• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଭିଡରେ ଚାଲିଗଲେ ଆମେରିକାର ପ୍ରଭାବଶାଳୀ କୂଚନୀତିଜ୍ଞ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ କଲିନ ପାଓ୍ୱେଲ। ପ୍ରଥମ କୃଷ୍ଣକାୟ ବୈଦେଶିକ ମନ୍ତ୍ରୀ ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଓ୍ୱେଲଙ୍କୁ ମୃତ୍ୟୁବେଳକୁ ହୋଇଥିଲା ୮୪ ବର୍ଷ।
  2. କୋଇଲା ରୟାଲିଟି ୨୦ ପ୍ରତିଶତ ଦେବାପାଇଁ କେନ୍ଦ୍ର ନିକଟରେ ଦାବି କରିବ ରାଜ୍ୟ । ବିଧାନସଭାର ଇସ୍ପାତ ଓ ଖଣି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
  3. ସିବିଏସ୍‌ଇ ଦଶମ, ଦ୍ୱାଦଶ ଶ୍ରେଣୀର ଟର୍ମ ଓ୍ୱାନ୍ ପରୀକ୍ଷା ତାରିଖ ଘୋଷଣା ହୋଇଛି । ନଭେମ୍ବର ଡିସେମ୍ବର ମଧ୍ୟରେ ହେବ ଦଶମ, ଦ୍ୱାଦଶ ଟର୍ମ ପରୀକ୍ଷା ଅନୁଷ୍ଠିତ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୧୧ତାରିଖ ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା ହେବ । ସେହିଭଳି ଡିସେମ୍ବର ୧ରୁ ୨୨ପର୍ଯ୍ୟନ୍ତ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ଉଭୟ ଶ୍ରେଣୀର ପରୀକ୍ଷା ସାଢେ ୧୧ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ନିର୍ଧାରିତ ହୋଇଥିବା ପରୀକ୍ଷା ସେଣ୍ଟରରେ ପିଲା ଅଫଲାଇନ୍‌ ପରୀକ୍ଷା ଦେବେ ।
  4. ସନତ କୁମାର ମହାନ୍ତିଙ୍କୁ ବୈଷୟିକ ଶିକ୍ଷା ଓ SCERT ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏଥିସହ ତାଙ୍କୁ ମିଡ୍‌ ଡେ ମିଲ୍‌ର ପରିଚାଳନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
  5. ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । 
  6. ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମକୁ ବଡ ଝଟକା। ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ। 
  7. ହାଇଦ୍ରାବାଦୀ କମ୍ପାନି ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଭାରତୀୟ ଟିକା କୋଭାକ୍ସିନର ଜରୁରିକାଳୀନ ବ୍ୟବହାର ତାଲିକାକରଣ (ଇୟୁଏଲ୍‌) ଲାଗି ବିଚାରବିମର୍ଶ ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ବୈଷୟିକ ଉପେଦେଷ୍ଟାମଣ୍ଡଳୀର ଏକ ବୈଠକ ଅକ୍ଟୋବର ୨୬ରେ ବସିବାକୁ ଯାଉଛି ବୋଲି ଡବ୍ଲୁଏଚ୍‌ଓର ପ୍ରମୁଖ ବୈଜ୍ଞାନିକ ରବିବାର କହିଛନ୍ତି।
  8. ଦେଶରେ ଗତ ୨୪ ଘଣ୍ଟାରେ ୧୩,୫୯୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୩୦ ଦିନରେ ଏହା ଦେଶରେ ସବୁଠୁ କମ୍ ସଂକ୍ରମଣ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧୬୬ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍‌ ମୃତ୍ୟୁସଂଖ୍ୟା ୪,୫୨,୨୯୦କୁ ବୃଦ୍ଧି ପାଇଛି ।
  9. ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲଡ୍‌ ଲିମିଟେଡ(ଏମସିଏଲ) ଗତକାଲି (ରବିବାର)ଦିନ ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି । ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ୱ ରେକର୍ଡ ୫.୪୫ ଲକ୍ଷ ଟନକୁ ଟପି ପାରିଛି ।
