• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ । ଏ ଅବସରରେ ବୌଦ୍ଧର ଦୁଗ୍ଧ ଚାଷୀଙ୍କୁ ପ୍ରଂଶସା କରିଛନ୍ତି ନବୀନ । ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ଜିଲ୍ଲାରେ କୁଲିଂ ପ୍ଲାଣ୍ଟ ଖୋଲାଯିବ ବୋଲି ମୁଖମନ୍ତ୍ରୀ ଘୋଷଣା କରିଛନ୍ତି ।
  2. ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଚାଲିଛି । ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦିଆଯିବ । ଏହାପରେ କମିଶନ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ।
  3. ଦିଲ୍ଲୀ ମେଟ୍ରୋରେ ୫୯ କିଲୋମିଟର ବ୍ୟାପି ପିଙ୍କ ଲାଇନ ଉପରେ ବିନା ଡ୍ରାଇଭରରେ ଟ୍ରେନ୍ ସଂଚାଳନ କରାଯାଇଛି । ଏହାକୁ ମିଶାଇ ଡିଏମଆରସି ତରଫରୁ ମୋଟ ୯୭ କିଲୋମିଟର ରେଳ ଲାଇନରେ ବିନା ଡ୍ରାଇଭରରେ ରେଳ ଚଳାଚଳ କରିବାର ଯୋଗ୍ୟତା ହାସଲ କରିଛି । ଏହି ମାମଲାରେ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି ଦିଲ୍ଲୀ ମେଟ୍ରୋ ।
  4. ସ୍ୱିଜରଲ୍ୟାଣ୍ଡ ଜଣେ ୩୭ ବର୍ଷିୟ ମର୍ସିଡିଜ୍ କାର ମାଲିକ ଓଭର ସ୍ପିଡ ଡ୍ରାଇଭିଂ କରିଥିଲେ। ଏହି କାରଣ ପାଇଁ ସେ ୭ କୋଟି ୪୬ ଲକ୍ଷ ଟଙ୍କାର ତଣ୍ଡ ଗଣିଛନ୍ତି । କାର ଚାଳକ ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ କାର ଚଲାଉଥିଲେ । ଆଉ ଗାଡିରେ ସ୍ପିଡୋ ମିଟର ବି ଲଗାଇ ନଥିଲେ । ଏତେ ଦ୍ରୁତଗତିରେ ଗାଡି ଚଲାଇବା କାରଣରୁ ପୁଲିସ ୭କୋଟିରୁ ଅଧିକ ଟଙ୍କାର ଚାଲାଣ କାଟିଥିଲା ।
  5. ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ contours of my life, ଗତ ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହେଇଯାଇଛ
  6. ଏସିଆର ସର୍ବବୃହତ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନବନ୍ଦର କାମ ସଂପୂର୍ଣ୍ଣ
  7. ତ୍ରିପୁରାରେ ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ପାଇଁ ସୁନିଶ୍ଚିତ ହେବାକୁ ତୁରନ୍ତ ଦୁଇ କମ୍ପାନି ଅତିରିକ୍ତ ଫୋର୍ସ ମୁତୟନ ଲାଗି ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାର ଓ ତ୍ରିପୁରା ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ନିର୍ଦେଶ ଦେଇଛନ୍ତି।
  8. ଭାରତରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ସଂଖ୍ୟା ଅଧିକ ହୋଇଥିବା ୫ମ ପର୍ଯ୍ୟାୟ ‘ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ’ରୁ (ଏନ୍‌ଏଫ୍‌ଏଚ୍‌ଏସ୍‌) ଜଣାପଡ଼ିଛି। ଏବେ ଭାରତରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦।
  9. ‘ନେଟ୍‌ଫ୍ଲିକ୍ସ୍‌ ସିରିଜ୍‌’ର ‘ସ୍କୁଇଡ୍‌ ଗେମ୍‌’ ବିକ୍ରୟ କରୁଥିବା ଜଣେ ଉତ୍ତର‌ କୋରୀୟ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ‘ଫାଇରିଙ୍ଗ୍‌ ସ୍କ୍ବାଡ୍‌’ ତାଙ୍କୁ ହତ୍ୟା କରିବେ।
  10. ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଇପିଏଲ୍‌ର ଆଗାମୀ ସଂସ୍କରଣ ୨୦୨୨ ଏପ୍ରିଲ ୨ ତାରିଖରୁ ଆରମ୍ଭ କରିବାକୁ ଯୋଜନା କରୁଛି। ସୂଚୀ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ବିସିସିଆଇ ଏହାର ସହଯୋଗୀଙ୍କ ସହ ଏପ୍ରିଲ ୨ରୁ ଆଇପିଏଲ୍‌ ଆରମ୍ଭ କରିବାକୁ ଆଲୋଚନା ଚଳାଇଛି।
  11. ଚିଟ୍‌ ଫଣ୍ଡ୍‌ ମାମଲାରେ ଯେଭଳି ଲୋକମାନଙ୍କ ଠାରୁ ଟଙ୍କା ସଂଗ୍ରହ କରିବା ପରେ ସଂସ୍ଥା ଉଭାନ ହୋଇଯାଏ, କ୍ରିପ୍ଟୋକରେନ୍ସିରେ ସେହିଭଳି ଧରଣର ସମସ୍ୟା ରହିଛି। ନିଜ ପାଖରେ କ୍ରିପ୍ଟୋକରେନ୍ସି ରଖିଥିବା ଅଧିକାଂଶ ଲୋକ ଚିଟ୍‌ ଫଣ୍ଡ୍ ଭଳି ସମସ୍ୟା ଭୋଗିବେ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।
