• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଦିନକ ମଧ୍ୟରେ ୧୩,୫୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୧୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟାରେ ୧୯,୫୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୩,୩୪,୩୯,୩୩୧ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଲେଣି ।
  2. ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡ ଜିଲାରେ ୨ ଜଣ ପ୍ରାଣ ହରାଇଥିବାବେଳେ ବରଗଡ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୯୦କୁ ବୃଦ୍ଧିପାଇଛି ।
  3. ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲିଛି । ରବିବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ାଇଛନ୍ତି । ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି ।
  4. ଜାମ୍ମୁ-କାଶ୍ମୀର: ୭୬ ଦିନ ପରେ ମିଳିଲା ଦ୍ଵିତୀୟ ପାଇଲଟ୍‌ଙ୍କ ମୃତଦେହ, ଅଗଷ୍ଟରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।
  5. ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ । 
  6. ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରିଛି । ଏପରି କି ୧୭ ଓ ୧୯ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । 
  7. ଅନୁସୂଚିତ ଜାତି ଉପରେ ଅପମାନଜନକ ଟିପ୍ପଣି ଦେଇ ହଟହଟା ହୋଇଛନ୍ତି ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ୍‌ ଜିତାଇଥିବା ଯୁବରାଜ ସିଂ । ଏହି ମାମଲାରେ ହିସାର ପୋଲିସ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ବିଶ୍ୱକପ୍‌ ହିରୋ ଯୁବିଙ୍କୁ ଗିରଫ କରିଛି।
  8. ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ୍‌ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏହା ପଛର କାରଣ ବୋଲି କୁହାଯାଇଛି । ଜାତୀୟ ରାଜଧାନୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଫଳରେ ଲିଟର ପିଛା ପେଟ୍ରୋଲ ଦର ୧୦୫.୪୯ ଟଙ୍କା ଓ ଡିଜେଲ ଦର ୯୪.୨୨ ଟଙ୍କାରେ ପହଞ୍ଚିଛି ।
  9. ଋଷରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ପ୍ରାଣ ହରାଇଲେ ପ୍ରାୟ ଏକ ହଜାର ଲୋକ ।
  10. ବିଧାୟକଙ୍କ ପାଇଁ ଏମଏଲଏ କଲୋନୀରେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ହେବ: ଟଙ୍କା ଅଭାବରୁ ଆଗେଇ ପାରୁନି ପ୍ରକଳ୍ପ କାର୍ଯ୍ୟ ।
  11. ଏକାଦଶ ଶ୍ରେଣୀ ପାଇଁ ଆସିଲା ଗାଇଡଲାଇନ୍‌: ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ ରୁମକୁ ପ୍ରବେଶ କରିବେ ।
  12. ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା ।
  13. ଆଉ ରହିବନି ପାୱାରକଟ୍‌ ଭୟ, ପୁରୀରେ୨୪ ଘଣ୍ଟା ମଳିବ ବିଦ୍ୟୁତ୍‌ ସେବା ।
  14. ଭାରତୀୟ ନୌସେନା ଓ ଓଡ଼ିଶା ଭେଟେରାନ୍ସ କ୍ଲବର ମିଳିତ ଉଦ୍ୟମରେ ପ୍ରାଚୀ ନଦୀରେ ନୌଯାତ୍ରା ଆୟୋଜନ ।
  15. ଇଣ୍ଟିଗ୍ରେଟେଡ୍‌ ବିଇଡି-ଏମ୍ଇଡି ଛାତ୍ରଛାତ୍ରୀଙ୍କ ନିଯୁକ୍ତି ବାଟ ଫିଟିଲା, ଏଣିକି ଶିକ୍ଷକତା ପାଇଁ ଆବେଦନ କରିପାରିବେ ।
  16. ଆରମ୍ଭ ହୋଇଛି ଚଟାପଟ୍ ଟି-୨୦ ବିଶ୍ବକପ୍ ମହାକୁମ୍ଭ । ପ୍ରଥମ ଦିନରେ ଓମାନ ଓ ସ୍କଟଲାଣ୍ଡ ବାଜିମାତ୍ କରିଛନ୍ତି । ପ୍ରଥମ ମ୍ୟାଚରେ ଆୟୋଜକ ଓମାନ, ପପୁଅଆ  ନ୍ୟୁଗିନିକୁ ହରାଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଗିନି ୯ ଓ୍ବକେଟ ହରାଇ ୧୨୯ ରନ୍ କରିଥିଲା । ଦଳ ପକ୍ଷରୁ ଆସାଦ ଭାଲା ସର୍ବାଧିକ ୫୬ ରନ୍ କରିଥିଲେ । ଜବାବରେ ୧୩.୪ ଓଭରରେ ବିନା କୌଣସି ଓ୍ବକେଟ୍ ହରାଇ ଓମାନ ୧୩୧ ରନ୍ କରି ବିଜୟ ହୋଇଛି ।
  17. ପୃଥିବୀର ଅନେକ ସ୍ଥାନକୁ ପହଞ୍ଚିପାରୁଥିବା ଏକ ହାଇପର ସୋନିକ କ୍ଷେପଣାସ୍ତ୍ର ଚାଇନା ପରୀକ୍ଷା କରିଛି । ଗତ ଅଗଷ୍ଟ ମାସରେ ଏହି ପରୀକ୍ଷା କରାଯାଇଥିଲେ ମଧ୍ୟ ଚାଇନା ତାହାକୁ ଗୁପ୍ତ ରଖିଥିଲା । ସଂପ୍ରତି ଏହି ବିଷୟ ସର୍ବସମ୍ମୁଖକୁ ଆସିଛି ।
  18. ଆଫଗାନିସ୍ତାନରେ ସର୍ବସାଧାରଣରେ ଫାଶୀ ବ୍ୟବସ୍ଥା ଜାରି ରହିବ; କିନ୍ତୁ ଅଦାଲତ ନିର୍ଦେଶକ୍ରମେ ଏହା କାର୍ଯ୍ୟକାରୀ ହେବ। ତାଲିବାନ ଶାସକ ଏଭଳି ଘୋଷଣା କରିଛି।
  19. ଲେବାନନ୍‌ର ହିଜ୍‌ବୁଲ୍ଲାହ୍‌ ସହ ଇସ୍ରାଏଲ୍‌ ଯୁଦ୍ଧ କରିବାକୁ ଚାହେଁନାହିଁ କିନ୍ତୁ, ଯଦି ଯୁଦ୍ଧ ହୁଏ ତେବେ, ହିଜ୍‌ବୁଲ୍ଲାହ୍‌ ଦୈନିକ ନିକ୍ଷେପ କରୁଥିବା ୨୦୦୦ ରକେଟ୍‌ର ସମ୍ମୁଖୀନ ହେବା ପାଇଁ ଇସ୍ରାଏଲ୍‌ ପ୍ରସ୍ତୁତ ଅଛି ବୋଲି ଜଣେ ବରିଷ୍ଠ ଇସ୍ରାଏଲୀୟ ସାମରିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।
  20. ଦେଶରେ କରୋନାର ଦ୍ବିତୀୟ ଲହର ଥମି ଯାଇଛି, କିନ୍ତୁ ତୃତୀୟ ଲହରର କୌଣସି ଖରାପ ସମୟ ଆଉ ଆସିବ ନାହିଁ ବୋଲି କହିବା ଠିକ୍‌ ହେବନାହିଁ। ଜାତୀୟ କୋଭିଡ୍‌ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ. ପଲ୍‌ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.