  10. ମିଳିଥିବା ସୂଚନା ମୁତାବକ ଏହି ଆମେରିକୀୟ କୃଷକଙ୍କ କଖାରୁର ଓଜନ ପ୍ରାୟ ଦଶ କ୍ୱିଣ୍ଟାଲ ହୋଇଥିବାବେଳେ ଏହି କଖାରୁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି |
  11.  ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ସରକାର ପାଣି ବିଲ୍ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ତେବେ ପାଣି ବିଲ ଛାଡ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ଉପରେ ପ୍ରାୟ ୧୮୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ |
  12. ଅଖିଳ ଭାରତୀୟ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାନ(ଆଇଓଏସଆର) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
    -ଇଞ୍ଜିନିୟରିଂ ଶିକ୍ଷା ପାଇଁ ଓଡ଼ିଆରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବେ ଏଆଇସିଟିଇ ଓ ଆଇଓଏସଆର
  13. ଦେଶର ୬୧ ଜିଲାରେ କୁଷ୍ଠରୋଗ ଉଦ୍‍ବେଗଜନକ ସ୍ଥିତିରେ ରହିଛି। ୨୦୩୦ ସୁଦ୍ଧା ଭାରତକୁ କୁଷ୍ଠରୋଗ ମୁକ୍ତ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶା, ଛତିଶଗଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରାର ନଗର ହାବେଳିରେ ସ୍ଥିତି ଜାତୀୟ ହାରଠାରୁ ତିନିଗୁଣା ଅଧିକ ରହୁଛି।
  14. ଜମ୍ମୁ କାଶ୍ମୀରର କାଠୁଆ ଜିଲାରେ ଅଗଷ୍ଟ ୩ ତାରିଖରେ ଘଟିଥିବା ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାରେ ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇସାରିଥିବାବେଳେ ଦ୍ୱିତୀୟ ପାଇଲଟଙ୍କ ମୃତଦେହକୁ ୭୫ ଦିନ ପରେ ଉଦ୍ଧାର କରାଯାଇଛି ।
  15. ବାଂଲାଦେଶରେ ଏବେ ହିନ୍ଦୁ ବିରୋଧୀ କାର୍ଯ୍ୟ ବୃଦ୍ଧି ପାଇଛି। ପ୍ରଥମେ ମନ୍ଦିରରେ ଭଙ୍ଗାରୁଜା ଆଉ ଏବେ ୨୯ ଘରେ ନିଆଁ ଲଗାଇ ଦେଇଛନ୍ତି କଠୋରପନ୍ଥୀ। 
  16.  ଯଦି କୃଷକଙ୍କ କଥା ଶୁଣାନଯାଏ ତେବେ କେନ୍ଦ୍ର ସରକାର ପୁନର୍ବାର କ୍ଷମତାକୁ ଆସିବେ ପାରିବେ ନାହିଁ। ରବିବାର ଝୁନଝୁନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ  ମଲିକ । 
  17.  ମାଟ୍ରିକ୍‌ ପରୀକ୍ଷାରେ ଟପ୍ପର ହୋଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି କର୍ଣ୍ଣାଟକ ଟୁମାକୁରୁ ଜିଲ୍ଲାର ଗ୍ରୀଷ୍ମା ନାୟକ । କିନ୍ତୁ ସ୍କୁଲ ଫି’ ଦେଇନପାରିବାରୁ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଜୀବଦ ଯୁଦ୍ଧରେ ଲଢି ଲଢି ଶେଷରେ ବିଜୟୀ ବି ହୋଇଥିଲେ । ଏବେ ସେ ପୁଣି ଚର୍ଚ୍ଚାରେ 
  18. ଏବେ ମଦ ପାଇଁ ମଧ୍ୟ ସଂଗ୍ରହାଳୟ କରାଯାଇଛି। ଆଉ ଏହି ମଦକୁ ସଂଗ୍ରହାଳୟ ମିଳିଛି ଗୋଆରେ। ପ୍ରାଚୀନ ବସ୍ତୁର ସଂଗ୍ରହକର୍ତ୍ତା, ସ୍ଥାନୀୟ ବ୍ୟବସାୟୀ ନନ୍ଦନ କୁଡଚଡକର ଦ୍ଵାରା ଏହି ମଦ ସଂଗ୍ରହାଳୟ ଆରମ୍ଭ କରାଯାଇଛି।
  19.  ଟି-୨୦ ବିଶ୍ଵ କପ୍ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଚମକିଲେ  ଭାରତୀୟ ବ୍ୟାଟସମ୍ୟାନ। ଇଶାନ କିଶନ ଏବଂ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। 
  20. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ । ଜିଲ୍ଲାରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଜିଲ୍ଲାର ୬ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.