• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜର୍ମାନୀସ୍ଥିତ ଆଇଜେଡ୍‌ଏ ଶ୍ରମ ଅର୍ଥନୀତି ପ୍ରତିଷ୍ଠାନର ଗବେଷକ ସନ୍ତୋଷ ମେହରୋତ୍ରା ଓ ସହଯୋଗୀ ଯଯାତି କେଶରୀ ପରିଡାଙ୍କ ରିପୋର୍ଟ ଅନୁଯାୟୀ ଗତ ୮ବର୍ଷରେ ଭାରତରେ ଗରିବଙ୍କ ସଂଖ୍ୟା ବଢ଼ିଛି। ଜାତୀୟ ତେନ୍ଦୁଲକର ଗରିବ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ୭୬ ନିୟୁତକୁ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି।
  2. ଜାଇଡସ୍ କାଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡି ୧କୋଟି ପାନ କେନ୍ଦ୍ର ସରକାର କ୍ରୟ କରିଛନ୍ତି । ଚଳିତମାସରେ ଏହି ଟିକାକୁ ଜାତୀୟ ଟିକାକରଣ ଅଭିଯାନରେ ଲୋକଙ୍କୁ ଦିଆଯିବ । ଜାଇକୋଭ-ଡି ଟିକାର ୩ଟି ପାନ ଦିଆଯାଇଥାଏ । ଏହାର ଗୋଟିଏ ପାନର ମୂଲ୍ୟ ୩୫୮ଟଙ୍କା ରହିଛି। ଜାଇକୋଭ-ଡି ହେଉଛି ବିଶ୍ବର ପ୍ରଥମ ଡିଏନଏ ଆଧାରିତ କରୋନା ଟିକା । 
  3. ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଆସନ୍ତା ସପ୍ତାହରେ ଟିକାକରଣ ସଂଖ୍ୟା ୪ କୋଟି ଟପିବ ବୋଲି ପରିବାର କଲ୍ୟାଣ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି । 
  4. ଦେଶର ୩୩ ଲକ୍ଷରୁ ଅଧିକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏଥିରୁ ଅର୍ଦ୍ଧାଧିକ ୧୭.୭ ଲକ୍ଷ ଅତ୍ୟଧିକ ଅପପୁଷ୍ଟିର ଶିକାର ହୋଇଥିବା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ କହିଛି। ଏକ ସୂଚନା ଅଧିକାର (ଆରଟିଆଇ) ଆବେଦନର ଉତ୍ତରରେ ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ର, ବିହାର, ଗୁଜରାଟର ସର୍ବାଧିକ ଶିଶୁ ଅପପୁଷ୍ଟିରେ ପୀଡିତ ଅଛନ୍ତି ।
  5. ଉଚ୍ଚ ଦର ଯୋଗୁ କାରବାର ନଥିବାରୁ ରାଜସ୍ଥାନରେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ନିକଟରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟ ଭାଟ୍ ଶୁଳ୍କ ହ୍ରାସ କରି ଦରକୁ ନିୟନ୍ତ୍ରିତ କରିଛନ୍ତି। ହେଲେ ରାଜସ୍ଥାନରେ ୨୭୩ ପେଟ୍ରୋଲ ପମ୍ପ ବନ୍ଦ ହେବା ପରେବି ଅଶୋକ ଗେହଲୋଟ ସରକାର ଭାଟ ହ୍ରାସ କରୁ ନାହାନ୍ତି।
  6. ୮ ୱିକେଟ୍‌ରେ ଆଫ୍‌ଗାନିସ୍ତାନ୍‌କୁ ହରାଇଲା ନ୍ୟୁଜିଲାଣ୍ଡ, ଟି-୨୦ ବିଶ୍ବକପରେ ଶେଷ ହେଲା ଭାରତର ଅଭିଯାନ ।
  7. ବ୍ରହ୍ମଗିରିରେ ସିରିଜ୍ ବୋମାମାଡ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଳିଲା ୩୦ରୁ ଅଧିକ ଘର । ଫୁଟିଲା ୪୦ରୁ ଅଧିକ ବୋମା ।
  8. ବଢ଼ୁଛି ଇଲେକ୍‌ଟ୍ରିକ୍‌ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍‌ସିଡି ଦେବାକୁ ସରକାରଙ୍କ ଯୋଜନା ।
  9. ଲଖୀମପୁର ଖେରୀ ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କ ଶୁଣାଣି, ୮ ଜଣଙ୍କର ହୋଇଥିଲା ମୃତ୍ୟୁ ।
  10. ଆସନ୍ତା ୩ ଦିନ ରାଜ୍ୟରେ ବଢିବ ଶୀତ, ୨ରୁ ୩ ଡିଗ୍ରୀ ଯାଏଁ ଖସିବ ପାରଦ ।
  11. ବିଶ୍ୱ ବଜାରରେ ମିଳିବ କୋରାପୁଟ ମାଣ୍ଡିଆ: ଅନଲାଇନରେ ଅର୍ଡର କରିପାରିବେ ଗ୍ରାହକ ।
