• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ କରାଯାଉଛି । ସେହିପରି ଭୁବନେଶ୍ୱରର ତିନୋଟି ସ୍ଥାନରେ ଏକାକଳୀନ ଚଢାଉ କରାଯାଉଛି । ବାସୁଦେବ ଉଡସ୍‌, ଫର୍ଣ୍ଣିଚର ଗୋଡାଉନ ଓ ଚିରାଗ ଇଣ୍ଡଷ୍ଟ୍ରିରେ ରେଡ ଚାଲିଛି । ୧୩୬ ଜଣ ଅଫିସର ରେଡର ସାମିଲ ହୋଇଛନ୍ତି ।
  2. ନଭେମ୍ବର ଶେଷ ସୁଦ୍ଧା କୋଭିଡ ଟୀକାକରଣର ୯୦% ଯୋଗ୍ୟ ଜନସଂଖ୍ୟାକୁ ୯୦% ଯୋଗ୍ୟ ଜନସଂଖ୍ୟାକୁ ଓଡ଼ିଶା ସରକାର ଧାର୍ଯ୍ୟ କରିଛନ୍ତି ବୋଲି ମଙ୍ଗଳବାର ଦିନ ଅଧିକାରୀମାନେ କହିଛନ୍ତି।
  3. ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଜଗତସିଂହପୁର ବାଲିକୁଦାରୁ ୪ ତର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ । ତେବେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । 
  4. ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ଚିନି ଦିନ ପାଗ ମେଘୁଆ ରହିବ । ମାତ୍ର ୧୮ ଓ ୧୯ ତାରିଖରେ ପାଗ ଶୁଖିଲା ଓ ଖରାଟିଆ ରହିବ । ୨୦ ଓ୨୧ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
  5. କଟକରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଲାଗିଲା କଟକଣା । ଡଙ୍ଗା ଭସାଇବା ଓ ବୁଡ ପକାଇବା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି । କଟକର କୌଣସି ବି ଘାଟରେ ଡଙ୍ଗା ଭସାଇ ପାରିବେନି ଶ୍ରଦ୍ଧାଳୁ । ଏହାସହିତ ବୁଡ ପକାଇବା ଉପରେ ମଧ୍ୟ ରୋକ ଲଗାଯାଇଛି ।
  6. ନଭେମ୍ବର ୧୭ ତାରିଖ ଠାରୁ କରତାରପୁର ସାହିବ କରିଡର ଖୋଲିବ। ଏହା ଦ୍ବାରା ବହୁ ସଂଖ୍ୟାରେ ଶିଖ ଶ୍ରଦ୍ଧାଳୁ କରତାର କରିଡ଼ର ଯିବାକୁ ସୁଯୋଗ ପାଇପାରିବେ। ସୂଚନାଯୋଗ୍ୟ, ଆଗାମୀ ୧୯ ତାରିଖରେ ଭାରତ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରକାଶ ଉତ୍ସବ ପାଳନ କରିବ।
  7. ସୂଚନା ଅନୂସାରେ ଗୁଜୁରାଟ ମୋରବୀ ଜିଲ୍ଲାରେ ପାକିସ୍ତାନରୁ ଆସିଥିବା ୧୨୦ କିଲୋ ଗ୍ରାମର ବ୍ରାଉନସୁଗାର ଜବତ୍ କରିଛି ଗୁଜୁରାଟ ଏଟିଏସ୍ । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।
  8. ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ଜଣେ ଆତଙ୍କବାଦୀକୁ କାବୁଲର ଗଭର୍ଣ୍ଣର ନିଯୁକ୍ତ କରିଛି । ତା’ ନାଁ ହେଉଛି କାରି ବରୟାଲ । ସେ କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିଲା ବୋଲି ଅଭିଯୋଗ ରହିଛି ।
  9. ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ନ୍ୟାୟିକ ଅଦାଲତର ବିଚାରପତି ବିଜେପି ନେତା ବିକାଶ ମିଶ୍ରଙ୍କ ବିରୋଧରେ ଏକ ନକଲି ଫେସବୁକ୍‌ ଆଇଡି ସୃଷ୍ଟି କରିବା ଏବଂ ସେଥିରୁ କଂଗ୍ରେସ ବିଧାୟକ ନୀଲୟ ଦାଗାଙ୍କ ବିରୋଧରେ ଅପମାନଜନକ ଏବଂ ଆପତ୍ତିଜନକ ବିଷୟ ପୋଷ୍ଟିଂ କରିଥିବା ଅଭିଯୋଗରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
  10. ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ।
  11. ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ପ୍ରଭୃତି ୫ଟି ରାଜ୍ୟର ୭,୦୦୦ରୁ ଅଧିକ ଗ୍ରାମରେ ୪ଜି ମୋବାଇଲ୍‌ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି
