• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜିଏସ୍‍ଟି କ୍ଷତିପୂରଣ ଭାବରେ ଅର୍ଥ ମନ୍ତ୍ରଣାଳୟ ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଋଣ ସୁବିଧା ବିଧେୟକ ଅଧୀନରେ ୪୪ ହଜାର କୋଟି ଟଙ୍କା ପ୍ରଦାନ କରିଛି। 
  2. ଦେଶର ସାମୁଦ୍ରିକ ନିରାପତ୍ତାକୁ ମଜଭୁତ କରିବା ପାଇଁ ସ୍ୱଦେଶରେ ନିର୍ମିତ ଭାରତୀୟ ଉପକୂଳରକ୍ଷୀ ବାହିନୀର ଯୁଦ୍ଧ ଜାହାଜ ‘ସାର୍ଥକ’କୁ ଆଜି ଗୋଆଠାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ଜାହାଜ ଗୁଜୁରାଟର ପୋର୍‍ ବନ୍ଦର ମୁତୟନ ରହିବ ଏବଂ ଭାରତର ପଶ୍ଚିମାଞ୍ଚଳ ସମୁଦ୍ର ଉପକୂଳରେ ପହରା ଦେବ। 
  3. ରାଜ୍ୟର ୧୧୪ ଟି ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ରମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। 
  4. ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନାରାୟଣ ମହାନ୍ତି ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ ପାଇବେ। ଆସନ୍ତା ୩୧ରେ ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହେବାକୁ ଥିବା ଉତ୍କଳ ସାହିତ୍ୟ ସମାଜର ୧୧୯ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଡକ୍ଟର ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
  5. ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍‌ ସ୍କୁଲ୍‌ ଇନ୍‌ ଏ ଭ୍ୟାନ୍‌’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।
  6. ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ଯୋଗଦେଲେ ୧୩୫ ଖେଳାଳି ।
  7. ଇଶା ଅମ୍ବାନିଙ୍କୁ “ସ୍ମିଥ୍ସୋନିୟନ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ନିଯୁକ୍ତି ।
  8. ୧୫୦ ଟଙ୍କା ଛୁଇଁବ ପେଟ୍ରୋଲ ଦାମ ! ୨୮ ଦିନରେ ୨୧ ଦିନ ବଢିଲାଣି ତେଲ ଦର ।
  9. ଭୋପାଲରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଅକ୍ଟୋବରରେ ୧୩.୪ ଡିଗ୍ରି ସେଲସିୟସକୁ ଖସିଲା ପାରଦ ।
  10. ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।
  11. କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ । ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍‌ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
  12. କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦେଶରେ ଗତକାଲିର ତୁଳନାରେ ଆଜି ସଂକ୍ରମିଣ ହାର ୨୦ ପ୍ରତିଶତ ବୃଦ୍ଧି ପାଇବାପରେ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ।
  13. NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।
  14. ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।
  15. ମାଟ୍ରିକ୍‌ ପରେ ଡ୍ରପ୍‌ ଆଉଟ୍‌, ପାଠପଢ଼ାରୁ ମୁହଁ ମୋଡ଼ିଲେ ୧.୮ଲକ୍ଷ ପିଲା ।
  16. ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଘଣ୍ଟାକୁ ୩୦୦ କିଲୋମିଟରରୁ ଅଧିକ ବେଗରେ ମାଡିଆସିଥିଲା ପବନ। ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।
  17. ରାଜ୍ୟ ସରକାରଙ୍କ 5-ଟି ମାଧ୍ୟମରେ ରୂପାନ୍ତରଣ ହେବ ଗଜପତିର 60ଟି ହାଇସ୍କୁଲ  । 
  18. ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ । ଦୀର୍ଘ ଦିନ ଧରି ଚାଲିଥିବା ଅଦାଲତ ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ । ରାଜ୍ୟରେ ବିଦ୍ୟୁତ ବିତରଣ ଘରୋଇକରଣ ହେବା ପରେ ଏପ୍ରିଲ ୧୯୯୯ରୁ ଏହି ଦାୟିତ୍ବ ନେଇଥିଲା ରିଲାଏନ୍ସ-ଇନଫ୍ରା
  19. ବିଶ୍ବର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ଫେସବୁକ ପାଇଲା ନୂଆ ପରିଚୟ। ଫେସବୁକର ନାଁ ବଦଳାଇଛି କମ୍ପାନୀ। ଏବେ ନୂଆ ନାଁ ରଖାଯାଇଛି ‘ମେଟା’। କମ୍ପାନୀର ବାର୍ଷିକ ଉତ୍ସବରେ ନୂଆ ନାଁ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ମାର୍କ ଜୁକରବର୍ଗ।
  20. କାନାଡ଼ର ପ୍ରତୀରକ୍ଷା ଗାଦି ସମ୍ଭାଳିବାରେ ପ୍ରଥମ ହିନ୍ଦୁ ମହିଳା ହେବାର ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.