• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ତଥା ସମଗ୍ର ବିଶ୍ୱରେ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ନେଇ ସାମାଜିକ ସଂଗଠନ ‘ପ୍ରଥମ’ କାମ କରେ। ବର୍ଷ ବର୍ଷ ଧରି ଏକାଧିକ ପିଲାଙ୍କ ଭବିଷ୍ୟତ ଉଜ୍ବଳ କରିଥିବା ଏହି ସଂଗଠନକୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାରରେ ପୁରସ୍କୃତ କରାଯାଇଛି।
  2. ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ଟିକାର ଗୋଟିଏ ଡୋଜ ଦିଆଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ନଭେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ହର ଘର ଦସ୍ତକ ଅଭିଯାନ ଆଦାରରେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦିଆଯିବ । 
  3. ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିଶ୍ୱ ସ୍ତରରେ ରଣନୈତିକ ସ୍ଥିରତା ଉପରେ ପ୍ରଭାବ ପକାଉଥିବା ନୂତନ ଆହ୍ୱାନ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସମ୍ନାସାମ୍ନି ଦ୍ୱିପାକ୍ଷିକ ବୈଠକ ପାଇଁ ଆୟୋଜନ କରିବେ ଏବଂ ତା’ପରେ ଡିସେମ୍ବର ୬ ରେ ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ରାତ୍ରୀ ଭୋଜନ କରିବେ।
  4. ଭାରତର ସବୁଠାରୁ ଲୋକପ୍ରିୟ ପାସୱାର୍ଡ ଆଜି ମଧ୍ୟ ‘Password’  ଶବ୍ଦ ଅଟେ। କେବଳ ଭାରତରେ ନୁହେଁ, ବରଂ ବିଶ୍ବବ୍ୟାପୀ ଲୋକପ୍ରିୟତା ଅର୍ଜନ କରିଛି। ଅଧିକାଂଶ ଭାରତୀୟ ନିଜର ନାମ ଓ ଭଲ ପାଉଥିବା ଶବ୍ଦକୁ ପାସ୍‌ୱାର୍ଡସ ଭାବେ ବ୍ୟବହାର କରିଥାନ୍ତି। ଭାରତରେ ସାଧାରଣ ପାସୱାର୍ଡସ ଅଧିକାଂଶ iloveyou, Krishna, Sairam ଏବଂ omsairam ଭଳି ଶବ୍ଦକୁ ବ୍ୟବହାର କରାଯାଉଛି। 
  5. ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି, ଓ୍ବାଇଏସଆର କଂଗ୍ରେସ ଦଳର ସଦସ୍ୟ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଅପମାନିତ କରିଛନ୍ତି। ଏହି କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣା ପରେ ସେ ଏହି ସଭାରେ ଯୋଗଦେବେ ନାହିଁ। ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ଗୃହକୁ ଫେରିବେ।
  6. ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି। ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡର ମହୋବାରେ ପହଞ୍ଚିଛନ୍ତି। ଏହା ପ‌ରେ ‌ସେ ଝାନ୍ସିକୁ ଯାଇ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ରେ ଭାଗ ନେବେ।
