• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଳିଙ୍ଗରେ କମାଲ୍ କରୁଛି ଟିମ୍ ଇଣ୍ଡିଆ । ପୋଲାଣ୍ଡକୁ ୮-୨ ଗୋଲରେ ହରାଇ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । 
  2.  ଆସନ୍ତା ସୋମବାରରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବ । ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି
  3. ଓଡ଼ିଶାର ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷ ଓ ମହିଳା ନିଶା ସହ ତମାଖୁ ସେବନ କରୁଛନ୍ତି । ଏପରିକି ମଦ୍ୟପାନ କରିବାରେ ସହରିଆଙ୍କୁ ପଛରେ ପକାଇଛନ୍ତି ଗାଁ ମହିଳା । ନିଶା ସେବନ ଓ ଲୋକଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣରୁ ଆସିଥିବା ରିପୋର୍ଟ ଭବିଷ୍ୟତ ପିଢି ପାଇଁ ବେଶ୍ ଚିନ୍ତା ଜନକ । 
  4. କରୋନାର ନୂଆ ଭ୍ୟାରିଆଣ୍ଟ ବି.୧.୧.୫୨୯ ବା ଓମିକ୍ରନ ଭାଇରସ୍ ପୂର୍ବପେକ୍ଷା ଅଧିକ ଦ୍ରୁତଗତିରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକାଶ କରିଛି ଏଥିସହିତ ଏହାକୁ ଭ୍ୟାରିଆଣ୍ଟ ଟୁ କନସର୍ଣ୍ଣ ବୋଲି ମଧ୍ୟ କହିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୟାନ ଲୋକଙ୍କୁ କିଛିଟା ଆଶ୍ୱସ୍ତ କରିଛି ।
  5.  ରାମାୟଣରେ ବର୍ଣ୍ଣିତ ରାବଣଙ୍କ ପୁଷ୍ପକ ବିମାନ ଉପରେ ଗବେଷଣା କରିବା ପାଇଁ ଶ୍ରୀଲଙ୍କା କାମ ଆରମ୍ଭ କରିଛି।
  6.  ଭାରତର ବଡ଼ ବ୍ୟାଙ୍କ ଏସବିଆଇ ଉପରେ ୧ କୋଟି ଟଙ୍କାର ଫାଇନ୍ ପକାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ଉଲ୍ଲଘଂନ ଅଭିଯୋଗରେ ଏସବିଆଇ ଉପରେ ଏହି ଫାଇନ୍ ପକାଇଛି ଆରବିଆଇ । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି  
  7. କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍’ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢାଇଛି। ଆଉ ଏହି ନୂଆ ଭାରିଏଣ୍ଟ ପାଇଁ ସାରା ବିଶ୍ବକୁ ସତର୍କ କରିଦେଇଛି ।
  8. ସାରା ଦୁନିଆରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି। 
  9. ନୂଆ ଭାରିଏଣ୍ଟ ପାଇଁ ବାତିଲ ହେଲା FIH ମହିଳା ହକି ବିଶ୍ବକପ । ମହିଳା ହକି ବିଶ୍ବକପ ୫ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜନ ହୋଇଥାନ୍ତା ।
  10. ଆମେରିକାର ଜଣେ ବ୍ୟକ୍ତିଙ୍କୁ ଏକ ଚିତ୍ରକଳା କୋଟିପତି ବନାଇ ଦେଇଛି । ଗୋଟେ କି ଦୁଇ କୋଟି ନୂହେଁ, ପୂରା ୩୬୮ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ବ୍ୟକ୍ତି ଜଣକ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବ୍ୟକ୍ତି ଜଣଙ୍କ ମାତ୍ର ୨୧ ଶହ ଟଙ୍କାରେ ଉକ୍ତ ସ୍କେଚ୍ (ଫଟୋଚିତ୍ର)ଟିକୁ କିଣିଥିଲେ ।
  11. ସୁପ୍ରିମ୍‌କୋର୍ଟ ଦ୍ବାରା ଆୟୋଜିତ ୭୨ତମ ସମ୍ବିଧାନ ଦିବସ ସମାପନ ସମାରୋହରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ କୋର୍ଟରୁମ୍‌ରେ ବିଚାରପତିମାନେ ସେମାନଙ୍କ ମନ୍ତବ୍ୟ ରଖିବା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ
  12. ‘ଏସ୍‌ଡିଏମ୍‌’ କଲେଜ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସସେ୍‌’ କ୍ୟାମ୍ପସ୍‌ରେ ୨୮୧ଜଣ କୋଭିଡ୍-୧୯ ପଜିଟିଭ୍‌ ‌ଚିହ୍ନଟ ହୋଇ ତାହା ‘କୋଭିଡ୍‌ କ୍ଲଷ୍ଟର୍‌’ ହୋଇଥିଲେ ସୁଦ୍ଧା ଏବେ ରାଜ୍ୟରେ କଟକଣା ଲାଗୁ ହେବ ନାହିଁ ବୋଲି ଆଜି କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର କହିଛନ୍ତି।
  13. ଗଞ୍ଜାମରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରମାନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
  14. ଗତ ଜୁନ୍ ୧୦ ତାରିଖରେ ଏ ବର୍ଷରପ୍ରଥମ ସୂର୍ୟ୍ୟ ପରାଗସଂଗଠିତ ହୋଇଥିଲା। ତାହା ଏକ ବଳୟ ସୂର୍ୟ୍ୟ ପରାଗଥିଲା। ଡିସେମ୍ବର ମାସ ୪ ତାରିଖରେ ପୂର୍ଣ୍ଣସୂର୍ୟ୍ୟ ପରାଗଘଟିବ।
  15. ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ବାଲେଶ୍ବର ଓ ଭଦ୍ରକ ଜିଲା ସାରା ରାଜ୍ୟର ୨୧ଟି ଜିଲ୍ଲା ସାମିଲ; ବାଲେଶ୍ବରର ୨୦ ଲକ୍ଷ ଓ ଭଦ୍ରକର ୧୧ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
  16. ବାଲେଶ୍ବର ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ । 
  17. ଗତ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଗାମୀ ଦେଢ ବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି । ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଛି । 
  18. ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି  । ତେବେ ବସିଥିବା ବୈଠକରେ ସମସ୍ତଙ୍କ ସମ୍ମତି ପରେ ଆସନ୍ତା ମାସ ୨୯ ତାରିଖରୁ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି ।
  19. ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି.ରମନ୍ନା ଶନିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସଂସଦରେ ଆଇନ ପ୍ରଣୟନ କାଳରେ ବିଧାୟିକା ଏହାର ହାନିଲାଭ ଆକଳନ କରିନଥାନ୍ତି। ଏଣୁ ଏଥିରୁ ବିବାଦ ସୃଷ୍ଟି ହୋଇଥାଏ ଓ କେବେ କେବେ ବଡ଼ ପ୍ରସଙ୍ଗରେ ପରିଣତ ହୁଏ।
  20. ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ରବିବାର ପୂର୍ବାହ୍ନ ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ବସିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିରୋଧୀ ଦଳର ନେତାମାନେ ସାମିଲ ହେବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.