• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶାରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ । ଏଣୁ ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପ୍ରଥମ ୪୮ ଘଣ୍ଟାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇପାରିବେ ।

  2. ଶ୍ରୀମନ୍ଦିର ପାଇଁ ୧୯୦ କୋଟି ୨୬ ଲକ୍ଷ ଟଙ୍କାର ବଳକା ବଜେଟ୍ ଅନୁମୋଦିତ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଳକା ବଜେଟକୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି ।

  3. ଆସନ୍ତା ଡିସେମ୍ବର ୨୪ରୁ ୨୬ ପର୍ଯ୍ୟନ୍ତ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜିତ ହେବ। ଓଡିଶା ପାରା କ୍ରୀଡା ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ମିଳିତ ଅନୁକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।

  4. କଟକ କାଠଯୋଡ଼ି ନଦୀ ଉପରେ ଥିବା ପୁରୁଣା ପୋଲ ଦିନକୁ ଦିନ ଦୁର୍ବଳ ହୋଇପଡୁ ଥିବାରୁ, ଏହାର ମରାମତି ଆବଶ୍ୟକ ହୋଇପଡିଛି। ଫଳରେ ଚଳିତ ମାସ ୪ ତାରିଖରୁ ୯୦ ଦିନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କମିସନରେଟ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଏହି ଟ୍ରାଫିକ କଟକଣା ଆସନ୍ତା ୨୦୨୨ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

  5. ଆସନ୍ତାବର୍ଷ ହେବାକୁ ଥିବା ହଜ୍‍ ଯାତ୍ରାରେ ଯିବାକୁ ଚାହୁଁଥିବା ମୁସଲିମ୍‍ ଭାଇଭଉଣୀମାନେ ୨୦୨୨ ଜାନୁୟାରୀ ୩୧ ତାରିଖ ମଧ୍ୟରେ ଅନ୍‍ଲାଇନରେ ଆବେଦନ କରିପାରିବେ। ସେଥିପାଇଁ ଗତକାଲି ଅର୍ଥାତ ନଭେମ୍ବର ୧ ଠାରୁ ଆବେଦନ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ୨୦୨୨ ହଜ୍‍ ଯାତ୍ରା ପାଇଁ ୬୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିବିଶେଷ ଆବେଦନ କରିପାରିବେ ।

  6. ଭାରତରୁ ପଣ୍ୟସାମଗ୍ରୀ ରପ୍ତାନି ୪୨.୩୩% ବୃଦ୍ଧି; ବାଣିଜ୍ୟ ନିଅଣ୍ଟ ୧୯.୯ ବିଲିଅନ ଡଲାରକୁ ହ୍ରାସ

  7. ବିଶ୍ୱର ପ୍ରଥମ ଛାତ ଉପର ମୁକ୍ତାକାଶ ପ୍ରେକ୍ଷାଳୟରେ ମୁମ୍ବଇରେ ଉଦଘାଟିତ ହେବାକୁ ଯାଉଛି । ଯେଉଁଠାକୁ ଦର୍ଶକମାନେ ସେମାନଙ୍କ ଗାଡି ଚଳାଇ ଯିବା ସହିତ ନିଜ ଗାଡିରେ ବସି ଚଳଚ୍ଚିତ୍ର ଉପଭୋଗ କରିପାରିବେ । ଏହାକୁ ପିଭିଆର ପରିଚାଳନା କରୁଛି ଏବଂ ଛାତ ଉପରେ ଏକ ସମୟରେ ୨୯୦ଟି କାରରେ ଦର୍ଶକମାନେ ବସି ଚଳଚ୍ଚିତ୍ର ଦେଖିବା ବ୍ୟବସ୍ଥା କରାଯାଇଛି ।

  8. ହିମାଚଳପ୍ରଦେଶରେ ଆଜି ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ ତିନୋଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ଜିତିଛନ୍ତି।

  9. ଆତଙ୍କବାଦ ସହ ଜଡିତ ମାମଲାଗୁଡ଼ିକର ପ୍ରଭାବଶାଳୀ ତଦନ୍ତ ପାଇଁ ଜମ୍ମୁକଶ୍ମୀର ସରକାର ଏକ ନୂତନ ଅନୁସନ୍ଧାନକାରୀ ସଂସ୍ଥା, ରାଜ୍ୟ ଅନୁସନ୍ଧାନ ଏଜେନ୍ସି (SIA) ଗଠନ କରିଛନ୍ତି।