  7. ସିଙ୍ଗାପୁରରେ ଆୟୋଜିତ ‘ବ୍ଲୁମ୍‌ବର୍ଗ ନିୟୁ ଇକୋନୋମିକ୍‌ ଫୋରମ୍‌’ରେ ‘ଗ୍ରେଟର୍‌ ପାୱାର୍‌ କମ୍ପିଟିସନ୍‌: ଦି ଏମର୍ଜିଙ୍ଗ୍‌ ୱାର୍ଲଡ୍‌ ଅର୍ଡର୍‌’ ପାନେଲ୍‌ରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଲେ, ଆମ ସମ୍ପର୍କର କେଉଁ ସ୍ଥାନରେ ଆମେ ଉପସ୍ଥିତ ହୋଇଛୁ ଏବଂ ଏଥିରେ କ’ଣ ତ୍ରୁଟି ହୋଇଛି ଚୀନ୍‌ର ସନ୍ଦେହ ଥିବ ବୋଲି ମୋର ମନେହୁଏ ନାହିଁ। ଅନେକ ଥର ମୁଁ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ୟିଙ୍କୁ ଭେଟିଛି।
  8. ଓଡ଼ିଶାର ଏକମାତ୍ର ଥାନା ଭାବେ ଗାଙ୍ଗପୁର ଥାନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧାର୍ଯ୍ୟ କରିଥିବା ସମସ୍ତ ମାନଦଣ୍ଡ ପୂରଣ କରି ଦେଶର ଶ୍ରେଷ୍ଠ ଦ୍ବିତୀୟ ଥାନା ଭାବେ ଘୋଷାଣା ହେବା ପରେ ଆଜି ଥାନା ଧିରେଶ କୁମାର ଦାସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି।
  9. ସୋନୀ ଟିଭିର ଚର୍ଚିତ ରିଏଲଟି ସୋ’ ‘ଇଣ୍ଡିଆସ୍‌ ଗଟ୍ ଟ୍ୟାଲେଣ୍ଟ’ରେ ମାଲକାନଗିରି ଜିଲ୍ଲାର ୧୨ ଜଣ ବଣ୍ଡା, କୋୟା, ପରଜା, କନ୍ଧ ଆଦିବାସୀ ସଂପ୍ରଦାୟର ଛାତ୍ରଛାତ୍ରୀମାନେ ଭାଗ ନେବାକୁ ମୁମ୍ବାଇ ଯାତ୍ରା କରିଛନ୍ତି। ଆସନ୍ତା ୨୪ ତାରିଖରେ ଏହି ଛାତ୍ରଛାତ୍ରୀ ନିଜର କଳା ପ୍ରଦର୍ଶନ କରିବେ।
  10. ବିହାର ମଗଧ ବିଶ୍ୱବିଦ୍ୟାଳୟ କୁଳପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ଘରେ ଏସଭିୟୁ ରେଡ କରିଛି। ଏସଭିୟୁ ଅନୁଯାୟୀ ଗୋରଖପୁର ସ୍ଥିତ ଘରୁ ବୁଧବାର ରାତିରେ ରେଡ କରି ୨୫ ଲକ୍ଷ ଟଙ୍କା ଜବତ ହେବାପରେ ଏବେ ଯାଏଁ ନଗଦ ୯୫ ଲକ୍ଷ ଟଙ୍କା ଜବତ ହୋଇସାରିଲାଣି। ଏହା ପୂର୍ବରୁ ସେଠାରୁ ୭୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ଟଙ୍କା ଛଡା ୫ ଲକ୍ଷ ମୂଲ୍ୟର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି।
  11. ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଏବଂ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତାଙ୍କ ଉପସ୍ଥିତିରେ ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।
  12. ରାକେଶ ଟିକାୟତ କହିଛନ୍ତି ସଂଘ ସେହିଦିନକୁ ଅପେକ୍ଷା କରିଛି, ଯେଉଁଦିନ ସରକାର ସଂସଦରେ ୩ ଟି କୃଷି ଆଇନକୁ ନିରସ୍ତ୍ର କରିବେ। ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟତୀତ କୃଷକଙ୍କ ସହ ଜଡ଼ିତ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ସରକାର କୃଷକ ସଂଘ ସହ ଆଲୋଚନା କରିବା ଆବଶ୍ୟକ।
  13. ଦେଶରେ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ଲାଗୁ ବହୁ ବିଳମ୍ବିତ ହୋଇଥିôବାବେଳେ ଭାରତୀୟ ସମ୍ବିଧାନର ଧାରା ୪୪ ଅନୁଯାୟୀ ଦେଶରେ ଏକକ ନାଗରିକ ସଂହିତା ପ୍ରଚଳନ ପାଇଁ ଏକ ମଣ୍ଡଳୀ ଗଠନ ସମ୍ପର୍କରେ ବିଚାର କରିବାକୁ ଆଲ୍ଲାହାବାଦ ହାଇକୋଣର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । 
