• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶିଷ୍ଟ ଗାନ୍ଧୀବାଦୀ ନେତା ଡ. ସାଲେମ ନଞ୍ଜୁଦୟା ସୁବ୍ବାରାଓଙ୍କର ଆଜି ଜୟପୁର ସରକାରୀ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। 
  2. ନଭେମ୍ବର ୧ରୁ ୟୁଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପାଠ ପଢ଼ିବେ। ସେହିପରି ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପିଲାମାନଙ୍କର ମଧ୍ୟ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ। 
  3. ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓ୍ବାଙ୍ଖଡେଙ୍କ ଭଉଣୀ, ମହିଳା ଆୟୋଗଙ୍କୁ ଲେଖିଲେ ଚିଠି ।
  4. ପେଗାସସ୍ ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରିପାରିବେନି ସରକାର ।
  5. ଆସନ୍ତା ବର୍ଷ ଫେବୃଆରୀ ଶେଷ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାରିବାକୁ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ମାର୍ଚ୍ଚ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଜିଲା ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ସାରିବାକୁ ତତ୍ପରତା ପ୍ରକାଶ ପାଇଛି ।
  6. ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି -୫ ସଫଳତାର ସହିତ ଉତ୍‍କ୍ଷେପଣ ।
  7. ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ ।
  8. କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶୁଭାରମ୍ଭ କଲେ “ସମ୍ଭବ”-୨୦୨୧, ଯୋଗଦେବେ ଦେଢ ଲକ୍ଷ ଛାତ୍ରଛାତ୍ରୀ ।
  9. ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ)ର ପରାମର୍ଶଦାତା କମିଟି ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର କୋଭିଡ୍‌ ଟିକାକୁ ଅନୁମତି ପ୍ରଦାନ ନିମନ୍ତେ ସୁପାରିସ୍‌ କରିଛି ।
  10. ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।
  11. ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ପୁରୀ ପୌରାଞ୍ଚଳ ବାସୀ । ନଭେମ୍ବର ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି । 
  12. ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଶେଷ ଚଳଚ୍ଚିତ୍ର ‘ଅକ୍କାଡ ବକ୍କଡ ରାଫୁ ଚକ୍କର’ର ରିଲିଜ ତାରିଖ ସାମ୍ନାକୁ ଆସିଛି। ଏହି ଫିଲ୍ମ ନଭେମ୍ବର ୩ ରେ ଆମାଜନ ପ୍ରାଇମରେ ରିଲିଜ ହେବ ।
  13. ଡିସେମ୍ବର ମାସ ଭିତରେ ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ ଶିକ୍ଷକଙ୍କ ଅଭାବକୁ ନେଇ ଝଡ଼ ଉଠିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । 
  14. ନଭେମ୍ବରରୁ ମେଗା ଟିକାକରଣ, ଘର ଘର ବୁଲି ଦିଆଯିବ କରୋନା ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
  15. ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଚଳିତ ବର୍ଷ ୧୧ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିଶ କରାଯାଇଛି । ଏଥି ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ୍‌ ବିଜେତା ନୀରଜ ଚୋପ୍ରା, ସିଲ୍‌ଭର୍‌ ମେଡାଲ୍‌ ଆଣିଥିବା ରବି ଦହିଆଙ୍କ ନାମ ରହିଛି । 
  16. ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍‌ ଆରମ୍ଭ ହେବ । ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ ।
  17. ଏନସିବିର ତଦନ୍ତକାରୀ ଅଫିସର ସମୀର ୱାଙ୍ଖଡେଙ୍କ ବିରୋଧରେ ବିବାଦୀୟ ବୟାନ। ଗିରଫ ହେଲେ କିରଣ ଗୋସାଭି। ଗତକାଲି ବିଳମ୍ବିତ ରାତିରେ ପୁନେ ପୋଲିସ ଗୋସାଭିକୁ ଗିରଫ କରିଛି। କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଗିରଫ ଆର୍ଯ୍ୟନ ଖାନ୍ ମାମଲାରେ ଏକମାତ୍ର ସାକ୍ଷୀ ଥିଲେ ଗୋସାଭି।
  18. ଏୟାର ଇଣ୍ଡିଆର ବକେୟା ରାଶି ତୁରନ୍ତ ପୈଠ କରିବା ଲାଗି ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ। ବର୍ତ୍ତମାନଠାରୁ ବାକିରେ ନୁହେଁ ବରଂ ନଗଦ ଅର୍ଥ ଦେଇ ଟିକେଟ କିଣିବାକୁ ପଡିବ। ଗତ ଦୁଇ ସପ୍ତାହ ତଳେ ଟାଟା ଗ୍ରୁପ ଅଧୀନସ୍ଥ ଟେଲେସ ପ୍ରାଇଭେଟ ଲିମିଟେଡକୁ ୧୮ ହଜାର କୋଟି ଟଙ୍କାରେ ସରକାର ଏୟାର ଇଣ୍ଡିଆକୁ ବିକିବା ଲାଗି ନିଷ୍ପତ୍ତି ନେଇଥିଲେ।
  19. ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ
  20. ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା ସୁକମାବତୀ ସୁକର୍ଣ୍ଣପୁତ୍ରୀ (୬୯) ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.