• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟସ୍ତ ହୋଇଥିବା ଭାରତ ବିଜୟୀ ହେବାରୁ ବିରତ ହୋଇଛି  । ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଦେଖିବାକୁ ମିଳିଲା । ସବୁଥିଲେ ଫ୍ଲପ୍ ମାରିଲା ଟିମ୍ ଇଣ୍ଡିଆ । ୧୧୧ ରନର ଟାର୍ଗେଟକୁ ପିଛା କରି ସହଜ ବିଜୟ ହାସଲ କରିଛି କିଓ୍ବି ଟିମ୍ । ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୧୧୦ ରନ୍ କରିଥିଲା ଭାରତ । 
  2.  ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି।  ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ।  କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ। ହେଲେ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ହେବନାହିଁ। ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । 
  3. ମାଲକାନଗିରି: ଟାଟା ପାଓ୍ୟାର କମ୍ପାନୀର ମନମୁଖି କାର୍ଯ୍ୟକୁ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ଚାଷୀ, ନିଜର ରୋଗୀଣା ବୃଦ୍ଧା ମାଙ୍କୁ ଏକ ଟ୍ରଲି ରିକ୍ସାରେ ଦୀର୍ଘ୨୦ କିଲୋମିଟର ଦୁର ରାସ୍ତା ଠେଲି ଠେଲି ଜିଲ୍ଲାପାଳ ଙ୍କ ନିକଟକୁ ନେଉଥିବାର ଦେଖିବାକୁ ମିଳିଛି ।
  4. ମହାମାରୀ ଅଧିନିୟମ (ଏପିଡେମିକ୍ ଡିଜିଜେସ୍ ଆକ୍ଟ)ରେ ଡେଙ୍ଗୁ, ଚିକୁନ୍‌ଗୁନିଆ ଓ ମ୍ୟାଲେରିଆ ପରି ମଶାଜନିତ ସଂକ୍ରାମକ ରୋଗକୁ ସୂଚନୀୟ ରୋଗ (ନୋଟିଫାଏବ୍‌ଲ ଡିଜିଜ୍) ତାଲିକାଭୁକ୍ତ କରାଗଲା ବୋଲି ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି। 
  5. ଟି-୨୦ ବିଶ୍ଵ କପରେ ବିରାଟ ବାହିନୀ ର ଆଉ ଏକ ପରାଜୟ, ନ୍ୟୁଜିଲାଣ୍ଡଠୁ ଭାରତର ଶୋଚନୀୟ ପରାଜୟ ।
  6. ଦାନ୍ତେଓ୍ଵାଡାରେ ମାଓ-ପୋଲିସ ଗୁଳି ବିନିମୟ: ୩ ମହିଳା ମାଓବାଦୀ ମୃତ, ମୁଣ୍ଡ ଉପରେ ଥିଲା ୫-୫ ଲକ୍ଷ ପୁରସ୍କାର ରାଶି ।
  7. ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ସମ୍ଭାବନା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।
  8. ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ହେଲା ।
  9. ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍‌ କରିଛନ୍ତି ରାଜ୍ୟ ସରକାର।
  10. ମନରେଗାରେ ଏବେ ମଧ୍ୟ ଆଧାର ଲିଙ୍କ୍ ବାଧକ, ୫ ବର୍ଷରେ ୧୦୩.୨ କୋଟିର ପ୍ରାପ୍ୟ ମିଳିନି .
  11. ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ବନ୍ଦ ।
  12. ତିବ୍ଦତ ପିରିସ୍ଥିତି ଉପରେ ଧ୍ୟାନ ଦେବାକୁ ଦଲାଇଲାମାଙ୍କ ଅପିଲ, ଚୀନ କରୁଛି ପ୍ରାକୃତିକ ସମ୍ପଦ ନଷ୍ଟ ।
  13. ଶୋକାକୁଳ ପରିବାର ସଦସ୍ୟ ଓ ସହସ୍ରାଧିକ ପ୍ରଶଂସକଙ୍କ ଉପସ୍ଥିତିରେ କାନ୍ତିରାୱା ଷ୍ଟୁଡିଓଠାରେ ରବିବାର ପ୍ରଖ୍ୟାତ ଅଭିନେତା ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି।
  14. କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନ୍‌ସିବିର ଜୋନାଲ୍‌ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ ଏବେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟ୍‌ରେ ଥିବା ବେଳେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନୱାବ ମଲିକ ପ୍ରତିଦିନ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣୁଛନ୍ତି।
  15. ପଶ୍ଚିମବଙ୍ଗର ଆଉ ଜଣେ ବିଜେପି ନେତା ଶାସକ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ସରକାରର ମନ୍ତ୍ରୀ ପଦ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା
  16. ଭାରତରୁ ନେପାଳ ଯାଉଥିବା ଲୋକଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରିଛନ୍ତି ସରକାର ।
  17. ନଭେମ୍ବର ୧ ରୁ ୟୁଜି ପ୍ରଥମ ବର୍ଷ ଓ ୧୫ ରୁ ପିଜି ପ୍ରଥମ ବର୍ଷ ଅଫଲାଇନ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ସଚିବ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି। କୋଭିଡ କଟକଣାରେ ହେବ ପାଠପଢ଼ା।
  18. ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୨୬୫ ଟଙ୍କା ବୃଦ୍ଧି କରାଯାଇଛି । ଏହା ଏକ ଆଶ୍ୱସ୍ତିକର ବିଷୟ ଯେ ଏହି ବୃଦ୍ଧି କେବଳ ବ୍ୟବସାୟିକ ସିଲିଣ୍ଡରରେ ଘଟିଛି ।
  19. ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀର ବ୍ୟବସାୟିକ ସିଲିଣ୍ଡର ୨୦୦୦ ଟଙ୍କା ଅତିକ୍ରମ କରିଛି ।
  20.   ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସଇ)ରେ ଶୀର୍ଷ ୧୦ କମ୍ପାନୀଙ୍କ ମଧ୍ୟରୁ ୯ କମ୍ପାନୀଙ୍କ ବଜାର ପୁଞ୍ଜିରେ ଭାରି ହ୍ରାସ ଦେଖା ଦେଇଛି। ମାର୍କେଟ କ୍ୟାପିଟାଲରେ ଏପରି ହ୍ରାସର ସିଧା ଅର୍ଥ ନିବେଶକଙ୍କ ସେତିକି ପରିମାଣର କ୍ଷତି। ଗତ ଶୁକ୍ରବାର ସମାପ୍ତ ହୋଇଥିବା ସପ୍ତାହରେ ୯ କମ୍ପାନୀଙ୍କ ବଜାର ପୁଞ୍ଜି ୨,୪୮,୫୪୨.୩ କୋଟି ଟଙ୍କା ହ୍ରାସ ହୋଇଛି। ଏଥିରେ ନିବେଶକଙ୍କୁ ଏଚଡିଏଫସି ଓ ରିଲାଏନ୍ସ ସବୁଠୁ ଅଧିକ କ୍ଷତିରେ ପକାଇଥିବା ଜଣାପଡିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.