• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ରାଜ୍ୟପାଳ କଲରାଜ ମିଶ୍ର ୧୫ ନୂଆମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
  2.  ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲା ଭାବେ ପୁରସ୍କୃତ କରାଯାଇଛି । 
  3. କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିଥିବା ବେଳେ ସେ ଏବେ ଘରେ ଅଛନ୍ତି । ହେଲେ ବିବାଦ ଓ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଉନି । 
  4. ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଏବଂ ଅନ୍ୟ ଦାବି ନେଇ ଆନ୍ଦୋଳନ ଚାଲିବ ଏବଂ ପୂର୍ବ ଘୋଷଣା ମୁତାବକ ସମସ୍ତ ରୢାଲି ଏବଂ ମହାପଂଚାୟତ ଅନୁଷ୍ଠିତ ହେବ ବୋଲି ଏସ୍‌କେଏମ୍‌ କହିଛି। ଆଜି ଆନ୍ଦୋଳନକାରୀ କୃଷକମାନେ ସିଂଘୁ ସୀମାରେ ଏକ ବୈଠକରେ ଏ ବାବଦ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।
  5. ଲଗାଣ ବର୍ଷରେ ରେଳ ଧାରଣା ନିକଟରେ ପାଣି ଜମି ରହିବା ଯୋଗୁଁ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା କିଛି ଟ୍ରେନକୁ ବାତିଲ କିମ୍ବା ଆଂଶିକ ବାତିଲ କରାଯାଇଛି।
  6. ପାରାଦୀପ ହେବ ବୃହତ୍‌ ମଛଧରା ବନ୍ଦର ଓଡ଼ିଶାର ୯୪% ଲୋକ ମାଛ ଖାଆନ୍ତି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ଭୁବନେଶ୍ବର : ମାଛ ଉତ୍ପାଦନରେ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ରହିଛି।
  7. ଦେଶର ଶ୍ରେଷ୍ଠ ୧୦ଟି ବିଦ୍ୟାଳୟ (ସରକାରୀ ଡେ ସ୍କୁଲ୍) ତାଲିକାରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅଧୀନ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଓଡ଼ିଶାର ଏକମାତ୍ର ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନକୁ ସ୍ଥାନ ମିଳିବାପରେ ସାରା ଗଞ୍ଜାମ ଜିଲ୍ଲାରେ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।
  8. ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ କିଭଳି ଦ୍ବିଗୁଣିତ ହୋଇ ପାରିବ ଏଥିପାଇଁ ସମାଜର ସବୁ ବର୍ଗର ସହଭାଗିତା ଜରୁରୀ। ସମନ୍ବିତ କୃଷି ପଦ୍ଧତି ଓ ନିରନ୍ତର ଜୀବିକା ବିକାଶ ମାଧ୍ୟମରେ ଚାଷୀଙ୍କ ଦ୍ବିଗୁଣିତ ଆୟ ଶୀର୍ଷକ ଆଲୋଚନାରେ ଏହି ମତ ଦେଇଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା।
  9. ବିଶ୍ବକପ୍‌ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଘରୋଇ ଭାରତ ୩-୦ରେ ଜିତିଛି। ରବିବାର ଇଡେନ୍‌ ଗାର୍ଡେନ୍‌ସରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୭୩ ରନ୍‌ରେ ଭାରତ ପରାସ୍ତ କରିଛି।
  10. ଲଦାଖର ହାନଲେ ଉପତ୍ୟକାରେ ଭାରତୀୟ ସେନା ୭୬ଉଚ୍ଚର ତ୍ରିରଙ୍ଗା ପତାକା ଉଡାଇଛି। ସମୁଦ୍ର ପତନ ଠାରୁ ୧୫ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ପାର୍ବତ୍ୟ ଉପତ୍ୟକାରେ ରବିବାର ସେନା ପକ୍ଷରୁ ଏହି ବିରାଟକାୟ ତ୍ରିରଙ୍ଗା ପତାକା ଉଡାଯାଇଛି।
