• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାତ୍ୟା ଗୁଲାବ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇନି । ବାତ୍ୟା ପ୍ରଭାବରେ ଯଦିଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପବନ ହୋଇଛି ତେବେ ସେଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନି । ଏବେବି ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି ।
  2. ଗତ ୨୪ ଘଣ୍ଟାରେ ୫୮୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
  3. କୋରାପୁଟ ଜିଲ୍ଲାରେ ପ୍ରଭାବ ପକାଇଛି ବାତ୍ୟା ‘ଗୁଲାବ’ । ରବିବାର ରାତିଠାରୁ ବର୍ଷା ଜାରି ରହିଛି । ଜିଲ୍ଲାରେ ରାତିଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। କୋରାପୁଟ ସମେତ ବନ୍ଧୁଗାଁ ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗିରେ ପ୍ରବଳ ଲାଗି ରହିଛି ।
  4. ରବିବାର ରାତିରେ ଦୁର୍ବୃତ୍ତମାନେ ପିପିଲି  ସାତଶଙ୍ଖ ବିଜେପି କାର୍ଯ୍ୟାଳୟ ପୋଡିବା ସହ ବିଅର ବୋତଲରେ ପେଟ୍ରୋଲ ପୁରାଇ ମାଡ କରିଥିଲେ। ଫଳରେ ନିଆଁ ଲାଗିଯାଇଥିଲା । ବିଜେପି କର୍ମୀମାନେ ନିଆଁକୁ ଆୟତ୍ତ କରିଥିଲେ । ଯଦ୍ୱାରା ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା ।  
  5. ଆଜି OSRTC ବସ୍‌ ଚଳାଚଳ ବନ୍ଦ ରହିବ । ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ ଗଡ଼ିବନି OSRTC ବସ୍‌ ।
  6. ଚଳିତ ଆଇପିଏଲ୍‌-୧୪ର ଦ୍ୱିତୀୟ ଚରଣରେ ରବିବାର ଖେଳାଯାଇଥିବା ସଂସ୍କରଣର ୩୯ତମ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସକୁ ୫୪ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି ।
  7. ଶ୍ରୀକାକୁଲମରେ ଗୁଲାବ ପ୍ରଭାବରେ ଡଙ୍ଗା ଓଲଟି ୨ ମୃତ । ଆନ୍ଧ୍ରର ଶ୍ରୀକାକୁଲମରେ ଏହି ଅଘଟଣ ଘଟିଛି । ସମୁଦ୍ରରେ ଡଙ୍ଗା ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
  8. ସଂସଦରେ ପାରିତ ହୋଇଥିବା ତିନିଟି ବିବାଦୀୟ ନୂଆ କୃଷି ଆଇନ ବିରୋଧରେ କିଶାନ ମୋର୍ଚ୍ଚା ସାମ୍ମୁଖ୍ୟ ସୋମବାର, ସେପ୍ଟେମ୍ବର 27 ରେ 10 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ।
  9. ଓଡିଆରେ ଇଂଜିନିୟରିଂ ପୁସ୍ତକ ପ୍ରସ୍ତୁତିର ସମୀକ୍ଷାରେ ଶୀଘ୍ର ପାଠ୍ୟପୁସ୍ତକ ପ୍ରସ୍ତୁତିପାଇଁ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଗୁରୁତ୍ୱ ।
  10. ଖୁସି ଖବର ଆଣିଲା ସେରୋ ସର୍ଭେ ରିପୋର୍ଟ , ରାଜ୍ୟରେ ୭୩% ସାଧାରଣ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୯୩% ସ୍ୱାସ୍ଥ୍ୟକର୍ମୀଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି ।
