• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୂତନ କୃଷି ଆଇନ ପ୍ରତ୍ୟାହାର ପାଇଁ କେବେ ତାଲିକାଭୁକ୍ତ ହେବ ବୋଲି ପଚରାଯିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିସାରିଛନ୍ତି, ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଏହା ତାଲିକାଭୁକ୍ତ ହେବ। ସେ କହିଛନ୍ତି, କୃଷି ମନ୍ତ୍ରଣାଳୟ ହେଉଛି ନୋଡାଲ ମନ୍ତ୍ରଣାଳୟ, ସେମାନେ ଇତି ମଧ୍ୟରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି।
  2. ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମାଜିକ ଗଣମାଧ୍ୟମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନକଲି ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ। 
  3. ଦୀପାବଳିର ୩ ସପ୍ତାହ ପରେ ଦଶରୁ କରୋନା ସଂକ୍ରମଣ ହାର ହ୍ରାସ ହେଉଥିବା ଦେଖା ଯାଇଛି।  ଏଣୁ କରୋନା ତୃତୀୟ ଲହର ନେଇ କରାଯାଇଥିବା ପୂର୍ବାନୁମାନ ହୁଏତ ଭୁଲ ହୋଇପାରେ ବୋଲି ଏବେ ବିଶେଷଜ୍ଞ କହୁଛନ୍ତି।
  4. ଭାରତୀୟ ସ୍ଥଳ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍‌ ଭାବେ ଦ୍ୱାୟିତ୍ୱରେ ଥିବା ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ଏହି ପଦକ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଚଣ୍ଡି ପ୍ରସାଦଙ୍କୁ ସେନାରେ ଉଲ୍ଲେଖନୀୟ ସେବା ପ୍ରଦାନ କ୍ଷେତ୍ରରେ ଏହି ପଦକ ପ୍ରଦାନ କରିଛନ୍ତି ।  
  5. ପୂର୍ବତନ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନିଷ ତିୱାରୀଙ୍କ ଆଗାମୀ ପୁସ୍ତକ ‘ଟେନ୍ ଫ୍ଲାସ୍‌ ପଏଣ୍ଟସ୍, ଟ୍ୱେଣ୍ଟି ଇୟର୍ସ’ କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି।  ଏହି ପୁସ୍ତକ ବଜାରକୁ ଆସିନି। ତେବେ ଏହାର କିଛି ବିଷୟବସ୍ତୁ ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏଥିରେ ମୁମ୍ବାଇ୨୬/୧୧ ପ୍ରସଙ୍ଗରେ ସେ ମନମୋହନ ସିଂହଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ତିୱାରୀ।
  6. ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ଜନଧନ ଯୋଜନାରେ ଖାତାଧାରୀଙ୍କୁ ଡିଜିଟାଲ ଦେୟ ପୈଠ ଲାଗି ଅସୁଲ କରିଥିବା ଶୁଳ୍କ ବାବଦ ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ସେମାନଙ୍କୁ ଫେରାଇ ନାହାନ୍ତି। ମୁମ୍ବାଇସ୍ଥିତ ଭାରତୀୟ ପ୍ରଯୁକ୍ତି ସଂସ୍ଥା (ଆଇଆଇଟି) ପକ୍ଷରୁ ଜନଧନ ଯୋଜନା ଲାଗି ପ୍ରସ୍ତୁତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
  7. ବିଶ୍ୱ ବ୍ୟାଙ୍କ ଅନୁସାରେ, ସାରା ବିଶ୍ୱରେ ବିଦେଶରୁ ସ୍ୱଦେଶକୁ ଟଙ୍କା ପଠାଇବାରେ ଭାରତ ସବୁଠାରୁ ଆଗରେ । ୨୦୨୧ରେ ଭାରତକୁ ବିଦେଶରୁ ୮୭ ଆରବ ଡଲାର ପଠାଯାଇଛି । ଯେଉଁଥିରେ ୨୦ ପ୍ରତିଶତରୁ ଅଧିକ ଟଙ୍କା ଆମେରିକାରୁ ପଠାଯାଇଛି ।
  8. ୨୦୧୭ ବିଧାନସଭା ନିର୍ବାଚନ ଓ ଉପ ନିର୍ବାଚନରେ ବିଜୟୀ ହୋଇଥିବା ୟୁପିର ସମସ୍ତ ବିଧାୟକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶପଥ ପତ୍ରକୁ ବିଶ୍ଳେଷଣ କରି ଏଡିଆର ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ମୁତାବକ ଏବେ ୟୁପି ବିଧାନସଭାରେ ଥିବା ବିଧାୟକଙ୍କ ମଧ୍ୟରୁ ୩୫ ପ୍ରତିଶତ ବିଧାୟକଙ୍କ ଉପରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ ବିଜେପି ବିଧାୟକ ରହିଛନ୍ତି 
