• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି ।
  2. ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଚଳିତ ଦଶକ ହେବ ଭାରତ ଓ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ ।
  3. ଆସୁଛି ବାତ୍ୟା ‘ଗୁଲ୍‌-ଆବ୍‌’, ରବିବାର ସନ୍ଧ୍ୟାରେ କଳିଙ୍ଗପଟ୍ଟନମ୍‌ରେ ଲ୍ୟାଣ୍ଡଫଲ୍‌ । ଆସନ୍ତା ୨୬ରୁ ୩୦ ପ୍ରବଳ ବର୍ଷା, ଲଘୁଚାପରେ ପରିଣତ ହୋଇ ଓଡ଼ିଶା ଆଡ଼କୁ ମୁହାଁଇଲା ‘ଡିଆଁମୁ’ ।
  4. ପ୍ରକାଶ ପାଇଲା UPSC ୨୦୨୦ ପରୀକ୍ଷାଫଳ; ଶୁଭମ୍ କୁମାର ଟପ୍ପର । ୪୬ତମ ସ୍ଥାନରେ ଓଡ଼ିଶାର ଜୁବିନ୍‌ ।
  5. IASଙ୍କ ଭଉଣୀ ଆଇଏଏସ୍‌: ୨୦୧୫ର ଟପ୍ପର ଟୀନା ଡାଭିଙ୍କ ଭଉଣୀ ରିୟାଙ୍କୁ ୟୁପିଏସ୍‌ସି ପରୀକ୍ଷାରେ ମିଳିଲା ସଫଳତା ।
  6. ମୟୂରଭଞ୍ଜରେ ରେଳ ଭିତ୍ତିଭୂମିର ବିକାଶ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ
  7. ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଓଡ଼ିଶାର ଝାରସୁଗୁଡା ସରବାହାଲର ପରୀକ୍ଷାର୍ଥୀ ରୀନା ପ୍ରଧାନ ୧୯୪ ରାଙ୍କରେ ଉତିନ୍ନ ହୋଇଛନ୍ତି ।
  8. ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯-୨୦ ପାଇଁ ଶୁକ୍ରବାର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ରହିଛନ୍ତି । ସ୍ବେଚ୍ଛାସେବୀ ବର୍ଗରେ ଓଡ଼ିଶାର ବିକ୍ରମ ବିଷୋଇ ଓ ଜନ୍ମେଜୟ ଗିରି ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
  9. ୨୭ରେ ଭାରତ ବନ୍ଦ: ଓଏଏସ୍ ପରୀକ୍ଷା ଘୁଂଚିଲା, ସରକାରୀ କର୍ମଚାରୀଙ୍କ ନୂଆ ନିର୍ଦ୍ଦେଶନାମା ।
  10. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ନଭେମ୍ବରରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ) ଏବଂ ନାଭାଲ ଏକାଡେମୀ ପରୀକ୍ଷା ଦେବାକୁ ଚାହୁଁଥିବା ଅବିବାହିତା ମହିଳା ଆବେଦନ କରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅନୁମତି ଦେଇଛି ।
  11. ଭୁବନେଶ୍ୱର କୋର୍ଟ ପରିସରକୁ ବିଏମ୍‌ସି ପକ୍ଷରୁ ୩ଦିନ ପାଇଁ ସିଲ୍‌ କରାଯାଇଛି । କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଥିବା ସୂଚନା ଦିଆଯାଇଛି ।
  12. ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମଣା। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଫେରିଲେ ଜଷ୍ଟିସ ଏନ ଭି ରମଣା । ଏହି ସମୟରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, 5 ଟି ସଚିବ ଭି.କେ ପାଣ୍ଡିଆନ୍ ,ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ , ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
