• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ମର୍ଯ୍ୟାଦା ଜନକ ଜୟଦେବ ପୁରସ୍କାର ପ୍ରଦାନ ସଂପର୍କରେ ଘୋଷଣା କରାଯାଇଛି । ସେହିପରି ଖ୍ୟାତି ସଂପର୍ଣ୍ଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।
  2. ଶୁକ୍ରବାର ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ଲାଗି ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଉପର ମୁହାଁ ହୋଇଥିବା ଖାଇବା ତେଲକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଜି କେତେକ ଅଶୋଧିକ ଖାଇବା ତେଲ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଶୁକ୍ରବାର ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଭଳି ତେଲ ଉପରେ ଲାଗୁଥିବା ଶୁଳ୍କକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି।
  3. ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ଫିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ ।
  4. ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛି ।
  5. କ୍ରୁଜ୍‌ ଡ୍ରଗ୍ସ ମାମଲାର ତଦନ୍ତରୁ ଏନ୍‌ସିବିର ମୁମ୍ବାଇ ଜୋନାଲ୍‌ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ହଟାଇ ଦିଆଯାଇଛି। ମାମଲାର ତଦନ୍ତ ଭାର ଏନ୍‌ସିବିର ମୁମ୍ବାଇ ଜୋନ୍‌ରୁ କେନ୍ଦ୍ରୀୟ ଜୋନ୍‌କୁ ସ୍ଥାନାନ୍ତର କରାଯାଇଛି। 
  6. 6Gକୁ ନେଇ ଭାରତର ବଡ ପ୍ରସ୍ତୁତି, ଦୁନିଆର ଅନ୍ୟ ଦେଶଠୁ ରହିବ ଆଗରେ ।
  7. ବର୍ତ୍ତମାନ ସୁଦ୍ଧା ୨୨ ଟି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଛନ୍ତି ଭାଟ୍ : କେନ୍ଦ୍ର ସରକାର ।
  8. ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ସ୍କଟଲାଣ୍ଡକୁ ୬.୩ ଓଭରରେ ହରାଇ ଦେଇଛି ଭାରତ । ବିରାଟ ବିଜୟ ସହ ଟିମ୍‌ ଇଣ୍ଡିଆର ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି ।
  9. ବିସିସିଆଇ ଆୟୋଜନ କରିବ ମହିଳା ଆଇପିଏଲ୍, ନିଲାମରୁ ମିଳିବ ୫ହଜାର କୋଟି! ।
  10. ଜାରି ହେଲା ଚୂଡ଼ାନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ୬ଟି ଆସନକୁ ନେଇ ସସପେନ୍ସ । ମାତ୍ର ଯେଉଁ ୬ଟି ଜିଲ୍ଲାକୁ ନେଇ ସସପେନ୍ସ ଦେଖାଦେଇଛି ସେଗୁଡ଼ିକ ହେଲା କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ନୂଆପଡ଼ା, ବରଗଡ଼ ଓ ବୌଦ୍ଧ ।
  11. ୟୁରୋପରେ ଆରମ୍ଭ ହୋଇଛି କରୋନାର ନୂଆ ୱେଭ୍ । ମହାମାରୀ କରୋନା ପୁଣିଥରେ ୟୁରୋପର ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି । 
