• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶ୍ରୀମନ୍ଦିର ହୁଣ୍ଡିରୁ ରେକର୍ଡ ସଂଖ୍ୟକ ଦାନ ସଂଗ୍ରହ ହୋଇଛି । ୨୮ ଲକ୍ଷ ନଗଦ ଟଙ୍କା ସମେତ 550 ମିଲି ଗ୍ରାମ ସୁନା ଓ ୬୧ ଗ୍ରାମ ରୁପା ମଧ୍ୟ ମିଳିଛି । ସାଧାରଣ ଦିନମାନଙ୍କରେ ଶ୍ରୀମନ୍ଦିର ହୁଣ୍ଡିରୁ ହାରାହାରି ୩ରୁ ୪ ଲକ୍ଷ ଟଙ୍କାର ଦାନ ମିଳୁଥିବାବେଳେ, ଆଜିର ଦାନ ପରିମାଣ ପୂର୍ବ ରେକର୍ଡ ଭାଙ୍ଗି ଦେଇଛି ।
  2. କେରଳରେ ଚିନ୍ତା ବଢ଼ାଇଲାଣି ନୋରୋ ଭାଇରସ୍ । ବିଭିନ୍ନ ପ୍ରାଣୀଙ୍କ ଶରୀରରୁ ଜାତ ଏହି ଭୂତାଣୁ ବିଭିନ୍ନ ପ୍ରଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଜରିଆରେ ସଂକ୍ରମିତ କରିଥାଏ । କେରଳର ୱାୟନାଡ଼ ଜିଲ୍ଲାରେ ଏହି ଭୂତାଣୁ ନିଜର କାୟା ବିସ୍ତାର କରିଛି । ୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ନୋରୋଭାଇରସ ପ୍ରତି ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ।
  3. ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିଷନ ଦାଙ୍କୁ ଗିରଫ କଲା ଝାଡଖଣ୍ଡ ରାଞ୍ଚି ଏସଟିଏଫ । କିଷନଙ୍କ ମୁଣ୍ଡ ଲାଗି ଘୋଷିତ ହୋଇଥିଲା ୧ କୋଟି ଟଙ୍କାର ପୁରସ୍କାର । ଏହା ସହ ତାଙ୍କ ସ୍ତ୍ରୀ ଶୀଲା ମାରଣ୍ଡିଙ୍କୁ ମଧ୍ୟ ଗିରଫ କରାଯାଇଛି । 
  4. ଆସନ୍ତା ୧୦ ଦିନ ମଧ୍ୟରେ ୧୧ ଜଣ ମହିଳା ଅଫିସରଙ୍କୁ ପର୍ମାନେଣ୍ଟ କମିଶନ ଦିଆଯିବ ବୋଲି ସୁପ୍ରିମ କୋର୍ଟ ନିକଟରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ।
  5. ଭାରତୀୟ ଜନତା ପାର୍ଟି ଆସାମ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ଓ କେରଳରେ ହୋଇଥିବା ବିଧାନସଭା ନିର୍ବାଚନରେ ୨୫୨ କୋଟି ଟଙ୍କା କରିଛି । ତେବେ ଏହି ୨୫୨ କୋଟି ମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ଖାଲି ୬୦ ପ୍ରତିଶତ ଖର୍ଚ୍ଚ କରିଛି ।
  6. ଭାରତରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ ମର୍କ କମ୍ପାନୀର ମୋଲନୁପିରାଭିର ବଟିକା। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ବା ସିଏସଆଇଆରର ମୁଖ୍ୟ ଡାକ୍ତର ରାମ ବିଶ୍ବକର୍ମା।
  7.  ତୃତୀୟ ଲହରରେ କରୋନା ହେଉଥିବା ଲୋକଙ୍କୁ ପୂର୍ବ ଅପେକ୍ଷା ଜ୍ୱର କମ ହେଉଛି ଏବଂ ଥକାପଣ ବି ଯଥେଷ୍ଟ କମ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରଠାରୁ ଏ ଲକ୍ଷଣ ପୂରା ଅଲଗା । ଶ୍ୱାସଜନିତ ସମସ୍ୟା ବି ପୂର୍ବ ଅପେକ୍ଷା ହ୍ରାସ ପାଇଛି । ମୋଟାମୋଟି ଭାବରେ କୁହାଯାଇପାରେ ତୃତୀୟ ଲହରରେ ରୋଗୀ ଗୁରୁତର ହେବାର ଆଶଙ୍କା କମ ରହୁଛି କିନ୍ତୁ ଏ ସମ୍ପର୍କରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।
  8.  ଓଡ଼ିଶାର ଦୁର୍ଗମ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଉଛି ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ।
  9. ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଉପଲବ୍ଧିକୁ ଜାଣିବା ତଥା ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ଥିବା ସୁବିଧାସୁଯୋଗ ଓ ବ୍ୟବସ୍ଥା ସମ୍ବନ୍ଧରେ ଜାଣିବା ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଜାତୀୟ ଉପଲବ୍ଧି ସର୍ବେକ୍ଷଣ (ନେସନାଲ ଆଚିଭମେଣ୍ଟ ସର୍ଭେ-ଏନଏଏସ) ଶେଷ ହୋଇଛି। 
