• +91-9861016349 / +91-9437281655
  • Email: amarisatya@gmail.com

Odia Current News

    1. ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୦୭୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୮ ଲକ୍ଷ ୩୪ ହଜାର ୭୦୨ରେ ପହଁଚିଛି ।
    2. ୟୁପି ଲକ୍ଷ୍ମୀପୁର ଖେରିରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିବା ନେଇ ମାମଲା ରୁଜୁ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ ଆଶିଷ ନିଜ କାର୍ ମଡାଇ ଦେବାରୁ ୨ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ଅଭିଯୋଗ ହୋଇଥିଲା ।
    3. ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ଯ୍ୟାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା 8ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ ।
    4. ଦେଶରେ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହୋଇପଡୁଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା କହିଛନ୍ତି ।
    5. ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।
    6. ଭାରତ ବିଶ୍ବର ଅନ୍ୟତମ ଔଷଧ ନିର୍ମାତା ବନିବା ହେଉଛି ୭୫ ବର୍ଷ ଭିତରେ ଦେଶ ପାଇଁ ଏକ ବଡ଼ ସଫଳତା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି।
    7. ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ (ଏନସିଏପି)ରୁ ଚଳିତବର୍ଷ ଦିଲ୍ଲୀକୁ କେନ୍ଦ୍ର ସରକାର ବାୟୁ ପ୍ରଦୂଷଣ ରୋକିବା ପାଇଁ ୧୮.୭୪ କୋଟି ଟଙ୍କା ପ୍ରଦାନ କରିବେ। ୨୦୨୪ ମସିହା ସୁଦ୍ଧା ପିଏମ୍‌୨.୫ ଏବଂ ପିଏମ୍‌୧୦ ମାତ୍ରାରେ ୨୦ରୁ ୩୦ ପ୍ରତିଶତ ହ୍ରାସ ପାଇଁ ଜାତୀୟସ୍ତରରେ ଏକ ରଣନୀତି ପ୍ରସ୍ତୁତ ହୋଇଛି।
    8. ଚଳିତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ପ୍ରଚାର ଅଭିଯାନରେ ୧୫୪.୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।
    9. ଟ୍ୱିଟର୍‌କୁ କମ୍‌ବ୍ୟାକ୍‌ କରିବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ୍ : ଆକାଉଣ୍ଟ୍ ରିଷ୍ଟୋର୍ କରିବାକୁ କୋର୍ଟଙ୍କ ନିକଟରେ ଅନୁରୋଧ ।
    10. ଆଫଗାନିସ୍ତାନରେ ବେଆଇନ ଅସ୍ତ୍ରଶସ୍ତ୍ର ନିଷିଦ୍ଧ କଲେ ତାଲିବାନ ସରକାର, ରାସ୍ତାରେ ଚାଲିପାରିବନି କାଗଜପତ୍ର ନଥିବା ଗାଡି ।
    11. ପିପିଲିରେ ପୁଣି ଶଙ୍ଖ ବାଜିଲା: ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।
    12. ପରଲୋକରେ ତାରକ ମେହେଟ୍ଟା କା ଓଲଟା ଚଷମା’ ର ନଟୁ କାକା, କ୍ୟାନ୍ସର ନେଇଗଲା ନଟୁଙ୍କ ଜୀବନ
    13. ପାକିସ୍ତାନରେ ଦୁର୍ବିସହ ହେଉଛି ଆର୍ଥିକ ସଂକଟ, ଖର୍ଚ୍ଚ କାଟ କରିବାକୁ ପିସିବିକୁ ଏମିତି ନିର୍ଦ୍ଦେଶ ଦେଲେ ରମିଜ୍ ରାଜା
    14. ସପ୍ତାହେ ହେଲା ବଢ଼ୁଛି ତୈଳ ଦର ।
    15. କୃଷକଙ୍କ ମୃତ୍ୟୁରେ ଟାର୍ଗେଟ୍‌ରେ ଯୋଗୀ ସରକାର, ସୋମବାର ଲକ୍ଷ୍ମୀପୁର ଖିରି ଯିବେ ଅଖିଳେଶ-ପ୍ରିୟଙ୍କା-ବଘେଲ
    16. ଲହୁଲୁହାଣ ଲକ୍ଷ୍ମୀପୁର ଖିରି: ୪ କୃଷକଙ୍କ ସହ ଗାଡିରେ ଥିବା ୪ ଜଣଙ୍କ ମୃତ୍ୟୁ, ଇଣ୍ଟରସେବା ବ୍ୟାନ୍ ।
    17. ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ବିଧାୟକ କରିବେ ସୁପାରିଶ । ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି ।
    18. ଆସନ୍ତା ୨୦୨୨ ଡିସେମ୍ବରରୁ ଭାରତରେ ବହୁପ୍ରତୀକ୍ଷିତ ଷ୍ଟାରଲିଙ୍କର ସେବା ଆରମ୍ଭ ହେବାକୁ ଯାଉଛି | ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ସ୍ୟାଟେଲାଇଟ କମ୍ପାନୀ ଷ୍ଟାରଲିଙ୍କ ଆସନ୍ତା ବର୍ଷ ଡିସେମ୍ବରରୁ ଭାରତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବ।
    19. ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି), ଆଇଟି ସଂକ୍ରାନ୍ତୀୟ ଅନ୍ୟାନ୍ୟ କ୍ଷେତ୍ର (ଆଇଟିଇଏସ୍) ଓ ଇଲେକ୍ଟ୍ରୋନିକ୍ ନିର୍ମାଣ କ୍ଷେତ୍ରର ହବ୍‌ରେ ପରିଣତ କରିବା ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
    20. ବିଶ୍ୱ ବ୍ୟାଙ୍କର ଶିକ୍ଷା ଦଳ ବିଶ୍ୱର ବିଭିନ୍ନ ଦେଶର ଅଭିଜ୍ଞତାକୁ ଆଧାର କରି ଏକ ନୀତି ନୋଟ୍ ପ୍ରସ୍ତୁତ କରିଛନ୍ତି ଯେଉଁଠାରେ ପୂର୍ବରୁ ବିଦ୍ୟାଳୟଗୁଡ଼ିକ ଖୋଲାଯାଇଛି । ସତର୍କତାର ସହିତ ବିଦ୍ୟାଳୟ ଖୋଲିବା ଦ୍ୱାରା ଛାତ୍ର, କର୍ମଚାରୀ ଏବଂ ସମାଜରେ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ବହୁତ କମ୍ ବୋଲି ପରାମର୍ଶ ଦିଆଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.