• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି ।
  2. ଡ଼ିସେମ୍ବର ଶେଷରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ  ।
  3. ଚାରିଧାମ ହାଇଓ୍ୱେ ପ୍ରଶସ୍ତୀକରଣ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ଦେଶର ସୁରକ୍ଷା ଆଳରେ ପରିବେଶ ନଷ୍ଟ କରାଯାଇ ପାରିବ ନାହିଁ । ହିମାଳୟର ବିଭିନ୍ନ ଅଞ୍ଚଳରେ ହାଇଓ୍ୱେ ପ୍ରଶସ୍ତୀକରଣ ପ୍ରୋଜେକ୍ଟକୁ ବିରୋଧ କରି ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।
  4. ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ‘ଚନ୍ଦ୍ର ଗ୍ରହଣ’ ନଭେମ୍ବର ୧୯ ତାରିଖରେ ଲାଗିବାକୁ ଯାଉଛି। 
  5. ଇଂଲଣ୍ଡକୁ ହରାଇ ପ୍ରଥମ ଟିମ୍ ଭାବେ T20 World Cup ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ । ୭ଟି ବଲ୍ ବାକି ଥାଇ ନ୍ୟୁଜିଲ୍ୟାଣ୍ଡ ୧୬୭ର ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଦଳ ତରଫରୁ ମିଚେଲ ଧୂଆଁଧାର ବ୍ୟାଟିଂ କରି ୪୭ ବଲରେ ୪ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୭୨ ରନ୍ କରି ନ୍ୟୁଜିଲ୍ୟାଣ୍ଡ ବିଜୟର ହିରୋ ବନିଥିଲେ ।
  6. ମାଇକ୍ରୋସପ୍ଟ ଏମିତି ଲାପଟପ୍ ଲଞ୍ଚ କରିଛି । ଯାହାର ନାଁ  Surface Laptop SE ରଖାଯାଇଛି । ଏଥିରେ Windows 11ର ଭର୍ଜନ ଦିଆଯାଇଛି । ଗୁରୁତ୍ବପୂଣ୍ଣର୍ କଥା ହେଲା ଏହା କମ୍ପାନୀର ସବୁଠାରୁ ଶସ୍ତା ଲାପଟପ୍ ହେବାକୁ ଯାଉଛି । ଏହାର ମୂଲ୍ୟ ୨୪୯ ଡଲାର (ପାଖାପାଖି ୧୮ ହଜାର ୫୨୩ ଟଙ୍କା) ରହିଛି । ଆସନ୍ତାବର୍ଷ ଏହା ବଜାରରେ ଉପଲବ୍ଧ ହେବ ।
  7. ପାକିସ୍ତାନ ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । କିଛି ଦିନ ପୂର୍ବେ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ବିବାଦ ଦେଖିବାକୁ ମିଳିଥିଲା ।
  8. ଭାରତ ଓ ନେପାଳ ମଧ୍ୟରେ ବୁଧବାର ବସ ସେବା ଆରମ୍ଭ ହୋଇଛି। କରୋନା ଭାଇରସ ମହାମାରୀ ଲାଗି ଗତ ଦେଢ ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ବସ୍‌ ସେବା ବନ୍ଦ ହୋଇଯାଇଥିଲା। ସିଲିଗୁଡ଼ି ଜଙ୍କସନ ବସ୍‌ ଷ୍ଟାଣ୍ଡରୁ ମଙ୍ଗଳବାର ପ୍ରଥମ ବସ୍‌ କାଠମାଣ୍ଡୁ ବାହାରିଯାଇଛି। 
  9. ଲକ୍ଷ୍ନୌ ଏମପି ଏମଏଲଏ ସ୍ପେଶାଲ କୋର୍ଟ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ସହ ଅଶୋକ ତିୱାରୀ, ଆଶିଷ ଶୁକ୍ଲାକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। କୋର୍ଟ ନଭେମ୍ବର ୧୨ ତାରିଖରେ ଦୋଷୀଙ୍କୁ ସଜା ଶୁଣାଇବେ।
  10. ଜାତୀୟସ୍ତରରେ ପୁରସ୍କାର ହାତେଇଲା ଓଡ଼ିଶା। ସହରାଞ୍ଚଳରେ ଉତ୍ତମ ପରିମଳ ପରିଚାଳନା ପାଇଁ ଓଡ଼ିଶାକୁ ୩ଟି ଜାତୀୟ ସମ୍ମାନଜନକ ISC-FICCI ପୁରସ୍କାର ମିଳିଛି। ସହରାଞ୍ଚଳ ନିମନ୍ତେ ନୂଆ ଉତ୍ସାହଜନକ ସଫଳ ଉଦ୍ୟମ ଓ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା ପାଇଁ ଓଡ଼ିଶା ପୁରସ୍କୃତ ହୋଇଛି। ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ଯୁଗାନ୍ତକାରୀ ଗରିମା ଯୋଜନାର ସଫଳ ରୁପାୟନ ପାଇଁ ରାଜ୍ୟକୁ ପ୍ରଶଂସା କରାଯାଇଛି।
