• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୂଆ ପଦ୍ଧତିରେ ହେବ ନବମ ଓ ଦଶମ ପରୀକ୍ଷା । ବର୍ଷକୁ ୪ଟି ଫରମେଟିଭ ଓ ୨ଟି ସମେଟିଭ ଆସେସମେଣ୍ଟ ପରୀକ୍ଷା କରାଯିବ । ନୂତନ ପରୀକ୍ଷା ପଦ୍ଧତି ନେଇ ବିସ୍ତୃତ ବିବରଣୀ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ।
  2.  ଗରିବ ରୋଗୀଙ୍କ ପାଇଁ ରାହା ପାଲଟିଛି BSKY ସ୍ମାର୍ଟ ହେଲଥ କାର୍ଡ । ଏହା ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଗରିବ ରୋଗୀ ଘରୋଇ ହସ୍ପିଟାଲରେ ମାଗଣାରେ ହୋଇ ପାରିଛନ୍ତି ଚିକିତ୍ସିତ ।
  3. ବ୍ରାଉନସୁଗର ବେପାରୀଙ୍କୁ ସାବାଡ଼ କରିବା ପାଇଁ ଆକ୍ସନ ମୋଡ଼ରେ ଏସଟିଏଫ । ଟାଙ୍ଗୀ ନିକଟରୁ ଏକ କେଜିରୁ ଅଧିକ ପାଉଡର ଜବତ କରିବା ସହ ଜଣଙ୍କୁ ବାନ୍ଧିଲା । ଅନ୍ୟପଟେ ଏହି ‘ଅପରେସନ ପାଉ’ ର ଚେର ଖୋଜିବା ପାଇଁ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଚଢ଼ାଉ ।ଧଳା ଜହରର କଳା ଧନ୍ଦାରେ ଲଗାମ ଲଗାଇବାକୁ ଏସଟିଏଫର ‘ଅପରେସନ ପାଉ’ । ଗରାଖ ବେଶରେ ଚଢାଉ ।
  4. ଆଲିବାବା ପ୍ରତିଷ୍ଠାତା ଜ୍ୟାକମା ହେଲେ ଦୃଶ୍ୟମାନ । ଦୀର୍ଘ ଦିନ ପରେ ବିଭିନ୍ନ ଲୋକଙ୍କ ସହ ସେ ସ୍ପେନରେ ଆଳାପ କରିଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ସେ ହଂକଂରେ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।
  5. ଏଥର ବି ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଛି FATF । ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଓ ୩୪-ସୂତ୍ରୀ କାର୍ଯ୍ୟ ଯୋଜନାକୁ ଲାଗୁ କରିବାରେ ଫେଲ୍ ମାରିଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଫାଇନ୍ସସିଆଲ ଆକସନ୍ ଟାସ୍କ ଫୋର୍ସ ।
  6. ଭାରତ ୧୦୦ କୋଟି ଡୋଜ୍ ଟିକା ପ୍ରଦାନ କରି ଏକ ମାଇଲସ୍ତମ୍ଭ ଅତିକ୍ରମ କରିଥିବା ବେଳେ ଏତେ ସଂଖ୍ୟକ ଟିକା ଦେବାରେ ଏହା ପୃଥିବୀରେ ଚୀନ୍ (୨୨୦ କୋଟି) ତଳକୁ ଦୁଇ ନମ୍ବର ସ୍ଥାନରେ ରହିଛି। 
  7. ୫ ସଂସଦୀୟ କମିଟି ପାଇଁ ଓଡ଼ିଶାର ୬ ଲୋକସଭା ସାଂସଦଙ୍କୁ ମନୋନୀତ କରାଯାଇଛି। ଏ ନେଇ ଲୋକସଭା ସଚିବାଳୟ ଦ୍ବାରା ଜାରି ବୁଲେଟିନ୍‌ରେ ସୂଚନା ଦିଆଯାଇଛି। ‘କମିଟି ଅନ୍‌ ଏଥିକ୍ସ’ରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ‘କମିଟି ଅନ୍‌ ଗମେଣ୍ଟ୍‌ ଆସୁରାନସ୍’ରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ
  8. ୨୦୧୦ରୁ ୨୦୨୦ ଭିତରେ ପଡ଼ିରହିଥିବା ମାମଲାଗୁଡ଼ିକର ସଂଖ୍ୟା ବାର୍ଷିକ ୨.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି ଏବଂ ୨୦୨୧ ସେପ୍ଟେମ୍ବର ୧୫ ସୁଦ୍ଧା ଏହା ୪.୫ କୋଟିରୁ ଉପରେ ପହଞ୍ଚିଛି।ସାରା ଭାରତରେ ବିଭିନ୍ନ କୋର୍ଟରେ ୪.୫ କୋଟିରୁ ଊର୍ଦ୍ଧ୍ବ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। 
