• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛନ୍ତି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉ‌ଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
  2. ଆଇଭିଆର୍‌ଏସ୍-‌ ୧୯୬୭ରେ ଯୋଡ଼ି ହେଲା ନୂଆ ବ୍ୟବସ୍ଥା । ସେହିପରି ସାଟେଲାଇଟ୍‌ ମ୍ୟାପିଂ ଜରିଆରେ ଚିହ୍ନଟ ହେବ ଚାଷୀଙ୍କ ଧାନକ୍ଷେତ । ମ୍ୟାପିଂରେ ଜାଲ୍‌ ପଞ୍ଜୀକୃତ ୬୮ ହଜାର ପ୍ଲଟ୍‌ ଧରା ପଡ଼ିଛି । ଏଣିକି ଟୋକନ୍‌ ଅବଧି ୧୫ ଦିନ ବଦଳରେ ୧ ମାସକୁ ବୃଦ୍ଧି କରାଯାଇଛି ।
  3. ଭାରତୀୟ ରିଜର୍ଭ ବ୍ୟାଙ୍କ RBI ଆଗକୁ ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି  ।  ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । 
  4. ଲମାନ ଖୁର୍ସିଦଙ୍କ ପୁସ୍ତକର ପ୍ରକାଶନ ଓ ବିକ୍ରି ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଏହି ନିଷ୍ପତି ନେଇଛନ୍ତି । କାହାର ବାକ୍ ସ୍ବାଧିନତାରେ କେହି ରୋକ ଲଗାଇପାରିବେନି ବୋଲି କହିଛନ୍ତି କୋର୍ଟ । ଆବେଦନକାରୀ ଚାହିଁଲେ ଏହି ବହି ବିରୋଧରେ ପ୍ରଚାର କରିପରିବେ କିନ୍ତୁ ଏହି ବହିର ପ୍ରକାଶନ ବନ୍ଦ ହେବ ନାହିଁ ।
  5. ଅଫଲାଇନ ମୋଡରେ ହେବ ଦଶମ, ଦ୍ବାଦଶ ପରୀକ୍ଷା । ଅନ୍‌ଲାଇନ୍‌ରେ ପରୀକ୍ଷା କରିବା ନେଇ ଛାତ୍ରଛାତ୍ରୀଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । 
  6. ଇଜିପ୍ଟର ଦକ୍ଷିଣରେ ଥିବା ସହର ଆବୁ ଗୋରାବର ମରୁଭୂମି ତଳୁ ମିଳିଲା ପ୍ରାଚୀନ ମନ୍ଦିର । ଯାହା ପ୍ରତ୍ନତତ୍ତ୍ୱବିତଙ୍କୁ ଆଶ୍ଚର୍ଯ୍ୟ କରିଛି । ମରୁଭୂମିର ବାଲି ତଳୁ ଏହି ସୂର୍ଯ୍ୟ ମନ୍ଦିର ମିଳିଛି । ଯାହା ୪୫୦୦ ବର୍ଷ ତଳର ବୋଲି କୁହାଯାଉଛି । ଦୀର୍ଘ ୪୫୦୦ ବର୍ଷ ହେବ ମରୁଭୂମିର ବାଲି ତଳେ ପୋତି ହୋଇ ରହିଥିଲା ଏହି ମନ୍ଦିର । ଏହାକୁ ରାଜା ଫାରୋସ ନିର୍ମାଣ କରିଥିଲେ ।
  7. ମୁମ୍ବାଇର ପୂର୍ବତନ ପୁଲିସ କମିସନର୍‌ ପରମବୀର ସିଂହ କେଉଁଠି ଆତ୍ମଗୋପନ କରିଛନ୍ତି ତାହା ନ କହିବା ପର୍ଯ୍ୟନ୍ତ ତାଙ୍କର ଆବେଦନ ଶୁଣାଣି କରାଯିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।
  8. ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡ଼େମୀରେ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଯୋଗ ଦେଇଥିଲେ ରାଜ୍ୟପାଳ ଗଣେଶୀ ଲାଲ । ତେବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ “ ରାଜ୍ୟର ଶୈଶବ ଏବେ ନିଶା କବଳରେ,ଅଧିକାଂଶ ଶିଶୁ ମାରାତ୍ମକ ନିଶା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। 
  9. ସୁପ୍ରିମକୋର୍ଟ ବୁଧବାର କହିଛନ୍ତି ଯେ ଟିଭି ନ୍ୟୁଜ୍ ଚ୍ୟାନେଲରେ ବିତର୍କ ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି କାରଣ “ପ୍ରତ୍ୟେକଙ୍କର ନିଜସ୍ୱ ଏଜେଣ୍ଡା ଅଛି”। “ଟିଭିରେ ବିତର୍କ ସମସ୍ତଙ୍କ ଅପେକ୍ଷା ଅଧିକ ପ୍ରଦୂଷଣ ସୃଷ୍ଟି କରୁଛି। କ’ଣ ଘଟୁଛି ଏବଂ ସମସ୍ୟା କ’ଣ ସେମାନେ ବୁଝନ୍ତି ନାହିଁ । ସମସ୍ତଙ୍କର ନିଜସ୍ୱ ଏଜେଣ୍ଡା ଅଛି । 
