• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରତିବର୍ଷ ନଭେମ୍ବର ୧୫ ତାରିଖ ସହିଦ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ।
  2. ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା । ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିପାରିବେ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । 
  3. ନଭେମ୍ବର ୧୪ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ସପ୍ତାହ ବ୍ୟାପୀ ଇ- ମହକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥି ସହିତ ଶିଶୁ ମାନଙ୍କୁ ସ୍ମାର୍ଟ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟର ୨୩୮ ଶିଶୁ ଯତ୍ନ ଅନୁଷ୍ଠାନକୁ ଇ- ଶିକ୍ଷା କାର୍ଯ୍ୟକ୍ରମ ସମ୍ପ୍ରସାରିତ ହୋଇଛି ।
  4. ଆସନ୍ତା ୧୬ ନଭେମ୍ୱରରୁ ୨୦ ତାରିଖରେ  ଗୋଆରେ ମନୋହର ପାରିକର ଇବଦାର ଷ୍ଟାଡିୟମଠାରେ ଜାତୀୟ ବେଞ୍ଚ ପ୍ରେସ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
  5. 4. ସିଙ୍ଗାପୁରରେ ସବୁଠାରୁ ବଡ଼ ଘୋଟାଲାର ପର୍ଦ୍ଦାଫାସ । ହୋଟେଲ ବୁକ୍ କରୁଥିବା ପ୍ରାୟ ୫୯ ଲକ୍ଷ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହୋଇଛି ଚୋରି ।
  6. ଗରିବ ରାଷ୍ଟ୍ରଗୁଡିକ ଟିକା ଲାଗି ବ୍ୟାକୁଳ ହେଉଥିବା ବେଳେ କିଛି ରାଷ୍ଟ୍ର ବୁଷ୍ଟର ଡୋଜ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।
  7. ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୁଣି ଥରେ କୋର୍ଟରୁ ଲାଗିଲା ଝଟକା । ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ଜିଲ୍ଲା ଜଜ ।
  8. ଆମେରିକୀୟ ସାମ୍ବାଦିକ ଡାନି ଫେନଷ୍ଟର ମିଆଁମାର ଜେଲରୁ ମୁକୁଳିଛନ୍ତି । କୋର୍ଟରେ ତାଙ୍କୁ ୧୧ ବର୍ଷର ଜେଲଦଣ୍ଡାଦେଶ ଶୁଣାଯାଇତିଲା । ତେବେ ରାୟ ପ୍ରକାଶ ହେବାର ମାତ୍ର ୩ ଦିନ ପରେ ସେ ଜେଲରୁ ବାହାରିଛନ୍ତି । ତାଙ୍କ ବିରୋଧରେ ଆତଙ୍କବାଦ ଭଳି ମାମଲା ରୁଜୁ ହୋଇଥିଲା ।
  9. ସଲମାନଙ୍କ ନୈନିତାଲ ସ୍ଥିତ ଘରେ କିଛି ଦୁର୍ବୁତ୍ତ ନିଆଁ ଲଗାଇଦେବା ସହ ପଥର ମାଡ କରିଥିବା ସୂଚନା ମିଳିଛି । ଏ ନେଇ ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ । 
  10. ଦେଶରେ ଶବଗୁଡିକର ପୋଷ୍ଟମର୍ଟମ ପାଇଁ ଲାଗୁ ହେଲା ନୂଆ ନିୟମ ଦେଶର ଯେଉଁ ହସ୍ପିଟାଲଗୁଡିକରେ ରାତିରେ ମଧ୍ୟ ପୋଷ୍ଟମର୍ଟମ କରିବାର ସୁବିଧା ଉପଲବ୍ଧ ଅଛି ସେଠାରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇପାରିବ ।ନିଷ୍ପତ୍ତି ଅନୁଯାୟୀ, ହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ, କ୍ଷତ ବିକ୍ଷତ ଶବ ଭଳି ମାମଲାରେ ରାତିରେ ପୋଷ୍ଟମର୍ଟମ କରାଯିବ ନାହିଁ । ଏହି ନିଷ୍ପତ୍ତି ମୁତାବକ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରମାନଙ୍କୁ ସୂଚନା ଦିଆଯାଇ ସାରିଛି ।
  11. ଆମେରିକା ଠାରୁ ପ୍ରାୟ ୩୦ଟି ପ୍ରିଡେଟର ଡ୍ରୋନ୍‌ କିଣାଯିବ । ଲମ୍ବା ସମୟ ଧରି ଏହାର ପ୍ରତିକ୍ଷା କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହେବ ୨୧ ହଜାର କୋଟି ଟଙ୍କା ।
