• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ତ୍ତମାନ ୫ ବର୍ଷ ବୃଦ୍ଧି କରାଯାଇଛି। ରବିବାର ଦିନ ଭାରତ ସରକାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ୫ବର୍ଷ ବୃଦ୍ଧି କରିବାକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
  2. ଜନ୍ମବାର୍ଷିକୀରେ ସଂସଦରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ | କିନ୍ତୁ ଏଥର ଲୋକସଭା ବାଚସ୍ପତି ଓମ ବିର୍ଲା କିମ୍ବା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏଥିରେ ଯୋଗ ନଥିଲେ ।
  3. ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ମୁଖ୍ୟ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଭିଭିଏସ୍ ଲକ୍ଷ୍ମଣ। ରବିବାର ଦିନ ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।
  4. ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଞ୍ଜାବ ନିର୍ବାଚନରେ ଭଉଣୀ ମାଳବିକା ସୁଦ୍‌ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଆଜି ଅଭିନେତା ସୋନୁ ସୁଦ୍‌ ଘୋଷଣା କରିଛନ୍ତି। କିନ୍ତୁ, ମାଳବିକା କେଉଁ ଦଳରେ ଯୋଗ ଦେବେ ତାହା ସେ କହି ନାହାନ୍ତି।
  5. ସର୍ବମୋଟ ୭୨ କ୍ରୀଡ଼ା ତାରକା ବିଭିନ୍ନ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୧୨ ଖେଳରତ୍ନ ଏବଂ ୩୫ ଅର୍ଜୁନ ପୁରସ୍କାର ବିଜେତା। ‌ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ଆଥଲେଟିକ୍ସ ସ୍ବର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା, ମହିଳା କ୍ରିକେଟର୍‌ ମିତାଲି ରାଜ, ଫୁଟବଲ୍‌ର ସୁନିଲ ଛେତ୍ରୀଙ୍କ ସହ ୧୨ଜଣ ବଛାବଛା କ୍ରୀଡ଼ା‌ବିତ୍‌ଙ୍କୁ ଖେଳରତ୍ନ ପୁରସ୍କାର ମିଳିବା ଏକ ନୂଆ ଘଟଣା ଥିଲା।
  6. ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ସର୍ବାଧିକ ୪ଜଣ ଓଡିଆ ଜାତୀୟ କ୍ରୀଡା ପୁରସ୍କାର ପାଇଛନ୍ତି।ଖେଳରତ୍ନ ପୁରସ୍କାର ପାଇବ‌ାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡିଆ। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)ର ପୂର୍ବତନ ସନ୍ତରଣ ପ୍ରଶିକ୍ଷକ ତପନ ପାଣିଗ୍ରାହୀ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣ କରିଛନ୍ତି।
  7. ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଭାଙ୍ଗ ଚାଷକୁ ଆଇନଗତ କରିବାକୁ ଯାଉଛନ୍ତି। ଏହାର ସୂଚନା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜେ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ପ୍ରୟାସ ହେଉଛି ଭାଙ୍ଗ ଚାଷକୁ କିଭଳି ଆଇନଗତ କରାଯାଇପାରିବ |
  8. ଏକ୍ୟୁଆଇ ଦୃଷ୍ଟିରୁ ସବୁଠୁ ଖରାପ ପୃଥିବୀର ୧୦ଟି ସହର ହେଉଛି, କ୍ରମାନ୍ବୟରେ: ୧. ଦିଲ୍ଲୀ, ଭାରତ (ଏକ୍ୟୁଆଇ ୫୫୬); ୨. ଲାହୋର, ପାକିସ୍ତାନ (୩୫୪); ୩. ସୋଫିଆ, ବୁଲଗେରିଆ (୧୭୮); ୪. କୋଲକାତା, ଭାରତ (୧୭୭); ୫. ଜାଗ୍ରେବ, କ୍ରୋସିଆ (୧୭୩); ୬. ମୁମ୍ବାଇ, ଭାରତ (୧୬୯); ୭. ବେଲ୍‌ଗ୍ରେଡ, ସର୍ବିଆ (୧୬୫); ୮. ଚେଙ୍ଗଡ଼ୁ, ଚୀନ୍ (୧୬୫); ୯. ସ୍କପ୍‌ଜେ, ନର୍ଥ ମାସିଡୋନିଆ (୧୬୪) ଏବଂ ୧୦. କ୍ରାକୋ, ପୋଲାଣ୍ଡ (ଏକ୍ୟୁଆଇ ୧୬୦)।
