• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅମୃତ ଯୋଜନାରେ ବିଶୁଦ୍ଧ ପିଇବା ପାଣି ପାଇବେ କଟକବାସୀ । ସହର ସମେତ ଜଗତପୁର ଓ ପ୍ରତାପ ନଗରୀରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହୋଇଛି ମୋଟ୍‌ ସାଢେ ୩ ଶହ କୋଟି ଟଙ୍କା ।
  2. ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଅନନ୍ତନାଗର ଜଙ୍ଗଲମୁଣ୍ଡର ବିଲାଲ କଲୋନୀ ଅଞ୍ଚଳରୁ ଅଣ କାଶ୍ମୀରି ନାଗରିକଙ୍କ ମୃତଦେହ ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତକଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
  3. ଓଡ଼ିଶାରେ ପୋଷ୍ୟ ସନ୍ତାନ ପ୍ରତି ବଢୁଛି ଆଗ୍ରହ । ୩ ବର୍ଷରେ ୨୫୧ ପୁଅ ଓ ୩୧୬ ଝିଅ ପୋଷ୍ୟ । ‘କାରା’ ପୋର୍ଟାଲରେ ଦିନକୁ ଦିନ ଆସୁଛି ଅଧିକ ଆବେଦନ ।
  4. ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକକ ଗଣନା (ସେଣ୍ଟ୍ରାଲ୍‍ କାଉଣ୍ଟିଙ୍ଗ୍‍) କରାଯିବ। ମତଦାନ ସରିବା ପରେ ଭୋଟ୍‍ ବାକ୍ସଗୁଡ଼ିକୁ ବ୍ଲକ୍‍ ସ୍ତରରେ ଷ୍ଟ୍ରଙ୍ଗ୍‍ ରୁମ୍‍ରେ ରଖାଯିବ । ଏକକ ଗଣନା ପାଇଁ ଅଧିକ ବାଲାଟ୍‍ ବକ୍ସର ଆବଶ୍ୟକ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।
  5. ଭୟ ମାହୋଲ କାରଣରୁ ଦେଶ ଛାଡିଛନ୍ତି ୩୫୦୦୦ ଉଦ୍ୟୋଗୀ, ଗୁରୁତର ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ଅର୍ଥ ମନ୍ତ୍ରୀ 
  6. ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ ମହଲା ବିଲ୍ଡିଂର ୧୯ ମହଲାରେ ଲାଗିଲା ନିଆଁ, ଓହ୍ଲାଇବାବେଳେ ଖସିପଡି ଯୁବକଙ୍କ ମୃତ୍ୟୁ  ।
  7. ପ୍ରିୟଙ୍କା ଭଦ୍ରାଙ୍କୁ ବିମାନରେ ଭେଟିଲେ ଅଖିଳେଶ ଯାଦବ, ୟୁପିରେ ଜୋର ଧରିଲା ରାଜନୀତି ।
  8. ଦଳ ଛାଡ଼ିଲେ ପ୍ରଦୀପ ମାଝୀ: ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପଠାଇ କହିଲେ, କଂଗ୍ରେସରେ ରହିବେନି ହେଲେ ଦଳର ଆଦର୍ଶ ଅନୁଯାୟୀ କରିବେ ସେବା ।
  9. ଆଜି ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
  10. ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବେ ଶାହା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।
  11. ଓଡ଼ିଶୀ ନୃତ୍ୟରେ ଝଙ୍କୃତ ହେଲା ଭାରତ ନିବାସ: ଉପଭୋଗ କଲେ ୭୨ ଦେଶର ନୃତ୍ୟପ୍ରେମୀ ।
  12. ଓଡିଶା ପାଇଁ ଗର୍ବର ବିଷୟ, ୧୯ ବର୍ଷରୁ କମ ବିସିସିଆଇ ଦଳରେ ସାମିଲ୍ ହେଲେ ସୁଶୀଲ କୁମାର ବାରିକ ।
