• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କରୋନା ନେଇ ଆରଏମ୍ଆରସିର ନୂଆ ସର୍ଭେ ରିପୋର୍ଟ ଆସିଛି । ସର୍ଭେରୁ ଜଣାପଡ଼ିଛି ଯେ ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ । ଆରଏମ୍ଆରସି ଭୁବନେଶ୍ୱର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ୨୦୨୦ ମାର୍ଚ୍ଚ ୭ରୁ ୨୦୨୧ ଅଗଷ୍ଟ ୧୭ ତାରିଖ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ୭୫ ହଜାର ୧୯୦ ଜଣ ଅର୍ଥାତ୍ ୧୩ ପ୍ରତିଶତ ସଂକ୍ରମିତ ରହିଥିଲେ ।
  2. ବିଧାୟକଙ୍କ ଅଯୋଗ୍ୟତା ପ୍ରସଂଗରେ ନିର୍ବାଚନ ଆୟୋଗଙ୍କ ମତାମତ ଉପରେ ନିଷ୍ପତ୍ତି ନେବାରେ ବିଳମ୍ୱ କରିପାରିବେନି ରାଜ୍ୟପାଳ । ମଣିପୁର ବିଧାନସଭାର ୧୨ ବିଜେପି ବିଧାୟକଙ୍କ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ନିର୍ବାଚନ ଆୟୋଗ ନିଜ ମତାମତ ଦେଇସାରିଛନ୍ତି । ଏବଂ ରାଜ୍ୟପାଳ ନିଷ୍ପତ୍ତି ନେବାର ଆବଶ୍ୟକତା ରହିିଛି ।
  3. ୩ ଅକ୍ଟୋବର ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ କାର୍‌ରେ ଦଳିଦେବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଫରେନ୍ସିକ ରିପୋର୍ଟ ଅନୁଯାୟୀ ଦାବି କରାଯାଇଛି ଯେ, ସେହି ଜଙ୍ଘନ୍ୟକାଣ୍ଡ ସମୟରେ ଫାୟରିଂ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁତ୍ର ଆଶିଷ ମିଶ୍ରଙ୍କ ବନ୍ଧୁକରୁ ହୋଇଥିଲା । ତେବେ  ମାମଲାର ତଦନ୍ତ ଅଗ୍ରଗତି ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ ।
  4. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜିଲାପାଳ ଭବାନୀଶଙ୍କର ଚଇନୀ ସୂଚନା ଦେଇଛନ୍ତି। 
  5. ନୂଆଦିଲ୍ଲୀରେ ବିଶ୍ୱ ସେବା ସମ୍ମେଳନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗୋୟଲ କହିଛନ୍ତି, ୨୦୨୦ ମସିହାରେ ଭାରତ ସେବା ରପ୍ତାନୀ କ୍ଷେତ୍ରରେ ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନ ଅଧିକାର କରିଥିଲା। ସେବା ରପ୍ତାନୀ କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଭାରତର ଦକ୍ଷତା ରହିଛି ବୋଲି ସେ କହିଛନ୍ତି।
  6. ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ୯୫ % ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। 
  7. ନିର୍ଭୁଲ ଭୋଟର ତାଲିକା ଓ ଶୃଙ୍ଖଳିତ ନିର୍ବାଚନକୁ ଗୁରୁତ୍ବ, ଜିଲ୍ଲାପାଳ ଓ ବିଡିଓଙ୍କ ସହ ଆଲୋଚନା କଲେ ରାଜ୍ୟ ନିର୍ବାଚନ କମିସନର ।
  8. କୃଷକ ସଂଗଠନର ରଣ ହୁଙ୍କାର,  ଶୀତ ଅଧିବେଶନରେ ପ୍ରତି ଦିନ ୫୦୦ କୃଷକ ସଂସଦ ପର୍ଯ୍ୟନ୍ତ କରିବେ ଟ୍ରାକ୍ଟର ରାଲି ।
  9. ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଶର୍ମା ହେଲେ ଅଧିନାୟକ, କୋହଲିଙ୍କୁ ବିଶ୍ରାମ ।
  10. ସୀମା ବିବାଦ ଉପରେ ଆନ୍ଧ୍ର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ।
