• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ରଚୟିତା ବିଶିଷ୍ଟ ଗୀତିକାର ମିତ୍ରଭାନୁ ଗୌନ୍ତିଆ ରଜତ କରଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଛନ୍ତି ।  ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କଲେ ରାଷ୍ଟ୍ରପତି ।
  2. ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ମାମଲା ୫୦ପ୍ରତିଶତ ବଢ଼ିଛି । ବ୍ୟବସାୟରେ ଘାଟା ଯୋଗୁ ୧୧ହଜାରରୁ ଅଧିକ ଛୋଟବଡ଼ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଚିନ୍ତାଜନକ ରିପୋର୍ଟ ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ।
  3. ‘ବିମୁଦ୍ରାୟନ’କୁ ପାଞ୍ଚ ବର୍ଷ ପୂରିବା ସହ ‘ଡିଜିଟାଲ୍‌ ପେମେଣ୍ଟ୍‌’ ବ୍ୟବସ୍ଥା ସତ୍ତ୍ବେ ୨୦୨୧ ଅକ୍ଟୋବର ୨୯ ସୁଦ୍ଧା ଦେଶରେ ନଗଦ ଅର୍ଥ କାରବାର ମୂଲ୍ୟ ୬୪% ବୃଦ୍ଧି ପାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ସୂତ୍ରରୁ ଜଣାପଡ଼ିଛି।
  4. କଳାଟଙ୍କା କାରବାର ରୋକିବାକୁ ୨୦୧୬ ଡିସେମ୍ବର ୮ ତାରିଖ ଦିନ ସରକାର ହଠାତ୍ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ଅଚଳ ଘୋଷଣା କରିଥିଲେ।
  5. ପୁଣି ଥରେ ରାଫେଲ ମାମଲା ମୁଣ୍ଡ ଟେକିଛି । ଏହି ଲଢୁଆ ବିମାନ ବିକ୍ରି ପାଇଁ ଫ୍ରାନ୍ସ କମ୍ପାନି ଡାସାଲ୍ଟ ଆଭିଏସନ ଏକ ମଧ୍ୟସ୍ଥିଙ୍କୁ ୭.୫ ନିୟୁତ ୟୁରୋ ବା ପ୍ରାୟ ୬୫ କୋଟି ଟଙ୍କା ଲାଞ୍ଚ ଦେଇଥିଲା ବୋଲି ଫ୍ରାନ୍ସର ଏକ ନ୍ୟୁଜ ପୋର୍ଟାଲ ‘ମିଡିଆପାର୍ଟ’ ଅଭିଯୋଗ କରିଛି
  6. ୧୯୯୭ ମସିହାରେ ହୋଇଥିବା ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ନଷ୍ଟ କରିବା ମାମଲାରେ ଦିଲ୍ଲୀ କୋର୍ଟ, ବ୍ୟବସାୟୀ ସୁଶୀଲ ଅନସାଲ, ଗୋପାଳ ଅନସାଲ ଏବଂ ଅନ୍ୟମାନଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
  7. ବିଭିନ୍ନ କ୍ଷେତ୍ରରେ କୃତ୍ବିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ତିନୋଟି ବର୍ଗରେ ପ୍ରଦାନ କରାଯାଉଥିବା ପଦ୍ମ ସମ୍ମାନଗୁଡ଼ିକ ହେଉଛି, ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ। ଏଥର ୭ଜଣଙ୍କୁ ପଦ୍ମବିଭୂଷଣ, ୧୦ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏଥର ସମ୍ମାନିତଙ୍କ ମଧ୍ୟରେ ଅଛନ୍ତି ୨୯ଜଣ ମହିଳା ଏବଂ ଜଣେ କିନ୍ନର। ସେହିପରି, ଏଥର ୧୬ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଛି।
  8. ଲଖିମ୍‌ପୁର ଖେରି ମାମଲାରେ ଉତ୍ତର ପ୍ରଦେଶ ପୁଲିସ କରୁଥିବା ତଦନ୍ତ ବେଗ ଉପରେ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କଦ୍ବାରା ‘ଏସ୍‌ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପାରିସ କରିଛନ୍ତି।
  9. ଚୀନ୍‌ର ‘ଶେନ୍‌ଝୌ-୧୩ ମିସନ୍’ର କ୍ରୁ’ସଦସ୍ୟା ମହାକାଶଚାରିଣୀ ୱାଙ୍ଗ୍‌ ୟାପିଙ୍ଗ୍‌ ପ୍ରଥମ ଚୀନା ମହିଳା ଭାବେ ରବିବାର ସନ୍ଧ୍ୟାରେ ମହାଶୂନ୍ୟରେ ଚାଲିଛନ୍ତି।
  10. ଚଳିତବର୍ଷ ଅକ୍ଟୋବର ମାସରେ ହୋଇଥିବା ବୃଷ୍ଟିପାତ ୧୨୦ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି। ବିଭାଗ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ଚଳିତବର୍ଷ ଅକ୍ଟୋବର ମାସରେ କେରଳରେ ୫୮୯.୯ ମିଲିମିଟର ବର୍ଷା ହୋଇଛି.