  11. କମାଲ୍ କରିଦେଲେ ସ୍ନେହା …ଜାତିସଂଘରେ ପାକ୍ କୁ ପାନେ ଚଖାଇଲେ ଭାରତର ଏହି ଯୁବ ଅଫିସର ସ୍ନେହା ଦୁବେ ।
  12. ଆଧାର ପ୍ରସ୍ତୁତି ନିଯମରେ କିଛି ପରିବର୍ତ୍ତନ କରିଛି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା UIDAI । ନୂଆ ନିୟମ ଅନୁସାରେ ପାଞ୍ଚ ବର୍ଷରୁ କମ ପିଲାଙ୍କ ପାଇଁ ଆଉ କୌଣସି ବା-ୟୋ-ମେ-ଟ୍ରି-କ ଡିଟେଲ୍ସର ଆବଶ୍ୟକତା ନାହିଁ ।
  13. ୨୦୨୧ ନୁହେଁ ୨୦୨୨ରେ ଆସିବ ଅମୀରଙ୍କ ଅପକମିଙ୍ଗ ଫିଲ୍ମ । ଆମିର ଖାଁଙ୍କର ଫିଲ୍ମ ଲାଲ୍ ସିଂ ଚଢ଼ାର ରିଲିଜ୍ ତାରିଖ ଘୁଞ୍ଚିବାରେ ଲାଗିଛି । ଏବେ ଆମିର ଟୁଇଟ୍ କରି ଫିଲ୍ମଟି ୨୦୨୨ ଫେବୃୟାରୀ ୧୪ ଭାଲେଣ୍ଟାଇନ୍ ଡେ’ରେ ହେବ ବୋଲି ସୂଚନା ଦେଇଛନ୍ତି । 
  14. ଆଜି ରାଜସ୍ଥାନ ରୟାଲ୍ସର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ।
  15. ପଶ୍ଚିମବଙ୍ଗର ଭବାନୀପୁରରେ ଆସନ୍ତା ୩୦ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।ଟିଏମସିର ବରିଷ୍ଠ ନେତାମାନେ ପ୍ରଚାରର ମଙ୍ଗ ସମ୍ଭାଳୁଛନ୍ତି । ବିଜେପି ୮୦ ନେତାଙ୍କୁ ଶେଷ ଦିନରେ ପ୍ରଚାର ମଇଦାନକୁ ଓହ୍ଲାଇଛି ।ରବିବାର  ବାତ୍ୟା ଗୁଲାବ ପାଇଁ ରାଜ୍ୟରେ ପାଗ ମେଘୁଆ ଥିଲେ ବି ପ୍ରଚାର କିନ୍ତୁ ଥମିନଥିଲା
  16. ଆଜିଠୁ ସାରା ଦେଶରେ ଲାଗୁ ହେବ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ।୨୦୨୦ ଅଗଷ୍ଟ ୧୫ ରେ ଲାଲକିଲ୍ଲାରେ ସ୍ୱାଧୀନତା ଉତ୍ସବ ଅଭିଭାଷଣରେ ମୋଦି ଏହି ସ୍ୱାସ୍ଥ୍ୟ ମିଶନର ପାଇଲଟ୍‌ ପ୍ରକଳ୍ପ ଘୋଷଣା କରିଥିଲେ ।
  17. ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୬୦୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୭୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୬ ଲକ୍ଷ ୭୮ ହଜାର ୭୮୬ରେ ପହଁଚିଛି ।
  18. ଭାରତୀୟ ମହିଳା କ୍ରିକେଟ୍‌ ଦଳର ପେସ୍ ବୋଲର ଝୁଲଣ ଗୋସ୍ବାମୀ ୬୦୦ ୱିକେଟ ଅତିକ୍ରମ କରି ପାରିଛନ୍ତି। ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ୍‌କୁ ମିଶାଇ ଝୁଲଣ ଅଦ୍ୟାବଧି ୬୦୧ଟି ୱିକେଟ ନେଇଛନ୍ତି। 
  19. ଆଇପିଏଲ୍‌ରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଏଥିରେ ଶେଷ ବଲ୍‌ରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ୨ ୱିକେଟରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପରାସ୍ତ କରିଛି।
  20. ତାଲିବାନ ଆତଙ୍କିମାନେ ଦେଶରେ ଚାରିଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଛକଗୁଡିକରେ କ୍ରେନରେ ଝୁଲାଇ ରଖିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.