  9. ରାସ୍ତା ଅବରୋଧ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟର ଉତ୍ତର ରଖିଛି ଭାରତୀୟ କିଷାନ ୟୁନିୟନ (ବିକେୟୁ) । ସଂଗଠନ ପକ୍ଷରୁ କୁହାଯାଇଛି ଯେ ସେମାନେ ନୁହେଁ ଦିଲ୍ଲୀ ପୁଲିସ ହିଁ ଘାଜିପୁର ସୀମାଠାରେ ୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛି 
  10. ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଗୁଡ୍‌ଲି ରଥଙ୍କୁ ହୃଦ୍‌ଘାତ ହୋଇଛି । ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
  11. FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ ।
  12. ପିଏମ ଗତିଶକ୍ତି ଉପରେ ଲାଗିଲା କ୍ୟାବିନେଟ ମୋହର; ଭିତ୍ତିଭୂମି ଯୋଜନା ପ୍ରସ୍ତୁତିରେ ଆଣିବ ଯୁଗାନ୍ତକାରୀ ପରିବର୍ତ୍ତନ ।
  13. ସୁକ୍‌ମା ପୋଲିସ ନିକଟରେ ୪୩ ଜଣ ମାଓବାଦୀ ଗୁରୁବାର ଆତ୍ମ ସମର୍ପଣ କରିଛନ୍ତି । ତେବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ସହ ତଳେ ବସି ସୁକୁମା ଏସ୍‌ପି ଏକାଠି ଖାଦ୍ୟ ଖାଇଥିଲେ । 
  14. ରିଲିଜ୍ ହେଲା ବଲିଉଡ୍ ଫିଲ୍ମ ‘ହମ ଦୋ ହମାରେ ଦୋ’ର ରୋମାଂଟିକ୍ ଗୀତ କମଲି: ମନଜିଣିଲା ଜୁବିନ ନୌତିଆଲଙ୍କ ସ୍ୱର ।
  15. ସୀମାରେ ଶତ୍ରୁକୁ ମୁହଁତୋଡ ଜବାବ ଦେବ ଭାରତ: ଚୀନ ସହ ବିବାଦ ଭିତରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଯବାନଙ୍କ ଯୁଦ୍ଧାଭାସ ।
  16. କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ । ଖାଲି ସରକାରୀ କର୍ମଚାରୀ ନୁହନ୍ତି ବରଂ ଅବସର ପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ । ପ୍ରାୟ ୬୮.୬୨ ଲକ୍ଷ ପେନସନ୍ ଭୋଗୀ ମଧ୍ୟ ଏହି ନିଷ୍ପତିରୁ ଫାଇଦା ପାଇବେ ।
  17. ମାଲାମାଲ ହେବ ବିସିସିଆଇ- ୫ ବର୍ଷରେ ଆଇପିଏଲରୁ ମିଳିବ ୩୬ହଜାର କୋଟି ।
  18. ଆରମ୍ଭ ହେବ ଜୁନିୟର ପୁରୁଷ ହକି କପ୍‌ । ୨୪ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବା ନେଇ ଅନ୍ତର୍ଜାତୀୟ ହକି ମହାସଙ୍ଘ(ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି । 
  19. ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ । ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
  20. ଝାଡ଼ଖଣ୍ଡର ସିମଡେଗାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏକାଦଶତମ ଜାତୀୟ ବାଳିକା ହକିରେ ଓଡ଼ିଶା ବୃହତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ଜି’ରେ ସ୍ଥାନ ପାଇଥିବା ଓଡ଼ିଶା ଗୁରୁବାର ଦ୍ବିତୀୟ ଦିନରେ ୧୨-୦‌ ଗୋଲ୍‌ରେ ହକି ହିମାଚଳକୁ ପରାସ୍ତ କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.