  14. ଅଷ୍ଟ୍ରିଆରେ ପୁଣି ଫେରିଲା କରୋନା କୋପ। ଏହି ୟୁରୋପୀୟ ରାଷ୍ଟ୍ରରେ ସୋମବାର ଠାରୁ ସଂପୂର୍ଣ୍ଣ ତାଲାବନ୍ଦ ଜାରି କରିବାକୁ ଅଷ୍ଟ୍ରିଆ ସରକାର ଘୋଷଣା କରିଛନ୍ତି। ଟିକା ନେଇ ନ ଥିବା ବ୍ୟକ୍ତି ଘରୁ ବାହାରି ପାରିବେନି। ଦେଶବାସୀଙ୍କୁ କରୋନା ଟିକା ନେବାକୁ ବାଧ୍ୟତାମୁଳକ କରିବା ସହ ଫେବୃଆରୀ ସୁଦ୍ଧା
    ଟୀକାକରଣ ସମ୍ପୂଣ୍ଣ କରିବାକୁ ଅଷ୍ଟ୍ରିଆ ସରକାରଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
  15. ଉଗାଣ୍ଡାର କାମ୍ପାଲାରେ ଚାଲିଥିବା ଉଗାଣ୍ଡା ପାରା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବିଭାଗର ସେମିଫାଇନାଲରେ ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। 
  16. ପୂର୍ବରୁ ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ଲାଲ-ଧଳା ଏବଂ ନୀଳର ସମ୍ମିଶ୍ରଣ ଥିବାବେଳେ ସଂପ୍ରତି ସେଥିରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଥିବା ଉଜ୍ଜ୍ୱଳ ନୀଳ ରଙ୍ଗ ସ୍ଥାନରେ ଗାଢ ନେଭି ବ୍ଲୁ ରଖାଯାଇଛି । 
  17. ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସଂପୂର୍ଣ୍ଣ ଅନୁଚିତ ଏବଂ ଦେଶ ସ୍ବାର୍ଥରେ ନୁହେଁ ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି। କୃଷି ଆଇନ ଉଚ୍ଛେଦ ଘୋଷଣା ପରେ କଙ୍ଗନା ତୀବ୍ର ଅସନ୍ତୋଷ ପ୍ରକାଶ କରି ଇନଷ୍ଟାଗ୍ରାମରେ ନିଜ ମତ ରଖିଛନ୍ତି।
  18. ଆରଏସଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ସହ ଅନୁବନ୍ଧିତ ବିକେଏସ୍‌ ( ଭାରତୀୟ କିଷାାନ ସଂଘ) ଆଜି କହିଛି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନେଇ ଯେଉଁ ନିଷ୍ପତ୍ତି ନେଲେ ତାହା ଦ୍ବାରା କୃଷକମାନଙ୍କର କିଛି ଲାଭ ହେବନାହିଁ।
  19. ସମୀର ୱାଙ୍ଖେଡେଙ୍କ ଉପରେ ଅନେକ ଆରୋପ ଲଗାଇଥିବା ନବାବ ମଲିକ ଏବେ ଦାବି କରିଛନ୍ତି ଯେ, ଏନସିବି ଅଧିକାରୀ ଚାକିରିରେ ଥାଇ ମଧ୍ୟ ବ୍ୟବସାୟ ଚଳାଇ କେନ୍ଦ୍ରୀୟ ନାଗରିକ ସେବା (ଆଚରଣ) ନିୟମକୁ ୧୯୬୪ର ଉଲଂଘନ କରିଛନ୍ତି।
  20. ଯଦିଓ କ୍ରିପ୍ଟୋକରେନ୍ସିକୁ ଦେଶରେ ଆଇନଗତ ମାନ୍ୟତା ମିଳିନାହିଁ, ତଥାପି ଯୁବପିଢ଼ିଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ଏଥିରୁ ହେଉଥିବା ଆୟ ଉପରେ ଟିକସ ଲଗାଇବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ସେଥିପାଇଁ ଆୟକର ନିୟମରେ ଆବଶ୍ୟକ ସଂଶୋଧନ କରାଯିବ। ଏବିଷୟରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ରେ ଘୋଷଣା ହେବାର ସମ୍ଭାବନା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.