• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ମୁହାଁଉଛି । ଆସନ୍ତା ୪୮ ଘଣ୍ଟାରେ ଅବପାତ ରୂପ ନେଇଯିବ । ୧୭ ତାରିଖ ସୁଦ୍ଧା ଏହା ସମୁଦ୍ରରୁ ଅଧିକ ବଳ ଗୋଟାଇ ଗଭୀର ଅବପାତରେ ‘ଜୱାତ୍’ପରିଣତ ହେବ ।
  2. ରାଜ୍ୟର ୫୫ଟି ଜଳାଶୟ ପ୍ରଦୂଷିତ ହୋଇଥିବାରୁ ଏହାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଉଦବେଗ ପ୍ରକାଶ କରିଛି । ଏହି ଜଳ ପ୍ରଦୂଷଣ ରୋକିବାପାଇଁ କିପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବା କରାଯିବାକୁ ରହିଛି ସେନେଇ ଏନଜିଟି ତ୍ବରିତ ବିବରଣୀ ଲୋଡିଛି। ୨୩ ଜିଲାପାଳଙ୍କୁ ଅବଗତ କରାଯିବା ସହିତ ଚଳିତମାସ ୧୫ତାରିଖ ସୁଦ୍ଧା ପଦକ୍ଷେପ ବିବରଣୀ(ଏଟିଆର୍) ପ୍ରଦାନ କରିବାକୁ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ପତ୍ର ଲେଖିଛନ୍ତି ।
  3. ରାଜ୍ୟ ସରକାରଙ୍କ 5-T ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମ୍ଭବ ହୋଇଛି। ଯାଜପୁର ଜିଲ୍ଲାର ମୋଟ ୨୬୦ ଟି ସରକାରୀ ହାଇସ୍କୁଲ ଏଥିରେ ସାମିଲ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୫ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ସ୍କୁଲର ନୂଆ ପରିବେଶ ପିଲାଙ୍କ ଭିତରେ ଉତ୍ସାହ ସୃଷ୍ଟି କରିଥିବା ବେଳେ ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଖୁସି ଅଛନ୍ତି।
  4. ଶନିବାର ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ୩୫ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । 
  5.  ନଭେମ୍ବର ୧୨ରେ ଘୋଷିତ ପଞ୍ଚମ ଗୁଆଙ୍ଗଝଉ ଅନ୍ତର୍ଜାତୀୟ ଆଓ୍ଵାର୍ଡରେ ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର ଜିତିଛି। ସହରାଞ୍ଚଳ ବିକାଶ ଆଧାରରେ ନିଆଯାଇଥିବା ମତାମତରେ ଓଡିଶାକୁ ଅଧିକ ଭୋଟ୍ ମିଳିଛି। ବିଶ୍ଵର ବିଭିନ୍ନ ସ୍ଥାନରୁ ଓଡିଶା ସପକ୍ଷରେ ୪.୬୦ ଲକ୍ଷରୁ ଅଧିକ ଭୋଟ୍ ପଡିଛି। ଓଡିଶା ସରକାରଙ୍କ ମୁକ୍ତା କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା ମିଳିଛି।
  6. ଗତ ଅକ୍ଟୋବର ମାସରେ ଭାରତର ଖୁଚୁରା ମୁଦ୍ରାସ୍ପିତି (ରିଟେଲ ଇନଫ୍ଲେସନ) ୪.୪୮ ପ୍ରତିଶତକୁ ପହଞ୍ଚିଥିଲା। ଯାହା ସେପ୍ଟେମ୍ବର ଶେଷ ସୁଦ୍ଧା ୪.୩୫ ପ୍ରତିଶତରେ ସୀମିତ ଥିଲା। ଜାତୀୟ ସାଂଖିକ କାର୍ଯ୍ୟାଳୟ (ଏନଏସଓ) ଶୁକ୍ରବାର ଜାରି ରିପୋର୍ଟରେ ଏହି ସୂଚନା ଦେଇଛନ୍ତି।
  7. ଆଜି ଟି-୨୦ ବିଶ୍ୱକପର ଫାଇନାଲ୍ ଫାଇଟ୍ । ଟାଇଟଲ୍ ପାଇଁ ହେବ ଜୋରଦାର ଲଢ଼େଇ । ସୁପର ସଣ୍ଡେରେ ହେବ ସୁପର୍ ଟକ୍କର । ସନ୍ଧ୍ୟା ୭ଟା ୩୦ରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଟ୍ରଫି ହାତେଇବା ପାଇଁ ଉଭୟ ଦଳଙ୍କ ମଧ୍ୟରେ ହେବ କାଣ୍ଟେକି ଟକ୍କର ।
  8. କ୍ରିପ୍ଟୋକରେନ୍ସି ଉପରେ ପିଏମ ମୋଦୀଙ୍କ ବଡ ବୈଠକ – ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା ପ୍ରଲୋଭନକାରୀ ବିଜ୍ଞାପନ ଉପରେ ଲାଗିବ କଟକଣା ।
