• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଭାରତୀୟ ଅଲିମ୍ପିଆନ୍ ତଥା ଓଡ଼ିଆ ଦୌଡ଼ ରାଣୀ ଦୂତି ଚାନ୍ଦ ସୋମବାର ଅର୍ଜୁନ ପୁରସ୍କାରର ଟ୍ରଫି ଗ୍ରହଣ କରିଛନ୍ତି । ତାଙ୍କ ସହ ଅନ୍ୟାନ୍ୟ ବିଭାଗର ମୋଟ ୨୭ ଜଣ ଖେଳାଳି ସୋମବାର ନୂଆଦିଲ୍ଲୀରେ ଅର୍ଜୁନ ପୁରସ୍କାର ଟ୍ରଫି ଗ୍ରହଣ କରିଛନ୍ତି । ଦୂତି ଟ୍ୱିଟରରେ ଟ୍ରଫି ସହ ନିଜ ଫଟୋକୁ ମଧ୍ୟ ସେୟାର କରିଛନ୍ତି । 
  2. ଓଡିଆ ଆଇଏଫଏସ ଅଫିସର ଦିନେଶ କୁମାର ପଟ୍ଟନାୟକ ହୋଇଛନ୍ତି ସ୍ପେନ ଲାଗି ଭାରତର ରାଷ୍ଟ୍ରଦୂତ । 
  3. ଅଯୋଧ୍ୟାରେ ଦୀର୍ଘ ୫ ବର୍ଷ ଧରି ୨୦୧୭ ମସିହାରୁ ଏହି ପରମ୍ପରା ଚାଲିଆସୁଛି  । ଏହି ପ୍ରକାରରେ ଚଳିତ ବର୍ଷ ପଞ୍ଚମଥର ପାଇଁ ଏହି ଉତ୍ସବ ପାଳନ କରାଯିବ  । ଏଥର ଦୀପାବଳିରେ ଜଳିବ ସାଢ଼େ ୯ ଲକ୍ଷ ଦୀପ  ।
  4. ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ, ୧ ନମ୍ବର ରାଙ୍କରେ ୩ ଛାତ୍ର ।
  5. ନୂଆଦିଲ୍ଲୀ ରେ ସରକାରୀ ଅଫିସରେ ସଫେଇ ଅଭିଯାନ, ମାସକରେ ହଟିଲା ୧୩ ଲକ୍ଷ ଫାଇଲ ।
  6. ଗୋଆରେ ଅଯୋଧ୍ୟାକୁ ନେଇ ବଡ଼ ଘୋଷଣା କଲେ କେଜ୍ରିୱାଲ : ଗୋଆରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ଅଯୋଧ୍ୟାରେ ରାମଙ୍କ ଦର୍ଶନ ପାଇଁ ମାଗଣା ବ୍ୟବସ୍ଥା କରାଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । 
  7. ପ୍ରତି ଘର ଦୂଆର ଠକ୍ ଠକ୍ କରିବେ ସ୍ୱାସ୍ଥ୍ୟକର୍ମୀ: ଆସନ୍ତାକାଲିଠୁ ଦେଶବ୍ୟାପୀ ମାସ୍ ଭ୍ୟାକ୍ସିନେସନ । ହର ଘର ଦସ୍ତକ ଅଭିଯାନରେ ମାସେ ଯାଏଁ ଚାଲିବ କ୍ୟାମ୍ପେନ୍ । କରୋନା ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ସ୍ୱାସ୍ଥ୍ୟକର୍ମୀ ।
  8. ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ । ୨୦୨୨ ମସିହା ପରେ ହିଁ ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ।
  9. ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। 
  10. ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ ।
  11. ଲୋକାର୍ପିତ ହେଲା ‘ଭାଷା ସଂଗମ’ ଓ ‘ମୋବାଇଲ ଆପ୍’ : ଏହାଦ୍ୱାରା ଦେଶରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ସାଧାରଣ କଥା ଗୁଡିକୁ ଏଣିକି ୨୨ଟି ଆଞ୍ଚଳିକ ଭାଷାରେ ସ୍କୁଲ ଛାତ୍ରଛାତ୍ରୀମାନେ ଶିଖିପାରିବେ । 
  12. -କୋଭାକ୍ସିନ୍‌’ ନେଇଥିବା ବ୍ୟକ୍ତିଙ୍କୁ ଅଷ୍ଟ୍ରେଲିଆ ଆସିବାକୁ ଅନୁମତି ।
  13. ସ୍କଟଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଗୀତ ଗାଇ ପ୍ରବାସୀ ଭାରତୀୟ କଲେ ଭବ୍ୟ ସ୍ୱାଗତ ।
  14. ତୈଳ ଦରବୃଦ୍ଧିରେ ରାହୁଲଙ୍କ ପ୍ରତିକ୍ରିୟା, କହିଲେ ପକେଟମାରଙ୍କ ପ୍ରତି ସାବଧାନ ହୁଅନ୍ତୁ ଦେଶବାସୀ
  15. ପରଲୋକରେ ପୁନୀତ, ଦାନ କରିଯାଇଥିବା ଦୁଇ ଆଖିରେ ଦୁନିଆ ଦେଖିଲେ ୪ ଜଣ ।
  16. ଅଜିତ ମିଶ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ‘ସିଇଓ’ ।
  17. ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ଇଂଲଣ୍ଡ। ସୋମବାର ଗ୍ରୁପ୍‌-୧ର ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୨୬ ରନ୍‌ରେ ଇଂଲଣ୍ଡ ପରାସ୍ତ କରିଛି।
  18. ରାଜସ୍ୱ ନିରୀକ୍ଷକ ମନୋଜ ପରିଡା କାର୍ଯ୍ୟରୁ ନିଲମ୍ବିତ । ପୁରୀ ତହସିଲ ବେତାଳ ଆରଆଇ ସର୍କଲର ମନୋଜ ପରିଡ଼ା ନିଲମ୍ୱିତ । ବିଶୃଙ୍ଖଳିତ ଆଚରଣ ଓ ସରକାରୀ କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ ନିଲମ୍ୱନ କଲେ ଜିଲ୍ଲାପାଳ ସମର୍ଥ ବର୍ମା ।
  19. ଆସିଡେଣ୍ଟ କ୍ଲେମ୍ ବେନିଫିଟକୁ ନେଇ ସୁପ୍ରିମକୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ରାୟ । ପ୍ରିମିୟମ ଠିକ୍ ସମୟରେ ଭରା ଯାଇନଥିଲେ ଆସିଡେଣ୍ଟ କ୍ଲେମ୍ ବେନିଫିଟ୍ ମିଳିବ ନାହିଁ ।
  20.  ଏଲୋନ ମସ୍କଙ୍କ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସଲା ଟେସଲା । ସେୟାର ବଜାରରେ ଧୁମ୍ ମଚାଉଛି । ଟେସଲା କମ୍ପାନୀର ଷ୍ଟକ୍ ପ୍ରତିଦିନ ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ତେବେ ଏହି କମ୍ପାନୀର ସେୟାରରୁ ଜଣେ ବ୍ୟକ୍ତି ୧୫୦୦ କୋଟିରୁ ଅଧିକ ଆୟ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.