  10. ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।
  11. ଦେଶରେ ଟିକାର ଅଭାବ ନ ଥିବା କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ଦ୍ୱିତୀୟ ଡୋଜ ନେବାକୁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଲେ
  12. ହିନ୍ଦୁସ୍ତାନ ଜିଙ୍କ ଲିମିଟେଡର ସରକାରୀ ଅଂଶଧନ ବିକ୍ରି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।
  13. ହେମା ମାଳିନୀ-ପ୍ରସୂନ ଯୋଶୀଙ୍କୁ ‘ପର୍ସନାଲିଟି ଅଫ ଦ ଇୟର’ ଆୱାର୍ଡ: IFFI ରେ କରାଯିବ ସମ୍ମାନିତ, ସୂଚନା ଦେଲେ ଅନୁରାଗ ଠାକୁର
  14. ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଧାର୍ମିକ ସ୍ୱାଧୀନତାର ବାରମ୍ବାର ଉଲ୍ଲଂଘନ ପାଇଁ ରୁଷ୍‌ ଓ ଚୀନ୍‌କୁ କଳା ତାଲିକାଭୁକ୍ତ କରାଯାଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରୁଷ, ଚୀନ୍ ସମେତ ମୋଟ ୧୦ଟି ଦେଶକୁ ଏହି ତାଲିକା ଅନ୍ତର୍ଭୁକ୍ତ କରିଛନ୍ତି।
  15. କେବଳ ଅଫ୍‌ଲାଇନ୍ ମୋଡ୍ ବଦଳରେ ହାଇବ୍ରିଡ୍ (ମିଶ୍ରିତ) ମୋଡ୍‌ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସିବିଏସ୍‌ଇ ଓ ସିଆଇଏସ୍‌ସିଇକୁ ଆଦେଶ ଦେବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି।
  16. ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ବିଧିବଦ୍ଧ ପ୍ରସ୍ତାବ ଦେଲେ‌ ପୁରୀ ରେଳ ଷ୍ଟେସନ୍‌ର ନାମ ବଦଳିବ।
  17. କୃଷି ଆନ୍ଦୋଳନର ମଙ୍ଗ ଧରିଥିବା ଚାଷୀ ନେତା ରାକେଶ ଟିକାୟତ ଏହାକୁ ସହଜରେ ଗ୍ରହଣ କରୁନାହାଁନ୍ତି । ସେ କହିଛନ୍ତି, ଆମେ ଏବେ ଆନ୍ଦୋଳନରୁ ହଟିବୁ ନାହିଁ । ସଂସଦରେ ଯେବେ ଏହି କୃଷି ଆଇନକୁ ବିଧିବଦ୍ଧ ଭାବେ ରଦ୍ଦ କରାଯିବ ସେତେବେଳେ ଏହି ଆନ୍ଦୋଳନରୁ ହଟିବୁ ।
  18. ଲଣ୍ଡନର ବାସିନ୍ଦା ଆର୍କ ହେଡ୍ସଙ୍କ ସହ ସମାନ ଘଟଣା ଘଟିଛି। ଛାଡପତ୍ରର ଦୁଃଖ ତାଙ୍କ ଜୀବନରେ ଏପରି ଭାବରେ ଆସିଲା ଯେ ସେ ପ୍ରସିଦ୍ଧ ହୋଇଗଲେ। ତାଙ୍କ ଭାବନାକୁ ପ୍ରକାଶ କରୁଥିବା ତାଙ୍କର ଗୋଟିଏ କବିତା ଆର୍କାଡିଆ, ନ୍ୟୁୟର୍କରେ ଖ୍ରୀଷ୍ଟିର ନିଲାମ ସମୟରେ ୩ କୋଟି ୮୯ ଲକ୍ଷରୁ ଅଧିକ ମୂଲ୍ୟ ନିଲାମ ହୋଇଛି।
  19. ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ଅଫ୍ ଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ଶୁକ୍ରବାର ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍ ଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
  20. ଅଭିନେତ୍ରୀ ପୂଜା ବାନାର୍ଜୀ ଦ୍ବିତୀୟ ଥର ପାଇଁ କୁନାଲ ବର୍ମାଙ୍କ ହାତ ଧରିଛନ୍ତି । ଦୁହିଁଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର ଏହି ଯୋଡ଼ି ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.