• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ପୋଲ ଖୋଲିଯାଇଛି। ୧୧୬ ଭୋକିଲା ଦେଶଙ୍କ ସୂଚୀର ୧୦୧ନମ୍ବର ସ୍ଥାନ ଦଖଲ କରିଛି ଭାରତ। ପଛକୁ ପାପୁଆ ନ୍ୟୁଗିନି, ଆଫଗାନିସ୍ତାନ ଓ ନାଇଜେରିଆ ଅଛନ୍ତି। ଏଥିରୁ ପୋଡଶୀ ନେପାଳ ଓ ପାକିସ୍ତାନ ଏବେ ଭାରତ ଅପେକ୍ଷା ବେଶ ଉତ୍ତମ ପରିସ୍ଥିତିରେ ଥିବା ଜଣାପଡିଛି।
  2. ଆନ୍ଧ୍ର-ଓଡିଶା-ଝାଡଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍କିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୄତ୍ୟୁ ଘଟିଛି
  3. କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ  ।  ୨୦୧୯ ମସିହାରେ କଂଗ୍ରେସରେ ଯୋଗଦାନ କରିଥିବା ଏହି ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି  ।
  4. ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ। ତେବେ ଏଯାଏଁ ଅନଲାଇନରେ କ୍ଲାସ ଚାଲୁ ରହିଛି । ଅଭିଭାବକମାନେ ଦେଖିବା କଥା ଯେ ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ ପିଲାମାନେ କରିବେ। 
  5. କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୬୫୮ କୋଟି ଟଙ୍କାରେ ମେଗା ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଏହି ମେଗା ପାନୀୟଜଳ ପ୍ରକଳ୍ପ ଦ୍ବାରା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡ଼ା, ଚକାପାଦ, ଜି.ଉଦୟଗିରି ଓ କ.ନୁଆଗାଁରେ ପାନୀୟ ଜଳ ପ୍ରକଳ୍ପକୁ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ  ।
  6. ବାଂଲାଦେଶ ଆନ୍ତର୍ଜାତୀୟ ସୀମା ରହିଥିବା ୩ ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ BSF ବା ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା ବୃଦ୍ଧି ପାଇବ । ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ BSFର ଅଧିକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ BSFର କ୍ଷମତା ୧୫ କିମି ସୀମା କ୍ଷେତ୍ର ପର୍ଯ୍ୟନ୍ତ ରହିଛି । ଅର୍ଥାତ ଏବେ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ସୀମା କ୍ଷେତ୍ରଠାରୁ ୫୦ କିଲୋମିଟର କ୍ଷେତ୍ର ମଧ୍ୟରେ ବିଏସଏଫ୍ ସର୍ଚ୍ଚ ଅପରେସନ ଓ ଗିରଫ କରିପାରିବ ।
  7. କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ନେଇ ଭାରତ ବାୟୋଟେକ ପକ୍ଷରୁ ସମସ୍ତ ବୈଷୟିକ ପ୍ରମାଣପତ୍ର ଦିଆସାରିଛି। ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ କମିଟି ଏ ନେଇ ଅନୁଧ୍ୟାନ କରୁଛନ୍ତି । ଅଳ୍ପଦିନ ଭିତରେ covaxinକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ମିଳିବ ବୋଲି ବୈଦେଶିକ ସଚିବ କହିଛନ୍ତି ।
  8. ଶୀଘ୍ର ସ୍ଥିତିରେ ସୁଧାର ନଆସିଲେ ଚୀନ୍ ଭଳି ଭାରତରେ ବି ଅନ୍ଧାର ଛାଇ ଯିବାର ଆଶଙ୍କା ସୃଷ୍ଟି ହେଇଛି। ସରକାରୀ ହିସାବରେ ଦେଶରେ ୧୩୫ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍ ଉତ୍ପାଦନ କରାଯାଇଥାଏ। ହେଲେ ଏଥିରୁ ୧୮ଟି ପ୍ଲାଣ୍ଟରେ କୋଇଲା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ୨୦ଟି ପ୍ଲାଣ୍ଟ ଏମିତି ଅଛନ୍ତି ଯାହାଙ୍କ ପାଖରେ ମାତ୍ର ୭ ଦିନଠାରୁ କିଛିଦିନ ଅଧିକ ଷ୍ଟକ ରହିଛି।
  9.  ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଛି ସନ୍ଧାନ । ସେ ହଂକଂରେ ରହିଛନ୍ତି
  10. ଭାରତ ସମେତ ସାରା ଦୁନିଆ କରାେନା ସଂକ୍ରମଣ ବିରୋଧରେ ଲଢେଇ କରିବା ଲାଗି ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଉଛି । କିନ୍ତୁ ୬୦ ବର୍ଷରୁ ଅଧିକ ବୟସ୍କ ଯେଉଁ ବ୍ୟକ୍ତି ଚାଇନା ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇଛନ୍ତି । ସେମାନଙ୍କୁ ଟିକାର ତୃତୀୟ ଡାେଜ୍ ଦେବା ଉଚିତ୍ ବୋଲି ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
