• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ନିଟ୍‌ ପିଜି କାଉନସିଲିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ।
  2. ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲା ଆଉ ୨ଟି ନୂଆ ଟିମ । ଏହି ଦୁଇଟି ଟିମ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ । ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ଉଭୟ ଦଳ ।  ତେବେ କଟକକୁ ମିଳିଲାନି ଆଇପିଏଲ ଫ୍ରାଞ୍ଚାଇଜ ।
  3. ନାଇଜେରିଆ ଜେଲ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ । ଡିନାମାଇଟ ଲଗାଇ କାନ୍ଥ ଉଡାଇ ଦେବାରୁ କେଇ କ୍ଷଣରେ ମୁକୁଳିଗଲେ ୮୦୦ ରୁ ଅଧିକ ଅପରାଧୀ । ଓୟୋରେ ଥିବା ଏକ ଜେଲରେ ଏହା ଘଟିଛି । ସେମାନଙ୍କ ମଧ୍ୟରୁ ୫୭୫ ଜଣ ବିଚାରାଧୀନ ବନ୍ଦୀ ଥିଲେ । ଫେରାର ଅପରାଧୀଙ୍କ ମଧ୍ୟରୁ ୨୬୦ ଅପରାଧୀଙ୍କୁ ଧରାଯାଇପାରିଛି ।
  4. ଘର ଭିତରେ ଜଳିଗଲେ ପରିବାରର ୪ସଦସ୍ୟ। ଘଟଣାଟି ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଘଟିଥିବା ବେଳେ ୪ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
  5. ଏଥର ସମଗ୍ର ଦେଶକୁ ଥରାଇବ ଲାନିନା। ଲାନିନା ପ୍ରଭାବରେ ଶୀତର ପ୍ରକୋପ ଅଧିକ ରହିବ।  ପ୍ରଶାନ୍ତ ମହାସାଗରରୁ ଋତୁକାଳୀନ ସୃଷ୍ଟି ହେଉଥିବା ଶୀତଳ ବାୟୁକୁ ଲାନିଲା କୁହାଯାଇଥାଏ। ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ। 
  6. ୬୭ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିତରଣ ଉତ୍ସବ । ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଲେ କଙ୍ଗନା ରଣାୱତ । ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ ।
  7. ଟି୨୦ ବିଶ୍ବକପ୍‌ : ସ୍କଟ୍‌ଲାଣ୍ଡ ବିକ୍ଷରେ ଆଫ୍‌ଗାନିସ୍ତାନର ବିପୁଳ ବିଜୟ ।
  8. ଲକ୍ଷ୍ନୌ, ଅହମ୍ମଦାବାଦ ଆଇପିଏଲ୍‌ର ୨ ନୂଆ ଦଳ ।ସଞ୍ଜୀବ ଗୋଏଙ୍କା ଓ ସିଭିସି ଗ୍ରୁପ ହାତକୁ ଗଲା ଦୁଇ ନୂଆ ଆଇପିଏଲ ଟିମ୍ ।
  9. ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ନଭେମ୍ବର ୨୯ରେ ପୌର ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି।
  10. ୩୦ ହଜାର ଟପିଲା ସିମ୍ପଲ୍‌ ଓ୍ବାନ୍‌ର ପ୍ରି ବୁକିଂ, ସିଙ୍ଗଲ୍‌ ଚାର୍ଜରେ ଦୌଡ଼ିବ ୨୩୬ କି.ମି. ।
  11. କାଶ୍ମୀରରେ ଶାହାଙ୍କ ଉପସ୍ଥିତି ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣ, ଗ୍ରେନେଡ୍‌ ମାଡକରି ଉଡାଇଦେଲେ ପୋଲିସ ପୋଷ୍ଟ ।
  12. ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟାନାଇଡ଼ୁ ୩ ଓଡ଼ିଆ ଚଳଚ୍ଚିତ୍ରକୁ ପୁରସ୍କୃତ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଞ୍ଚଳିକ ଭାଷାର ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଡ. ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’କୁ ଉପରାଷ୍ଟ୍ରପତି ପୁରସ୍କୃତ କରିଥିଲେ। ଉଭୟ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ରଜତ କମଳ ସହିତ ଲ‌କ୍ଷେ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