  12. ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ସିଆରପିଏଫ ଯବାନଙ୍କ ଗୁଳି ଚାଳନାରେ ତିନି ଜଣ ସାଥୀ ଯବାନ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଛନ୍ତି ।
  13. ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଯୋଡିକୁ ସୋମବାର ଶେଷ ଥର ପଡିଆରେ ଏକାଠି ଦେଖିବାକୁ ମିଳିବ। କୋହଲି ପୂର୍ବରୁ ଟି-୨୦ ଦଳରୁ  ଅଧିନାୟକ ଛାଡିବେ ବୋଲି ଘୋଷଣା କରି ସାରିଛନ୍ତି। ଅନ୍ୟପଟେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବିଶ୍ଵ କପ୍‌ ପରେ ସମାପ୍ତ ହେଉଛି।
  14. ୱେଷ୍ଟଇଣ୍ଡିଜ୍ ଯାତ୍ରା ଟି -20 ବିଶ୍ୱକପ 2021 ରେ ଶେଷ ହୋଇଯାଇଛି । ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିଛି କାରବିୟାନ ଟିମ୍ । ତେବେ ୱେଷ୍ଟଇଣ୍ଡିଜ୍ ପାଇଁ ଏହା ଡ୍ୱେନ୍ ବ୍ରାଭୋଙ୍କର ଏହା ଶେଷ ମ୍ୟାଚ୍ ଥିଲା । କାରଣ ମ୍ୟାଚ୍ ପରେ ସେ ଅବସର ଘୋଷଣା କରିଛନ୍ତି ।
  15. ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶପ୍ରୀତ ରଚିଲେ ଇତିହାସ। ସେ ଶୁକ୍ରବାର ସ୍କଟଲାଣ୍ଡ ବିପକ୍ଷ ଗ୍ରୁପ-ବିର ମୁକାବିଲାରେ ୩.୪ ଓଭରରେ ମାତ୍ର ୧୦ ରନ ଦେଇ ଦୁଇଟି ଓ୍ଵିକେଟ୍ ହାସଲ କରିଛନ୍ତି। ଏଥିସହ ବୁମରା ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି।
  16. ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ଡାଟାକୁ ପାଇବା ପାଇଁ ସିବିଆଇ ଆମେରିକାର ସହାୟତା ଲୋଡିଛି। ସିବିଆଇ ଏହା ଅନୁସନ୍ଧାନ କରିବାକୁ ଚାହୁଁଛି ଯେ କେବେ ଏପରି କିଛି ଘଟିଥିଲା ଯାହା ସୁଶାନ୍ତ ସିଂଙ୍କ ଘରେ ତାଙ୍କ ମୃତଦେହ ମିଳିବା ଦିନ ସହିତ ଜଡିତ।
  17. ଦେଶରେ ପୁଣି ବଢ଼ିଲା ନିର୍ମାଣ ସାମଗ୍ରୀ ଦର। ଏଥିରେ ସିମେଣ୍ଟ କ୍ୱିଣ୍ଟଲ ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଇଟା ଦର ମଧ୍ୟ ବଢ଼ିବଢ଼ି ଚାଲିଛି। ଇଟାର ଏପରି ମୂଲ୍ୟ ବୃଦ୍ଧି ଲାଗି ଭାଟ୍ଟି ମାଲିକମାନେ କୋଇଲା ଦର ବୃଦ୍ଧିର ବାହାନା କରୁଛନ୍ତି।
  18. ହବିବଗଞ୍ଜ ଷ୍ଟେସନରେ ପ୍ରତ୍ୟେକ ସୁବିଧା ସହ ଦେଶର ପ୍ରଥମ ମଡେଲ ଷ୍ଟେସନ। ଭୋପାଲ ଡିଆରଏମ ସୌରଭ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ହବିବଗଞ୍ଜ ଷ୍ଟେସନରେ ଲୋକଙ୍କୁ ସବୁ ସୁବିଧା ମିଳିବ ଯାହା କୌଣସି ଅନ୍ତର୍ଜାତୀୟ ସ୍ତରର ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ। 
  19. ‘ତୃତୀୟ ବିଶ୍ୱଯୁଦ୍ଧ’ ଆରମ୍ଭ ହେବାକୁ ଯାଉଛି । ତାଇଓ୍ବାନ ପ୍ରତି ବିପଦ ବଢିଚାଲିଥିବା ବେଳେ ବିଶ୍ବ ବାସୀଙ୍କୁ ପାଇଁ ଭୟ ବଢିବାରେ ଲାଗିଛି । ହଂକଂର ଜଣେ ଅଧିକାରୀ ଏଲିନ୍ ଚାଙ୍ଗଙ୍କ କହିବା ଅନୁଯାୟୀ, ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
  20. କୁକୁରଟିଏ ମଲେ ଦିଲ୍ଲୀର ନେତା ଶୋକ ମନାନ୍ତି। ହେଲେ କୃଷକ ଆନ୍ଦୋଳନରେ ୬୦୦ କୃଷକ ସହିଦ ହୋଇଗଲେ, ସେମାନଙ୍କ ଉଦ୍ଦେଶ୍ୟରେ ସଂସଦରେ ପ୍ରସ୍ତାବଟିଏ ମଧ୍ୟ ରଖାଗଲାନି। ଏମିତି ଶାଣିତ ଶବ୍ଦରେ କେନ୍ଦ୍ରର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.