରହିବ। ଖୋ ଖୋ ଅଲମ୍ପିକ ଗେମ୍ ହୋଇ ନଥିଲେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। କେବଳ ଅନ୍ତର୍ଜାତୀୟ ବା ବଡ଼ ବଡ଼ ଖେଳ ନୁହେଁ, ବରଂ ଦେଶର ନିଜସ୍ୱ ଖେଳକୁ ଗାଁ ଗାଁ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିବା କହିଛନ୍ତି କ୍ରୀଡ଼ା ସଚିବ ।
  7. ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଗଣତି ଆଉ ମତଦାନ କେନ୍ଦ୍ରରେ ହେବନି। ସାରା ଓଡ଼ିଶାରେ ବ୍ଲକ ମୁଖ୍ୟାଳୟରେ ଗୋଟିଏ ଦିନରେ ହିଁ ହେବ ଭୋଟ୍ ଗଣତି।
  8. ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ ଯୋଗୁଁ  ଓଡ଼ିଶାରେ ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲର୍ଟ ଜାରି । ୨୫ରୁ ୨୭ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ।
  9.  କୋଭିଡରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ କରାଯିବ । ସବୁ ରାଜ୍ୟର ସରକାର ଏହି ସହଯୋଗ କରିବେ । ଦରକାରୀ କାଗଜପତ୍ର ଦାଖଲ କରିବାର ୩୦ ଦିନ ଭିତରେ ଏହି ୫୦ ହଜାର ଟଙ୍କା ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
  10. ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଚିକିତ୍ସା ସେବା ଯୋଗାଇପାରିବେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହେଲା ଜାରି ।
  11. ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ବାଘମ୍ବରୀ ମଠରେ ମନ୍ତ୍ର ଉଚ୍ଚାରଣ ସହ ଦିଆଗଲା ସମାଧି ।
  12. ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକାରେ ସୁଯୋଗ ମିଳିବ।
  13. କଟକ ବଡ଼ ଡାକ୍ତରଖାନାର ପୁରୁଣା କୋଠାର ହେବ ସ୍ଥିତି ଯାଞ୍ଚ। କଟକ ବଡ଼ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାରଙ୍କ ଏଭଳି ନିଷ୍ପତ୍ତି ।
  14. ୮୨୭ କୋଟିର ନୂଆଁଖାଇ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ୫୯୭ କୋଟିର ଭିତ୍ତିପ୍ରସ୍ତର ଓ ୨୩୦କୋଟିର ପ୍ରକଳ୍ପ କଲେ ଉଦ୍‌ଘାଟନ । ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ହେଲା ଭିତ୍ତିପ୍ରସ୍ତର । ସେପଟେ ‘ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ’କୁ ମଧ୍ୟ ଆଦର୍ଶ ବିଶ୍ୱବିଦ୍ୟାଳୟ କରାଯିବ ।
  15. ୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ହେଲା ଚତୁର୍ଥ ସ୍ଥାନକୁ ଉନ୍ନିତ।
  16. ଆଜିଠାରୁ ପୁରୀରେ ପ୍ରତ୍ୟହ ଶ୍ରୀମନ୍ଦିରର ଦ୍ୱାର ଭୋର୍‌ ସାଢେ ୪ଟାରେ ଖୋଲିବାକୁ ପ୍ରଶାସନର ନିଷ୍ପତ୍ତି ।
  17. ଜାତିସଂଘ ସାଧାରଣ ପରିଷଦ ବୈଠକରେ ତୁର୍କୀକୁ ଦୃଢ ଜବାବ ଦେଇଛି ଭାରତ । ତୁର୍କୀ ରାଷ୍ଟ୍ରପତି ରିସେପ ତାୟିବ୍ ଏର୍ଡୋଗାନ କଶ୍ମୀର ପ୍ରସଙ୍ଗ ଉଠାଇବାର କିଛି ଘଣ୍ଟା ପରେ ଭାରତ ସାଇପ୍ରସ ପ୍ରସଙ୍ଗ ଉଠାଇ ତୁର୍କୀକୁ ଘେରିଲା ।
  18. ପ୍ରକାଶ ପାଇଲା ବିଶ୍ୱର ସର୍ବାଧିକ ଆୟକାରୀ ଫୁଟବଲର । ମେସିଙ୍କୁ ପଛରେ ପକାଇଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ୨୦୨୦ରେ ମେସି ଏହି ତାଲିକାରେ ସବ୍ରାଗ୍ରେ ରହିଥିଲେ ।
  19. ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି ନରସିଂହ । ରାଜ୍ୟ ସରକାର ହାତକୁ ନେଇଥିବା ଯୋଜନା କେନ୍ଦ୍ରର ଆୟୁଷ୍ମାନ ଭାରତ ଠାରୁ ଭଲ । ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ମିଳିବ । ଏହା ସ୍ୱାଗତ ଯୋଗ୍ୟ  ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର।
  20. ବଦଳିବ ପ୍ରାଥମିକ ସ୍କୁଲ ସ୍କୁଲଗୁଡ଼ିକର ଚେହେରା। ସ୍ମାର୍ଟ କ୍ଲାସରୁମ୍, ଇ-କଣ୍ଟେଣ୍ଟ, ସ୍ମାର୍ଟ ଲାଇବ୍ରେରୀ ଆଦି ଆଧୁନିକ ଶୈକ୍ଷିକ ଉପକରଣ ଦ୍ବାରା ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ପାଠ ପଢ଼ିବେ । ଏଥିଲାଗି ସମଗ୍ର ରାଜ୍ୟରେ ୩ ହଜାର ୯୪୬ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ ହୋଇଛି। ସେହିପରି ‘ଓମବାଡ୍‌ସି’ ପ୍ରକଳ୍ପ ଅଧୀନରେ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୬୭ଟି ପ୍ରାଥମିକ ସ୍କୁଲ ଚିହ୍ନଟ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.