  13. ସେହିପରି ‘ଅଣ ଫିଚର୍‌’ ବର୍ଗରେ ଶ୍ରେଷ୍ଠ କଳାସଂସ୍କୃତି ଚଳଚ୍ଚିତ୍ର ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ମଧ୍ୟ ପୁରସ୍କୃତ କରାଯାଇଛି। ପୁରସ୍କାର ଗ୍ରହଣ କରିଥିଲେ ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ପୁରସ୍କାର ବାବଦରେ ଶ୍ରୀ ପଟ୍ଟନାୟକଙ୍କୁ ରଜତ କମଳ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା
  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ମୋଦୀ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରଣାସୀ‌ରେ ୬୪ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିସନ୍‌ର ଉଦ୍‌ଘାଟନ କରିଛନ୍ତି।
  15. ମୁଁ କୌଣସି ଲାଞ୍ଚ ଟଙ୍କା ନେଇ ନାହିଁ। ୧୫ମିନିଟରେ ଆତ୍ମସମର୍ପଣ କରିବି। ହେଲେ ମୁମ୍ବାଇରେ ନୁହେଁ ଲକ୍ଷ୍ନୌରେ। ଲାଗିଥିବା ଅଭିଯୋଗ ଏବଂ ଫେରାର ଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏଭଳି କହିଛନ୍ତି ଏନସିବି ପକ୍ଷରୁ ସାକ୍ଷୀ ଥିବା କେପି ଗୋସାବୀ।
  16. ଅଖିଳ ଭାରତୀୟ ଆଖଡ଼ା ପରିଷଦର ନୂତନ ଅଧ୍ୟକ୍ଷ ଭାବେ ମହନ୍ତ ରବୀନ୍ଦ୍ର ପୁରୀ ନିର୍ବାଚିତ ହୋଇଛନ୍ତି | ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଆଖଡ଼ା ପରିଷଦର ପରବର୍ତ୍ତୀ ମୁଖ୍ୟ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା |
  17. ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ବିଜାପୁରରେ ‘ଗ୍ରେହାଉଣ୍ଡ୍‌’ ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଘଟି ୩ଜଣ ନକ୍ସଲବାଦୀ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ‘ଏସ୍‌ଏଲ୍‌ଆର୍‌’ ଏବଂ ‘ଏକେ-୪୭’ ରାଇଫଲ୍‌ ଉଦ୍ଧାର କରିଛି।
  18. ତେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ୧୫ ଦିନିଆ ଆନ୍ଦୋଳନ କରିବ। ଆସନ୍ତାମାସ ୧୪ ତାରିଖରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହେବ।
  19. ଗତ ୨୪ ଘଣ୍ଟା ମଧ୍ୟରେ ୪୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୯୨୬୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୮୧ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୪ ଜଣ ପଜିଟିଭ ରହିଛନ୍ତି ।
  20. WHOର ମୁଖ୍ୟ ବୈଜ୍ଞାନିକ ଡ଼ଃ ସୌମ୍ୟା ସ୍ୱାମୀନାଥନ କହିଥିଲେ ଯେ ଅକ୍ଟୋବର ୨୬ରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭରତ ବାୟୋଟେକର କୋଭାକ୍ସିନ ଟିକାକୁ ହାଇଦ୍ରାବାଦରେ ବିଶ୍ୱସ୍ତରୀୟ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯିବ । WHO କହିଛି ଯେ ଭରତ ବାୟୋଟେକ୍ କୋଭାକ୍ସିନ୍ ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ୍ ପ୍ରଦାନ କରିଛି, ଯାହାର ସମୀକ୍ଷା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.