  11. କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଭଗବାନ ଆୟାପ୍ପା ସ୍ବାମୀ ମନ୍ଦିର ଆସନ୍ତା ୧୬ ତାରିଖ ଅପରାହ୍ଣରେ ଖୋଲିବ ।
  12. ତାମିଲନାଡୁ ପଞ୍ଚାୟତ ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ପାର୍ଟିର ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସୂଚନା ମୁତାବକ ବିଜୟଙ୍କ ଫ୍ୟାନକ୍ଲବ ଅଲ ଇଣ୍ଡିଆ ଥଲପତି ବିଜୟ ମୁକ୍କଲ ଇୟକମ୍ ପାର୍ଟି ୧୬୯ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ ଜଣ ପ୍ରାର୍ଥୀ ବିଜୟଲାଭ କରିଛନ୍ତି ।
  13. ସମଗ୍ର ଦେଶରୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଥିବା ସତ୍ତ୍ବେ ଦେଶରେ ଆଗାମୀ କିଛି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଦେଶର ଉଭୟ ପଟେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି ।
  14. କୋଭିଡ୍‌-୧୯ ଏବଂ ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ହେତୁ ବିଶ୍ୱ ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି । ୨୦୨୦ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୮୯.୬% ଥିବାବେଳେ ଏ ବର୍ଷ ୯୦.୬%କୁ ବୃଦ୍ଧି ପାଇବା ନେଇ ଆଇଏମ୍‌ଏଫ୍‌ ଆକଳନ କରିଛି । ୨୦୨୦ରେ ବିଶ୍ୱର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚୀନ୍‌ର ଭାଗ ୯୦%ରୁ ଅଧିକ ଥିଲା ।
  15. ଜେଏସଡବ୍ଲୁ ଷ୍ଟିଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ( ସିଏମଡି) ସଜ୍ଜନ ଜିନ୍ଦଲ ୱାର୍ଲଡ ଷ୍ଟିଲ ଆସୋସିଏସନ (ଡବ୍ଲୁଏସଏ) ଚେୟାରମ୍ୟାନ ମନୋନୀତ ହୋଇଛନ୍ତି। ୨୦୨୧-୨୨ ବର୍ଷ ନିମନ୍ତେ ଜିନ୍ଦଲଙ୍କୁ ଚେୟାରମ୍ୟାନ ମନୋନୀତ କରାଯାଇଥିବା ଡବ୍ଲୁଏସଏ ବୁଧବାର ସୂଚିତ କରିଛନ୍ତି।
  16. ମିଳିତ ପତ୍ରରେ ଏୟାର ଇଣ୍ଡିଆ ସଂଘ ସମସ୍ତ ବକେୟା ସୁଧ ସହିତ ପ୍ରଦାନ କରିବା ଏବଂ ଛୁଟି ବଦଳରେ ଦେୟ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କୁ କହିଛନ୍ତି। ପାଇଲଟ୍, ସହକାରୀ ସଦସ୍ୟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ସଂଘଗୁଡିକ ମଧ୍ୟ କର୍ମଚାରୀମାନଙ୍କୁ ଅବସର ନେବା କିମ୍ବା ସମ୍ପତ୍ତିର ମୂଲ୍ୟାୟନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ କଲୋନୀରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।
  17. ଓଡ଼ିଶା ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଣ୍ଟିଆ, ଶହୀଦ ବାଜି ରାଉତ ଓ ପାର୍ବତି ଗିରିଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଥିବା ଲଫାପାକୁ କିଣି ବ୍ୟବହାର କରିବା ପାଇଁ ଉଭୟ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
  18. ଜାତୀୟ ବରିଷ୍ଠ ମହିଳା ଫୁଟବଲ ଦଳରେ ୨ ଓଡ଼ିଆ ଖେଳାଳୀ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ସ୍ବିଡେନ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ଜାତୀୟ ବରିଷ୍ଠ ମହିଳା ଫୁଟବଲ ଦଳରେ ୨ ଓଡ଼ିଆ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ପ୍ୟାରୀ ଖାଖା ଓ ମନିଷା ପାନ୍ନା।
  19. ୨୦୨୨ରେ ଭାରତରେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଆୟୋଜନ ହେବ। ବିଶ୍ବ ଫୁଟ୍‌ବଲର ପ୍ରଶାସନିକ ସଂସ୍ଥା ଫିଫା ଦ୍ବାରା ସୋମବାର ଏହି ବିଶ୍ବକପ୍‌ର ମାସ୍କଟ୍‌ ଉନ୍ମୋଚନ କରାଯାଇଛି। ଏହି ମାସ୍କଟ୍‌ର ନାମ ରଖାଯାଇଛି ‘ଇଭା’। 
  20. କୌଣସି ପ୍ରକାରର ବିଶ୍ୱସ୍ତରୀୟ ବଡ଼ କ୍ରୀଡ଼ା ପ୍ରତିଯୋଗିତାରୁ ଓହରିଯିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଦେଶର କ୍ରୀଡ଼ା ସଂଘଗୁଡ଼ିକ ସରକାରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.