• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୭୨୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୭୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୭,୬୬,୭୦୭ ଓ ମୃତ୍ୟୁସଂଖ୍ୟା ୪,୪୮,୩୩୯ରେ ପହଞ୍ଚିଛି।
  2. ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୭୭ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୯୯ ଜଣ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୬୯୫୩କୁ ବୃଦ୍ଧି ପାଇଥିବା ବେଳେ ୧୦୧୩୧୪୨ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆଉ ୫୫୫୬ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୪ଜଣ ପଜିଟିଭ ରହିଛନ୍ତି।
  3. ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ଉପରେ ଓ୍ୱେଲମାର୍କ ଲୋ ପ୍ରେସର ହୋଇରହିଛି । ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବ ନାହିଁ । କିନ୍ତୁ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ଝାରସୁଗୁଡ଼ା,ବରଗଡ଼, ସମ୍ବଲପୁର, ଦେବଗଡ ଓ ଅନୁଗୁଳରେ ବର୍ଷା ହେବାର ସମ୍ଭାବନା ରହିଛି ।
  4. ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ । ୩୧ ବର୍ଷୀୟ ଲାକ୍ରା ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ବୀରେନ୍ଦ୍ର ଲାକ୍ରା ।
  5. ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ଭୁବନେଶ୍ୱର-କଟକରେ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ।
  6. ପଞ୍ଜାବ ଚନ୍ନୀ ସରକାରଙ୍କ ନିଷ୍ପତ୍ତି, ବଦଳିବେନି DGP କି ସୋଲିସିଟର ଜେନେରାଲ, ତେଣିକି ସିଦ୍ଧୁଙ୍କ ଇଛା ।
  7. ଓଡିଶା ସମେତ ୪ ହାଇକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ଦେବାକୁ ୧୬ ଜଣଙ୍କ ନାଁ ପ୍ରସ୍ତାବ ରଖିଲେ ସୁପ୍ରିମକୋର୍ଟ କଲେଜିୟମ।
  8. ଭାରତୀୟ ସେନା ପାଇଁ କିଣାଯିବ୨୫ ଟି ଲଢୁଆ ବିମାନ: ୧୩ ହଜାର କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର ।
  9. ୩ ବର୍ଷ ମଧ୍ୟରେ ସରକାର ରାଜଧାନୀ ଦିଲ୍ଲୀକୁ ବାୟୁ, ଜଳ ଏବଂ ଶବ୍ଦ ପ୍ରଦୂଷଣରୁ ମୁକ୍ତ କରିବେ: କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ ।
  10. ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ: ୮୦୦କିମି ପଦଯାତ୍ରା କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମୁକ୍ତିକାନ୍ତ ।
  11. କେନ୍ଦ୍ରୀୟ ମହିଳା କୃଷି ଗବେଷଣା ସଂସ୍ଥାର ସର୍ଭେ ରିପୋର୍ଟ: ସାଢ଼େ ୬ ଘଣ୍ଟାର ପରିଶ୍ରମ ପରେ ବି ରାଜ୍ୟର ୮୧.୦୩ % ମହିଳା ଅବୈତନିକ ।
  12. ଅକ୍ଟୋବର ୩୧ ଯାଏ ଘୁଞ୍ଚିଲା ଡିଏଲ୍‌ ଅବଧି, ଡ୍ରାଇଭିଂ ଟେଷ୍ଟ୍‌ ପାଇଁ ସ୍ଲଟ୍‌ ନ ମିଳିଲେ ବଦଳି ପାରିବ ଆରଟିଓ ।
  13. ପଞ୍ଜାବ ପରେ ଛତିଶଗଡ କଂଗ୍ରେସରେ ମୁଣ୍ଡ ଟେକିଲା ବିବାଦ । ନେତୃତ୍ୱ ପରିବର୍ତ୍ତନ ନେଇ ଉଠିଲା ସ୍ୱର ।
  14. ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଏବଂ ଜଣେ ଭଲ ଡ୍ରାଗ୍ ଫ୍ଲିକର ରୁପିନ୍ଦର ପାଲ୍ ସିଂହ ଅବସର ଘୋଷଣା କରିଛନ୍ତି । ସେହିଭଳି ସୁନ୍ଦରଗଡ଼ର ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ମଧ୍ୟ ହକିରୁ ଅବସର ନେଇ ଘୋଷଣା କରିଥିବା ସୂଚନା ଦେଇଛି ହକି ଇଣ୍ଡିଆ ।
  15. ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି, ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣାଇବାକୁ ଡିଏମ୍‌ଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଯେଉଁଠି ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଛି।
  16. ଅଖିଳ ଭାରତୀୟ ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ଗାଦିରେ କିଏ ବରାଜମାନ କରିବ ସେନେଇ ଚର୍ଚ୍ଚା ଜୋର୍ ଧରିଥିଲା । ମଠ ବାଘମ୍ବରୀ ଗାଦିର ଉତ୍ତରାଧିକାରୀ ବଲବୀର ଗିରି ହେବେ । ଏନେଇ ଔପଚାରିକ ଭାବେ ଅକ୍ଟୋବର ୫ ତାରିଖ ତଥା ଷୋଡଶୀ ଭୋଜ ଦିନ ଘୋଷଣା କରାଯିବ । 
  17. ଦୁର୍ନୀତି ନିବାରଣ ଆଇନରେ ଧାରା ୧୭କୁ ୩ ବର୍ଷ ତଳୁ ସାମିଲ କରାଯାଇଛି। ଏହି ଆଇନ ଅନୁସାରେ ସରକାରୀ ଚାକିରିଆଙ୍କ ବିରୋଧରେ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାକୁ ହେଲେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ପ୍ରାକ୍ ଅନୁମତି ନେବା ବାଧ୍ୟତାମୂଳକ।
  18.  ନୂଆ ଗାଇଡଲାଇନ୍ ନଭେମ୍ବର ୧ ଯାଏ ଜାରି ରହିବ। ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି ଅକ୍ଟୋବର ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି । ପୂଜା ସମୟରେ କଟକ-ଭୁବନେଶ୍ବରରେ ଅଧିକ ଭିଡ ରହୁଥିବା କାରଣରୁ ଏହି ଦୁଇ ସହର ପାଇଁ ନାଇଟ କର୍ଫ୍ୟୁ ସମୟ ପରିବର୍ତ୍ତନ କରାଯାଇଛି। ଟ୍ବିନ୍‌ ସିଟିରେ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ଏହି ନିୟମ ରହିବ । ସେହିପରି ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ। 
  19. ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରା ନ ଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବା ଏବଂ ଅଦାଲତଙ୍କ ନିର୍ଦେଶ ଅନୁସାରେ ୫୦% ସଂରକ୍ଷଣ ସିଲିଂକୁ ଅତିକ୍ରମ ନ କରିବା ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଂଶୋଧନ ବ୍ୟବସ୍ଥା ଆଜିଠାରୁ ରାଜ୍ୟରେ ଲାଗୁ ହେବ। ଫଳରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପଥ ପରିଷ୍କାର ହୋଇଛି।
  20. କରୋନା ପାଇଁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌), ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌), ଗାଡିର ପଞ୍ଜିକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ବୈଧତାକୁ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.