  9. ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ । ଏବେ ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି ଲେଫ୍ଟନାଣ୍ଟ ଜେନାରାଲ ଚଣ୍ଡିପ୍ରସାଦ ମହାନ୍ତି 
  10. ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି 
  11. କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ-କିଶାନ ଯୋଜନାରେ ଆଉ ୨୨ ହଜାର କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ । ଚଳିତ ଆର୍ଥକ ବର୍ଷର ଡିସେମ୍ବର-ମାର୍ଚ୍ଚ ସମୟ ପାଇଁ ଏହି କିସ୍ତି ପ୍ରେରଣ କରାଯିବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।
  12. ଲ୍ୟୁଟେନ୍ସ ଦିଲ୍ଲୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସଂପର୍କିତ ଏକ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।
  13. ୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି ।
  14. ମୁମ୍ବାଇର ଜଣେ ଅବସରପ୍ରାପ୍ତ ଏସିପି ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସମୀର ୱ‌ାଙ୍ଖେଡେ ମିଥ୍ୟା ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଶ୍ରେୟସକୁ ଫସାଇଥିବ‌ା କହିଛନ୍ତି ଅବସରପ୍ରାପ୍ତ ଏସିପି ଅନନ୍ତ କେଞ୍ଜଲେ। ଏଥିପାଇଁ ସେ ଏକ ଆଫିଡେଭିଟ ଦାଖଲ କରିଛନ୍ତି।
  15. ଶେଷଥର ପାଇଁ ନଭେମ୍ବର ୩ରେ ହିଁ ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୮ ପଇସା ବଢିଥିଲା । କିନ୍ତୁ  ସେବେଠାରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିନାହାନ୍ତି ।
  16. ରାଜ୍ୟରେ ୮ଟି ଶିଳ୍ପ ପ୍ରକଳ୍ପରେ ୧୮୭୨.୧୧ କୋଟି ଟଙ୍କା ନିବେଶ ହେବ। ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି। 
  17. ୨୦୧୮ ପୁରୁଷ ହକି ବିଶ୍ବକପ୍‌୍‌ରେ କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଉତ୍ସାହ କମ୍‍ ନଥିଲା। ଏଭଳି ଉତ୍ସାହକୁ ଏଫ୍‍ଆଇଏଚ୍‍ଠାରୁ ଆରମ୍ଭକରି ବିଭିନ୍ନ ଦେଶର ଖେଳାଳିମାନେ ମଧ୍ୟ ପ୍ରଶଂସା କରିଥିଲେ। ଏବେ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଲାଗି ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।
  18. ଚଳିତ ମାସ ୨୬ରେ ହେବାକୁ ଥିବା ସମ୍ବିଧାନ ଦିବସରେ ଲୋକସଭା ସଚିବାଳୟ ଦ୍ୱାରା ଆୟୋଜିତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଘୋଷଣା କରିଛନ୍ତି।ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ବିଧାନ ଦିବସରେ ସଂସଦର କେନ୍ଦ୍ରୀୟ କକ୍ଷରେ ଏକ କାର୍ଯ୍ୟକ୍ରମରେ ସମ୍ବିଧାନର ମୁଖବନ୍ଧ ପାଠ କରିବେ।
  19.  ନାଏବ ସୁବେଦାର ସହିଦ ନୁଦୁରାମ ସୋରେନଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଛି।
  20. କଂଗ୍ରେସ ନେତା କୀର୍ତ୍ତି ଆଜାଦ ଏବଂ ଅରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନୱର, ଜେଡିୟୁର ପୂର୍ବତନ ମହାସଚିବ ପବନ ବର୍ମା ଆଜି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.