• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ । ଆସନ୍ତାକାଲି ଗୁରୁବାର ସୁଦ୍ଧା ଦେଶରେ ୧୦୦ କୋଟି ଅର୍ଥାତ୍ ବିଲିଅନ ଡୋଜ୍ କୋଭିଡ୍ ଟିକାକରଣ ସମ୍ପନ୍ନ ହେବ । ଏହି ଅବସରରେ ଦେଶର ଶହେଟି ଐତିହ୍ୟ ସ୍ଥଳୀକୁ ତ୍ରିରଙ୍ଗାରେ ଆଲୋକିତ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ।
  2. ଟ୍ରେସିଂ ଏବଂ ଲର୍ଣ୍ଣିଂ କନସେପ୍ଟକୁ ନେଇ ବିଭିନ୍ନ ଥିମ ଉପରେ ପିଲାମାନଙ୍କ ପାଇଁ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସଫ୍ଟସ୍କିଲ୍ ଟ୍ରେନର୍ ସିନ୍ଧୁ ବ୍ରାଉନ । ତାଙ୍କୁ ଏହି ପୁସ୍ତକ ପବ୍ଲିକେସନ୍ ରେ ସହଯୋଗ କରିଛନ୍ତିି ମାନସ ରଞ୍ଜନ ଦାସ, ମାନବୀ ଟୌଙ୍କ୍, ଶ୍ରୀଦେବୀ ଓ କୁଞ୍ଜନ୍କ ।
  3. ଆମେରିକାରେ ଏକ ବିରଳ ପ୍ରତିରୋପଣ ପରୀକ୍ଷା ସଫଳ ହୋଇଛି। ମଣିଷ ଦେହରେ ଘୁଷୁରି କିଡ୍‌ନି ପ୍ରତିରୋପଣ କରାଯାଇଛି। 
  4. ଓଡ଼ିଶା ବିଧାନସଭାର ପୂବର୍ତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୭୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଜନତା ପାର୍ଟିରୁ ରାଜେନୖତିକ କ୍ୟାରିୟର ଆରମ୍ଭ କରିଥିବା ସ୍ବର୍ଗତ ଦୋରା ୩ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ଜନତା ଦଳରୁ ଓ ଶେଷ ଥର ପାଇଁ ୨୦୦୪ରେ ବିଜେପି ଟିକେଟରେ ଜିତି ବିଧାନସଭାକୁ ଆସିଥିଲେ ।
  5. ଚୀନ ସହ ବଢ଼ି ଚାଲିଥିବା ଅଶାନ୍ତି ଭିତରେ ଅରୁଣାଚଳ ପ୍ରଦେଶ ସୀମାରେ ବୋଫର୍ସ ତୋପ ମୁତୟନ କରିଛି ଭାରତ ।
  6. ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ । ୧୭ ଦିନ ମଧ୍ୟରେ ଏହା ହେଉଛି ପ୍ରିୟଙ୍କାଙ୍କ ଦ୍ବିତୀୟ ଗିରଫଦାରୀ ।
  7. ମୁମ୍ବାଇ ପୁଲିସର ପୂର୍ବତନ ମୁଖ୍ୟ ପରମ ବୀର ସିଂ ନିଖୋଜ ହୋଇ ଯାଇଛନ୍ତି ଏବଂ ତାଙ୍କର କୌଣସି ପ୍ରକାର ସନ୍ଧାନ ମିଳୁନାହିଁ ବୋଲି ଆଜି (ବୁଧବାର) ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି।
  8. ଟି-୨୦ ବିଶ୍ୱକପ୍‌: ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ସହଜ ବିଜୟ, ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ।
  9. ଏଲଏସିରେ ଯୁଦ୍ଧ ସ୍ଥିତି ? ଚୀନ ୧୦୦ ରକେଟ୍ ଲଞ୍ଚର ପଠାଇବାରୁ ଭାରତ ମୁତୟନ କଲା ବୋଫର୍ସ ।
  10. ଉତ୍ତରପ୍ରଦେଶରେ ତୃତୀୟ ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ । କୁଶିନଗର ଏୟାରପୋର୍ଟକୁ ଉଦଘାଟନ କଲେ ମୋଦି।
  11. ଡେଙ୍ଗୁ ପାଇଁ ଆଣ୍ଟି ଭାଇରାଲ ଔଷଧ ତିଆରି କଲା CDRI: ୨୦ଟି ସହରରେ ହେବ ଟ୍ରାଏଲ ।
