• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଗତ ୨୪ ଘଣ୍ଟାରେ ୨୬,୭୨୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ୧୩.୬ ପ୍ରତିଶତ ବୃଦ୍ଧି ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୩୭,୬୬,୭୦୭ରେ ପହଞ୍ଚିଛି।
  1. ଗତବର୍ଷ ଅପେକ୍ଷା ଚଳିତବର୍ଷ ଜିଏସଟି ସଂଗ୍ରହରେ ରେକର୍ଡ କରିଛି ଓଡ଼ିଶା । ୨୦୨୦ ସେପ୍ଟେମ୍ବର ଶେଷରେ ଜିଏସଟି ଆଦାୟ ପରିମାଣ ଥିଲା ୨ ହଜାର ୩୮୪ କୋଟି ଟଙ୍କା । ଏବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଆଦାୟ ହୋଇଛି ୩ ହଜାର ୩୨୬ କୋଟି । ଯାହାକି ଗତବର୍ଷ ଅପେକ୍ଷା ୪୦ ପ୍ରତିଶତ ଅଧିକ ।
  2. ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଚି ହେବ । ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ ଷ୍ଟ୍ରିମ୍ ପ୍ରକଳ୍ପ ରହିଛି । ଗଞ୍ଜାମ ଗୋପାଳପୁର ଏସଇଜେଡରେ ସମୁଦ୍ର ପାଣିରୁ ମଧୁର ଜଳ ପ୍ରସ୍ତୁତ ପାଇଁ ୧୦୭ କୋଟି ଟଙ୍କା ନିବେଶ କରିବ ଟାଟା । ବର୍ଷକୁ ୫ ହଜାର ୪୭୫ ନିୟୁତ ଲିଟର ମଧୁର ଜଳ ଉତ୍ପାଦନ ହେବ ।
  3. ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଟାର୍ଗେଟ୍‌ ହାସଲ କରିବା ପାଇଁ ୨୦୧୫ରୁ ଓଡ଼ିଶାରେ ଅମୃତ ମିଶନ୍ କାର୍ଯ୍ୟକାରୀ ହେଉଛି। ରାଜ୍ୟର ୯ଟି ସହରରେ ଏହି ଯୋଜନାରେ ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି କରାଯାଉଛି । ଏଥିସହ ରାଜ୍ୟ ସରକାର ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ୧୬ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଅମୃତ ମିଶନ୍ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରୁଛି । 
  4. ନିଜର ସହପାଠୀ କେଇ କୋମୁରୋଙ୍କୁ ବିବାହ କରିବା ପରେ ତାଙ୍କ ରାଜକୀୟ ମାନ୍ୟତା ପ୍ରତ୍ୟାହାର ହେବ। ଜାପାନର ପୂର୍ବତନ ସମ୍ରାଟ ଆକିହିତୋଙ୍କ ୨୯ ବର୍ଷ ବୟସ୍କା ନାତୁଣୀଙ୍କ ବିବାହକୁ ନେଇ ଦେଶରେ ଲାଗିଥିଲା ଚର୍ଚ୍ଚା । ଜାପାନର ପୁରୁଷପ୍ରାଧାନ୍ୟ ରାଜପରିବାରର ନିୟମ ଅନୁସାରେ ଜଣେ ସଦସ୍ୟ ଯଦି ରାଜପରିବାର ବାହାରେ ବିବାହ କରିବେ ତେବେ ତାଙ୍କ ନିକଟରୁ ରାଜକୀୟ ମାନ୍ୟତା ପ୍ରତ୍ୟାହୃତ ହେବ।
  5. ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଫାଇଜର କୋଭିଡ ଟିକାର ଦୁଇଟି ଡୋଜ୍ ଶିଶୁ ମାନଙ୍କୁ ଦୀର୍ଘ ସମୟ ଧରି କୋଭିଡରୁ ରକ୍ଷା କରିପାରିବ। ଆମେରିକାର ଫୁଡ ଏଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ୧୨ ରୁ ୧୫ ବର୍ଷର ଶିଶୁଙ୍କୁ ୨୧ ଦିନ ବ୍ୟବଧାନରେ ୨ଟି ଡୋଜ୍‌ ଟିକା ଦେବା ପାଇଁ ଅନୁମୋଦନ କରିଛି।
