• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ ଉଚ୍ଛେଦ ବିଧେୟକକୁ ଲୋକସଭାରେ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି। ମୋଟ୍ ୨୬ଟି ବିଧେୟକ ଆଗତ କରିବାକୁ ସରକାର ତାଲିକାଭୁକ୍ତ କରିଛନ୍ତି।
  2. ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ପ୍ରାୟ ୨୫ଦିନ ଧରି ବସିବାକୁ ଥିବା ଏହି ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ବିଧାନସଭାରେ ‘ସିମଲା’ ସମ୍ମିଳନୀର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି।
  3. ଚୀନ ପୂର୍ବ ଲାଦଖର ସୀମାନ୍ତ ଅଞ୍ଚଳରେ ସ୍ବତନ୍ତ୍ର କ୍ଷେପଣାସ୍ତ୍ର ଓ ରକେଟ୍‌ ବାହିନୀକୁ ମୁତୟନ କରିବାରେ ଲାଗିଛି।
    ସୂଚନା ଅନୁଯାୟୀ ପୂର୍ବ ଲଦାଖ ସେକ୍ଟରର ବିପରୀତ ପାର୍ଶ୍ବ ଅକସାଇ ଚୀନରେ ଚୀନ ରାଜପଥ ନିର୍ମାଣ କରୁଛି। 
  4. ଦିଲ୍ଲୀ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଓମିକ୍ରନ୍ ସ୍ପାଇକ୍ ପ୍ରୋଟିନରେ ୩୦ଥର ରୂପ ବଦଳାଇଥିବା ବେଳେ କରୋନା ଟିକାକୁ ପ୍ରଭାବହୀନ କରିଦେଉଛି।
  5. କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
  6. ସ୍ବିଡେନ୍‌ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ରକ୍ଷା କରିପାରିଲେ ନାହିଁ ମାଗ୍‌ଡାଲେନା ଆଣ୍ଡରସନ୍‌। ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ଭାବେଶପଥ ଗ୍ରହଣ କରିଥିଲେ; କିନ୍ତୁ ଏହି ପଦରେ ମାତ୍ର ୭ ଘଣ୍ଟା ରହିବାରେ ସମର୍ଥ ହୋଇଥିଲେ। 
  7. ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ଓ ନେଦରଲ୍ୟାଣ୍ଡ ଏଲ୍‌ସିଭର ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଓ ଗବେଷକ ତାଲିକାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୦ ଜଣ ପ୍ରଫେସର ସ୍ଥାନ ପାଇଛନ୍ତି। ସମ୍ପୃକ୍ତ ପ୍ରଫେସରମାନଙ୍କ ଗବେଷଣାର ପ୍ରଭାବକୁ ମୂଲ୍ୟାୟନ କରାଯାଇ ଏହି ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡିଛି।
  8. ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ବିଶ୍ୱ ଐତିହ୍ୟ କମିଟିକୁ ଭାରତ ନିର୍ବାଚିତ ହୋଇଛି ।
  9. ସୋସିଆଲ ମିଡିଆରେ ଘୁରି ବୁଲିଲା ପ୍ରଶ୍ନପତ୍ର । ଉତ୍ତର ପ୍ରଦେଶରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲିଛି ।
  10. କାନପୁରର ଗ୍ରୀନପାର୍କରେ ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟ ପ୍ରଥମ ଇନିଂସରେ ଭାରତ ୩୪୫ ରନ କରଥିଲା ।
  11. ଆଗକୁ ଆସୁଥିବା ବାତ୍ୟାର ନାଁ ଜାଓ୍ବଦ ରଖାଯାଇଛି । ସାଉଦୀ ଆରବ ଏହି ବାତ୍ୟାର ନାମକରଣ କରିଛି । ଭାରତ ମହାସାଗର ସହ ବଙ୍ଗୋପସାଗର ଓ ଆରବ ସାଗର ମଧ୍ୟରେ ଏହି ବାତ୍ୟା ଘନିଭୂତ ହୋଇପାରେ । ଆଗକୁ ଆସୁଥିବା ବାତ୍ୟା ଜଓ୍ବାଦ ନାଁ ସାଉଦୀ ଆରବ ଦେଇଛି । ଆରବିକ ଭାଷା ଅନୁସାରେ ଏହାର ନାଁ ଦିଆଯାଇଛି । ଯାହାର ଅର୍ଥ ମହାନ, ଉଦାର ବା ଦୟାଳୁ ।