  13. ଚଳିତ ଆଇପିଏଲ୍‌ର ୩୫ତମ ମ୍ୟାଚ୍‌ରେ ୬ ଓ୍ୱିକେଟରେ ବିଜୟୀ ହୋଇଛି ଚେନ୍ନାଇ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୧୮ ଓଭରରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ହାସଲ କରିପାରିଛି । ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା। 
  14. ଜାତିସଂଘ ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ (ନ୍ୟୁୟର୍କର ସ୍ଥାନୀୟ ସମୟ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଛନ୍ତି ।
  15. କେନ୍ଦ୍ର ସରକାର ଗୁରୁବାର ଦିନ ସୁପ୍ରିମକୋର୍ଟରେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ମୃତ୍ୟୁ କରୋନା କାରଣରୁ ମୃତ୍ୟୁରେ ଗଣାଯିବ। ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇପାରିବ ।
  16.  ଇଣ୍ଟର୍‌ନେଟ୍ ବ୍ୟବହାରରେ ସ୍ବାଧୀନତା ପାଇଁ ବିଶ୍ବରେ ସବୁଠୁ ଖରାପ ଦେଶ ହେଉଛି ଚୀନ୍ ଓ ପାକିସ୍ତାନ ଏବଂ ଭାରତରେ ଆଂଶିକ ସ୍ବାଧୀନତା ଅଛି ବା ଭାରତ ଏ କ୍ଷେତ୍ରରେ ମଧ୍ୟମ ବୋଲି ଆମେରିକାର ଇଣ୍ଟର୍‌ନ୍ୟାସନାଲ୍‌ ଫ୍ରିଡମ୍ ଆଡ୍‌ଭୋକାସି ଗ୍ରୁପ୍ ‘ଫ୍ରିଡମ୍ ହାଉସ୍’ ଦ୍ବାରା ନିକଟରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।
  17. ଶୁଣାଣି ଟାଳିବା ପାଇଁ ବିଭିନ୍ନ ବାହାନା ନ୍ୟାୟ ବ୍ୟବସ୍ଥାକୁ ଦିଗହରା କରିଦେଉଥିବା ଏବଂ ଏଭଳି କାର୍ଯ୍ୟ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନରେ ବଡ଼ ପ୍ରତିବନ୍ଧକ ସାଜିଥିବା ସୁପ୍ରିମ୍‌ କୋର୍ଟ ଅନୁଭବ କରିଛନ୍ତି। ଟ୍ରାଏଲ କୋର୍ଟରେ ବାରମ୍ବାର ମାମଲା ସ୍ଥଗିତ ରଖିବା ଉପରେ ସୁପ୍ରିମ୍‌ କୋର୍ଟ ରୋକ୍‌ ଲଗାଇଛନ୍ତି। ସର୍ବୋଚ୍ଚ ଅଦାଲତ କୌଣସି ଶୁଣାଣି ଟାଳିବା ପାଇଁ ଓକିଲଙ୍କ ନିବେଦନକୁ ସ୍ବୀକାର ନ କରିବା ପାଇଁ ବିଚାରପତିମାନଙ୍କୁ କହିଛନ୍ତି।
  18. କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ମର୍ମରେ କେନ୍ଦ୍ର ସରକାର ଦେଶରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରୋଡ୍‌ ସେଫ୍‌ଟି ଆକ୍ସନ ପ୍ଲାନ-୨୦୨୬ ପ୍ରସ୍ତୁତି କରିଛନ୍ତି।
  19. ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରରୁ ୮ ଲକ୍ଷ ୧୩ ହଜାରରୁ ଅଧିକ ଆପ୍ ଉପକୁ ହଟାଇ ଦିଆଯାଇଥିବା ସୂଚନା । ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଦଜନକ ଆପକୁ ହଟାଇ ଦେଇଛନ୍ତି। ଏହା ପରେ ଉପଭୋକ୍ତାମାନେ ଏହି ଆପ୍ ବ୍ୟବହାର କରିବାକୁ ଆଉ ସମର୍ଥ ହେବେ ନାହିଁ ।
  20. ଇନ୍ଦୋର ସ୍ଥିତ ଆର୍ମି ଓ୍ବାର କଲେଜ, ମହୁରେ ୩୦ ଜଣ ସେନା ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ସେମାନଙ୍କ କରୋନା ପରୀକ୍ଷା ହୋଇଥିଲା।  ୧୬ ଜୁନ୍‌ ପରେ ପ୍ରଥମ ଥର ଇନ୍ଦୋରରେ ଗୋଟିଏ ଦିନରେ ୩୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.