  11. ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ସହ ଆସନ୍ତା ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
  12. ଇ-ଲାଇବ୍ରେରୀ ସାଙ୍ଗକୁ ସ୍କାର୍ଟ କ୍ଲାସର ବ୍ୟବସ୍ଥା । ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ।
  13.  ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହେଲା ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ରହିଛି । ଏନସିପି ନେତା ନବାବ ମଲ୍ଲିକ ଲଗାତର ଭାବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ଏନସିବିକୁ ଟାର୍ଗେଟ୍ କରୁଛନ୍ତି ।ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନବାବଙ୍କୁ ପ୍ରଶଂସା କରି ଭଲ କାମ କରୁଛ ବୋଲି କହିଛନ୍ତି ।ଏହାସହ ଲଢେଇ ଜାରି ରଖିବାକୁ ଉଦ୍ଧବ କହିଛନ୍ତି ।
  14. ନଭେମ୍ବର ୧୫ ତାରିଖରେ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀକୁ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ନଭେମ୍ବର ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ପାଳନ ହେବ। ଯାହାଫଳରେ ଭବିଷ୍ୟତ ପିଢ଼ି ଦେଶ ପାଇଁ ବଳିଦାନ ଦେଇଥିବା ଆଦିବାସୀ ନେତାଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ପାଇବ। 
  15. ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା (କ୍ରାଇମବ୍ରାଞ୍ଚ) ଦ୍ୱାରା କରିବାକୁ ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି) ରାଜ୍ୟ ଗୃହ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । 
  16. ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ପହଞ୍ଚିଲା ନ୍ୟୁଜିଲାଣ୍ଡ। ୧୯ ଓଭରରେ ୫ ଓ୍ବିକେଟ ହରାଇ ୧୬୭ ରନ୍‌ କରିବା ସହ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ନ୍ୟୁଜିଲାଣ୍ଡ। 
  17. ରେସଲର ନିଶା ଦାହିୟା ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଗଣମାଧ୍ୟମରେ ହରିୟାଣାରେ ନିଶାଙ୍କ ଗୁଳିର ଖବର ଆସିବା ପରେ ସେ ଏହି ଭିଡିଓ ଜାରି କରିଛନ୍ତି। 
  18. ଫ୍ରାଞ୍ଜାଇଜି ଟାଇଟଲ୍ ଜିତିବା ଅନ୍ତର୍ଜାତୀୟ ସ୍ତରରେ ସଫଳତା ପାଇବାର ଗ୍ୟାରେଣ୍ଟି ନାହିଁ: ଗାଭାସ୍କର .
  19. ସୋସିଆଲ ମିଡିଆରେ ରାଜନୈତିକ ଲଢେଇ । ପଞ୍ଚାୟତ  ନିର୍ବାଚନ ପୂର୍ବରୁ ବିଜେଡିର ପ୍ରସ୍ତୁୂତି ।
  20. ଆଫଗାନିସ୍ତାନ ସମସ୍ୟା ନେଇ ଦିଲ୍ଲୀରେ ଏନଏସଏ ବୈଠକ । ଯୋଗଦେଲେ ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.