• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱ କପ୍‌ ।  ଏଥିରେ ହକି ଇଣ୍ଡିଆର ଟପ୍ ଅଫିସିଆଲ୍ ଯୋଗଦେଉଛନ୍ତି । ନଭେମ୍ବର ୨୫ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଜୁନିଅର ହକି ବିଶ୍ବ କପ୍‌ ଖେଳାଯିବ ।
  2. ଭାରତୀୟ ପୋଲିସ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିବା ଜଳଦ କୁମାର ତ୍ରିପାଠୀ ହୋଇଛନ୍ତି ନୂଆ ମୁଖ୍ୟ ସୂଚନା କମିଶନର  । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି ବିଜ୍ଞପ୍ତି  । ଭାରତୀୟ ପୋଲିସ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିବା ଜଳଦ କୁମାର ତ୍ରିପାଠୀ ହୋଇଛନ୍ତି ନୂଆ ମୁଖ୍ୟ ସୂଚନା କମିଶନର  ।
  3. ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବା ଲାଗି ଗଠନ ହୋଇପାରେ ଏକ୍ସପର୍ଟ କମିଟି । ସୁପ୍ରିମକୋର୍ଟ ଗଠନ କରିବେ ଏହି ଏକ୍ସପର୍ଟ କମିଟି। ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି ।
  4. ଦିବ୍ୟାଙ୍ଗ ଓ ଟିକାଦାନ କେନ୍ଦ୍ରକୁ ଯିବାକୁ ଅକ୍ଷମ ବରିଷ୍ଠ ନାଗରିକମାନଙ୍କୁ ଘରେ ଯାଇ କରୋନା ଟିକା ଦିଆଯିବ । ଏ ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି ।
  5. ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ । ୟୁନିଅନଗୁଡ଼ିକ ତରଫରୁ ଏହି ଦିନ ପ୍ରତିବାଦ ଆୟୋଜନ କରାଯିବ ।
  6. ଝାଡ଼ଖଣ୍ଡ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋରିକ୍ସା ଚାଳକ ଜାଣିଶୁଣି ଧକ୍କା ଦେଇଥିଲେ ବୋଲି ସ୍ଥଳବିଶେଷ ତଦନ୍ତ ଏବଂ ଫୋରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ିଥିବା କଥା ‘ସିବିଆଇ’ ଆଜି ଅଦାଲତଙ୍କୁ କହିଛି।
  7. ବାୟୁ ପ୍ରଦୂଷଣ ହେତୁ ପୃଥିବୀରେ ବର୍ଷକୁ ୭୦ ଲକ୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଥିବା ସୂଚାଇ ବୁଧବାର  ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ବାୟୁ ମାନକ ମାର୍ଗଦର୍ଶିକା’ (ଏୟାର୍‌ କ୍ବାଲିଟି ଗାଇଡ୍‌ଲାଇନ୍ସ୍‌) ଜାରି କରିଛି।
  8. ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିଅର ହକି ଓ୍ବାର୍ଲଡ କପ୍-୨୦୨୧ ।
  9. ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ।
  10. ଫାର୍ମାସିଷ୍ଟଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା,ଏବେ ଯେଉଁ ସରକାରୀ ଡାକ୍ତରଖାନାରେ ଜଣେ ଫାର୍ମାସିଷ୍ଟ ଥିବେ ସେଠାରେ ସେମାନେ ରୋଗୀଙ୍କ କରିପାରିବେ ସାଧାରଣ ଚିକିତ୍ସା ।
  11. ବଂଶଧାରା ଉପରେ ସୁଉଚ୍ଚ ସେତୁକୁ ମିଳିଲା ପ୍ରଶାସନିକ ଅନୁମୋଦନ । ଖର୍ଚ୍ଚ ହେବ ୨୭ କୋଟି ୯୬ ଲକ୍ଷ ଟଙ୍କା।
  12. ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀ mane ତିଆରି କଲେ ବିଦ୍ୟୁତ ଚାଲିତ ବାଇକ ଓ ରିକ୍ସା।
  13. ଓଡ଼ିଶାରେ ରିଲାଏନ୍ସ ଜିଓର ଜୟଯାତ୍ରା ଜାରି, ୨୦୨୧ ଜୁଲାଇରେ ଯୋଡିଲା ୩.୧୯ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ।
  14. ଲଦାଖରେ ଆରମ୍ଭ ହେବ ହିମାଳୟ ଚଳଚ୍ଚିତ୍ର ମହୋତ୍ସବ, ଉଦଘାଟନ କରିବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।
  15. ଭାରତ ସରକାର ସ୍ଥଳ ସେନା ପାଇଁ ୧୧୮ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ ଏକେ-୧ଏ କ୍ରୟ କରିବେ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ୭,୫୨୩ କୋଟି ଟଙ୍କାର ୧୧୮ଟି ଅର୍ଜୁନ ଟ୍ୟାଙ୍କ କ୍ରୟକୁ ଦେଲେ ମଞ୍ଜୁରି ।
  16. ବଲାଙ୍ଗୀରରେ ପ୍ରତିଷ୍ଠା ହେବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌, ଖର୍ଚ୍ଚ ହେବ ସାଢ଼େ ୨୧ କୋଟି ଟଙ୍କା ।
  17. ଭାରତରେ ପଶିଛନ୍ତି ଆଫଗାନିସ୍ତାନ ଆତଙ୍କବାଦୀ! ସେନା କ୍ୟାମ୍ପରେ କରିପାରନ୍ତି ଆକ୍ରମଣ, ସତର୍କ କଲା ଗୁଇନ୍ଦା ବିଭାଗ ।
  18. ୧୮ ବର୍ଷରୁ କମ ରଗବୀ ମହିଳା ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା । ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଉଜବେକିସ୍ତାନ ତାସକେଣ୍ଟରେ ଖେଳାଯାଇଥିବା ବାଳିକା ରଗବୀ ସେଭେନ୍ସ ଚାମ୍ପିଅନସିପରେ ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । 
  19. ବିଶ୍ୱର ଟପ୍ ୧୦ ଦେଶ ଗୁଡ଼ିକ ମଧ୍ୟ କ୍ରମାନ୍ୱୟ ଅନୁଯାୟୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  । ବିଶ୍ୱରେ ଫ୍ରାନ୍ସର ସ୍ୱାସ୍ଯ୍ୟ ସୁବିଧା ସର୍ବୋକୃଷ୍ଟ  । ସ୍ୱାସ୍ଥ୍ୟ ସୁବିଧା ଦେବାରେ ଏହି ଦେଶ ବିଶ୍ୱରେ ଶୀର୍ଷ ସ୍ଥାନ ଅଧିକାର କରିଛି  । ଜର୍ମାନୀ, ସିଙ୍ଗାପୁର, ବ୍ରିଟେନ, ଅଷ୍ଟ୍ରେଲିଆ, ସ୍ୱିଜରଲ୍ୟାଣ୍ଡ, ୟୁନାଇଟେଡ଼ ଆରବ ଏମିରଟସ, ନେଦରଲ୍ୟାଣ୍ଡ, ଜାପାନ ଏବଂ ଅନ୍ତିମରେ ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟପ ଟେନରେ ରହିଛି ଲକ୍ଜର୍ମବର୍ଗ  ।
  20. ରାଜ୍ୟରେ ଦୈନିକ ଦିଆଯିବ ୪ ଲକ୍ଷ ଡୋଜ୍ ଟିକା । ୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଯେତିକି ଟିକାକରଣ ବାକି ଅଛି ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ୍ ପାଇ ସାରିଲେଣି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.