  9. ନଭେମ୍ବର ୧୫ ତାରିଖ (ସୋମବାର) ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ପିଲାମାନେ ସ୍କୁଲକୁ ଆସି ପାଠ ପଢିବେ। ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ସୋମବାର ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ ପାଠପଢା ଆରମ୍ଭ ହେବ |
  10. ଶିଶୁ ଦିବସରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆଜି ୪ ବର୍ଷ ପୂରଣ କରିଛି। ଏହି ଅବସରରେ ଏକ କଫି ଟେବୁଲ୍‌ ବୁକ୍‌ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବେସିତ ‘ବ୍ୟାକ୍‌ ଟୁ ସ୍କୁଲ’ ନାମକ ସ୍ବତନ୍ତ୍ର ପୁସ୍ତିକାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଛନ୍ତି।
  11. ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି:ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ହାଜେଲଉଡ୍‌ ଓ ମିଚେଲ ମାର୍ଶ । 
  12. ପବିତ୍ର ଧର୍ମ ମାସ କାର୍ତ୍ତିକର ପଞ୍ଚକ ଆଜି (ସୋମବାର)ଠାରୁ ଆରମ୍ଭ ହେବ । ମହାପ୍ରଭୁଙ୍କ ହରି ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ସୋମବାର ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ତଥା ଠିଆକିଆ ବେଶ ଅନୁଷ୍ଠିତ ହେବ । 
  13. ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଦ୍ୱିତୀୟ ଦିନ ଶିଶୁ ଦିବସରେ ବୌଦ, ସୋନପୁର, ଭଦ୍ରକ ଓ କେନ୍ଦୁଝର ଆଦି ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଲୋକାର୍ପିତ କରିଛନ୍ତି । 
  14. ନ୍ୟୁଜିଲାଣ୍ଡକୁ ଟି୨୦ ବିଶ୍ବକପ୍ ଫାଇନାଲରେ ୮ ଓ୍ବିକେଟରେ ହରାଇ ଅଷ୍ଟ୍ରେଲିଆ ହୋଇଛି ଚାମ୍ପିଅନ । ୧୭୩ ରନ ବିଜୟ ଲକ୍ଷ୍ୟକୁ ୭ଟି ବଲ ବାକି ଥାଇ ୨ ଓ୍ବିକେଟ ହରାଇ ଅଷ୍ଟ୍ରେଲିଆ ହାସଲ କରି ନେଇଛି । ଅଷ୍ଟ୍ରେଲିଆ ଟିମ୍ ବିଜୟରେ ମିଚେଲ ହିରୋ ସାଜିଥିଲେ ।
  15. ଦିଲ୍ଲୀ ମହାନଗରୀରେ ରବିବାର ପ୍ରଦୂଷଣ ସ୍ତର ‘ସାଙ୍ଘାତିକ’ରୁ ‘ଅତି ଖରାପ’ ସ୍ତରକୁ ଉନ୍ନୀତ ହୋଇଛି । ଏହାର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩୮୬ରେ ପହଞ୍ଚିଛି ବୋଲି ଏସ୍‌ଏଏଫ୍‌ଏଆର୍ ପକ୍ଷରୁ ଜଣାପଡ଼ିଛି ।
  16. ଭାରତକୁ ମିଳିଛି ବହୁ ପ୍ରତୀକ୍ଷିତ ରୁଷ୍‌ ନିର୍ମିତ ଏସ୍-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର (ବାୟୁ ସୀମା ସୁରକ୍ଷା ବ୍ୟବସ୍ଥା) । 
  17. ଆମେରିକାକୁ ମିଳିପାରେ ୨୦୨୪ ଟି-୨୦ ବିଶ୍ଵ କପର ଆୟୋଜନ ଅଧିକାର, ପ୍ରସ୍ତୁତି ଚଳାଇଛି ଆଇସିସି ।
  18. ରେଳବାଇର ପାସେଞ୍ଜର ସଂରକ୍ଷଣ ବ୍ୟବସ୍ଥା ଆସନ୍ତା ସାତ ଦିନ ମଧ୍ୟରେ ପ୍ରତିଦିନ ୬ ଘଣ୍ଟା ବନ୍ଦ ରହିବ । ରେଳ ମନ୍ତ୍ରଣାଳୟ କହିଛି ଯେ, କରୋନା ପରେ ଯାତ୍ରୀବାହୀ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏହା କରାଯାଉଛି । ପୂର୍ବ ପରି ସଂରକ୍ଷଣ ବ୍ୟବସ୍ଥା କରିବାକୁ, ନଭେମ୍ବର ୧୪-୧୫ ତାରିଖ ରାତିରୁ ନଭେମ୍ବର ୨୦-୨୧ ତାରିଖ ପର୍ଯ୍ୟନ୍ତ ରାତି ୧୧.୩୦ ରୁ ସକାଳ ୫.୩୦ ପର୍ଯ୍ୟନ୍ତ ବନ୍ଦ ରହିବ ।
  19. ଆଇଆଇଏମ୍ ଦ୍ୱାରା ନାଲକୋକୁ ମିଳିଲା ନନ୍-ଫେରସ୍ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର ।
  20. ସାହିତ୍ୟିକ ଅଖିଳ ନାୟକଙ୍କ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଦଳିତ ସାହିତ୍ୟର ଅସ୍ମିତା ଭାବେ ପରିଚିତ ଯୁବ ସାହିତ୍ୟିକ । ଲିଭର ଜନିତ ରୋଗରେ ପୀଡ଼ିତ ଥିବା ଅଖିଳଙ୍କର କଟକର ଏକ ଘରୋଇ ହସପଟାଲରେ ମାତ୍ର ୫୩ ବର୍ଷ ବୟସରେ ପରଲୋକ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.