• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 5T ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ  ନୂଆ ରୂପରେ ସଜେଇ ହୋଇଥିବା  ୫ଟି ଜିଲ୍ଲାର ୧୩୦ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
  2. ଗୁରୁ ପରବ ଅବସରରେ ଖୋଲିବ କର୍ତ୍ତାରପୁର ସାହିବ କରିଡର ଉପକୃତ ହେବେ ଶିଖ ତୀର୍ଥଯାତ୍ରୀ । ଏହି କରିଡର ଖୋଲାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ।
  3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ’ର ମଙ୍ଗଳବାର ଲୋକାର୍ପଣ କରିଛନ୍ତି। ସୁଲତାନପୁର ଇତିହାସରେ ମୋଦି ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଯିଏ ଯୋଜନାର ବର୍ଷା କରିଛନ୍ତି ।
  4. ୫୩ ବର୍ଷୀୟ ସଙ୍ଗନାବସବା ସ୍ୱାମୀ ବଲୋବଲା ମଠର ମୁଖ୍ୟ ମହନ୍ତ ପ୍ରବଚନ ଦେଉ ଦେଉ ହଠାତ ସେ ଚୌକି ଉପରେ ଢଳି ପଡିଲେ ।  ଆଉ ସବୁଠୁ ବଡ କଥା ହେଲା ସେହିଦିନ ତାଙ୍କର ଜନ୍ମଦିନ ଥିଲା ଏବଂ ସେ  ନିଜ ଅନୁଗାମୀ ଓ ସାଧାରଣ ଲୋକଙ୍କୁ ଧାର୍ମିକ ବାଣୀ ଶୁଣାଉଥିଲେ ।
  5. ବିଶ୍ବର ୯୫ଟି ଦେଶରେ ମିଳିପାରିବ ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଦ୍ବାରା ପ୍ରସ୍ତୁତ କରୋନା ଔଷଧ । ଫାଇଜର ଜାତିସଂଘ ଅନୁବନ୍ଧିତ ଏକ ସଂସ୍ଥା ସହ ଚୁକ୍ତି କରିଛି । ଏହି ଚୁକ୍ତି ଫଳରେ ଅନ୍ୟ ଔଷଧ ଉତ୍ପାଦକମାନେ ଏହି ଔଷଧର ଉତ୍ପାଦନ କରିପାରିବେ ଓ ବିଶ୍ବର ୯୫ଟି ଗରିବ ଓ ବିକାଶଶୀଳ ଦେଶରେ ବିକ୍ରି କରିପାରିବେ।
  6. ଭାରତୀୟ ସ୍ୱଳ୍ପ ମୂଲ୍ୟର ଏୟାରଲାଇନ୍ସ ଆକାଶ ଏୟାର ୭୨ଟି ବୋଇଙ୍ଗ ୭୩୭ ମ୍ୟାକ୍ସ ଜେଟ ପାଇଁ ଅର୍ଡର ଦେଇଛି। ବୋଇଙ୍ଗର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଆକାଶ ଏୟାରଠାରୁ ଅର୍ଡର ପାଇଛୁ |
  7. ଓଡିଶା ସରକାର ୪.୫ ଲକ୍ଷ ପୁରୁଣା ଫ୍ୟାନ୍, ୪୫ ହଜାର ପୁରୁଣା ଏସି ଓ ୧୪,୩୭୦ ପୁରୁଣା ମୋଟରକୁ ହଟାଇ ସେହି ସ୍ଥାନରେ ଶକ୍ତି ମିତବ୍ୟୟୀ ଉପକରଣ ବ୍ୟବହାର କରାଯିବ ବୋଲି କହିଛନ୍ତି । ପୁରୁଣା ଫ୍ୟାନ୍ଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ଶକ୍ତି ମିତବ୍ୟୟୀ ଫ୍ୟାନ୍ ଲଗାଇବା ଲାଗି ୮୬.୫୫ କୋଟି ଟଙ୍କା ଓ ପୁରୁଣା ଏସି ସ୍ଥାନରେ ନୂଆ ଏସି ଲଗାଇବା ଲାଗି ୨୨୩.୮୩ କୋଟି ଟଙ୍କା ବିନିଯୋଗ କରାଯିବ।