  10.  ‘ସୌରଶକ୍ତି ସମ୍ପନ୍ନ ରାଉରକେଲା’ ପ୍ରକଳ୍ପର ଶୁଭାରମ୍ଭ : ସ୍ମାର୍ଟ ସିଟିକୁ ସବୁଜ ଶକ୍ତି ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ।
  11. କଟକରେ ଅଧାରୁ ଅଧିକ ଗାଡ଼ି ଅନଫିଟ୍‌, ବିଦେଶୀ ମେସିନ୍‌ର ଯାଞ୍ଚ ଉପରେ ଉଠିଲା ପ୍ରଶ୍ନ, ଗାଡ଼ି ମାଲିକଙ୍କ ଅଭିଯୋଗ- ଏହା ଲୁଟର ନୂଆ ଫଣ୍ଡା।
  12. ରାଜ୍ୟର ପ୍ରମୁଖ ହସ୍ପିଟାଲ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଆସନ୍ତା ଶିକ୍ଷାବର୍ଷରୁ ମେଡିକାଲ ଶିକ୍ଷାର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଭାବେ କାର୍ଯ୍ୟ କରିବ।
  13. ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବରଗଡ଼ ଜିଲ୍ଲା ଗସ୍ତରେ ଯାଉଥିବାବେଳେ ବରଗଡ଼ ପୁଲିସ ହାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଘେରିଛି। 
  14. ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ମାଡ୍ରାସର ଗବେଷକମାନେ ଏକ ଏପରି ପ୍ରଣାଳୀ ବିକଶିତ କରିଛନ୍ତି ଯେଉଁଥିରୁ ଭୂମିକମ୍ପର ପୂର୍ବ ଚେତାବନୀ ମିଳିଯାଇପାରିବ।
  15. କରୋନା ପରେ ଏବେ ମାଡ଼ି ଆସୁଛି ନୋରା ଭାଇରସ୍‌, କେରଳରେ ୧୩ ସଂକ୍ରମିତ ଚିହ୍ନଟ। ଦୂଷିତ ଜଳ ଏବଂ ଖାଦ୍ୟରୁ ବ୍ୟାପୁଥିବା ଏହି ରୋଗଠାରୁ ଦୂରେଇ ରହିବା ପାଇଁ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
  16. ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ – ପୂର୍ବ ଭାରତରେ ପ୍ରଥମ।
  17. ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୭୪୮ କୋଟି ଟଙ୍କାର ନିଟ୍ ଲାଭ କରିଛି । ଗତ ଆର୍ଥିକ ବର୍ଷର ଏହି ତ୍ରୈମାସର ନିଟ୍ ଲାଭ ୧୦୭ ଟଙ୍କା କୋଟି ତୁଳନାରେ ଏହି ତ୍ରୈମାସରେ କମ୍ପାନୀର ନିଟ୍ ଲାଭରେ ୬୦୦ପ୍ରତିଶତ ଅଭବୃଦ୍ଧି ଘଟିଛି ।
  18. ଚୀନ କମ୍ୟୁନିଷ୍ଟ ପାର୍ଟିରେ ସି ଜିନପିଙ୍ଗର ନେତୃତ୍ୱ ତଥା ଦଳର ମୁଖ୍ୟ ଭାବରେ ତାଙ୍କର ସ୍ଥିତିକୁ ଅଧିକ ସୁଦୃଢ କରିବାକୁ ଦଳ ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଛି । ଏହାଦ୍ୱାରା ଜିନପିଙ୍ଗ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେବା ପଥ ପରିଷ୍କାର ହୋଇଯାଇଛି ।
  19. ଗୁଜୁରାତ୍‌ର ଦ୍ବାରକା ଓ ସୁରତ୍‌ରୁ ପୁଲିସ ବିପୁଳ ହେରୋଇନ୍‌ ତଥା ମେଥାମ୍‌ଫେଟାମାଇନ୍‌ ଭଳି ନିଶା ଦ୍ରବ୍ୟ ଜବତ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଜବତ ମାଦକ ଦ୍ରବ୍ୟର ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ବୋଲି ପୁଲିସ କହିଛି।
  20. . କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଆଉ ଏକ ବଡ ଉପହାର: ବଢିବ ହାଉସ ରେଣ୍ଟ ଆଲାଉନ୍ସ। X କ୍ୟାଟେଗରୀରେ ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଅନ୍ତଭୂକ୍ତ। ସହରରେ ଯେଉଁ କେନ୍ଦ୍ର କର୍ମଚାରୀ ଅଛନ୍ତି ସେମାନଙ୍କୁ ହାଉସ ରଣ୍ଟ ଆଲାଉନ୍ସ ୨୭% ମିଳିବ। Y ଶ୍ରେଣୀ ସହରରେ ୧୮% ଏବଂ Z ଶ୍ରେଣୀ ସହରରେ ୯% ରହିବ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.