  11. ହ୍ଵାଟ୍ସଆପ ଆଣିଛି ନୂଆ ଫିଚର । ୟୁଜର୍ସମାନଙ୍କୁ ମିଳିବ ଏବେ ଅନେକ ସୁବିଧା । ଏଣିକି ଏକାଧିକ ଡିଭାଇସରେ ଖୋଲି ହେବ ଆକାଉଣ୍ଟ । 
  12. ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ।  ରାଜ୍ୟର ବିଭିନ୍ନ ଜଳରାଶିରେ ହେବ କ୍ରୁଜ୍ ବ୍ୟବସ୍ଥା ।
  13. ବଙ୍ଗୋପସାଗରରେ ଲଘୁଚାପ ।  ତାମଲନାଡ଼ୁ, କେରଳ, ଆନ୍ଧ୍ର ଓ ପୁଟୁଚେରୀରେ ପ୍ରବଳ ବର୍ଷା ।
  14. DRDOରୁ ତଥ୍ୟ ଲିକ୍‌ ମାମଲା ।  ହାଇକୋର୍ଟରେ ପ୍ରାରମ୍ଭିକ ଶୁଣାଣି, ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର-ରାଜ୍ୟକୁ ନୋଟିସ୍‌ ।
  15. ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ସୃଜନଶୀଳ ସହର ତାଲିକାରେ ଶ୍ରୀନଗର ସହର ସ୍ଥାନ ପାଇଛି । ଶ୍ରୀନଗରକୁ ଏହି ମାନ୍ୟତା ପ୍ରଦାନ କରିବାରେ ଉଦ୍ୟମ କରିଥିବା ସମସ୍ତଙ୍କୁ ୟୁନେସ୍କୋର ନୂଆଦିଲ୍ଲୀରେ ଅବସ୍ଥାପିତ ନିଦେ୍ର୍ଦଶକ ଏରିକ ଫଲ୍ଟ ପ୍ରଶଂସା କରିଛନ୍ତି ।
  16. ଦେଶର ତୈଳ କମ୍ପାନୀଗୁଡ଼ିକ ୨୨ ହଜାର ଇଲେକ୍‍ଟ୍ରିକ୍‍ ଚାର୍ଜିଙ୍ଗ୍‍ ଷ୍ଟେସନ୍‍ ସ୍ଥାପନ କରିବେ। ସେଗୁଡ଼ିକୁ ମିଶନ ମୋଡ଼ରେ ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥାପନ କରାଯିବ। ଏକ ଟ୍ୱିଟ୍‍ ବାର୍ତ୍ତାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଭାରତୀୟ ତୈଳ ନିଗମ ୧୦ ହଜାର ଚାର୍ଜିଙ୍ଗ୍‍ ଷ୍ଟେସନ୍‍ ସ୍ଥାପନ କରିବ।
  17. ଶୀତର ଆଗମନ ସାଙ୍ଗକୁ ବିଦେଶୀପକ୍ଷୀଙ୍କର କଳରବରେ ମଙ୍ଗଳାଯୋଡ଼ି ହୋଇଉଠିଛି ଚଳଚଞ୍ଚଳ। ଏଠାକୁ ସୁଦୂର ଇରାକ, ଇରାନ, ମଙ୍ଗୋଲିଆ, ଇଜିପଟ, ସାଇବେରିଆ, କାଜାଖସ୍ତାନ, ୟୁରୋ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରୁ ବିଭିନ୍ନ ରଙ୍ଗବେରଙ୍ଗ ପ୍ରଜାତିର ପକ୍ଷୀମାନେ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ସହିତ ଖାଦ୍ୟ ଅନ୍ୱେଷଣରେ ଆସିଥାନ୍ତି। 
  18. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ବୈଠକରେ ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସସମ୍ୟା ନେଇ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ  ବୈଠକରେ ନିଷ୍ପତ୍ତି ହୋଇଛି।
  19. ଏକ ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ତେଲୁଗୁ ଚେୟାର ଖୋଲାଯିବ। ଅନ୍ୟପଟେ ଶ୍ରୀକାକୁଲମ ବି.ଆର. ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଓଡିଶା ଚେୟାର ପ୍ରତିଷ୍ଠା ହେବ। ଏପରିକି ସୀମାବର୍ତ୍ତୀ ଜିଲ୍ଲା ସ୍କୁଲରେ ଭାଷା ଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
  20. ସୋମବାର ଦିନ ବଲିଉଡ କ୍ୱିନ୍ କଙ୍ଗନା ରଣାୱତ, ଗାୟକ ଅଦନନ୍ ସାମି, ନିର୍ମାତା କରଣ ଜୋହର ଏବଂ ଏକତା କପୁରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କଙ୍ଗନା ରଣାୱତଙ୍କୁ ରାଷ୍ଟ୍ରିୟ ଭବନରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.