• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସାରା ଏସିଆ ଓ ୟୁରୋପରେ ପୁଣି ବଢିଲା ସଂକ୍ରମଣ । ଚିନ୍ତା ବଢାଇଲା ଡେଲଟା ଭାଇରସର 20ଟି ପ୍ରଜାତି । ସେଗୁଡିକୁ ଟ୍ରାକ କରିବା ହେଲାଣି କଷ୍ଟକର । 20 ପ୍ରଜାତିରୁ କେବଳ AY.4.2କୁ ଚିହ୍ନଟ କରାଯାଇପାରିଛି ଏବଂ ଏହାକୁ ଟ୍ରାକିଂ କରାଯାଇପାରିଛି । ସେପଟେ ଶୀତ ଯୋଗୁ ସଂକ୍ରମଣ ବଢିବ ବୋଲି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।
  2. ଲଗାତାର ପଞ୍ଚମ ଦିନରେ ତୈଳଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦାମ ଲିଟର ପିଛା ୩୫ ପଇସା ଲେଖାଏଁ ବଢ଼ିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୫୯ ପଇସା ଓ ଡିଜେଲ୍ ଦାମ ୯୬ ଟଙ୍କା ୩୨ ପଇସା ରହିଛି ।
  3. ଦେଶରେ ଦିଆସିଲି କାରାଖାନର ଶିଳ୍ପ କହିଲେ ଶିବକାଶୀକୁ ବୁଝାଏ । ଦିଆସିଲି ପ୍ରସ୍ତୁତ କରୁଥିବା ୫ଟି ବଡ଼ କମ୍ପାନୀ ଏବେ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଡିସେମ୍ବର ପହିଲାରୁ ମହଙ୍ଗା ହୋଇଯିବ ଦିଆସିଲି। ଟଙ୍କାଏ ବଦଳରେ ଗୋଟିଏ ଦିଆସିଲି ପେଡ଼ାକୁ ୨ ଟଙ୍କା ଦେଇ କିଣିବାକୁ ପଡ଼ିବ ।
  4.  ଟି-୨୦ ବିଶ୍ବକପର ସୁପର ଟୁଏଲଭ୍ ପର୍ଯ୍ୟାୟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ରୋମାଞ୍ଚକର ବିଜୟ । 
  5. ଭାରତୀୟ ହକି ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ପତ୍ର ଲେଖି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ।
  6. ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କର ନିଜସ୍ୱ କ୍ୟାଡର ମନୋନୟନ କରିବାର କୌଣସି ଅଧିକାର ନାହିଁ : ସୁପ୍ରିମକୋର୍ଟ ।
  7. କେନ୍ଦ୍ର ସରକାରର ବଡ ନିଷ୍ପତ୍ତି: ୱକଫ ଜମିରେ ନିର୍ମାଣ ହେବ ବିଦ୍ୟାଳୟ ଏବଂ ଡାକ୍ତରଖାନା ।
  8. ଭାରତ ଓ ବ୍ରିଟେନ୍‍ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସହମତ : ଭୂପେନ୍ଦ୍ର ଯାଦବ ।
  9. ଫୋନ ପେ ବ୍ୟବହାରକାରୀଙ୍କୁ ଝଟକା, ମୋବାଇଲ ରିଚାର୍ଜ ଉପରେ ଦେବାକୁ ହେବ ଅଧିକ ଟଙ୍କା ।
  10. ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ ।
  11. ବୈଦେଶିକ ମୁଦ୍ରା ସଂକଟରେ ଭାରତକୁ ୫୦ କୋଟି ଡଲାର ଋଣ ମାଗିବେ ଶ୍ରୀଲଙ୍କା ସରକାର, କିଣିବେ ଇନ୍ଧନ  ।