  8. ଉଗାଣ୍ଡା ରାଜଧାନୀ କାମ୍ପାଲା ଷ୍ଟାଡିଅମ ଠାରୁ ଅଳ୍ପ ଦୂରରେ ଦୁଇଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଯୋଗୁ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିବା ବେଳେ ସେଠାରେ ଚାଲିଥିବା ପାରା ଇଣ୍ଟରନେଶନାଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସାମିଲ ଥିବା ୩ ଓଡ଼ିଆ ଖେଳାଳି ସୁରକ୍ଷିତ ଅଛନ୍ତି।
  9. ଦାୟିତ୍ୱହୀନ ଭାବେ ଏକ ବିପଜ୍ଜନକ କ୍ଷେପଣାସ୍ତ୍ରର  ପରୀକ୍ଷଣ କରିଥିବାରୁ ଆମେରିକା ରୁଷକୁ ନିନ୍ଦା କରିଛି। ଏ ନେଇ ଆମେରିକା କହିଛି ଯେ ଏହି ପରୀକ୍ଷଣ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ବୈଜ୍ଞାନିକମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି।
  10. ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ସମୟ ମଧ୍ୟରେ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏହା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍ ଏବଂ ନୂତନ ଟ୍ରେନ୍ ନମ୍ବରର ଅପଡେଟ୍ ଇତ୍ୟାଦି ସଠିକ କରିବା। 
  11. ଭାରତ ଆସୁଥିବା ୯୯ ରାଷ୍ଟ୍ରର ନାଗରିକ ଆଉ ସଂଗରୋଧରେ ରହିବେ ନାହିଁ
  12. ୟର୍କସାୟାର ବାସିନ୍ଦା ଷ୍ଟିଭ ଦଶମ ଶ୍ରେଣୀରେ ପଢୁଥିବାବେଳେ ୧୯୯୨ରେ ଅଧାରୁ ପାଠପଢା ଛାଡିଦେଇଥିଲେ। ସଂପ୍ରତି ସେ ଏକ ଅନ୍‌ଲାଇନ ଲଜିଷ୍ଟିକ୍ସ କମ୍ପାନୀ ‘କ୍ଲିପର’ର ମାଲିକ ଏବଂ ଗତବର୍ଷ ତାଙ୍କ ସମ୍ପତ୍ତି ୪୫ ନିୟୁତ ପାଉଣ୍ଡ ବା ୪୫୦ କୋଟି ଟଙ୍କା ବୃଦ୍ଧିପାଇଛି । ତାହାସହିତ ବିଜନେସ ଇନସାଇଡର ପତ୍ରିକା ରିପୋର୍ଟ ଅନୁଯାୟୀ ସେ ବ୍ରିଟେନର ସବଠାରୁ ଧନୀ ଲୋକଙ୍କ ତାଲିକାରେ ଦଶମ ସ୍ଥାନରେ ରହିଛନ୍ତି । 
  13. ଭାରତରେ ଜାତିସଂଘର ନୂଆ ଆବାସିକ ସଂଯୋଜକ ଭାବରେ ଶୋମ୍ବି ଶାର୍ପ ନିଯୁକ୍ତ ହୋଇଛନ୍ତି । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଶୋମ୍ବିଙ୍କୁ ଏହି ନୂଆ ପଦବୀରେ ନିଯୁକ୍ତ କରିଛନ୍ତି । ସେ ନୂଆଦିଲ୍ଲୀ ଏବଂ ଜାତିସଂଘ ମଧ୍ୟରେ ସମ୍ପର୍କର ସେତୁ ଭାବରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । 
  14. ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ କୋ-ୱିନ ପୋର୍ଟାଲ ଜ୍ଞାନକୌଶଳକୁ ନେବା ଲାଗି ୧୨ ରାଷ୍ଟ୍ର ଭାରତ ସରକାରଙ୍କ ସହିତ ବୁଝାମଣା କରିଛନ୍ତି। ବୁଝାମଣା କରିଥିବା ରାଷ୍ଟ୍ରଗୁଡିକ ହେଲା ଆର୍ଜେଣ୍ଟିନା, ବୋଲଭିଆ, ବ୍ରାଜିଲ, ଚିଲି, କଲମ୍ବିଆ, ଇ‌େ‌କ୍ବଡର, ଗୁଏନା, ପାରାଗୁଏ, ପେରୁ, ସୁରିନେମ, ଉରୁଗୁଏ ଓ ଭେନଜୁଏଲା। ଭାରତରେ କରୋନା ଟିକାକରଣ ଅଭିଯାନରେ କୋ-ୱିନ ପୋର୍ଟାଲ ଗୁରୁତ୍ବପୂର୍ଣ୍ଣ ଅଂଶ। 
