• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଭିଡ-୧୯ ବିରୋଧରେ ଆମେରିକାର ମହାମୁକାବିଲା । ସମ୍ପୂର୍ଣ୍ଣ ଡୋଜ ନେଇସାରିଥିବା ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ଏବେ ନେଇପାରିବେ ବୁଷ୍ଟର ଡୋଜ ।.
  2. ୟୁରୋପରେ ଆହୁରି ଖରାପ ସ୍ଥିତି ସୃଷ୍ଟି କଲା କରୋନା । ଆସନ୍ତା ସୋମବାରରୁ ଅଷ୍ଟ୍ରିଆରେ ଦେଶବ୍ୟାପୀ ଜାରି ହେବ ଲକଡାଉନ । 
  3. ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କ୍ଷମତା ହସ୍ତାନ୍ତର କରିବେ ଜୋ ବାଇଡେନ୍‌  । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏପରି କରିବେ ବୋଲି ହ୍ବାଇଟ ହାଇସ ପକ୍ଷରୁ କୁହାଯାଇଛି  । କମଲା ହାରିସଙ୍କୁ ରାଷ୍ଟ୍ରପତି ପଦ ହସ୍ତାନ୍ତର କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଶୁକ୍ରବାର ବାଇଡେନ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଓ୍ବାସିଂଟନ ଉପକଣ୍ଠରେ ଥିବା ଏକ ହସ୍ପିଟାଲକୁ ଯାଇଥିଲେ ।
  4. ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ମାମଲାରେ ବେଲ୍‌ ଅର୍ଡରର ସବିଶେଷ ନକଲ ପ୍ରକାଶ ପାଇଛି । ବମ୍ୱେ ହାଇକୋର୍ଟଙ୍କ ପକ୍ଷରୁ ପ୍ରଦାନ ଜାମିନ ଆଦେଶରେ, ଆର୍ଯ୍ୟନ ଡ୍ରଗ୍ସ ସମ୍ପର୍କିତ କୌଣସି ବେଆଇନ କାର୍ଯ୍ୟ କରିବା ନେଇ ଏକଜୁଟ୍ ହୋଇଥିବା ପ୍ରମାଣ ନଥିବା କହିଛନ୍ତି ।  ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍‌ ଆପ୍ ଚାଟ୍‌ରେ କୌଣସି ପ୍ରକାର ଆପତ୍ତଜନିକ ବିଷୟ ନଥିବା କହିଛନ୍ତି କୋର୍ଟ।
  5. ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରାଯିବ ନାହିଁ ବୋଲି ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ କହିଛନ୍ତି । ତିନି କୃଷି ଆଇନକୁ ନେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଅକାଳୀ ଦଳର ଏକମାତ୍ର ମନ୍ତ୍ରୀ ହରସିମରତ କୌର ବାଦଲଙ୍କୁ ଦଳ ପ୍ରତ୍ୟାହାର କରି ନେଇଥିଲା ।
  6.  5T ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡ଼ର ୩୨ଟି, ପୁରୀର ୪୮ଟି, ବଲାଙ୍ଗିରର ୨୪ଟି ଓ କେନ୍ଦ୍ରାପଡ଼ାର ୩୦ଟି ସ୍କୁଲ ସାମିଲ୍ ହୋଇଛି । ଆଜି ସୁଦ୍ଧା ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । 
  7. ଗୁଗଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିବା ଜଣେ ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି । ଗୁଗଲ୍ ସର୍ଚ୍ଚରୁ ମିଳିଥିବା ନମ୍ବରରେ କଲ୍ କରିବା ପରେ ଜଣେ ବ୍ୟକ୍ତି ୨ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଏନେଇ ଖଣ୍ଡଗିରି ଥାନା ଓ ସାଇବର କ୍ରାଇମ୍ ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ବ୍ୟକ୍ତି ।
  8. କୋଭିଡ୍ କଟକଣା ମଧ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ମଧ୍ୟ ଅଫଲାଇନ୍ କ୍ଲାସ କରିବାରେ ବର୍ତ୍ତମାନ ସ୍ଥିତିରେ କୌଣସି ଅସୁବିଧା ନଥିବା କହି ରାଜ୍ୟ ସରକାରଙ୍କୁ ଏଦିଗରେ ନିଷ୍ପତି ନେବାକୁ ଚିଠି ଳେଖିଛି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।
  9. ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷାରେ ୬୮.୬୬ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ମୋଟ୍ ପାସ୍ ହାର ୭୦,୭୨, ବାଣିଜ୍ୟରେ ୬୮.୬୧, ବିଜ୍ଞାନରେ ୬୪.୩୯ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୧.୫୯ ପ୍ରତିଶତ ରହିଛି । କଳାରେ ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ସର୍ବାଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୬୮.୫୨ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୯୦ ପ୍ରତିଶତ ରହିଛି । ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୬୭.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୬୨.୪୪ ପ୍ରତିଶତ।