  12. ଫେସବୁକ୍‌’ ଉପରେ ୫୨୦ କୋଟି ଟଙ୍କାର ଜରିମାନା ଲଗାଇଲା ବ୍ରିଟେନ ।
  13. ମହଙ୍ଗା ପେଟ୍ରୋଲ-ଡିଜେଲ୍‌ ଉପରେ ଚେଇଁଲା ପିଏମଓ, ତେଲ କମ୍ପାନୀର ସିଇଓ ସହିତ ପିଏମ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ ।
  14. ଘରୋଇ ସଂସ୍ଥା ଭାରତୀ ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ନିଜର ବହୁ ପୁରୁଣା ଗ୍ରାହକଙ୍କୁ ହରାଇଥିବା ବେଳେ ସରକାରୀ ସଂସ୍ଥା ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ମଧ୍ୟ ନିଜର ବହୁ ସଂଖ୍ୟକ ଗ୍ରାହକଙ୍କୁ ହରାଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।
  15. ଆଗକୁ ଭାରତରେ ଘୋର ବିଦ୍ୟୁତ ସଙ୍କଟ ଦେଖାଦେଇପାରେ। ସମ୍ପ୍ରତି ଦେଶରେ ରହିଥିବା ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡିକ କୋଇଲା ସଙ୍କଟର ସମ୍ମୁଖୀନ ହେଉଥିବାରୁ ଆଗକୁ ଏହିଭଳି ସମସ୍ୟା ଦେଖାଯିବା ସୁନିଶ୍ଚିତ। ସମଗ୍ର ବିଶ୍ବରେ ୩୭ ପ୍ରତିଶତ ବିଜୁଳି କୋଇଲାରୁ ହିଁ ଉତ୍ପାଦିତ ହୋଇଥାଏ।
  16. ସୋମବାର ଠାରୁ ଆସନ୍ତା ସପ୍ତାହରେ ଭାରତରେ ବ୍ୟାଙ୍କ ସେବା ୬ ଦିନ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।
  17. ପରିବହନ ବିମାନ କିଣିବା ସମ୍ପର୍କିତ ଏକ କାରବାରକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବୁଡ଼ାନ୍ତ ରୂପ ଦେଇଛି। ଭାରତୀୟ ବାୟୁସେନା ନିମନ୍ତେ ୫୬ଟି ସି-୨୯୫ ବିମାନ କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ଏୟାରବସ୍ ଡିଫେନ୍ସ ସ୍ପେସ୍ ସ୍ପେନ୍ ସହ ରାଜିନାମା ସ୍ବାକ୍ଷର କରିଛି ।
  18. ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧିକୁ ଲୋକମାନେ ବିରୋଧ କରୁଥିବା ବେଳେ ପୁଣିଥରେ ଦର ବୃଦ୍ଧି ହେବାନେଇ ଖବର ଆସିବା ପରେ ଏହା ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି।
  19. ୨୦୨୦ରେ ଗୋଟିଏ ପଟେ କୋଭିଡ ପାଇଁ ବିଶ୍ବ ଅର୍ଥନୀତି ନଷ୍ଟଭ୍ରଷ୍ଟ ହୋଇଯାଇଥିବାବେଳେ ଅପରପକ୍ଷେ ବିଶ୍ବର ଧନୀ ପରିବାରଗୁଡିକର ସମ୍ପଭି ପୂର୍ବ ଭଳି ବଢ଼ିବାରେ ଲାଗିଥିଲା
  20. ଆଡୋବ୍‌ ଇଣ୍ଡିଆରେ ଉପସଭାପତି ତଥା ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବରେ ପ୍ରତିଭା ମହାପାତ୍ରଙ୍କୁ ମିଳିଛି ନିଯୁକ୍ତି। କମ୍ପାନୀର ଏହି ଶୀର୍ଷ ପଦ ମଣ୍ଡନ କରିବାରେ ପ୍ରତିଭା ହେଉଛନ୍ତି ପ୍ରଥମ ମହିଳା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.