• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର କୃତି ଓ କୀର୍ତ୍ତିର ସ୍ମରଣ ନିମନ୍ତେ ଉନ୍ମୋଚିତ ହୋଇଛି ପୁସ୍ତକ `ଗାନ୍ଧୀଜୀ ଇନ୍ ଓଡ଼ିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକକୁ ଉନ୍ମୋଚନ କରିଛନ୍ତି
  2. ଦେଶରେ ଦିନକୁ ଦିନ ଶିଶୁଙ୍କ ପ୍ରତି ନିର୍ଯାତନା ବଢିବାକୁ ଲାଗୁଛି। କୋଭିଡ ସଙ୍କଟ କାଳରେ ଗତବର୍ଷ ଶିଶୁଙ୍କ ବିରୋଧରେ ଦୈନିକ ୩୫୦ ଟି ଅପରାଧ ଘଟଣା ଘଟିଥିଲା । ଏହି ସମୟକାଳ ମଧ୍ୟରେ ମୋଟ ୧ ଲକ୍ଷ, ୨୮ହଜାର ୫୩୧ ଟି ଅପରାଧ ପଞ୍ଜିକୃତ ହୋଇଥିଲା । ଚାଇଲଡ ରାଇଟ୍ସ ଆଣ୍ଡ ୟୁ ବା କ୍ରାଏ ସଂସ୍ଥା ପକ୍ଷରୁ କୁହାଯାଇଛି ୨୦୧୯ ରେ ଦେଶରେ ଶିଶୁଙ୍କ ବିରୋଧରେ ଅପରାଧ ସଂଖ୍ୟା ହୋଇଥିଲା ୧ ଲକ୍ଷ ୪୮ ହଜାର ୧୮୫। ଏହା ଅର୍ଥ ପ୍ରତିଦିନ ୪୦୦ଟି ଅପରାଧ ଶିଶୁଙ୍କ ବିରୋଧରେ ସଂଗଠିତ ହୋଇଥିଲା ।
  3. ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପୋଲିସ ଦ୍ୱାରା ଉଡାଯାଇଥିବା ଆବୁଧାବି ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣାରେ ଦୁଇ ପାଇଲଟ, ନାଗରିକ ଡାକ୍ତର ଏବଂ ଜଣେ ନର୍ସଙ୍କ ମୃତ୍ୟୁ ହୋଇଥିବା ପୋଲିସ ନିଶ୍ଚିତ ଭାବେ ସୂଚନା ଦେଇଛନ୍ତି।
  4. ଲିଥୁଆନିଆର ଜଣେ ବ୍ୟକ୍ତିଙ୍କ ପେଟରୁ ପ୍ରାୟ ୧ କିଲୋଗ୍ରାମ ଲୁହା ବାହାରିବା ଖବର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମାସେ ତଳୁ ସେ ଏକ ୪ ଇଞ୍ଚିଆ କଣ୍ଟା ସହ ପୁଳା ପୁଳା କଣ୍ଟା, ନଟ, ବୋଲ୍ଟ, ସ୍କ୍ରୁ, ଓ୍ବାସର, ଛୁରୀ ଆଦି ଖାଇଚାଲିଥିଲେ ।
  5. ଖାଇବାକୁ ନ ଦେବା ସହ ଖରାପ ବ୍ୟବହାର କରିଥିବାରୁ ରାଗିଗଲେ ଫଟୋଗ୍ରାଫର | ଆଉ ବରଙ୍କ ସାମ୍ନାରେ ଡିଲିଟ କରିଦେଲେ ଉଠାଇଥିବା ସବୁ ଫଟୋ | ପ୍ରକୃତରେ, ଆମେରିକାର ୱାସିଂଟନରେ ଏଭଳି ଘଟଣା ଘଟିଛି | ଫଟୋଗ୍ରାଫର ଜଣକ ସୋସିଆଲ ମିଡିଆ ସାଇଟ୍ ରେଡ୍ଡିଟ୍ ରେ ସେହି ଦିନର ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଛନ୍ତି |
  6. ଏନସିପି ମୁଖ୍ୟ ଶରଦ ପାୱାର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଶନିବାର ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ନିତିନ ଗଡକରୀ କରି ଦେଖାଇଛନ୍ତି ଯେ କ୍ଷମତାକୁ କିଭଳି ସଦୁପଯୋଗ କରାଯାଏ |
  7. କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶନିବାର ଦିନ ଚିରାଗ ପାଶୱାନ ଓ ପଶୁପତି ପାରସଙ୍କ ମଧ୍ୟରେ ନିର୍ବାଚନୀ ଚିହ୍ନକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି। ବିବାଦ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ନିର୍ବାଚନୀ ଚିହ୍ନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।
  8. ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରେଳଧାରଣା ଉପରେ ପ୍ରତିବାଦ କରିଥଇବା ଚାଷୀମାନଙ୍କ ଉପରେ ଆରପିଏଫ ଦ୍ବାରା ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।
