• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିବାଦୀୟ ୩ କୃଷି ଆଇନ  ପ୍ରତ୍ୟାହାର କଲେ ଚଳିବନି । ଦିଲ୍ଲୀ ହରିୟାଣା, ଚଣ୍ଡିଗଡ଼, ୟୁପି ଆଦି ସ୍ଥାନରେ ଆନ୍ଦୋଳନ ବେଳେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଏମଏସପି ଗ୍ୟାରେଣ୍ଟ, ଲଖିମପୁର ଚାଷୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବିରେ ହଲ୍ଲାବୋଲ ଜାରି ରଖିଛନ୍ତି ହଜାର ହଜାର ଚାଷୀ ।
  2. ବାଲାକୋଟ ହିରୋ ବାୟୁସନୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ୱର୍ଥମାନଙ୍କୁ 'ବୀର ଚକ୍ର' ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
  3. ମଧ୍ୟ ପ୍ରଦେଶର ବୁରହାନପୁରର ଜଣେ ବ୍ୟକ୍ତି ନିଜ ଧର୍ମପତ୍ନୀଙ୍କ ପାଇଁ ଅବିକଳ ତାଜମହଲ ପରି ବିଳାସପୂର୍ଣ୍ଣ ଘର ତିଆରି କରି ଉପହାର ଦେଇଛନ୍ତି
  4. କୋଭିଡ-୧୯ ବିରୋଧରେ ଆମେରିକାର ବୁଷ୍ଟର ଡୋଜ । ସମ୍ପୂର୍ଣ୍ଣ ଡୋଜ ନେଇସାରିଥିବା ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ଏବେ ନେଇପାରିବେ ବୁଷ୍ଟର ଡୋଜ ।
  5. ଏଣିକି ପ୍ରାକୃତିକ ସମ୍ପଦ ଓ ପଞ୍ଚାୟତ-ପୌର ନିର୍ବାଚନର ଅଡିଟ କରିବ , ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ।
  6.  ତିନୋଟି ଯାକ ମ୍ୟାଚ୍‌ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି । ନୂଆ କୋଚ୍ ରାହୁଲ ଦ୍ରାବିଡ ଏବଂ ନୂଆ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି। 
  7. ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମବୀରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ହାଜର ହେବାକୁ ସୁଯୋଗ ଦିଆଯିବ । ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଆଶ୍ୱସ୍ତିବାଣୀ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । 
  8.  ‘ଟିକା ନିଅ, ନୋଚେତ ମର’ ନିଜ ଦେଶବାସୀଙ୍କୁ ଏପରି କଠୋର ଚେତାବନୀ ଶୁଣାଇଛନ୍ତି ଜର୍ମାନିର ସ୍ବାସ୍ଥ୍ୟମନ୍ତ୍ରୀ ଜେନ ସ୍ପାନ । ଲୋକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଚଳିତ ଶୀତଋତୁ ଶେଷସୁଦ୍ଧା ଜର୍ମାନୀରେ ଟିକା ନେଇ ସୁସ୍ଥ ହୋଇଥିବା ଲୋକ ଥିବେ ଅଥବା ଟିକା ନ ନେଇ ମୃତ୍ୟୁବରଣ କରିଥିବା ଲୋକ ଥିବେ ।
  9. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ତେବେ ସେ ନିଜ ପାଖରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଅର୍ଥ ଓ ଗୃହ ବିଭାଗ ରଖିଛନ୍ତି । ବିଶ୍ବେନ୍ଦ୍ର ସିଂ ରାଜସ୍ଥାନ ନୂଆ ପର୍ଯ୍ୟଟନ ମନ୍ତ୍ରୀ ହେବେ ।
  10. ଏସବିଆଇ ବ୍ୟାଙ୍କ ନିଜର ପାଖାପାଖି ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ କାର୍ଡ ଲିଙ୍କ କରିବାକୁ ନୋଟିସ୍ ଜାରି କରିଛି
  11. ମିଆଁମାରରେ ଭାରତ ତୁଳନାରେ ଜିନିଷପତ୍ରର ମୂଲ୍ୟ ସାଧାରଣତ କମ ରହିଥାଏ । ଭାରତରେ ଯେତେବେଳେ ଭାରତରେ ପେଟ୍ରୋଲ ୧୦୦ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି, ମିଆଁମାରରେ ଏହାର ମୂଲ୍ୟ ୭୦ରୁ ୮୦ ଟଙ୍କା ରହିଛି । ସେଠାରୁ ଚୋରାରେ ଭାରତ ଭିତରକୁ ଶସ୍ତାରେ ପେଟ୍ରୋଲ ଆସି ଏଠାରେ ଚଢ଼ା ଦରରେ ବିକ୍ରି କରାଯାଉଛି।
