• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ତିନିଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ମୋଦୀ ଇଟାଲୀର ରୋମରେ ପହଞ୍ଚିବା ପରେ ‘ପିଆଜାଗାନ୍ଧୀ’ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଥିଲେ।
  2. ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ ଏକାଡେମିରେ ମହିଳା କ୍ୟାଡେଟ୍‌ମାନଙ୍କ ପ୍ରବେଶ ଉତ୍ସବ ଆୟୋଜନ ହୋଇଛି । ଭାରତୀୟ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଭାଣେ ମହିଳା କ୍ୟାଡେଟଙ୍କ ପ୍ରଶଂସା କରିଛନ୍ତି । କିଛି ବର୍ଷ ପରେ ମୋ ପଦବୀରେ ମହିଳାମାନଙ୍କୁ ଦେଖିବା ବୋଲି ସେ କହିଛନ୍ତି । ୧୪୧ ତମ ଏନଡିଏ ପରେଡକୁ ସମ୍ବୋଧନ କରିଛନ୍ତି ଏମଏମ ନରଭାଣେ ।
  3. କନ୍ନଡ ସିନେମାର ପାୱାର ଷ୍ଟାର କୁହାଯାଉଥିବା ଅଭିନେତା ପୁନିତ ରାଜକୁମାରଙ୍କ ଆଜି ଦେହାନ୍ତ ହୋଇଛି। ଅକ୍ଟୋବର ୨୯ରେ ହୃଦଘାତ ପରେ ତାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଥିଲା ।  କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟରରେ ଟ୍ୱିଟ କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।
  4. କୋଲକତା ହାଇକୋର୍ଟ ଆଗାମୀ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କଠୋର ନିଷ୍ପତ୍ତି ନେଇଛନ୍ତି । କୋର୍ଟ ବାଣ ବିକ୍ରି ସହ ବାଣ ଫୁଟାଇବା ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । କେବଳ ଦୀପାବଳି ନୁହେଁ କାଳୀ ପୂଜା, ଛଟ୍ ପୂଜା ଓ ଖ୍ରୀଷ୍ଟମାସ ଆଦିରେ ବାଣ ଫୁଟାଇବା ବ୍ୟାନ୍ କରାଯାଇଛି ।
  5. ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର ।
  6. ୩୯ ମହିଳା ସେନା ଅଧିକାରୀଙ୍କୁ ମିଳିଲା ସ୍ଥାୟୀ କମିଶନ, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ ।
  7. କଟକର ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ପାଇଁ ଅଧିକ ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର ।
  8. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଜବରଦସ୍ତ ସଫଳତା; ୭ ବର୍ଷରେ ଖୋଲିଛି ୪୪ କୋଟି ।
  9. ପୁଣି ବିବାଦରେ ଜେଏନୟୁ, ପେଜ୍‌ରେ ଲେଖାଗଲା ‘ଭାରତୀୟ ଅଧିକୃତ କାଶ୍ମୀର’, ଓ୍ଵେବିନାର ରଦ୍ଦ ।
  10. ଦୀପାବଳି ଠାରୁ ବଜାରରେ ମିଳିବ ଜିଓଫୋନ ନେକ୍ସଟ ।
  11. ରାଜଧାନୀକୁ ଅଚଳ କରିଦେଲେ ଡ୍ରାଇଭର: ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ପ୍ରାୟ ୪ ଘଂଟା ଧରି ଟ୍ରାଫିକ ଜାମ୍   
  12. କେନ୍ଦ୍ର କୋଇଲା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ , ସୁନ୍ଦରଗଡରେ AIIMS ସ୍ୱଚ୍ଛ ଶକ୍ତି ସେସରେ ୬୦ ପ୍ରତିଶତ ଅଂଶୀଦାର ପାଇଁ କଲେ ଦାବି