  10. ସମସ୍ତ କରୋନା କଟକଣା ଯଥା ସାମାଜିକ ଦୂରତା, ସାନିଟାଇଜ୍ କରିବା ,ମାସ୍କ ପିନ୍ଧିବା, ଅଳ୍ପ କିଛି ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ଦିଆଯାଇଛି । ସୁଚନା ଅନୁସାରେ କରୋନା ଭୁତାଣୁ ର ସଂକ୍ରମଣ କାରଣରୁ ଅନେକ ଦିନରୁ ବନ୍ଦ ଥିଲା ଯାତ୍ରା ,ଡ଼୍ରାମା ଭଳି କାର୍ଯ୍ୟକ୍ରମ ।
  11. “ଅପରେସନ ଗ୍ରୀନ୍ କ୍ଲିନ୍‌” ରେ ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ କାରବାର ବଢିଚାଲୁଥିବା ବେଳେ ବିଭିନ୍ନ ଯାଗାରେ ମାଫିଆମାନେ ଆଦିବାସୀଙ୍କୁ ହାତ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ କରୁଥିବା ବେଳେ ଏହାକୁ ନଷ୍ଟ କରିବାରେ ଲାଗିଛି ଅବକାରୀ ବିଭାଗ ।
  12. ଗତ କିଛି ଦିନ ପୂର୍ବରୁ ସଞ୍ଜୀବ ସାହୁ ବିଜେଡ଼ି ଛାଡି ଥିବା ବେଳେ ଆଜି ବିଦ୍ଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
  13. ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସଭାପତି କରାଯାଇଛି। ସେ ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ। 
  14. ମହାସାଗରରୁ ବି ଚୀନ ପକ୍ଷରୁ ବିପଦର ଆଶଙ୍କା କରୁଛି ଭାରତ । ଏହାକୁ ଦୃଷ୍ଟିରେ ରଖି ଦ୍ରୁତ ଗତିରେ ଭାରତୀୟ ନୌସେନାର ଆଧୁନିକୀକରଣ ଚାଲିଛି ।
  15. ବାର୍ଷିକ ପରିଚ୍ଛନ୍ନତା ସର୍ବେକ୍ଷଣରେ ପୁଣି ଥରେ ମଧ୍ୟପ୍ରଦେଶର ଇନ୍ଦୋର ଭାରତର ସବୁଠୁ ପରିଚ୍ଛନ୍ନ ସହର ମାନ୍ୟତା ପାଇଛି। କ୍ରମାଗତ ୫ମ ଥର ପାଇଁ ଆଜି କେନ୍ଦ୍ର ସରକାର ଇନ୍ଦୋରକୁ ଭାରତର ପରିଚ୍ଛନ୍ନତମ ସହର ବୋଲି ଘୋଷଣା କରିଛନ୍ତି।
  16. ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି । ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି । ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି ।
  17. ବ୍ରାଜିଲରେ ଜଣେ ପୁରୁଷ ଗୋଟିଏ କିମ୍ବା ଦୁଇଜଣ ନୁହେଁ ବରଂ ୯ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଏହି ବିବାହ ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ଆୟୋଜିତ ହୋଇଥିଲା।
  18. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପୁଞ୍ଜି ବଜାରରେ କରିଥିବା ନିବଶେରୁ ଭଲ ଲାଭ ଉଠାଇଛି। ସୂଚନାନୁଯାୟୀ, ଇପିଏଫ୍ ଓ ପୁଞ୍ଜି ବଜାରରେ ୧୨୩ ଲକ୍ଷ କୋଟି ଟଙ୍କା ନିବେଶ କରିଛି। ଏହି ନିବେଶରୁ ଇପିଏଫ ଓ ବାର୍ଷିକ ହାରରେ ୧୪୬ ପ୍ରତିଶତ ରିଟର୍ଣ୍ଣ ମିଳିଛି। ଏହାଦ୍ଵାରା ଦେଶରେ ରହିଥିବା ଇପିଏଫଓର ୬ କୋଟି ସଦସ୍ୟ ଲାଭବାନ ହେବେ । 
  19. ଲଣ୍ଡନ ସ୍ଥିତ ଓଡିଆ ବୈଷୟିକ ଉଦ୍ୟୋଗୀ ଅରୁଣ କର ଙ୍କ ବହୁ-ରାଷ୍ଟ୍ରୀୟ ଡିଜିଟାଲ ଇନୋଭେସନ୍ କମ୍ପାନୀ ‘ଏକ୍ସପର୍ଟନେଷ୍ଟ’ କୁ ଆନ୍ତର୍ଜାତୀୟ ପତ୍ରିକା-ଏସିୟା ୱାନ ଏବଂ ୟୁନାଇଟେଡ ରିସର୍ଚ ସର୍ଭିସେସ୍(ୟୁଆରଏସ୍) ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ‘ଗ୍ଲୋବାଲ୍ ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ ୨୦୨୦-୨୧’ରେ ସମ୍ମାନୀତ କରାଯାଇ ସିଏନ୍ବିସି ରେ ପ୍ରଦର୍ଶିିତ କରାଯାଇଥିଲା।
  20. ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମିଥ୍ୟା ଖବର ପ୍ରଚାରପ୍ରସାର କରିଥିଲେ ବୋଲି କୁହାଯାଇଛି। ନିର୍ବାଚନ ସମୟରେ ‘ସଂଖ୍ୟାଲଘୁ ବିରୋଧୀ’ ଏବଂ ‘ମୁସଲମାନ ବିରୋଧୀ’ ମନ୍ତବ୍ୟ ଦିଆଯାଇଥିଲା। ୨୦୨୦ର ଏକ ରିପୋର୍ଟରେ ଏହା ଲୋକଙ୍କ ସମ୍ମୁଖକୁ ଅଣାଯାଇଛି।ଏବେ ଫେସବୁକ ଗତ ଦୁଇ ବର୍ଷର ମଲ୍ଟିପୁଲ ଇଣ୍ଟରନାଲ ରିପୋର୍ଟସରେ କିଛି ଚକିତ କଲାଭଳି ଖୁଲାସା କରିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.