  12. ଜାପାନୀ ଚଳଚିତ୍ର ନିର୍ମାତା ମାସାକାଜୁ କନେକୋଙ୍କ ଫିଲ୍ମ ‘ରିଂଗ ୱାଣ୍ଡରିଂ’କୁ ଭାରତୀୟ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ସମ୍ମାନଜନକ ଗୋଲ୍ଡେନ ପିକକ୍ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଫିଲ୍ମଟି ଜଣେ ଆଶାୟୀ ‘ମଙ୍ଗା କଳାକାର’ଙ୍କ ଉପରେ ଆଧାରିତ। ଆଇଏଫଏଫଆଇ ୫୨ତମ ଉଦଯାପନୀ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
  13. ଓଡିଶାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମହିଳାମାନେ ବେଶୀ ମଦ ପିଉଛନ୍ତି । ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଏହା ହିଁ କହୁଛି । ସହରାଞ୍ଚଳରେ ୧୫ ବର୍ଷରୁ ଅଧିକ ୨୨.୭ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ପୁରୁଷ ମଦ ପିଉଛନ୍ତି ।
  14. ଆମେରିକୀୟ ମହାକାଶ ବ୍ୟବସାୟୀ ଏଲନ ମସ୍କଙ୍କ ‘ଷ୍ଟାରଲିଙ୍କ ଇଣ୍ଟରନେଟ୍ ’ ସେବା ନ ନେବା ଲାଗି କେନ୍ଦ୍ର ସରକାର ଦେଶବାସୀଙ୍କୁ ସତର୍କ କରିଛନ୍ତି। ଦେଶରେ ଏପରି ସେବା ଉପଲବ୍ଧ ଲାଗି ସଂସ୍ଥା ଭାରତ ସରକାରଙ୍କଠାରୁ ଲାଇସେନ୍ସ ପ୍ରାପ୍ତ କରିନାହାନ୍ତି। 
  15.  ଟ୍ରେନରେ ଆପଣ ଟିକେଟ୍ ଚେକରଙ୍କ ନିକଟକୁ ଯାଇ ନିଜର ଗନ୍ତବ୍ୟ ଅନୁସାରେ ରେଳ ଭଡା ପୈଠ କରି ଟିକେଟ କରିନିଅନ୍ତୁ ଓ ବେଶ୍ ଆରାମାରେ ଗନ୍ତବ୍ୟରେ ପହଞ୍ଚନ୍ତୁ। ରେଳବାଇ ଏହି ଖାସ ନିୟମ କରିଛନ୍ତି। ପ୍ଲାଟଫର୍ମ ଟିକେଟ ନେଇ ଟିଟିଇଙ୍କୁ ଭେଟନ୍ତୁ, ସେ ଆପଣଙ୍କ ଗନ୍ତବ୍ୟ ଅନୁସାରେ ଟିକେଟ କରାଇଦେବେ।  ଭାରତୀୟ ରେଳବାଇ ଖାସ ଏଭଳି ପରିସ୍ଥିତି ନିମନ୍ତେ ନୂଆ ବ୍ୟବସ୍ଥା କରିଛନ୍ତି। 
  16. ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖବର । ମହଙ୍ଗା ହେଲା ଜିଓ ରିଚାର୍ଜ । ଡିସେମ୍ବର ୧, ୨୦୨୧ରୁ ଜିଓର ନୂତନ ଟାରିଫ ପ୍ଲାନ ସମଗ୍ର ଦେଶରେ ଲାଗୁ ହେବ ।
  17. ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି- ରାଜ୍ୟରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
  18. ଦେଶରେ ବଢ଼ୁଛି ବେକାରୀ ସଂଖ୍ୟା: ସିଏମଆଇର ତଥ୍ୟ, ଅକ୍ଟୋବର ତୁନଳାରେ ନଭେମ୍ବରରେ ବୃଦ୍ଧିପାଇଛି ୮ ପ୍ରତିଶତ ବେକାରୀ ।
  19. ଏବେବି ୪ ଲକ୍ଷ ଟ୍ରାକ୍ଟର ମହଜୁଦ, ଜାନୁୟାରୀ ୨୬ ପାଖେଇ ଆସିଲାଣି: MSPକୁ ନେଇ ଟିକାୟତଙ୍କ ଖୋଲା ଚ୍ୟାଲେଞ୍ଜ ।
  20. ଭାରତୀୟ ରେଳ ବିଭାଗ ମଣିପୁରରେ ବିଶ୍ବର ସବୁଠାରୁ ଉଚ୍ଚ ବ୍ରିଜ୍‌ ,୧୧୧ କିଲୋମିଟର ଲମ୍ବ ଜେରୀବାମ-ଇମ୍ଫାଲ ରେଳ ପରିଯୋଜନାର ଅଂଶବିଶେଷ ନିର୍ମାଣ କରୁଛି।  ୟୁରୋପର ମୋଣ୍ଟେନେଗ୍ରୋର ୧୩୯ ମିଟର ମାଲା-ରେଜେକା ୱାଇଡକ୍ଟର ରେକର୍ଡ ଭାଙ୍ଗି ୧୪୧ ମିଟର ଉଚ୍ଚତାର ଏହି ବ୍ରିଜ୍‌ ତିଆରି ହେଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.