• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍ବିଡେନ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମିଳିଛନ୍ତି । ଡେମୋକ୍ରାଟ ନେତ୍ରୀ ମ୍ୟାଗଡାଲେନା ଆଣ୍ଡରସନଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ମଞ୍ଜୁରୀ ମିଳିସାରିଛି।
  2. ବିବାଦୀୟ କୃଷି ଆଇନ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
  3. ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ବୁଡାଜାହାଜର ମୁତୟନ ଯୋଗୁ ବଢିବ ଦେଶର ପ୍ରତିରକ୍ଷା। ସମୁଦ୍ର ଅଞ୍ଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏହାକୁ ଚାଲେଞ୍ଜ ଦେବା ଲାଗି ପ୍ରସ୍ତୁତ ହୋଇଛି ଭାରତ।
  4. ଅତ୍ୟାଧୁନିକ ଯୁଦ୍ଧଜାହାଜ ଆଇଏନଏସ ବେଲା ଶତ୍ରୁ ପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ କରିପାରିବ ଟାର୍ଗେଟ । ଭାରତୀୟ ନୌସେନାର ୧୭୦ରୁ ଅଧିକ ଯୁଦ୍ଧଜାହାଜକୁ ସାମିଲ କରିବା ଲାଗି ଯେଉଁ ପ୍ରକ୍ରିୟା ଜାରି ରହିଛି ତାହା ଯୋଗୁ ଭାରତର ପ୍ରତିରକ୍ଷା ଶକ୍ତିଶାଳୀ ହେବ ।
  5. ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ ।  ଓ.ପି.ଏସ୍‌.ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ ।
  6. ଡିସେମ୍ବର ମାସରେ ହେବାକୁ ଥିବା ଗଣତନ୍ତ୍ର ସମ୍ବନ୍ଧୀୟ ଏକ ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତ ସମେତ ପ୍ରାୟ ୧୧୦ଟି ଦେଶଙ୍କୁ ନିମନ୍ତ୍ରଣ କରିଛନ୍ତି।
  7. ଦେଶରେ କୋଭିଡ୍ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ବେଳକୁ ଭାରତକୁ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିବ ।
  8. ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ବୃହତ ବିଜୟ। ପାକିସ୍ତାନ ବିପକ୍ଷରେ ଜର୍ମାନୀ ହାସଲ କରିଛି 5-2 ବିଜୟ ।
  9.  ଆଉ ୪ମାସ ଜାରି ରହିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ପୁଣି ୪ ମାସ ରାସନ ଯୋଗାଇବେ କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ଯାଏ ଗରିବଙ୍କୁ ମିଳିବ ମାଗଣା ରାସନ । 
  10. କୋଭାକ୍ସିନର ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ । ଲକ୍ଷଣଯୁକ୍ତ କୋଭିଡ ସଂକ୍ରମଣ ବିରୋଧରେ କୋଭାକ୍ସିନ ମାତ୍ର ୫୦ ପ୍ରତିଶତ ସଫଳ ବୋଲି ରିପୋର୍ଟ ଦେଇଛି ଲାନସେଟ.