  13. ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚ ବିଦ୍ୟାଳୟ ପତ୍ର ବିନିମୟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ସମୟସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି। 
  14. ବିଶିଷ୍ଟ ସାମାଜିକ କର୍ମୀ, ‘ସ୍ବରାଜ ଅଭିଯାନ’ ମୁଖ୍ୟ ତଥା ସଂଯୁକ୍ତ କିଷାନ ମହାସଂଘ ନେତା ଯୋଗେନ୍ଦ୍ର ଯାଦବଙ୍କୁ ସଂଘରୁ ମାସକ ପାଇଁ ନିଲମ୍ବିତ କରାଯାଇଛି। ଏହା ସତ୍ତ୍ବେ ସେ ସଂଘର ନିଷ୍ପତ୍ତିକୁ ସମ୍ମାନ ଦେବା ସହ କୃଷକଙ୍କ ସ୍ବାର୍ଥରକ୍ଷା ପାଇଁ ସର୍ବଦା କାର୍ଯ୍ୟ କରିଚାଲିବେ ବୋଲି କହିଛନ୍ତି।
  15.  ଲଖିମପୁର ଖେରିରେ କୃଷକଙ୍କୁ ହତ୍ୟା ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ପୁଲିସ ଦଳ (ଏସ୍‌ଆଇଟି)ର ମୁଖ୍ୟ ଡିଆଇଜି ଉପେନ୍ଦ୍ର ଅଗ୍ରୱାଲଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। 
  16. ନଭେମ୍ବର ଶେଷ ସପ୍ତାହରୁ ସଂସଦର ଶୀତ ଅଧିବେଶନ ଚାଲିବା ନେଇ ସ୍ଥିର ହୋଇଛି। ସଂସଦୀୟ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସମ୍ଭବତଃ ୨୯ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ସଂସଦର ଶୀତ ଅଧିବେଶନ ଚାଲିବ। ଏହି ସମୟ ମଧ୍ୟରେ ୨୦ଟି କାର୍ଯ୍ୟଦିବସ ରହିବ। ତେବେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ। 
  17. ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ମହାନିର୍ଦେଶକ ନିଯୁକ୍ତି ନେଇ ବିବାଦର ଅନ୍ତ ଘଟିଛି। ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅହମଦ ଅଞ୍ଜୁମ୍‌ ଆଇଏସ୍‌ଆଇ ମୁଖ୍ୟ ନିଯୁକ୍ତ ହୋଇପାରନ୍ତି। 
  18. ମୌଳିକ ଓ ପ୍ରୋୟଗାତ୍ମକ ବିଜ୍ଞାନ କାର୍ଯ୍ୟକ୍ରମରେ ବିଶ୍ୱସ୍ତରୀୟ ଗବେଷଣା ବିକାଶ ପାଇଁ ଗବେଷକ ଓ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଏନାଲିଟିକାଲ ଉପକରଣ ଯୋଗାଇ ଦେବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠାରେ ଏକ କମନ୍‍ ଇନଷ୍ଟ୍ରୁମେଣ୍ଟେସନ୍‍ ଫେସିଲିଟି-ସିଆଇଏଫ୍‍ କେନ୍ଦ୍ର ପ୍ରତିଷ୍ଠା କରାଯିବ। 
  19. ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି । ତିନି ତିନି ଥର ମିଆଦି ବୃଦ୍ଧି ପରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। 
  20.  ଫଟାଫଟ୍‌ କ୍ରିକେଟ ମହାକୁମ୍ଭ ଟ୍ବେଣ୍ଟି୨୦ ବିଶ୍ବକପ ସପ୍ତମ ସଂସ୍କରଣ-୨୦୨୧ର ସୁପର-୧୨ ମୁକାବିଲା​‌ ୟୁଏଇରେ ଶନିବାରଠାରୁ ଆରମ୍ଭ ହେବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.