  6. ବିଜେପି ଶାସିତ ରାଜ୍ୟ ହରିୟାଣାରେ ଚାଷୀମାନେ ବିଜେପି ବିଧାୟକଙ୍କ ଘର ବାହାରେ ଆନ୍ଦୋଳନ କରିବେ। ବିଜେପି ବିଧାୟକଙ୍କ ଘର ସମେତ ଜିଲ୍ଲାପାଳଙ୍କ ଅଫିସ୍‌ ବାହାରେ ବି ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି।
  7. ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚନ୍ନି ମୋଦୀଙ୍କୁ ପ୍ରଥମ ଥର ପାଇଁ ଔପଚାରିକ ଭାବେ ଭେଟିଛନ୍ତି।
  8. ଦେଶର ବିଭିନ୍ନ ରାଜ୍ୟରେ ଡେଙ୍ଗୁ ଜ୍ବର ଲୋକଙ୍କୁ ଚିନ୍ତାରେ ପକାଇଛି। ତେବେ ଭାରତରେ ଡେଙ୍ଗୁ ପାଇଁ ଟିକାର ବିକାଶ ଉପରେ କାମ ଚାଲିଛି ବୋଲି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ମହାନି‌ର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି।
  9. ସ୍ବଚ୍ଛ ଭାରତ ୨.୦ ମିସନରେ ତାଙ୍କ ସରକାର ସହରାଞ୍ଚଳଗୁଡ଼ିକୁ ଅଳିଆ ଆବର୍ଜନାମୁକ୍ତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ସହରଗୁଡ଼ିକର ଅଳିଆ ପରିଚାଳନା ସହିତ ଜଳ ସୁରକ୍ଷା ଏବଂ ମଇଳା ଡ୍ରେନର ଜଳ ଯେଭଳି ନଦୀରେ ନମିଶେ ତାହା ଉପରେ କାର୍ଯ୍ୟ କରାଯିବ। ଭାରତରେ ବର୍ତ୍ତମାନ ପ୍ରତିଦିନ ପ୍ରାୟ ୧ ଲକ୍ଷ ଟନ ବର୍ଜ୍ୟବସ୍ତୁର ପରିଚାଳନା ହେଉଛି।  ୨୦୧୪ରେ ଯେତେବେଳେ ଏହି ଅଭିଯାନ ଆରମ୍ଭ ହେଲା
  10. ଅମୃତ ୨.୦ ମିସନରେ ଦେଶର ପ୍ରାୟ ୪୭୦୦ ସହରାଞ୍ଚଳରେ ଲୋକଙ୍କୁ ଘରେ ପାଇପ ଯୋଗେ ପାନୀୟ ‌ଜଳ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।
  11. କରୋନା ମହାମାରୀ ଓ ରାଜ୍ୟରେ ଡାକ୍ତର ଅଭାବ କାରଣ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ଏନଓସି ପାଇଁ କରାଯାଇଥିବା ଦରଖାସ୍ତ ଖାରଜ କରିଛି। ଉଚ୍ଚନ୍ୟାୟାଳୟ ଏ ସଂପର୍କିତ ମାମଲାର ଶୁଣାଣି କରି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତିକୁ ରଦ୍ଦ କରିବା ସହିତ ଅକ୍ଟୋବର ୫ ତାରିଖ ପୂର୍ବରୁ ଆବେଦନକାରୀ ଡାକ୍ତରଙ୍କୁ ଏନଓସି ଦେବାକୁ କହିଛନ୍ତି।
  12. ଶିଳ୍ପାୟନ ଦ୍ବାରା ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଶୁକ୍ରବାର ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରୀ କର୍ତ୍ତୃପକ୍ଷ (ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଅଥରିଟି) ବୈଠକରେ ପ୍ରାୟ ୧୪୧୧.୫୮କୋଟି ଟଙ୍କା ବିନିଯୋଗରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
  13. ସୁନୀଲଙ୍କ ଅବସର ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକର ୩୨ ବର୍ଷୀୟ ଅଗ୍ରଭାଗ ଖେଳାଳି ସୁନୀଲ ୧୪ ବର୍ଷର ଅନ୍ତଜାତୀୟ କ୍ୟାରିୟରରେ ୨୬୪ଟି ମ୍ୟାଚ ଖେଳି ୭୨ଟି ଗୋଲ ସ୍କୋର କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳରେ ସ୍ଥାନ ପାଇବାରେ ସୁନୀଲ ବିଫଳ ହୋଇଥିଲେ।