  10. ପଶ୍ଚିମବଙ୍ଗରେ ବାଜି ମାରିଲା ଟିଏମସି। ୪ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଟିଏମସି ବାଜି ମାରିନେଇଥିବା ଜଣାପଡ଼ିଛି।

  11. ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ। ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ରାଜସ୍ଥାନର ରାଜଧାନୀ ଗୋଲାପି ସହର ଜୟପୁରକୁ ଯାତ୍ରା କରିପାରିବେ।

  12. ପାର୍ବଣରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇ ପାରିବ ନାହିଁ। ସବୁଜ ବାଣ (ଅପେକ୍ଷାକୃତ କମ୍ ପ୍ରଦୂଷଣ କରୁଥିବା ବାଣ) କୁ ଲୋକମାନେ ଫୁଟାଇ ପାରିବେ।

  13.  ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଏକ ନୂଆ ଦଳ ଗଢିବାକୁ ଘୋଷଣା କରିଛନ୍ତି । ଏହି ଦଳର ନାଁ ରଖାଯାଇଛି ‘ପଞ୍ଜାବ ଲୋକ କଂଗ୍ରେସ’ ।

  14. କରୋନାରେ ମୃତକଙ୍କ ପରିବାରକୁ ମିଳିବ ଅନୁକମ୍ପା ମୂଳକ ସହାୟତା  ୫୦ ହଜାର ଟଙ୍କା  l ବୁଧବାର ଠାରୁ ମୃତକଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସରେ ଅଫଲାଇନ କିମ୍ବା ଅନ ଲାଇନରେ hppps://caps. Odisha. Gov. Inରେ ଆବେଦନ କରିବେ l

  15. ଆଇଏସ୍‌ଆଇଏସ୍‌ ଖୋରାସନର ଜଣେ ମୁଖପାତ୍ର କହିଛି ଯେ, ସଂଗଠନର ଲକ୍ଷ୍ୟ ହେଉଛି ପାକିସ୍ତାନକୁ ମାଟିରେ ମିଶାଇବା । ଆଫଗାନିସ୍ତାନରେ ବର୍ତ୍ତମାନ ଯାହା କିଛି ଘଟୁଛି ବା ଆଜି ଦେଶର ସ୍ଥିତି ଯାହା ସେଥିପାଇଁ କେବଳ ପାକିସ୍ତାନ ହିଁ ଦାୟୀ ।

  16. ସ୍ତ୍ରୀରୋଗ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୨ ସେପ୍ଟେମ୍ବର ମାସରେ ଲଣ୍ଡନରେ ହେବାକୁ ଥିବା ସମ୍ମିଳନୀରେ ଡାକ୍ତର ତୁଷାର କରଙ୍କୁ ଫେଲୋସିସ ପ୍ରଦାନ କରାଯିବ ।

  17. ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରାଯାଇ ଜଣେ ଟେଲି କମ୍ୟୁନିକେସନ ବିଭାଗର ଅଧିକାରୀ ଆଶୀଷ ଯୋଶୀଙ୍କ ନିଲମ୍ବନ ଆଦେଶକୁ ହଟାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ ବର୍ଷ ପୂର୍ବେ ବିଜେପି ନେତା କପିଲ ମିଶ୍ରାଙ୍କ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ ଭିଡିଓ ଭାଇରାଲ କରିବା ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଆଶୀଷ ।

  18. ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ ପାରାଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦଙ୍କ ସହ ମୋଟ ୧୨ ଜଣ କ୍ରୀଡାବିତଙ୍କୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ । ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି  । 

  19. ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ । ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ଦାବି କଲେ ପୂର୍ବତନ ବସ୍ ଫାନସିସ ହ୍ୟୁଜେନ ।

  20. ମାଜିକ ଗଣମାଧ୍ୟମରେ ସର୍ବଦା ଚର୍ଚ୍ଚାରେ ରହୁଥିବା ଆମେରିକାର ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ହେଉଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି। ସମଗ୍ର ବିଶ୍ବରୁ କ୍ଷୁଧା ସମସ୍ୟା‌ ଦୂର କରିବାକୁ ସେ ଜାତିସଂଘକୁ ଆହ୍ବାନ ଦେଇଛନ୍ତି। ନିଜର ୬୦୦ କୋଟି ଡଲାର (ପ୍ରାୟ ୪୫ ହଜାର କୋଟି ଟଙ୍କା) ସଂପତ୍ତି ଦେବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.