  11. ପୁଣି ଚିନ୍ତାଜନକ ଖବର ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର ଆଂଶିକ ଅଞ୍ଚଳରେ ଆଉ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ ଭୂତାଣୁ । ବର୍ତ୍ତମାନ ସୁଦ୍ଧା ୟୁରୋପର ୫୩ଟି ରାଷ୍ଟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବାବେଳେ ଏବେବି ସଂକ୍ରମଣ ଜାରି ରଖିଛି।
  12. ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀରଙ୍କ ପାଖକୁ ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ହତ୍ୟା ଧମକ ଆସିଛି। ଏହି ଧମକ ତାଙ୍କୁ ବୁଧବାର ଦ୍ବିପହର ସମୟରେ ଇମେଲ ଜରିଆରେ ଆସିଛି। ଏହା ପୂର୍ବରୁ ଗତ ମଙ୍ଗଳବାର ବିଳମ୍ବିତ ରାତି ତାଙ୍କୁ ଏଭଳି ଇମେଲ ଜରିଆରେ ହତ୍ୟା ଧମକ ଆସିଥିଲା।
  13. ନିଖୋଜ ଥିବା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କ ପତ୍ତା ମିଳିଛି । ସେ ଚଣ୍ଡିଗଡ଼ରେ ଥିବା ନିଜେ ଗଣମାଧ୍ୟମକୁ ଜଣାଇଛନ୍ତି । ଇଣ୍ଡିଆ ଟୁଡେକୁ ସେ କହିଛନ୍ତି ଯେ ସେ ଦେଶଛାଡ଼ି ଯାଇନାହାନ୍ତି । ଚଣ୍ଡିଗଡ଼ରେ ହିଁ ଅଛନ୍ତି
  14. ଆଇନଷ୍ଟାଇନ ଥିଓରି ଅଫ ରିଲେଟିଭିଟି ଯେଉଁ ପାଣ୍ଡୁଲିପିରେ ପ୍ରଥମ ଥର ପାଇଁ ଲେଖିଥିଲେ ତାହାକୁ ନିଲାମ କରାଯାଇଛି । ଫ୍ରାନ୍ସର ନିଲାମକାରୀ ସଂସ୍ଥା କ୍ରିଷ୍ଟିଜ୍ ଅକ୍ସନ ପକ୍ଷରୁ ଏହାକୁ ପ୍ରାୟ ୧୩.୩ ନିୟୁତ ୟୁରୋ (୧୫ ନିୟୁତ ଡଲାର) ମୂଲ୍ୟରେ ନିଲାମ କରାଯାଇଛି ।
  15. ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ପୁସ୍ତକ ‘ଲାଲ ସଲାମ’ର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ସୋ’କୁ ଯାଇଥିଲେ।ଏହି ସମୟରେ ଗେଟରେ ଥିବା ଗାର୍ଡ ସ୍ମୃତି ଇରାନୀଙ୍କୁ ଚିହ୍ନି ପାରି ନଥିଲେ। ଫଳରେ ତାଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ।
  16. ଦିଲ୍ଲୀ ବାୟୁ ଗୁଣବତ୍ତା ସଙ୍କଟ ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ବୋଲି ଆଜି ସକାଳେ ଆଜି ସୁପ୍ରିମ୍‌ କୋର୍ଟ ସରକାରଙ୍କୁ କହିଛନ୍ତି, ସମ୍ପ୍ରତି ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ବି ଆମେ ମାମଲା ବନ୍ଦ କରିବୁ ନାହିଁ।
  17. ଦେଶର ୧୩ଟି ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ଭାରତ ସରକାର ଏସିୟା ବିକାଶ ବ୍ୟାଙ୍କ(ଏଡିବି)ଠାରୁ ୩୦୦ ନିୟୁତ ଡଲାର ଋଣ  ନିମନ୍ତେ ସ୍ୱାକ୍ଷର କରିଛନ୍ତି।
  18. ଦୁନିଆର ସମସ୍ତ ଦେଶକୁ ଛାଡ଼ିଦେଲେ ମାତ୍ର ଦୁଇଟି ଦେଶରେ କୋକାକୋଲା ବିକ୍ରି ହୁଏନାହିଁ । ଉତ୍ତର କୋରିଆ ଓ କ୍ୟୁବାରେ ଏହି ମୃଦୁ ପାନୀୟ ବିକ୍ରି ପାଇଁ ଅନୁମତି ନାହିଁ।
  19. କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଆରପିଏଫ) ଯବାନଙ୍କୁ  ଡ୍ୟୁଟିରେ ଯବାନ ଗୁରୁତର ହେଲେ  ୨୫ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ ଯବାନଙ୍କ  ଝିଅ କିମ୍ବା ଭଉଣୀ ବାହାଘର ପାଇଁ ଲକ୍ଷେ ଟଙ୍କା ସହାୟତା ଦେବେ ସରକାର । ତେବେ ସହିଦଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରସ୍ତାବକୁ ଗୃହ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି।
  20. ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି,  ଭାରତ ୬ଜି ଟେକ୍ନୋଲୋଜି ବିକଶିତ କରିବା ଦିଗରେ କାମ କରୁଛି। ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରେ ଭାରତରେ ୬ଜି ଲଞ୍ଚ ପାଇଁ ପ୍ରସ୍ତୁତି କରାଯାଉଥିବା ମନ୍ତ୍ରୀ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.