  11. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ବିଧିବଦ୍ଧ ଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ପରିବହନକାରୀ ଯୁଦ୍ଧ ଜାହାଜ ଆଇଏନଏସ୍‌ ବିଶାଖାପାଟଣାକୁ ନୌସେନାରେ ସାମିଲ କରିଛନ୍ତି। ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଏହି ଯୁଦ୍ଧଜାହାଜ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିଛି ବୋଲି ରାଜନାଥ କହିଛନ୍ତି।
  12. ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ ୨୦୨୧ରେ ପ୍ରଥମ ରନର୍ସ ଅପ୍ ଏବଂ ମିସେସ୍ ମ୍ୟାଗ୍ନିଫିସେଣ୍ଟ ୨୦୨୧ର ଟାଇଟେଲ ହାସଲ କରି ନିଜର ସ୍ୱପ୍ନ ପୂରଣ କରିଛନ୍ତି ସାଇପ୍ରସନ୍ନା ବେହେରା। 
  13. କଳିଙ୍ଗ ଷ୍ଟାଡ଼ିୟମରେ ବୁଧବାରଠାରୁ ଖେଳାଯିବାକୁ ଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ ଲାଗି ଭୁବନେଶ୍ବରରେ ଏବେ ସୁଦ୍ଧା ୧୨ଟି ଦଳ ପହଞ୍ଚି ସାରିଲେଣି। ଶନିବାର ୩ଟି ଦଳ ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି।
  14. କୃଷକମାନେ ଚଳାଇଥିବା ବିକ୍ଷୋଭ ସମାବେଶ ସମୟରେ ପ୍ରାୟ ୭୫୦ କୃଷକଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି । ସେମାନଙ୍କର ପରିବାର ବର୍ଗଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି ।
  15. ଆହୁରି ୮ ମାସ ପାଇଁ ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  16. ତିନି କୃଷି ଆଇନ ପ୍ରତ୍ୟାହାର ନେଇ ୨୪ରେ ଲାଗିପାରେ କ୍ୟାବିନେଟ୍ ମୋହର । ଆନ୍ଦୋଳନ ପ୍ରତ୍ୟାହାର ନେଇ ୨୭ରେ ନିଷ୍ପତି ନେବେ ଚାଷୀ ସଂଗଠନ ।
  17. କୋଟିଆ ପରେ ଏବେ ଦେଓମାଳି; ବଣ‌ଭୋଜି ବାହାନା, ଓଡ଼ିଶାରେ ପଶିଲେ ଆନ୍ଧ୍ରର ୬ ଆଇଏଏସ୍‌ଙ୍କ ସମେତ ୫୭ ଅଧିକାରୀ ।
  18. ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ଆଠଗଡ଼ ବ୍ଲକର କୁଲାଇଲୋ ଠାରେ ନବନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରବିବାର ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ନବୋଦୟ ବିଦ୍ୟାଳୟ ଢ଼ାଞ୍ଚାରେ ଆଠଗଡ଼ର ଏହି ଆଦର୍ଶ ବିଦ୍ୟାଳୟର ନିର୍ମାଣ ଦାୟିତ୍ୱ ଟାଟା କମ୍ପାନୀ ନେଇଥିଲେ ।
  19. କୃଷି ଆଇନ ପ୍ରତ୍ୟାହାର ଦାବି ପୂରଣ ପରେ କୃଷକ ସଂଗଠନଗୁଡିକ ସରକାରଙ୍କ ନିକଟରେ ଆଉ କେତେକ ନୂଆ ଦାବି ଉପସ୍ଥାପନ କରିଛନ୍ତି। ରବିବାର ଆନ୍ଦୋଳନକାରୀ କୃଷକ ସଂଗଠନଗୁଡିକ ପକ୍ଷରୁ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ୍‌) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ୬ଟି ଦାବି ଉପସ୍ଥାପନ ପୂର୍ବକ ଚିଠି ଲେଖିଛି।
  20. ବୈଜ୍ଞାନିକଙ୍କ ମତରେ, ହୃଦଘାତ ଆଶଙ୍କା ହ୍ରାସ କରିବା ପାଇଁ ରାତିରେ ୧୦ରୁ ୧୧ଟା ମଧ୍ୟରେ ଶୋଇବା ଶୋଇବା ଉପଯୁକ୍ତ ସମୟ। ସେମାନଙ୍କ କହିବାନୁସାରେ, ମଣିଷର ଶୋଇବା ସମୟ ଓ ହୃଦୟ ରୋଗ ମଧ୍ୟରେ ଏକ ସମ୍ପର୍କ ରହିଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.