  9. ଲଦାଖର ଉପରାଜ୍ୟପାଳ ଆର୍‌କେ ମାଥୁର ଖଦି କପଡ଼ାରେ ନିର୍ମିତ ବିଶ୍ବର ବୃହତ୍ତମ ଜାତୀୟ ପତାକା (ତ୍ରିରଙ୍ଗା) ଉଦ୍‌ଘାଟନ କରିଛନ୍ତି।
  10. ଆଇପିଏଲ୍‌: ଫିକା ପଡ଼ିଲା ଋତୁରାଜଙ୍କ ଶତକ, ୭ ୱିକେଟରେ ଚେନ୍ନାଇକୁ ହରାଇଲା ରାଜସ୍ଥାନ ।
  11. ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଚିଠିରେ ଲେଖିଛନ୍ତି-“ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ । ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ଦିଆଯାଇଛି । 
  12. ବନ୍ୟଜନ୍ତୁ ଶିକାର ସଂପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର ।
  13. ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥା ଗୁଡିକ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛନ୍ତି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଉପରେ ୨୬ ପଇସା ଏବଂ ଡିଜେଲ ଉପରେ ୩୩ ପଇସା ବୃଦ୍ଧି ହୋଇଛି । 
  14. ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ‘ଗୋଡସେ’ ଫିଲ୍ମର ଘୋଷଣା, ଟିଜର ରିଲିଜ୍ କଲେ ନିର୍ଦ୍ଦେଶକ ମହେଶ ମଞ୍ଜରେକର ।
  15. ଗାଇଡଲାଇନ୍ ଅନୁସାରେ ଆସନ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ପ୍ରଥମେ ସିଟ୍ ସଂରକ୍ଷଣ ପରେ ବଳକା ସଂରକ୍ଷିତ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ଲାଗି ରିଜର୍ଭସନ ରହିବ ।
  16. କବି କେଦାର ମିଶ୍ର, ଗବେଷକ ସଂଜୟ ବାଗ୍ ପାଇବେ ଭୁବନେଶ୍ବର ବେହେରା ସାହିତ୍ୟ ସମ୍ମାନ ।
  17. ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ପରୀକ୍ଷା ନୀତି । ଦୁଇ ବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ୍ ଓ ଦୁଇଟି ଆନୁଆଲ୍ ପରୀକ୍ଷା ହେବ । ତିନିମାସକୁ ଥରେ ହେବାକୁ ଥିବା ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷାଗୁଡିକରେ କିପରି ପ୍ରଶ୍ନ ଆସିବ ତାହା ବି ସ୍ପଷ୍ଟ କରାଯାଇଛି । 
  18. ୟୁଜିସି ପାଠ୍ୟକ୍ରମରେ ସାମିଲ୍ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ । ସମ୍ବଲପୁର ରେଢ଼ାଖୋଲ ଗସ୍ତ ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।
  19. ଦେଶରେ ଦିଆଗଲା ୯୦ କୋଟିରୁ ଅଧିକ ଡୋଜ୍ କରୋନା ଟିକା । ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ୯୦ କୋଟି ଡୋଜ୍ ଟପିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
  20. ସରକାରୀ କର୍ତ୍ତବ୍ୟ ପାଳନ କରୁଥିବା ମୃତ୍ୟୁବରଣ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପରିବାରକୁ ଏକ୍ସ-ଗ୍ରାଟିଆ ଏକଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ନିୟମକୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.