  12. କୋଭାକ୍ସିନକୁ ଇତି ମଧ୍ୟରେ ବିଶ୍ବର ୯୬ଟି ଦେଶ ଅନୁମତି ଦେଇସାରିଲେଣି । ଏସବୁ ଦେଶଙ୍କ ମଧ୍ୟରେ ରହିଛି ଆମେରିକା, କାନାଡା,ଅଷ୍ଟ୍ରେଲିଆ, ସ୍ପେନ, ଫ୍ରାନ୍ସ, ବ୍ରିଟେନ, କାତାର, ୟୁଏଇ ଓ ଜର୍ମାନୀ ।ଚଳିତ ମାସ ଆରମ୍ଭରେ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଥିଲା ।
  13. ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଦ୍ୟା ଜୟନ୍ତ କୁଲକର୍ଣ୍ଣି, ଘନଶ୍ୟାମ ଉପାଧ୍ୟାୟ ଏବଂ ନୱଲ ବଜାଜଙ୍କୁ ବୁଧବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ବୋଲି କର୍ମଚାରୀ ମନ୍ତ୍ରାଳୟର ଏକ ନିର୍ଦ୍ଦେଶରେ କୁହାଯାଇଛି। ୧୯୯୯ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କ ଏହି ପଦବୀରେ କାର୍ଯ୍ୟକାଳ ଜୁନ୍‌ ୨୯, ୨୦୨୬ ପର୍ଯ୍ୟନ୍ତ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି। 
  14. ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସଂପ୍ରତି ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଭାବେ କାର୍ଯ୍ୟ ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଡ଼ିଶା ମାନବାଧିକାର କମିଶନ ଅତିରିକ୍ତ ଡିଜି(ଏଡିଜି) ଭାବେ ବଦଳି କରାଯାଇଛି।
  15. ପାନପୋଷ ରୋଡ୍‌ ସ୍ଥିତ ତାରିଣୀ ମାତା ମନ୍ଦିରର ପ୍ରସାଦକୁ ନୂଆ ସ୍ବୀକୃତି ମିଳିଛି। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ) ପକ୍ଷରୁ ‘ଭୋଗ’ ପ୍ରମାଣପତ୍ର ମିଳିଛି।
  16. ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସ୍ ବୁକ୍ ର ସଦ୍ୟତନକରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 
  17. କୋଭିଡ୍ ସ୍ବତନ୍ତ୍ର ମେଲ୍‌ ଓ ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ବନ୍ଦ କରିବାକୁ ଗତ ସପ୍ତାହରେ ରେଳବାଇ ନିଷ୍ପତ୍ତି ନେଇଥିଲା। ଏହି ଟ୍ରେନ୍‌ଗୁଡ଼ିକର ଟିକଟ ଦାମ୍ ସ୍ବାଭାବିକ ସମୟ ତୁଳନାରେ ଅଧିକ ରହୁଥିଲା। ‌‌ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେଲେ ଭଡ଼ାରେ ୧୫% ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି କୁହାଯାଉଛି।
  18. ମୋହନା ବ୍ଲକର ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ(ଵଟାନି ବିଜ୍ଞାନ) ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀ ନିଜ ବୁଦ୍ଧି ବଳରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । ସେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇ ଆସିବା ପରେ ଯାହା କିଛି  ସମୟ ମିଳେ ସେତିକି ସମୟରେ ବିଭିନ୍ନ ସାମଗ୍ରୀ ଅନଲାଇନରେ ମଗାଇ ସେ ସବୁକୁ ଏକତ୍ରିତ କରି ୨ ଦିନ ମଧ୍ୟରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ । 
  19. ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରାକେଶ କୁମାର ଜୈନଙ୍କୁ ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ କାର୍ଯ୍ୟ ନିରୀକ୍ଷଣ କରିବାକୁ ସୁପ୍ରିମକୋର୍ଟ ବୁଧବାର ନିଯୁକ୍ତି ଦେଇଛନ୍ତି । 
  20. ବିଜୟରୁ ରୋହିତ-ଦ୍ରାବିଡ ଯୁଗର ଆରମ୍ଭ, ରୋମାଞ୍ଚକର ମ୍ୟାଚ୍‌ରେ କିଓ୍ଵିକୁ ଦଳକୁ ୫ ଓ୍ଵିକେଟ୍‌ରେ ହରାଇଲା ଭାରତ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.