• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨୩୮ ଜଣ । ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪, ବୌଦ୍ଧରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଅନ୍ତର୍ଗତ ଭଗବାନ ବୁଦ୍ଧଙ୍କ ପରିନିର୍ବାଣ ଠାରେ ‘କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର’ ଉଦ୍‌ଘାଟନ କରିଛିନ୍ତି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି।
  3. ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ଟିଭ୍ ମୋଡରେ କଂଗ୍ରେସ। ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ କଂଗ୍ରେସ ଟିକେଟ ଦେବ ବୋଲି ଘୋଷଣା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହାସହ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ନୂଆ ନାରା ଦେଇଛି କଂଗ୍ରେସ । ‘ଲଡ୍‌କୀ ହୁଁ, ଲଡ୍‌ ସକତୀ ହୁଁ 
  4. ଆମେରିକାରେ କେବଳ ସୋରିଷ ତେଲକୁ ବସାଜ କରିବା ପାଇଁ ବ୍ୟବହାର କରାଯାଏ । ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ସ ଆଡମିନଷ୍ଟ୍ରେସନ ସୋରିଷ ତେଲକୁ ଏକ ଖାଦ୍ୟ ତେଲ ଭାବରେ ବ୍ୟବହାର କରିବା ଉପରେ ରୋକ ଲଗାଇଛନ୍ତି । ଆଡମିନଷ୍ଟ୍ରେସନଙ୍କ ଅନୁସାରେ ସୋରିଷ ତେଲର ବ୍ୟବହାର ଶରୀର ପାଇଁ ହାନିକାରକ ।
  5. ଜାମ୍ମୁ-କାଶ୍ମୀରକୁ ଫେରିଛି ନବେ ଦଶକର ସ୍ଥିତି । ଭିଟାମାଟି ଛାଡ଼ି ପଳାୟନ ଆରମ୍ଭ କରିଛନ୍ତି କାଶ୍ମୀରବାସୀ । ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ ପରିବାର।
  6. ୨୦୨୦ ରେ ୧୦ ଜଣ ଓଡ଼ିଆ ତଥା ୨୦୨୧ରେ ୬ ଜଣ ଓଡ଼ିଆଙ୍କୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
  7. ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତ ୧୦୧ତମ ସ୍ଥାନକୁ ଖସିବା ଏକ ଦୁଃଖଦ ବାସ୍ତବତାକୁ ଦର୍ଶାଉଛି ବୋଲି କହିଛି । ବିଶେଷକରି କୋଭିଡ୍ ମହାମାରୀ ଯୋଗୁଁ ସ୍ଥିତି ଆହୁରି ଖରାପ ହୋଇଯାଇଛି ବୋଲି  ଅକ୍ସଫାମ ଇଣ୍ଡିଆ କହିଛି ।
  8. ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ, ମୋଦୀ ଓ ଶାହାଙ୍କୁ ଜଣାଇଲେ କୃତଜ୍ଞତା ।
  9. ଉତ୍ତରାଖଣ୍ଡରେ ବର୍ଷା‌ ବିତ୍ପାତ: ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି, ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ।
  10. ମହାପ୍ରସାଦକୁ ଅସମ୍ମାନ, ସମୁଦ୍ର କୂଳରେ ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ : ଭିଡିଓ ଭାଇରାଲ୍ ।
  11. ସର୍ଲିନ ଚୋପ୍ରାଙ୍କ ଉପରେ ମାନହାନୀ ମକଦ୍ଦମା ଦାଖଲ କଲେ ରାଜ କୁନ୍ଦ୍ରା ଓ ଶିଳ୍ପା, ସର୍ଲିନଙ୍କ ଅଭିଯୋଗକୁ କହିଲେ ମିଥ୍ୟା ।
  12. ଲକ୍ଷ୍ମୀ ପୂଜା, କାଳୀ ପୂଜା ଓ କାର୍ତ୍ତିମ ପୂର୍ଣ୍ଣିମା ପାଇଁ ଆସିଲା ଗାଇଡଲାଇନ୍ ।
  13. ବାଙ୍ଗଲାଦେଶରେ ହିନ୍ଦୁ ମନ୍ଦିର ଓ ଘରମାନଙ୍କରେ ହମଲା ଘଟଣାରେ ୭୧ଟି ମାମଲା ରୁଜ୍ଜୁ: ୪୫୦ ଗିରଫ .
  14. ଅମାନିଆ ଉତ୍ତର କୋରିଆ: ଜାପାନ ସାଗରରେ ନିକ୍ଷେପ କଲା ଦୁଇଟି ବାଲିଷ୍ଟିକ ମିସାଇଲ, ନୌସେନାକୁ ସତର୍କ କରାଇଲା ଜାପାନ  ।
  15. ସରକାରୀ ମେଡିକାଲ କଲେଜ‌ରେ ୪୫ % ପଦବି ଖାଲି: ଏନ୍‌ଏମ୍‌ସି ତଥ୍ୟ ମାଗିବା ପରେ ବଢ଼ିଲା ଚିନ୍ତା ।
  16. ଉତ୍ତରପ୍ରଦେଶରେ ମହିଳା କାର୍ଡ ଖେଳିଲା କଂଗ୍ରେସ । ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ ।
  17. ନୂଆ ରାଜନୈତିକ ଦଳ ଗଠନ କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ।
  18. ଜଳେଶ୍ବର ଷ୍ଟେସନ୍‌ ବଜାରସ୍ଥିତ ଡାଇମଣ୍ଡ୍‌ ହୋଟେଲରୁ ପୁଲିସ ଓ ଅବକାରୀ ବିଭାଗର ୩୫ ଜଣିଆ ଟିମ୍ ଚଢ଼ଉ କରି ଅଢ଼େଇ କେଜିରୁ ଅଧିକ ଧଳାଜହର ଜବତ କରିଛନ୍ତି। ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।
  19. ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଶେର୍ଲିନ୍ ଚୋପ୍ରାଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି। ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ଶେର୍ଲିନ୍ ଚୋପ୍ରା ତାଙ୍କ ବିବୃତ୍ତି ହେତୁ ଚର୍ଚ୍ଚାରେ ରହିଥିଲେ।
  20. ଏଫଏମସିଜି କମ୍ପାନୀ ପ୍ରୋକ୍ଟର ଏଣ୍ଟ ଗେମ୍ବଲ (ପିଏଣ୍ଡଜି) ଇଣ୍ଡିଆ ମଙ୍ଗଳବାର ଦେଶର ଗ୍ରାମୀଣ କ୍ଷେତ୍ରରେ ଅଭିବୃଦ୍ଧିକୁ ଗତି ଦେବା ଲାଗି ୫୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏଥିରେ ଏପରି ବଜାରର ପରିକଳ୍ପନା କରାଯାଇଛି ଯେଉଁଥିରେ ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କ ସହ ବାହ୍ୟ ଅଂଶୀଦାରଙ୍କୁ ମଧ୍ୟ ପାର୍ଟନର କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.