  13. ଭାରତକୁ ଫେରିଛି ୨୪୮ଟି ପ୍ରାଚୀନ କୀର୍ତ୍ତି। ପ୍ରାୟ ୧୫ ନିୟୁତ ଡଲାରର ଦୁର୍ମୂଲ୍ୟ ପ୍ରାଚୀନ କୀର୍ତ୍ତିକୁ ଫେରସ୍ତ କରିଛି ଆମେରିକା । ଏହି କୀର୍ତ୍ତି ମଧ୍ୟରେ ରହିଛି ଦ୍ବାଦଶ ଶତାବ୍ଦୀର ଏକ ବ୍ରୋଞ୍ଜନିର୍ମିତ ଶିବ ନଟରାଜଙ୍କ ମୂର୍ତ୍ତି । ଗତ ଦଶନ୍ଧି ଧରି ଆମେରିକାରେ ବଡ ଧରଣର ସର୍ଚ୍ଚ ଅପରେସନ, ଯ଼ାଞ୍ଚ, ଚଢାଉ କରି ଏହି ମୂର୍ତ୍ତି ଓ କୀର୍ତ୍ତିଗୁଡିକୁ ଠାବ କରାଯାଇଥିଲା ।
  14. ଆଜି ଦେଶରେ ୩ଟି ଲୋକସଭା ଏବଂ ୩୦ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି। ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା-ନଗର ହାେଓ୍ଵଲି ଓ ଦାମନ-ଦିୟୁର ୩ଟି ଲୋକସଭା ଆସନ ନିମନ୍ତେ ଅନୁଷ୍ଠିତ ଉପନିର୍ବାଚନରେ ଭୋଟ୍‌ ଗ୍ରହଣ ଚାଲିଛି।
  15. ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାରେ ଆତ୍ମହତ୍ୟା ୨୧% ବୃଦ୍ଧିପାଇଛି। ୨୦୨୦ରେ ରାଜ୍ୟରେ ସମୁଦାୟ ୫୫୪୬ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ଥିଲା ୪୫୮୨। ୨୦୨୦ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩୯୦୯ ଥିବାବେଳେ ମହିଳାଙ୍କ ସଂଖ୍ୟା ଥିଲା ୧୬୩୭। ଗତକାଲି ଏନ୍‌ସିଆର୍‌ବି ଦ୍ବାରା ପ୍ରକାଶିତ ରିପୋର୍ଟ-୨୦୨୦ରେ ଏହା ଉଲ୍ଲେଖ କରାଯାଇଛି।
  16. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଟେନିସ ତାରକା ଲିଆଣ୍ଡର ପେସ୍‌ ଆଜି ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି।
  17. ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଥିବା ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଦୀପାବଳିରେ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆଜି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ବଳକା ରାଶିକୁ ୧୮ କିମ୍ବା ୨୪ ମାସିଆ ସହଜ କିସ୍ତି ଜରିଆରେ ପ୍ରଦାନ କରାଯାଇପାରିବ । କଂପାନି ପକ୍ଷରୁ  ଜିଓଫୋନ୍  ନେକ୍ସଟ୍‌କୁ  ସ୍ୱତନ୍ତ୍ର  ଭାବେ  ପ୍ରସ୍ତୁତ  କରାଯାଇଥିବା ପ୍ଲାନ୍ ସହ ବଣ୍ଡଲ୍‌ଡ କରାଯାଇଛି । 
  18. ବିଶ୍ବର ଜନସଂଖ୍ୟା ପାଖାପାଖି ୮ ଶହ କୋଟି। ଆଗାମୀ ୪ ଦଶନ୍ଧି ମଧ୍ୟରେ ଭାରତର ଜନସଂଖ୍ୟା ପ୍ରାୟ ୧୭୦ କୋଟି ଛୁଇଁ ସାରିଥିବ। ଏତେ ବଡ଼ ବିଶାଳ ଜନସଂଖ୍ୟାଙ୍କୁ ଦୈନିକ ଆହାର ଯୋଗାଇବା ସେତେବେଳେ ଦେଶ ପାଇଁ ନୂତନ ଆହ୍ବାନ ସୃଷ୍ଟି କରିବ। 
  19. ଗତ ବର୍ଷକ ମଧ୍ୟରେ ଆତ୍ମହତ୍ୟା ପରିମାଣ ୧୦ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ରେ ଦେଶରେ ମୋଟ ୧ ଲକ୍ଷ ୫୩ ହଜାର ୫୨ଜଣ ଆତ୍ମହତ୍ୟା କରିଛନ୍ତି; ଯାହା ୨୦୧୯ ତୁଳନାରେ ୧୦ପ୍ରତିଶତ ଅଧିକ ବୋଲି ଜାତୀୟ ଅପରାଧ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆରବି) ପକ୍ଷରୁ ସୂଚନା ଦିଆଯାଇଛି। 
  20. ନଭେମ୍ବର ମାସ ପାଇଁ କେନ୍ଦ୍ର ସରକାର କରୋନା ମାର୍ଗଦର୍ଶିକା ଜାରି କରିଥିବାବେଳେ ଏହାକୁ ଅନୁପାଳନ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.