  12. ଉତ୍ତରପ୍ରଦେଶରେ ଆସନ୍ତା କାଲି ୩୪୦ କିଲୋମିଟର ଲମ୍ବ ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ବେର ଉଦଘାଟନ ହେବ । ତେବେ ଏହାର ଉଦଘାଟନ ଏକ ଅଭିନବ ଉପାୟରେ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାର ଏକ ସି-୧୩୦ ଜେ ସୁପର ହର୍କୁଲେସ ବିମାନରେ ଉଡ଼ି ଏହାର ଉଦଘାଟନ କରିବେ
  13. କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୨୦୧୨ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ସୁରେନ୍ଦ୍ର କୁମାର ମୀନା ନିଜ କ୍ୟାଡର୍‌ (ଓଡ଼ିଶା)କୁ ଫେରିବେ। ତାଙ୍କ କେନ୍ଦ୍ରୀୟ ଡେପୁଟେସନ୍‌ ଅବଧିକୁ ହ୍ରାସ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ଶ୍ରୀ ମୀନା ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରେଣୁକା ସିଂହଙ୍କ ବ୍ୟକ୍ତିଗତ ସଚିବ ଅଛନ୍ତି।
  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଭୋପାଳ ସହରରେ ଦେଶର ଅତ୍ୟାଧୁନିକ ତଥା ପ୍ରଥମ ବିଶ୍ବସ୍ତରୀୟ ରେଳ ଷ୍ଟେସନ୍‌- ରାଣୀ କମଳାପତି ଷ୍ଟେସନ୍‌ର ଉଦ୍‌ଘାଟନ କରିଛନ୍ତି।
  15. ଦିଲ୍ଲୀ ପ୍ରଦୂଷଣ ପାଇଁ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତୁରନ୍ତ କିଛି କାର୍ଯ୍ୟପନ୍ଥା ଗ୍ରହଣ କରିବା ବଦଳରେ ରାଜନୀତି ହେଉଛି
  16. ନରେନ୍ଦ୍ର ମୋଦୀ ରାଂଚିରେ ନିର୍ମିତ ଭଗବାନ ବିର୍ସା ମୁଣ୍ଡାଙ୍କ ସ୍ମୃତି ଉଦ୍ୟାନ ଏବଂ ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ଭୋପାଳରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ ବେଳେ ଏହି ଘୋଷଣା କରିଛନ୍ତି।
  17. ୩୬ତମ ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତାର ସ୍ବତନ୍ତ୍ର ଶିଶୁ ଦିବସ ସଂସ୍କରଣରେ ବିଜେତା ମୁକୁଟ ପାଇଛନ୍ତି ମନୀଷ ମିଶ୍ର। ଚନ୍ଦ୍ରଶେଖରପୁର ଲୟଲା ସ୍କୁଲ୍‌ର ଏହି ଦ୍ବିତୀୟ ଷ୍ଟାଣ୍ଡାର୍ଡ ଛାତ୍ର ୭ ରାଉଣ୍ଡ୍‌ରୁ ୫.୫ ପଏଣ୍ଟ୍ ପାଇଥିଲେ।
  18. ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମହାତ୍ମା ଗାନ୍ଧୀଙ୍କ ବ୍ରୋଞ୍ଜ ପ୍ରତିମାକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଏହି ପ୍ରତିମାକୁ ଶୁକ୍ରବାର ଦିନ ଭାରତ ସରକାର ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ୍ରେଲିଆକୁ ଉପହାର ଦେଇଥିଲେ। 
  19.  ଓଡ଼ିଶା ପ୍ରତିବର୍ଷ ଏକାଧିକ ଥର ବନ୍ୟା, ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକର ସାମନା କରିଆସୁଛି । ଏଥିପାଇଁ ନାବାର୍ଡ଼ ଜରିଆରେ ରାଜ୍ୟକୁ ୫ ହଜାର କୋଟି ଟଙ୍କା ଯୋଗାଇବାକୁ ସେ ଦାବି ରଖିଛନ୍ତି ।
  20. ରାଜସ୍ଥାନର କୋଟା ଅଞ୍ଚଳର ଜଣେ ଆଳୁ ବ୍ୟବସାୟୀ ଏହି ବିଏସଏନଏଲ ଭିଆଇପି ନମ୍ବର କିଣିଥିବା ଘଟଣା ଜଣାପଡ଼ିଛି । ଯାହାକୁ ବ୍ୟବସାୟୀ ଜଣକ ୨.୪ ଲକ୍ଷ ନିଲାମିରେ କିଣିଥିଲେ । କୈାଣସି ଫୋନ ନମ୍ବର ପାଇଁ ଏତେ ପରିମାଣର ଟଙ୍କା ଅନେକ ଅଧିକ । ବିଏସଏନଏଲର ଏହି ଭିଆଇପି ନମ୍ବରଗୁଡ଼ିକୁ ଆପଣ ବିଏସଏନଏଲ ୱେବସାଇଟରେ ପାଇପାରିବେ 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.