  9. ଭାରତୀୟ ଅଟୋ ମୋବାଇଲ୍ ସେକ୍ଟରକୁ ଦୁନିଆରେ ନମ୍ବର ୧ କରିବାକୁ ଚାହୁଁଛନ୍ତି ନୀତିନ ଗଡକରୀ, ପ୍ରସ୍ତୁତ କଲେ ରୋଡମ୍ୟାପ୍ ।
  10. କେବଳ ଦେଶରେ ନୁହେଁ ବିଶ୍ବର ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ, ଟପ-୧୦ରେ ଭାରତର ୩ ସିଟି ।
  11. ନୂଆଦିଲ୍ଲୀ:୭ ଦିନ ପାଇଁ ରାଜଧାନୀରେ ବନ୍ଦ ରହିବ ସ୍କୁଲ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।
  12. ଯାତ୍ରୀ ମାନଙ୍କ ପାଇଁ ବିଶେଷ ସୁବିଧା : ମେଲ୍ / ଏକ୍ସପ୍ରେସ୍ / ପାସେଞ୍ଜର ଏବଂ ଛୁଟିଦିନ ବିଶେଷ ଟ୍ରେନ୍ ପୂର୍ବଭଳି ନିୟମିତ ଟ୍ରେନ୍ ଭାବରେ ଚଳାଚଳ କରିବ ।
  13. ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ ଜଲଓ୍ଵା କାଏମ, ଅଷ୍ଟମ ଦିନରେ ଏତିକି ଆୟ କଲା ‘ସୂର୍ଯ୍ୟବଂଶୀ’ ।
  14. ଆଗାମୀ ମାସରେ ଭାରତକୁ ମିଳିବ ବିଶ୍ୱର ସବୁଠୁ ଶକ୍ତିଶାଳୀ ଘାତକ ଅସ୍ତ୍ର, ମୁହଁ ବୁଲେଇ ଅନେଇ ପାରିବେନି ଶତ୍ରୁ।
  15. ହରକ୍ୟୁଲେସ୍‌ ବିମାନରୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର କରିବେ ଉଦ୍‌ଘାଟନ ।
  16. ମହାରାଷ୍ଟ୍ରର ଗଡଚିରୋଲି ଜିଲା ମର୍ଡିଣ୍ଟୋଲା ଘଞ୍ଚ ଜଙ୍ଗଲରେ ପୋଲିସ ଏନ୍‌କାଉଣ୍ଟରରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି । 
  17. ପାକିସ୍ତାନରେ ଜେଲ ଦଣ୍ଡ ଭୋଗିସାରିଥିବା ଗୁଜୁରାଟର ୨୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଦେଇଛନ୍ତି । ରବିବାର ସକାଳେ ସେମାନଙ୍କୁ ୱାଘା-ଅଟାରି ସୀମା ଦେଇ ଭାରତକୁ ପଠାଇଦିଆଯିବ ।
  18. ୨୦୨୧ ବର୍ଷ ପାଇଁ ଫୋର୍ବ୍ସ ଜାରି କରିଥିବା ୪ ଶହ ଧନୀ ଆମେରିକାନ୍‌ଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଜୟ ଚୌଧରୀଙ୍କ ନାମ ରହିଛି । ବିଶିଷ୍ଟ ଉଦ୍ୟୋଗୀ ଭାବେ ସେ ଆମେରିକାରେ ସଫଳତାର ସହ ୫ଟି ଟେକ୍ନୋଲୋଜି କମ୍ପାନୀ ସ୍ଥାପନ କରିଛନ୍ତି । ଯାହାକି ଆମେରିକାର ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରୁଛି । ଜୟଙ୍କର ମୋଟ ସମ୍ପତ୍ତି ୧୬.୩ ବିଲିୟନ୍‌ ଡଲାର ହୋଇଥିବା ଏଥିରେ ପ୍ରକାଶ ପାଇଛି । 
  19. 75 ତମ ସ୍କୋଚ ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର 2 ଟି ପ୍ରମୁଖ କାର୍ଯ୍ୟକ୍ରମକୁ ମିଳିଛି ପୁରସ୍କାର । “ଘରେ ଘରେ ଅରୁଣିମା “କୁ ପ୍ଲାଟିନମ୍ ବର୍ଗରେ ଏବଂ ଗଞ୍ଜାମ ଜିଲ୍ଲା ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ “ନିର୍ଭୟା କଢି” କୁ ସମ୍ମାନଜନକ ଗୋଲ୍ଡବର୍ଗରେ ସ୍କୋଚ 2021 ପୁରସ୍କାରରେ ସମ୍ମାନିତ କରାଯାଇଛି ।
  20. ବାଙ୍ଗାଲୋରରେ ମହିଳା ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟ ଶନିବାର ଆରମ୍ଭ ହୋଇଛି। ଏହାର ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଉତ୍ତର ପ୍ରଦେଶକୁ ୧୩ ରନ୍‌ରେ ପରାସ୍ତ କରି ଓଡ଼ିଶା କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.