• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୨୯ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି ଏବଂ ୩୯୨ ଜଣଙ୍କ ମୃତ୍ୟୁ ‌ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୩,୪୪,୬୮୩କୁ ବୃଦ୍ଧି ପାଇଥିବା ବେଳେ ୪,୬୦,୨୬୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
  2. ଲୋକପ୍ରିୟତାରେ ବିଶ୍ବର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ ମର୍ଣ୍ଣିଂ କନସଲଟ ପକ୍ଷରୁ କରାଯାଇଥିବା ସର୍ଭେରେ ତାଙ୍କ ଆପ୍ରୁଭାଲ ରେଟିଂ ସର୍ବାଧିକ ଥିବା କୁହାଯାଇଛି ।
  3. ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଏତେ ମାତ୍ରାରେ ବାୟୁ ପ୍ରଦୂଷଣ ହୋଇଛି ଯେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି । ଆଉ ଏହି ପ୍ରଦୂଷଣ ଭିତରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ବଡ ଚେତାବନୀ ଦେଇଛନ୍ତି ।
  4. ଆଫ୍ରିକା ଦେଶ ସିରା ଲିଉନର ରାଜଧାନୀ  ଫ୍ରି ଟାଉନରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଯାହା ଫଳରେ ଏହି ଦୁର୍ଘଟଣାରେ ୯୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି ।
  5. ଆମେରିକାର ହୋଷ୍ଟନଠାରେ ଏକ ମ୍ୟୁଜିକ ଫେଷ୍ଟିଭାଲ ଚାଲୁଥିବାବେଳେ ଘଟିଛି ଏହି ଦୁର୍ଘଟଣା । ଯାହାଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହାତ ହୋଇଛନ୍ତି । 
  6. ରବିବାର ପ୍ରତ୍ୟୁଷରେ ବାଗ୍‌ଦାଦ୍‌ସ୍ଥିତ ଇରାକୀୟ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍‌-କାଧିମିଙ୍କ ବାସଭବନ ଉପରେ ବିସ୍ଫୋରକପୂର୍ଣ୍ଣ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଏହି ଆକ୍ରମଣକୁ ଇରାକୀୟ ସେନା ହତ୍ୟା ଉଦ୍ୟମ କହିବା ସହ ପ୍ରଧାନମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିବା କଥା କହିଛି।
  7. ମହାରାଷ୍ଟ୍ରର ଅହମଦନଗର ସିଭିଲ ହସ୍ପିଟାଲ୍‌ କୋଭିଡ୍‌ ଆଇସିୟୁରେ ଶନିବାର ଦିନ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାରୁ ୧୧ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି।
  8. ଡେଙ୍ଗୁରେ ୨୩ ବର୍ଷିୟ ଓଡ଼ିଆ ଛାତ୍ର କୁରୁକ୍ଷେତ୍ର ନାଏକ ପ୍ରାଣ ହରାଇଛନ୍ତି। ସ୍ଥାନୀୟ କାଲରା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।
  9. ବର୍ତ୍ତମାନ ସୁପ୍ରିମ୍‌କୋର୍ଟ ବିଚାରପତିମାନଙ୍କ ଅବସର ବୟସ ସୀମା ୬୫ ବର୍ଷ ରହିଛି। ଏହାକୁ ଆହୁରି ବୃଦ୍ଧି କରିବାକୁ ଆଗତ ପ୍ରସ୍ତାବକୁ ସୁପ୍ରିମ୍‌କୋର୍ଟ ବିଚାରପତି ରବୀନ୍ଦ୍ର ଭଟ୍ଟ ବିରୋଧ କରିଛନ୍ତି।
  10. ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମନି ଲଣ୍ଡରିଂ ମାମଲାରେ ୧୪ ଦିନ ବିଚାରବିଭାଗୀୟ ହାଜତ ପଠାଯାଇଛି। ଶନିବାର ଦେଶମୁଖଙ୍କୁ ଏକ ଅବସରକାଳୀନ ଅଦାଲତରେ ହାଜର କରାଯାଇଥିଲା।