  12. ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେଇ ସ୍ବତନ୍ତ୍ର ନୀତି ଆପଣାଇଛନ୍ତି। ଏଥିଲାଗି ଜବରଦଖଲ ଉଚ୍ଛେଦ ସହିତ ଶ୍ରୀଲିଙ୍ଗରାଜ ମନ୍ଦିରର ଭିତ୍ତିଭୂମି ଓ ଶ୍ରୀବୃଦ୍ଧି କରାଯାଉଛି। ଐତିହ୍ୟ ବିକାଶ କାର୍ଯ୍ୟକ୍ରମରେ ବିନ୍ଦୁସାଗର, ପାପନାଶିନୀ, ଦେବୀ ପାଦହରା, ଗଙ୍ଗାଯମୁନା ଓ କୋଟିତୀର୍ଥର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ।
  13. ରାଜ୍ୟ ମନ୍ତ୍ରିପରିଷଦ ବୈଠକ ସହିତ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର(ଆଜି) ଅନୁଷ୍ଠିତ ହେବ। ବୈଠକରେ ୨୧ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି।
  14. ଓଡ଼ିଶାରେ ଆଉ ୩ଟି ନୂଆ ବିମାନ ବନ୍ଦର ସ୍ଥାପନ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି।
  15. ତୃତୀୟ ଲହର ଟଳିଯିବା ପରେ ଏବେ ଲୋକେ ଟିକା ନେବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। ସର୍ଭେ ଅନୁଯାୟୀ ଦେଶର ୧୧.୫କୋଟି ଲୋକ ଏବେ କରୋନା ଟିକା ନେବାକୁ ଆଗ୍ରହୀ ନୁହନ୍ତି। ଅକ୍ଟୋବର ପ୍ରାରମ୍ଭରରେ ଏହି ଲୋକଙ୍କ ସଂଖ୍ୟା ୭.୦୪ କୋଟି ଥିବାବେଳେ ନଭେମ୍ବର ବେଳକୁ ଏହି ସଂଖ୍ୟା ୧୧.୫କୋଟିରେ ପହଞ୍ଚିଛି।
  16. ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ଆନ୍ଧ୍ରପ୍ରଦେଶର କ୍ଷମତା ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ବିଲ୍‌କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଡଭୋକେଟ ଜେନେରାଲ ସୁବ୍ରମଣ୍ୟମ ଶ୍ରୀରାମ ସୋମବାର ଦିନ ଏକ ଆଫିଡେଭିଟରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ସୂଚନା ଦେଇଥିବା ବେଳେ ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ ହେବ ବୋଲି କହିଛନ୍ତି।
  17. ଲକ୍ଷ୍ନୌରେ ଆଜି କୃଷକମାନେ ‘ମହାପଞ୍ଚାୟତ’ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ସୁଦ୍ଧା ଆନ୍ଦୋଳନରତ କୃଷକ ଆନ୍ଦୋଳନରୁ ହଟିନାହାନ୍ତି।
  18. ପଂଜାବରେ ଚରଣଜିତ ସିଂହ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବାବେଳେ ଏହି ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରିଛନ୍ତି।
  19. ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲ, ନାଏବ ସୁବେଦାର ସୋମବୀର (ଉଭୟଙ୍କୁ ମରେଣୋତ୍ତର ଭାବେ) ଏବଂ ମେଜର ମହେଶ କୁମାର ଭୁରେଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି।
  20. ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ପାନ ମସାଲା ଉତ୍ପାଦନକାରୀ କମଲା ପସନ୍ଦକୁ ଆଇନଗତ ନୋଟିସ ପଠାଇଛନ୍ତି । ଏହି କମ୍ପାନି ସହିତ ତାଙ୍କ ଚୁକ୍ତିକୁ ରଦ୍ଦ କରାଯାଇଥିଲେ ବି ପାନ ମସାଲା ବିଜ୍ଞାପନ ଦେଖାଇଚାଲିଥିବାରୁ ବିଗ ବି ଏହି ପଦକ୍ଷେପ ନେଇଛନ୍ତି ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.