• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ୩୦ ତାରିଖରୁ ଇଟାଲୀରେ ଆରମ୍ଭ ହେବ ଦୁଇଦିନିଆ ଜି-୨୦ ନେତାମାନଙ୍କ ଶୀର୍ଷ ବୈଠକ ୨୦୨୧। ଜି-୨୦ ହେଉଛି ବିଶ୍ୱର ବୃହତ୍‍ ଅର୍ଥନୈତିକ ରାଷ୍ଟ୍ରଗୁଡ଼ିକର ଏକ ଅନ୍ତର୍ଜାତୀୟ ସମୂହ। 
  2. କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପିଏମ ମେଗା ଇଂଟିଗ୍ରେଟେଡ୍‍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍‍ ଆପାରେଲ(ମିତ୍ର) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁଁ ଘୋଷଣା କରାଯାଇଛି। 
  3. ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ ଓ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଦ୍ୱାରା ଜାରି ଋଣ ଅଂଶଧନରେ ପୁଞ୍ଜି ନିବେଶ କରିବାକୁ ଭାରତୀୟ ରିଜର୍ବ ବ୍ୟାଙ୍କ ବିଦେଶୀ ପୋର୍ଟଫୋଲିଓ ପୁଞ୍ଜି ନିବେଶକାରୀଗୁଡ଼ିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି। 
  4. ନଭେମ୍ବର ୨୯ରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ, ସମାନ ସମୟରେ ଚାଲିବ ଉଭୟ ଗୃହ ।
  5. “ଶ୍ରୀକ୍ଷେତ୍ରରୁ ସାହିଜାତ”କୁ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ପୁରସ୍କୃତ ।
  6. ବୁଡାଜାହାଜ ତଥ୍ୟ ପ୍ରଘଟ, ନେଭି କମାଣ୍ଡର ସମେତ ୫ ଜଣଙ୍କୁ ବାନ୍ଧିଲା ସିବିଆଇ ।
  7. ‘ମୋ କଲେଜ ଅଭିଯାନ’ ପାଇଁ ୧.୫ କୋଟିର ଅନୁଦାନ । ୧.୫ କୋଟିର ଅନୁଦାନ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୫ଟି ଅଧୀନରେ ୪୦ କଲେଜ ବିକଶିତ ହେବ ।
  8. ଲଖିମପୁର ଖେରୀ ହିଂସା : ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ।
  9. ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ  ମଙ୍ଗଳବାର ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅଞ୍ଜୁମଙ୍କୁ ଆଇଏସଆଇର ନୂତନ ମୁଖ୍ୟ ଭାବରେ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛି ।
  10. ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର, ଜଗଦୀଶ କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ।
  11. ଆର୍ଯ୍ୟନଙ୍କ ମାମଲାରେ ୨ ଜଣଙ୍କୁ ମିଳିଲା ଜାମିନ । ଏହି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ମାମଲାର ଶୁଣାଣିକୁ ସ୍ଥଗିତ କରାଯାଇଛି। ଏହାର ଶୁଣାଣି ବୁଧବାର ହେବ ।
  12. ନଭେମ୍ବର ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିୟର ହକି ବିଶ୍ୱକପ୍ । ତେବେ ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବ ।
  13. . ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୮, ୨୯ ଓ ୩୦ ତାରିଖରେ ରାଜ୍ୟରେ ୭ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । 
  14. ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଶକ୍ତି କ୍ଷେତ୍ରରେ ଅଭିଜ୍ଞ ‘ବିପି’ ପ୍ରଥମ ପେଟ୍ରୋଲ ପମ୍ପ ଖୋଲିଛନ୍ତିି । ଏହି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ ସହିତ ବିଭିନ୍ନ ଇନ୍ଧନ ବିକଳ୍ପ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।
  15. କୋଟିଆ ମାମଲାରେ ଓଡ଼ିଶା ସହ ବିବାଦ ବଢ଼ାଉଛି ଆନ୍ଧ୍ର । ନିର୍ବାଚିତ ପ୍ରତିନିଧିଙ୍କୁ ବିପୁଳ ସ୍ୱାଗତ ।
  16. ଓଏଏସସ୍ତରରେ ବଦଳି, ସତ୍ୟରଞ୍ଜନ ସାହୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ।
  17. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ନିଷ୍ପତ୍ତି: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ।
  18. କୋଭାକ୍ସିନକୁ ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ସ୍ୱୀକୃତି ।
  19. ୨୦୨୨ ଆଇପିଏଲ୍‌ରେ ୧୦ଟି ଦଳ ଭାଗନେବେ । ଆଇପିଏଲ୍‌ରେ ଏହା ପ୍ରଥମଥର ନୁହେଁ ଯେ ୧୦ଟି ଦଳ ଖେଳିବାକୁ ଯାଉଛନ୍ତି। ୨୦୧୧ ଆଇପିଏଲ୍‌ରେ ମଧ୍ୟ ୧୦ଟି ଦଳ ଖେଳିଥିଲେ। 
  20. ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଓ ଯୁବଗୋଷ୍ଠୀ ମଧ୍ୟରେ ନବୀକରଣର ଭାବନା ଜାଗ୍ରତ କରିବା ଲକ୍ଷ୍ୟରେ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ‘ଆଧାର ହାକାଥନ୍‍-୨୦୨୧’ ଆୟୋଜନ କରୁଛି। ଏହା ଆସନ୍ତା ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.