  11. ଟାଟା ଷ୍ଟିଲ ଚେସ୍‍ ଇଣ୍ଡିଆ ୩ୟ ସଂସ୍କରଣ ଟୁର୍ଣ୍ଣାମେଣ୍ଟ କୋଲକାତାର ପ୍ରସିଦ୍ଧ ନ୍ୟାସନାଲ ଲାଇବ୍ରେରୀରେ ଚଳିତ ନଭେମ୍ବର ୧୭ରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । 
  12. ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମରେ ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କନିଷ୍ଠ ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳାଯିବ।
  13. ହକି ଇଣ୍ଡିଆ ପକ୍ଷରୁ ୨୪ଜଣିଆ ସମ୍ଭାବ୍ୟ ଖେଳାଳି ମନୋନୟନ କରାଯାଇଛି। ସମ୍ଭାବ୍ୟ ଦଳରେ ୫ ଓଡ଼ିଆ ଖେଳାଳି ଅଭିଶେକ ଲାକ୍ରା, ସାଇରିଲ ଲୁଗୁନ, ସୁଦୀପ ଚିର୍ମାକୋ ,ସୁନୀଲ ଜୋଜୋ ଓ ଗୋଲକିପର ସାହିଲ ନାଏକ ରହିଛନ୍ତି। 
  14. କୋଭିଡ ଟିକା ନେବାକୁ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାକୁ ଅଷ୍ଟ୍ରେଲିଆରେ ଆରମ୍ଭ କରାଯାଇଥିବା ଏକ ଲଟେରୀରେ ଜଣେ ମହିଳା ୭.୪ କୋଟି ଟଙ୍କା ଜିତିଛନ୍ତି ।
  15. ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛି। ଶୁକ୍ରବାର ସମ୍ବଲପୁର ବୁଢ଼ାରଜାସ୍ଥିତ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟରେ ଶ୍ରୀ ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
  16. ସର୍ବଭାରତୀୟ ଫୁଟବଲ ଫେଡେରେସନ ତରଫରୁ ନବରଙ୍ଗପୁରର ଚାଉଁରିଆଗୁଡା ନିବାସୀ ଐଶ୍ୱରୟନ ପିଲାଇଙ୍କୁ ଭାରତୀୟ ଷୋହଳ ବର୍ଷରୁ କମ୍ ଫୁଟବଲ ଦଳର ମ୍ୟାନେଜର ଭାବେ ମନୋନୀତ କରାଯାଇଛି। ସୂଚନା ଯୋଗ୍ୟ ଯେ, ପିଲାଇ ଏଥି ପୂର୍ବରୁ ଇଣ୍ଡିଆନ ସୁପର ଲିଗର କୋଚ ଏବଂ ଇଣ୍ଡିଆନ ଓ୍ବିମେନ୍ସ ଲିଗ ଟୁର୍ଣ୍ଣାମେଣ୍ଟର ମଧ୍ୟ କୋଚ ଦାୟିତ୍ଵ ତୁଲାଇ ସାରିଛନ୍ତି।
  17. ୨୦୨୧ରୁ ୨୦୩୦ ମଧ୍ୟରେ ଆଂଶିକ ଏବଂ ପୂର୍ଣ୍ଣଗ୍ରାସ ମୋଟ ୨୦ଟି ସୂର୍ଯ୍ୟପରାଗ ତଥା ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ବୋଲି ସେମାନେ କହିଛନ୍ତି । ୧୯ ତାରିଖରେ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକାକୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି ।
  18. ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ୨୦୨୧ ମସିହା ନଭେମ୍ବର ୧୬ ତାରିଖରେ ପ୍ରାଥମିକ ଭୋଟର ତାଲିକା ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରକାଶ ପାଇବ । ଏହି ତାରିଖଠାରୁ ୨୦୨୧ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ ଭୋଟର ତାଲିକା ସଂପର୍କିତ ସମସ୍ତ ଦାବି ଓ ଆପତ୍ତି ଇଲେକେଫାରାଲ୍‌ ରେଜିଷ୍ଟ୍ରେସନ୍‌ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ ।
  19. ବ୍ରହ୍ମଗିରିରେ ବୋମାମାଡ଼ ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୁରୀ ଜିଲ୍ଲା ବ୍ରହ୍ମଗିରିର ନାଥପୁର ଗାଁ । ପୁଲିସ ତଦନ୍ତ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି ପୁରୁଷ । ଗାଁ ଦାଣ୍ଡରେ ଏବେବି ପଡିରହିଛି ଅଫୁଟା ବୋମା । ଜମି ବିବାଦକୁ କେନ୍ଦ୍ର କରି ୨ ଗୋଷ୍ଠୀ ଭିତରେ ଗଣ୍ଡଗୋଳରୁ ଗତକାଲି ଫୁଟିଥିଲା ୪୦ରୁ ଅଧିକ ବୋମା ।
  20. ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଙ୍ଗଳବାର ହେବାକୁ ଥିବା ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା, ଭାଷା ଓ ଜଳ ବିବାଦର ଆପୋସ ସମାଧାନର ବାଟ ବାହାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.