  12. ଆରୟନଙ୍କ ସହ ଡ୍ରଗ୍ସ ଲିଙ୍କ୍ ନେଇ ଅଡୁଆରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଜେରା ବେଳେ ଗୁଡାଇ ତୁଡାଇ ପ୍ରଶ୍ନ କଲା ଏନସିବି ।
  13. ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ, ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା : ଶାହ ।
  14. ବଲାଙ୍ଗୀରର ଶତାଧିକ ବର୍ଷ ପୁରୁଣା ମାଁ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଶୁଡ଼ିବା ଘଟଣାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। 
  15. ରେଳ ଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁରକ୍ଷା ଦାୟିତ୍ବ ଏଣିକି ଆର୍‌ପିଏଫ୍‌ ଅଧିକାରୀଙ୍କ ହାତରେ ରହିବ। ନୂତନ ବ୍ୟବସ୍ଥାରେ ଟ୍ରେନ୍‌ମାନଙ୍କରେ ଆର୍‌ପିଏଫ୍‌ ସୁରକ୍ଷାକାରୀ ଟିମ୍‌ର ନେତୃତ୍ବ ନେବେ ଏଏସ୍‌ଆଇ।
  16. ଭାରତ-ତୀବ୍ବତ ସୀମା ପୁଲିସ (ଆଇଟିବିପି) ୮ ବର୍ଷ ବୟସ୍କା ମାଈ ବେଲ୍‌ଜିଆନ୍ ମାଲିନୋଇସ୍ କୁକୁର ‘ସ୍ନୋୟୀ’କୁ ‘ବେଷ୍ଟ ଡଗ୍’ ସମ୍ମାନରେ ସମ୍ମାନିତ କରିଛି।
  17. ୨୦୨୦ପୂର୍ବରୁ ଲୋକେ ଯେମିତି ଜୀବନ ବଞ୍ଚୁଥିଲେ ଏବେ ସେଥିରେ ବଡ଼ ପରିବର୍ତ୍ତନ ଆସିଛି। ଅନେକ କଟକଣା ଏବଂ ସତର୍କତା ସହ ଲୋକେ ଏବେ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି।
  18. ଉତ୍ତରପଶ୍ଚିମ ସିରିୟାରେ ଯୁକ୍ତରାଷ୍ଟ୍ର ଆମେରିକା କରିଥିବା ବିମାନ ଆକ୍ରମଣରେ ବରିଷ୍ଠ ଅଲ୍‌-କାଏଦା ନେତା ହମିଦ୍‌ ଅଲ୍‌-ମତର ନିହତ ହୋଇଥିବା କଥା ଶୁକ୍ରବାର ଦିନ ‘ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ମୁଖପାତ୍ର ମେଜର୍‌ ଜନ୍‌ ରିଗ୍‌ସ୍‌ବି କହିଛନ୍ତି।
  19. ଇନ୍ଧନ ଦରକୁ ସମର୍ଥନ କରି ଶୁକ୍ରବାର ଦିନ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଏଥିରୁ ମିଳୁଥିବା ଟିକସ ଅର୍ଥ ମହାମାରୀ ସମୟରେ କୋଟି କୋଟି ଲୋକଙ୍କୁ ମାଗଣା କୋଭିଡ୍‌ ଟିକା, ଖାଦ୍ୟ ଓ ରନ୍ଧନ ଗ୍ୟାସ୍‌ ଯୋଗାଇବା ନିମନ୍ତେ ସରକାରୀ ଯୋଜନାକୁ ସହାୟକ ହେଉଛି।
  20. ଭାରତ ବାୟୋଟେକର ପରିଚାଳନା ନିର୍ଦେଶକ ଡକ୍ଟର କୃଷ୍ଣ ଇଲା ପିଲାମାନଙ୍କ ପାଇଁ ଟିକାକରଣ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। କରୋନା ମହାମାରୀ ବିରୋଧରେ ଲଢେଇରେ ଭାରତ ଟିକାକରଣ ଅଭିଯାନକୁ ବେଶ ସଫଳତାର ସହ ଆଗେଇ ନେଇଛି। ଦେଶରେ ୧୦୦ କୋଟିରୁ ଅଧିକ ଟିକା ଲୋକଙ୍କୁ ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.