  12. ଚଳିତ ଆଇସିସି ଟି-୨୦ ବିଶ୍ୱକପରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ନ୍ୟୁଜିଲ୍ୟାଣ୍ଡ । ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍-୨ର ଏକ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୫୨ ରନରେ ନାମିବିଆକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆର ଟେନସନ୍ ବଢ଼ିଲା ।
  13. ପୁଣି ଆସୁଛି ଏକ ଲଘୁଚାପ , ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି ।
  14. ଫାଇଜର୍‌ ସଂସ୍ଥା ଦ୍ବାରା ପରୀକ୍ଷଣ ସ୍ତରରେ ଥିବା ଏକ ଆଣ୍ଟି‌ଭାଇରାଲ୍‌ ଟାବଲେଟ୍‌ କରୋନା ମୃତ୍ୟୁ ଏବଂ ହସ୍ପିଟାଲ୍‌ ରହଣିକୁ ପାଖାପାଖି ୯୦ ପ୍ରତିଶତ କମାଇ ଦେଉଥିବା ଜଣାପଡ଼ିଛି ।
  15. ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ (ଆଇଏଫଏଫଆଇ)-୨୦୨୧ର ଭାରତୀୟ ପାନାରୋମାରେ ଅଣଫିଚର୍‌ ଫିଲ୍ମ ବର୍ଗରେ ଓଡ଼ିଆ ଭାଷାରେ ଏକମାତ୍ର ଚଳଚ୍ଚିତ୍ର ‘ବ୍ୟାକଷ୍ଟେଜ୍‌’ ପ୍ରର୍ଦଶିତ ହେବ। ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଲିପିକା ସିଂହ ଦୋରାଇ।
  16. ଯୌନ ଶୋଷଣର ଶିକାର ହୋଇ ୨୪ ସପ୍ତାହର ଗର୍ଭବତୀ ଥିବା ଜନୈକା ନାବାଳିକାର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି ଏବଂ ଏକ ଫୋରେନସିକ୍‌ ଲ୍ୟାବ୍‌ ଦ୍ୱାରା ବିଶ୍ଳେଷଣ ପାଇଁ ଡିଏନଏ ପରୀକ୍ଷା ନମୁନା ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  17. କେନ୍ଦ୍ର ସରକାର ୬ଜି ନେଟଓ୍ଵର୍କ ପ୍ରଯୁକ୍ତିବିଦ୍ୟା ପାଇଁ ବଡ ପ୍ରସ୍ତୁତି କରିଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ(DoT) ୬ଜି ଟେକ୍ନୋଲୋଜି ଉପରେ ଫୋକସ୍ କରିବା ପାଇଁ ଏକ ଟେକ୍ନୋଲୋଜି ଇନୋଭେସନ ଗ୍ରୁପ ଗଠନ କରିଛି।
  18. ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ସବୁଆଡେ ପ୍ରାଧାନ୍ୟ ବିସ୍ତାର କରିଛି। ୧୩୦୦ ସ୍କ୍ରିନ୍ ସହିତ ରିଲିଜ୍ କରିଥିବା ଏହି ଫିଲ୍ମର କ୍ରେଜ୍ ସବୁଠାରେ ଦେଖାଯାଉଛି।
  19.  ‘ରିପୋର୍ଟ ଅନ ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେପଲପମେଣ୍ଟସ ଇନଭଲଭିଂ ଦି ପିପୁଲ୍ସ ରିପବ୍ଲିକ ଅଫ ଚାଇନା-୨୦୨୧’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ଏଲଏସିରେ ନିଜର ଦାବି ଜାହିର କରିବାକୁ ଚାଇନା ବର୍ଦ୍ଧିତ ଏବଂ ସାମରିକ କାର୍ଯ୍ୟକ୍ରମ ହାତକୁ ନେଉଛି । ଏଥିସହିତ ବେଜିଂ ଦ୍ୱାରା ତିବତ ସ୍ୱୟଂଶାସିତ ଅଞ୍ଚଳ ଏବଂ ଭାରତର ଅରୁଣାଚଳ ପ୍ରଦେଶ ମଧ୍ୟରେ ୨୦୨୦ରେ ୧୦୦ଟି ବାସଗୃହ ଥିବା ଏକ ଗ୍ରାମ ସ୍ଥାପନ କରାଯାଇଛି ।
  20. ପୁରୀ ନାମ ପରିବର୍ତ୍ତନ କରାଯିବାର ଆବଶ୍ୟକତା ନଥିବା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମତ ଦେଇଛନ୍ତି। ଶାସ୍ତ୍ରୀୟ ମତ ଅନୁଯାୟୀ ଅଷ୍ଟପୁରୀ ମଧ୍ୟରୁ ପୁରୀ ଅନ୍ୟତମ। ତେଣୁ ଏହାର ନାମ ପରିବର୍ତ୍ତନ ପଛରେ କୌଣସି ବଳିଷ୍ଠ ଯୁକ୍ତିନଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.