  11. ଚଳିତ ବର୍ଷ ଜାନୁଆରିରେ ସ୍ବାମୀ ସମୀର ଖାଁଙ୍କୁ ‘ଏନ୍‌ସିବି’ ଗିରଫ କରିବା ପରେ ତାଙ୍କ ପରିବାର ପ୍ରତି ହୋଇଥିବା ଅନ୍ୟାୟ ଏବଂ ବେଆଇନ ବ୍ୟବହାର ସଂପର୍କରେ ବର୍ଣ୍ଣନା କରି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଝିଅ ନିଲୋଫର୍‌ ମଲିକ ଏକ ଖୋଲା ଚିଠି ଲେଖିଛନ୍ତି।
  12. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ  ହୋଇଥିବା ସ୍ବତନ୍ତ୍ର ପରୀକ୍ଷା ଫଳ ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରକାଶ ପାଇବ। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ।
  13. ହକି ଇଣ୍ଡିଆ ପକ୍ଷରୁ କନିଷ୍ଠ ବିଶ୍ବକପ ଲାଗି ୩୩ଜଣିଆ ଭାରତୀୟ ଦଳର ଶିବିର ବାଙ୍ଗାଲୋରସ୍ଥିତ ସାଇ କେନ୍ଦ୍ରରେ ଗତ ସେପ୍ଟେମ୍ବରରୁ ଚାଲିଥିଲା। ଏଥିରୁ ଦ୍ବିତୀୟ ଚରଣ ଶିବିର ଲାଗି ୨୪ଜଣିଆ ଦଳ ମନୋନୟନ କରାଯାଇଛି। ସମ୍ଭାବ୍ୟ ଦଳରେ ୫ ଓଡ଼ିଆ ଖେଳାଳି ଅଭିଶେକ ଲାକ୍ରା, ସାଇରିଲ ଲୁଗୁନ, ସୁଦୀପ ଚିର୍ମାକୋ ,ସୁନୀଲ ଜୋଜୋ ଓ ଗୋଲକିପର ସାହିଲ ନାଏକ ରହିଛନ୍ତି।
  14. ଲକ୍ଷ୍ନୌରେ ଚାଲିଥିବା ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରମାଗତ ୨ୟ ପରାଜୟ ଭୋଗିଛି। ଶନିବାର ଗ୍ରୁପ୍ ‘ଏ’ ମ୍ୟାଚ୍ରେ ଓଡ଼ିଶାକୁ ୨୭ ରନ୍ରେ ମହାରାଷ୍ଟ୍ର ପରାସ୍ତ କରିଛି।
  15. ଆମେରିକାରେ ଚାଲିଥିବା ସଂଗୀତ ମହୋତ୍ସବରେ ( music festival ) ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ଆଜି ଖବର ମିଳିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।
  16. ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଲୋଚନା ହେବ। ଏନେଇ ଆସନ୍ତା ୯ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟିର ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। 
  17. କେନ୍ଦ୍ର ସରକାର ଶୁକ୍ରବାର ପାମୋଲିନ, ସୋୟାବିନ ଓ ସୂର୍ଯ୍ୟମୁଖୀ ଭଳି ତେଲ ଉପରେ ଲାଗୁଥିବା ଶୁଳ୍କକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି। ପୂର୍ବରୁ ଏହି ୩ ପ୍ରକାରର ଅଶୋଧିତ ତେଲରୁ ୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଆଦାୟ କରାଯାଉଥିଲା; କିନ୍ତୁ ଏବେ ଏହା ଉପରେ କୌଣସି ଆମଦାନୀ ଟିକସ ଆଦାୟ କରାଯିବନି। ଏହି ଶୁଳ୍କକୁ ୨.୫ରୁ ଶୂନକୁ ହ୍ରାସ କରିଛି କେନ୍ଦ୍ର।
  18. ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା କରାଯାଇଛି । ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ମର୍ଯ୍ୟାଦା ଜନକ ଜୟଦେବ ପୁରସ୍କାର ପ୍ରଦାନ ସଂପର୍କରେ ଘୋଷଣା କରାଯାଇଛି ।
  19. ସେହିପରି ଖ୍ୟାତି ସଂପର୍ଣ୍ଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ। ନୀଳମାଧବ ପଣ୍ଡାଙ୍କୁ ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ‘କାଲିର ଅତୀତ’ ପାଇଁ  ତାଙ୍କୁ ଏହି ଦୁଇ ପୁରସ୍କାର ପ୍ରଦାନ କରାଯିବ।
  20. ସରୋଜ ପରିଡାଙ୍କୁ  ‘ଖୁସି’ ଚଳଚ୍ଚିତ୍ରରେ ଉଚ୍ଚକୋଟିର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଏବଂ ସେହି ଫିଲ୍ମରେ ନିଖୁଣ ଅଭିନୟ ପାଇଁ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.