  12. ଚୌଦ୍ବାରର ଇନ୍ଦ୍ରାଣୀପାଟଣା ଶିଳ୍ପାଞ୍ଚଳରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର (ପୁଞ୍ଜ) ସ୍ଥାପନ କରାଯିବ। ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍ଇ ବିଭାଗର ଏମ୍ଏସ୍‌ଇ-ସିଡିପି ସ୍କିମ୍ ଅଧୀନରେ ଏହାକୁ ସ୍ଥାପନ କରାଯିବ।
  13. ଡିସେମ୍ବର ଶେଷ ସୁଦ୍ଧା ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ସ୍ବାଭାବିକ ସ୍ଥିତି ଫେରିବା ଆଶା କରାଯାଉଛି। ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ ଏହି ସୂଚନା ଦେଇଛନ୍ତି।
  14. କୁଖ୍ୟାତ ଅପରାଧୀ ଦିଲ୍ଲୀପ ନାୟକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ । ୧୯୯୬ ମସିହାରେ ଏକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ହୋଇ ରହିଥିଲେ । ଗତ ମେ’ ମାସ ୨୬ ତାରିଖରେ ପାରୋଲରେ ୧୯ ଦିନ ଦିନ ପାଇଁ ଘରକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ୩୦ ଦିନ ଲେଖାଏଁ ଛୁଟି ବୃଦ୍ଧି ହୋଇଥିଲା । 
  15. ବ୍ରାଉନସୁଗାର ବେପାରୀ ସୋମନାଥ ଭୁଜବଳ ଏବଂ ତାଙ୍କ ବାପା କୃଷ୍ଣ ଚନ୍ଦ୍ର ଭୁଜବଳର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଥିଲା ଖୋର୍ଦ୍ଧା ପୋଲିସ । ମୋଟ୍ ୨ କୋଟି ୩୪ ଲକ୍ଷ ୫୨ ହଜାର ୫ ଶହ ୯୪ ଟଙ୍କାର ସମ୍ପତ୍ତି ଜବତ । ଏଥିରେ କୋଠା ଘର ୧ କୋଟି ୫୦ ହଜାର ଟଙ୍କା, ଗହଣା ୧୩ ଲକ୍ଷ ୫୦ ହଜାର ଟଙ୍କା, ବ୍ୟାଙ୍କ ଜମା ୭୯ ହଜାର ୬ଶହ ଟଙ୍କା, ନଗଦ ୩ ଲକ୍ଷ ୪୫ ହଜାର ଟଙ୍କା, ୫୦ ହଜାର ଟଙ୍କାର ଦାମୀ କୁକୁର, ୨୪ ଲକ୍ଷ ୫୦ ହଜାର ଟଙ୍କାର ଦୋକାନ, ମୋଟ୍ ୧୧ଟି ଗାଡି ରହିଛି।
  16. ମୂଲ୍ୟ ବୃଦ୍ଧିରେ ଏବେ ଜନତା ହତାସ। ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ୯୦୦ ଟଙ୍କାକୁ ପହଞ୍ଚିବା ଲୋକଙ୍କ ହାଣ୍ଡିଶାଳ ବଜେଟ ବିଗାଡି ଦେଇଛି। ଏଥିରେ ଗତ କିଛିମାସ ହେଲା ଲୋକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ବାବଦ ଟଙ୍କା ବି ମିଳୁନି। 
  17. ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁଣେ ସ୍ଥିତ ରୁବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ଏବଂ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
  18. କଟକ ଜଗତପୁର ସ୍ଥିତ ଏସ୍. ଆର୍‌. ଆଲକୋଭେଦ୍ ପ୍ରା. ଲିଃ ସଂସ୍ଥା ଉପରେ ବ୍ୟାଙ୍କରୁ ଋଣ ନେଇ ସୁଝୁ ନଥିବା ଅଭିଯୋଗରେ ସିବିଆଇର ଚଢ଼ାଉ କରିଛି ।୨ଟି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱର ସିବିଆଇ ଟିମ୍ ରେଡ୍ କରିଛି । ୨୦୧୩ରେ ୭୩ କୋଟି ଟଙ୍କା ଋଣ ନେଇ ଆଉ ପରିଶୋଧ କରୁ ନାହିଁ ।
  19. ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା, ରାଜ୍ୟର ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୧ ଜଣଙ୍କ ସହିତ ଆଜି ପଶ୍ଚିମବଙ୍ଗର ଶାସକ ଦଳ ତଥା ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
  20. ନିଶା ମାଫିଆଙ୍କ ସମ୍ପତି ବାଜ୍ୟାପ୍ତ କରିବାକୁ ପୂର୍ବରୁ ସୁପାରିଶ୍ କରାଯାଇଥିବା ବେଳେ ଏବେ କମିଶନରେଟ୍ ପୋଲିସ୍ ଏହାକୁ ନେଇ ଆକ୍ସନ ମୋଡ କୁ ଆସିଛି ଓ ଖୋଜି ଖୋଜି କୁଖ୍ୟାତ ନିଶା ମାଫିଆଙ୍କୁ ଗିରଫ କରିବା ପରେ ଏମାନଙ୍କ ସମ୍ପତି ଜବତ୍ କରାଯାଉଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.