  15. ଅନଲାଇନ୍ ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣର ଯାଞ୍ଚ ହେବ । ଦେଶବ୍ୟାପୀ ୭୬ଟି ସ୍ଥାନରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ବର୍ତ୍ତମାନ ଏହା ଓଡ଼ିଶାରେ ମଧ୍ୟ ହେବ ବୋଲି ସୁଚନା ମିଳିଛି । ୧୪ଟି ରାଜ୍ୟ/ୟୁଟିର ୭୬ଟି ସ୍ଥାନରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଉଛି ।
  16. ଦିଲ୍ଲୀ ଏନସିଆରରେ ମଧ୍ୟ ରାସ୍ତା କାମ ସହ ବଡ଼ ବଡ଼ ଘର ନିର୍ମାଣ ଉପରେ ମଧ୍ୟ ରୋକ୍ ଲଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋଟ୍ । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି ଯେ, ବସିଥିବା ବୈଠକରେ ଘରେ ରହି ଅଫିସ୍ କାର୍ଯ୍ୟ କରିବାର ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଦିଲ୍ଲୀ ସରକାର ଏବଂ ସୁପ୍ରିମକୋର୍ଟ ଏହି ସବୁ କାର୍ଯ୍ୟ ଉପରେ ମଧ୍ୟ ରୋକ୍ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ବର୍ତ୍ତମାନ କମିଶନରଙ୍କ ନିଷ୍ପତିକୁ ସମସ୍ତେ ଅପେକ୍ଷା କରିଛନ୍ତି ।
  17. ବଲିଉଡ ଅଭିନେତା ଆମୀର ଖାନ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ଦେବା ପରେ ନିକଟରେ ତାଙ୍କର ପ୍ରଥମ ମତ୍ନୀଙ୍କ ସହିତ ଏକାଠି ନଜର ଆସିଛନ୍ତି।
  18. ଧନ ଦୃଷ୍ଟିରୁ ଚୀନ୍ ବର୍ତ୍ତମାନ ବିଶ୍ୱର ଏକ ନମ୍ବର ଦେଶରେ ପରିଣତ ହୋଇଛି। ଦୁଇ ଦଶନ୍ଧି ମଧ୍ୟରେ ନିଜର ସମ୍ପତ୍ତିକୁ ଶୀର୍ଷ ସ୍ଥାନକୁ ଆଣିବା ସହିତ ଚୀନ୍ ଆମେରିକାକୁ ଅତିକ୍ରମ କରିଛି ।
  19. ଭାରତର ସ୍ୱଦେଶୀ ହାଲୁକା ଲଢୁଆ ବିମାନ ତେଜସ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । କେନ୍ଦ୍ର ସରକାର ପ୍ରତିରକ୍ଷା ବାହିନୀକୁ ଜରୁରୀକାଳୀନ କ୍ରୟ ନିମନ୍ତେ ପ୍ରଦାନ କରିଥିବା କ୍ଷମତା ବଳରେ ପ୍ରତିରକ୍ଷା ବିଭାଗ ଫ୍ରାନ୍ସରୁ ହାମର କ୍ଷେପଣାସ୍ତ୍ର କିଣିବାକୁ ଅର୍ଡର ଉପସ୍ଥାପନ କରିଛି । ଉକ୍ତ କ୍ଷେପଣାସ୍ତ୍ରକୁ ତେଜସ ବିମାନରେ ଖଞ୍ଜାଯିବ ।
  20. ଲୁଇଜିଆନା ବରିଷ୍ଠଙ୍କ କ୍ରୀଡାରେ ସେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଏହି ମହିଳାଙ୍କ ନାମ ଜୁଲିଆ ହକିନ୍ସ ଏବଂ ତାଙ୍କ ବୟସ ୧୦୫ ବର୍ଷ । ସେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ । ତାଙ୍କୁ ଯେତେବେଳେ ୧୦୧ ବର୍ଷ ବୟସ ହୋଇଥିଲା, ସେ ଦୌଡିବା ଅଭ୍ୟାସ ଆରମ୍ଭ କରିଥିଲେ ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.