• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦୀର୍ଘ ୧୮ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାରେ ସକାଳ ୯ଟାରୁ ୧୨ଟା ୩୦ ଯାଏ ହେବ କ୍ଲାସ୍ । ପୂର୍ବରୁ ସ୍କୁଲ ପରିସରକୁ ସଫେଇ କରାଯିବା ସହିତ କ୍ଲାସ ରୁମକୁ ସାନିଟାଇଜ୍ କରାଯାଇଛି । ପିଲାମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ ।
  2. କ୍ରମାଗତ ଦର ବଢ଼ିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି। ଏହାର ପ୍ରଭାବରେ ବିଭିନ୍ନ ସାମଗ୍ରୀ ଦରଦାମ ବୃଦ୍ଧି ପାଉଛି। ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଥିଲେ ମଧ୍ୟ ରାଜନୈତିକ ଦଳ ଗୁଡିକ ଚୁପ ବସିଛନ୍ତି। ପ୍ରତିବାଦ କରାଯାଉ ନ ଥିବାରୁ ନିୟନ୍ତ୍ରଣ ଉପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ।
  3. ୨୯ ବର୍ଷର ବିଜୟଧାରାରେ ଲାଗିଲା ବ୍ରେକ । ଶେଷରେ ପରାଜୟଧାରା ଭାଙ୍ଗିଲା ପାକିସ୍ତାନ । ଆଇସିସି ଟି-୨୦ ବିଶ୍ୱବକପରେ ରବିବାର ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । 
  4. ୟୁରୋପରେ ଦେଖାଯାଇଥିବା କରୋନାର ନୂଆ ପ୍ରଜାତି ଭୂତାଣୁ ଭାରତକୁ ବ୍ୟାପିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶ ଇନ୍ଦୋର​​‌ରେ‌ ୭ଜଣ ନୂଆ ପ୍ରକାରର ଡେଲଟା ପ୍ଲସ୍ ଭୂତାଣୁ ଏୱାଇ.୪.୨ ଦ୍ବାରା ସଂକ୍ରମିତ ହୋଇଛନ୍ତି।
  5. ଜାମ୍ମୁରେ ଆଇଆଇଟିର ନୂତନ ସ୍ଥାୟୀ କ୍ୟାମ୍ପସର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
    -ଜାମ୍ମୁ କାଶ୍ମୀରର ବିକାଶ ସହ ଜଡ଼ିତ ୨୧ଟି ଯୋଜନାର ଶୁଭାରମ୍ଭ
  6. ତୀବ୍ର ହେଉଛି ଛତିଶଗଡ଼ କଂଗ୍ରେସ କଳି, ସିଂଦେଓଙ୍କ ସମର୍ଥକଙ୍କୁ ମଞ୍ଚରୁ ଧକ୍କା ମାରି ତଡ଼ିଲେ ବଘେଲଙ୍କ ସପୋର୍ଟର।
  7. ଇସଲାମ ଧର୍ମକୁ ତ୍ୟାଗ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସୁକର୍ଣ୍ଣୋଙ୍କ ଝିଅ ସୁକୁମାବତୀ ସୁକାର୍ଣ୍ଣୋପୁତ୍ରି। ହିନ୍ଦୁ ଧର୍ମ ଆପଣାଇବା ନେଇ ଏକ କାର୍ଯ୍ୟକ୍ରମରେ ସେ ଘୋଷଣା କରିଛନ୍ତି।
  8. ଜମ୍ମୁ-କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଶାହଙ୍କ ବଡ଼ ଘୋଷଣା: ୨ବର୍ଷ ମଧ୍ୟରେ ଆରମ୍ଭ ହେବ ମେଟ୍ରୋ ଓ ହେଲିକପ୍ଟର ସେବା
  9. ଟି-୨୦ ବିଶ୍ୱକପ୍‌ : ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କା ।
  10. ମନୀଷ ଅନୁରାଗ ହତ୍ୟା ମାମଲା: କନେଷ୍ଚେବଳ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ ।
  11. ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି : ଏଣିକି ସରକାରୀ କର୍ମଚାରୀ ପିନ୍ଧିବେ ସ୍ମାର୍ଟୱାଚ୍‌ ।
  12. ମମିତା ହତ୍ୟାକାଣ୍ଡ ବିରୋଧରେ ଜାରି ରହିଛି ପ୍ରତିବାଦ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ।
  13. ମଥୁରା ଆୟକର ବିଭାଗ ପକ୍ଷରୁ ଜଣେ ରିକ୍ସା ଚାଳକଙ୍କୁ ୩.୪୩ କୋଟି ଟଙ୍କାର ଆୟକର ନୋଟିସ ପଠାଇବା ପରେ ଏହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । 
  14. କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଏସବୁ ସାମଗ୍ରୀର ଭଣ୍ଡାରଣ (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି । ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର (ଆସନ୍ତାକାଲି)ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଛି।
  15. ୟୁପିରୁ ଚିହ୍ନଟ ହେଲା ରାଜ୍ୟର ପ୍ରଥମ ଜିକା ରୋଗୀ, ଯାଞ୍ଚ ପାଇଁ ଦିଲ୍ଲୀରୁ ପହଞ୍ଚିଲା ଦଳ.
  16. ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ସାକ୍ଷୀଙ୍କ ସାଂଘାତିକ ଅଭିଯୋଗ : ‘NCB ଅଧିକାରୀ ସାଧା ପେପରରେ ଦସ୍ତଖତ ନେଇଛନ୍ତି, କୋଟି କୋଟି ଟଙ୍କାରେ ଡିଲ୍‌ ହୋଇଛି’  ।
  17. ପ୍ରଥମଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟରେ ପ୍ରବେଶ କରିଛି ସ୍କଟ୍‌ଲାଣ୍ଡ । ଏହି ବିଶ୍ବକପ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଟେଷ୍ଟ ମାନ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ସ୍କଟ୍‌ଲାଣ୍ଡ ଦଳ ।
  18. ପଞ୍ଜାବ: ନିଜ ପାର୍ଟି ଉପରେ ବର୍ଷିଲେ ମନିଷ ତିୱାରୀ, କହିଲେ ଏପରି ଅରାଜକତା କେଉଁଠି ଦେଖିନି ।
  19. ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଏକାଦଶ ଓ ଦ୍ବାଦଶ ପାଠ୍ୟକ୍ରମର ପୁସ୍ତକକୁ ଡିଜିଟାଲ କରାଯିବା ସହ ‘କ୍ୟୁଆର୍ କୋଡ୍‌’ ବ୍ୟବସ୍ଥା କରାଯାଇଥିଲା।
  20. ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡିବା ପରେ ତାଙ୍କୁ ସମର୍ଥନ କରି ରବିବାର ଦିନ ଏକ ହଜାରରୁ ଉର୍ଦ୍ଧ୍ବ ନେତାକର୍ମୀ କଂଗ୍ରେସ ଛାଡିବା ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.