  14. ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ହାସଲକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ ହେବନାହିଁ, ତେବେ ଏହି ନିଷ୍ପତ୍ତି କିଛି କାଳ ପାଇଁ ରହିବ । ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରାଯାଇନାହିଁ । 
  15. ଆଜି ଅକ୍ଟୋବର ୨ ତାରିଖ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ବାପୁ ନାମରେ ଜଣାଶୁଣା ଗାନ୍ଧୀ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ।
  16. ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ। ବ୍ରିଟିଶ କବଳିତ ଭାରତରେ ବିଦ୍ରୋହର ବହ୍ନି ଜଳୁଥିବାବେଳେ ୧୯୦୪ ଅକ୍ଟୋବର ୨ତାରିଖରେ ଉତ୍ତରପ୍ରଦେଶର ମୋଗଲସରାଇର ପବିତ୍ର ଭୂମିର କୋଳମଣ୍ଡନ କରିଥିଲେ।
  17. ଅକ୍ଟୋବରରେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗାମୀ ଛଅରୁ ଆଠ ସପ୍ତାହ ପର୍ଯ୍ୟନ୍ତ ସତର୍କ ଏବଂ ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ ଯାଇ କରୋନାର ମୋଟ୍ ମାମଲାରେ ହ୍ରାସ ଦେଖିବାକୁ ମିଳିବ। ସେ ପର୍ଯ୍ୟନ୍ତ ଆମକୁ ସାବଧାନ ରହିବାକୁ ପଡିବ ବୋଲି ଶୁକ୍ରବାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଦିଲ୍ଲୀର ନିର୍ଦ୍ଦେଶକ ଡ.ଗୁଲେରିଆ କହିଛନ୍ତି।
  18. ପ୍ରଧାନ ବିଚାରପତି କହିଛନ୍ତି, ‘ମୁଁ ଥରେ ଅମଲାତନ୍ତ୍ର ବିଶେଷ କରି ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଏପରି ଅଭିଯୋଗର ଶୁଣାଣି ପାଇଁ ଏକ ସ୍ଥାୟୀ କମିଟି ଗଠନ କରିବାକୁ ଚିନ୍ତା କରୁଥିଲି । ଏହି କମିଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ମୁଁ ଏହାକୁ ସୁରକ୍ଷିତ ରଖିଛି, ଏବେ ଏହାକୁ କରିବାକୁ ଚାହୁଁ ନାହିଁ।’
  19. ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଦ୍ୱାରା ‘ବଲିଉଡରେ ଶ୍ରେଷ୍ଠ ଅଭିନେତ୍ରୀ’ ହିସାବରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ‘ଗ୍ଲୋବାଲ୍ ଆଚିଭର୍ସ ଆୱାର୍ଡ ୨୦୨୧’ କୁ ଜିତିଛନ୍ତି। ଏହି ତାଲିକାରେ ବାରାକ ଓବାମା, ଜେଫ୍ ବେଜୋସ୍, କ୍ରିଷ୍ଟିଆନୋ ରୋନାଲଡୋ ଆଦି ବିଶ୍ୱର ଅନ୍ୟାନ୍ୟ ଲୋକପ୍ରିୟ ନାଁ ଅନ୍ତର୍ଭୁକ୍ତ।
  20. ଚାଇନାର କାର ମେକର୍ କମ୍ପାନୀ ଓ୍ବିଲିଂ ହୋଙ୍ଗଗୁଆଙ୍ଗ୍‌ମିନି ଇଲେକ୍ଟ୍ରିକ୍ କାର ଉତ୍ପାଦନରେ ବେଶ ସଫଳତା ପାଇଛି । ୨୦୨୦ରେ ୧,୧୯,୨୫୫ଟି ଇଲେକ୍ଟ୍ରିକ୍‌ କାର ସହ ଦ୍ବିତୀୟ ସବୁଠାରୁ ଅଧିକ ବିକ୍ରି ହେଉଥିବା କାରମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା । ଏବେ କମ୍ପାନୀ ଆଉ ଏକ ମିନି ଇଲେକ୍ଟ୍ରିକ୍‌ କାର ବଜାରକୁ ଆଣିବାକୁ ଯାଉଛି । ଯାହାର ନାଁ ରଖିଛି  "ନାନୋ  ଇଭି "  ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.